Posted inଜାତୀୟ

ଏହି ୨ ଏମ୍‌ପି ମହିଳା ସଂରକ୍ଷଣ ବିଲ୍‌ ବିପକ୍ଷରେ ଦେଲେ ଭୋଟ

ନୂଆଦିଲ୍ଲୀ,୨୧।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ସ୍‌ଲୋକସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଲୋକସଭାରେ ଏହି ବିଲ ସପକ୍ଷରେ ୪୫୪ ଭୋଟ ଏବଂ ବିପକ୍ଷରେ ୨ଟି ଭୋଟ ଦିଆଯାଇଛି। ତେବେ ବିପକ୍ଷରେ ଭୋଟ ଦେଇଥିବା ୨ ଏମ୍‌ପିଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି। ସେହି ୨ ଜଣ ଏମ୍‌ପି କିଏ ଏବଂ କାହିଁକି ଏମିତି ପଦକ୍ଷେପ ନେଇଛନ୍ତି ତାହା ଜାଣିବାକୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିଛି। ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏବଂ ତାଙ୍କ ଦଳର ଏମ୍‌ପି ଇମତିଆଜ ଜାଲିଲ ଏହି ବିଲ ବିରୋଧରେ ମତ ଦେଇଛନ୍ତି। ଅସଦୁଦ୍ଦିନ ଓୱାଇସି ତାଙ୍କ ପଦକ୍ଷେପର କାରଣ ଦର୍ଶାଇଛନ୍ତି।
ଓୱାଇସି କହିଛନ୍ତି ଯେ ଆମେ ଏହି ବିଲ ବିରୋଧରେ ଭୋଟ ଦେଇଛୁ। ଏହା ଦ୍ୱାରା ଦେଶ ଜାଣିବ ଯେ ସଂସଦରେ ଦୁଇଜଣ ସଦସ୍ୟ ଅଛନ୍ତି, ଯେଉଁମାନେ ମୁସଲମାନ ଏବଂ ଓବିସି ମହିଳାଙ୍କ ସଂରକ୍ଷଣ ପାଇଁ ଲଢୁଛନ୍ତି। ଯେହେତୁ ବିଲରେ ମୁସଲମାନ ଏବଂ ଓବିସି ମହିଳାଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ, ସେଥିପାଇଁ ଆମେ ଏହି ବିଲ ବିରୋଧରେ ଭୋଟ ଦେଇଛୁ।
ଆସାଦୁଦ୍ଦିନ ଓୱାଇସି ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆମେ ଏହି ଦେଶରେ ଓବିସି ସମ୍ପ୍ରଦାୟର ଜନସଂଖ୍ୟା ବିଷୟରେ ଆଲୋଚନା କରିବା ତେବେ ଏହା ୫୦ ପ୍ରତିଶତରୁ ଅଧିକ, ତଥାପି ସରକାର ସେମାନଙ୍କୁ ସଂରକ୍ଷଣ ଦେବାକୁ ମନା କରୁଛନ୍ତି କାହିଁକି? ଜାତୀୟ ଜନସଂଖ୍ୟାରେ ମୁସଲମାନ ମହିଳାମାନଙ୍କର ଜନସଂଖ୍ୟା ୭ ପ୍ରତିଶତ। ଯଦି ଆମେ ସଂସଦରେ ସେମାନଙ୍କର ପ୍ରତିନିଧିତ୍ୱ ବିଷୟରେ କହିବା, ଏହା ମାତ୍ର ୦.୭ ପ୍ରତିଶତ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?