Posted inଖେଳ

ବାରବାଟୀରେ ବିଶ୍ୱକପ୍‌ ମ୍ୟାଚ ହେବନି

କଟକ ଅଫିସ, ୧୬ା୨: ଆସନ୍ତା ଅକ୍ଟୋବର ୧୦ରୁ ଆରମ୍ଭ ହେବାକୁଥିବା ପୁରୁଷ କ୍ରିକେଟ ବିଶ୍ୱକପ୍‌ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ହେବ ନାହିଁ। ଅନ୍ତର୍ଜାତୀୟ ବିମାନ ସେବା ସୁବିଧା ନ ଥିବାରୁ ଏଠାରେ ମ୍ୟାଚ୍‌ ହୋଇପାରିବ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ରାଜ୍ୟର ଏହି ଐତିହାସିକ କ୍ରିକେଟ ଭେନ୍ୟୁରେ ୨୦୨୩ ବିଶ୍ୱକପ୍‌ର ଏକ ମ୍ୟାଚ୍‌ ଖେଳାଯିବ ବୋଲି ଆଶା ରହିଥିଲା। ଏ ସଂକ୍ରାନ୍ତରେ ପୂର୍ବରୁ ମଧ୍ୟ ଓସିଏ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ବିସିସିଆଇର ଏଭଳି ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ହକି ବିଶ୍ୱକପ ପାଇଁ ବିଶ୍ୱର ୧୬ଟି ଦେଶ ଭାଗ ନେଇଥିଲେ। ରାଉରକେଲା ଏବଂ ଭୁବନେଶ୍ୱରରେ ସବୁ ମ୍ୟାଚ ଖେଳାଗଲା। ତେବେ ବିଶ୍ୱକପ୍‌ ମ୍ୟାଚ୍‌ ଆୟୋଜନ କରିବା କ୍ଷେତ୍ରରେ ବାରବାଟୀର ପୁରୁଣା ରେକର୍ଡ ରହିଛି। ବିଗତ ବର୍ଷଗୁଡିକ ମଧ୍ୟରେ ମହିଳା ଓ ପୁରୁଷକୁ ମିଶାଇ ଅନେକ ବିଶ୍ୱକପ୍‌ ମ୍ୟାଚ୍‌ ବାରବାଟୀରେ ହୋଇଛି। ତେବେ ବିସିସିଆଇର ଏଭଳି ନିଷ୍ପତ୍ତି କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି। ଏନେଇ ଗୁରୁଡିଝାଟିଆର କପୁରସିଂହଠାରେ ଏମ୍‌ଜିଏମ୍‌ ସ୍କୁଲ ଅଫ୍‌ ସ୍ପୋଟର୍‌ସ ଆଣ୍ଡ ସେଣ୍ଟର ଅଫ୍‌ ଏକ୍ସିଲେନ୍ସି ଫର୍‌ କ୍ରିକେଟର ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ପାଦକ ସଞ୍ଜୟ ବେହେରା ନିଜ ଅଭିଭାଷଣ ଭିତରେ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବାରବାଟୀ ଷ୍ଟାଡିୟମକୁ ବିଶ୍ୱକପ୍‌ ମ୍ୟାଚ୍‌ ଦେବା ନିମନ୍ତେ ଓସିଏ ପକ୍ଷରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିକଟରେ ପ୍ରସ୍ତାବ ଦିଆଯାଇଥିଲା। ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା। ହେଲେ ବିଭିନ୍ନ କାରଣ ଦର୍ଶାଇ ବାରବାଟୀରେ ମ୍ୟାଚ୍‌ ହୋଇପାରିବ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଅନ୍ତର୍ଜାତୀୟ ବିମାନ ସେବା ନ ଥିବାରୁ ଏଠାରେ ମ୍ୟାଚ୍‌ ହୋଇପାରିବ ନାହିଁ ବୋଲି କହୁଛନ୍ତି ବିସିସିଆଇର ଅଧିକାରୀ। ସଫଳତାର ସହ ଦୁଇଥର ହକି ବିଶ୍ୱକପ୍‌ ଆୟୋଜନ କରି ସାରିଛି ଓଡ଼ିଶା। ତଥାପି ବିସିସିଆଇର ଏଭଳି ନୀତି ରାଜ୍ୟର କ୍ରିକେଟପ୍ରେମୀଙ୍କୁ ନିରାଶ କରିବ ବୋଲି ସଞ୍ଜୟ କହିଛନ୍ତି।

ଚଳିତ ବର୍ଷ ଏହି ବିଶ୍ୱକପ୍‌ର ଆୟୋଜକ ଭାରତ ରହିଛି। ଦେଶର ବିଭିନ୍ନ ସ୍ଥାନରେ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯିବ। ହେଲେ ବାରବାଟୀରେ ମ୍ୟାଚ୍‌ ସୁଯୋଗ ନାହିଁ। ୧୯୮୭ରେ ଏଠାରେ ପ୍ରଥମଥର ନିମନ୍ତେ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଯେଉଁଥିରେ ଅଷ୍ଟ୍ରେଲିଆ ଓ ଜିମ୍ବାୱେ ମ୍ୟାଚ ଖେଳିଥିଲେ। ଏହାପରେ ୧୯୯୬ରେ ଭାରତ ଓ କେନିୟାକୁ ନେଇ ବାରବାଟୀରେ ବିଶ୍ୱକପ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ସେହିପରି ୨୦୧୩ରେ ମହିଳା କ୍ରିକେଟ ବିଶ୍ୱକପ୍‌ ଆୟୋଜନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri