Posted inଫୁରସତ

ନିଆରା ଘର: ବନ୍ୟା କି ବର୍ଷାରେ ହେବ ନାହିଁ ନଷ୍ଟ

ଦୁନିଆରେ ଏପରି ଅନେକ ଦେଶ ରହିଛି, ଯେଉଁଠାରେ ବନ୍ୟା ପରିସ୍ଥିତି ଏକ ବଡ଼ ସମସ୍ୟା ଅଟେ। ବର୍ଷା ଆସିବା ମାତ୍ରେ ଏହି ଦେଶର ସହରଗୁଡ଼ିକ ପାଣିରେ ବୁଡ଼ିଯାଇଥାନ୍ତି। ବିଶେଷକରି କେତେକ ଏସୀୟ ଦେଶରେ ଏହି ସମସ୍ୟା ଏକ ଭୟଙ୍କର ରୂପ ନେଇଥାଏ। ବନ୍ୟା ପ୍ରବଣ ଦେଶମାନଙ୍କ ମଧ୍ୟରୁ ଜାପାନର ଏକ ଘର ବିକାଶକାରୀ କମ୍ପାନୀ (ଇଚିଜୋ କୋମୁଟେନ) ଏହି ସମସ୍ୟାର ଏକ ଭଲ ସମାଧାନ ଖୋଜିପାଇଛି।

ଜାପାନର ହାଉସ ଡେଭଲପର୍‌ ଇଚିଜୋ କୋମୁଟେନ ଏକ ନିଆରା ଘର ଡିଜାଇନ କରିଛନ୍ତି, ଯାହା ଓ୍ବାଟର ପ୍ରୁଫ। ଅର୍ଥାତ୍‌ ବର୍ଷା ଓ ବନ୍ୟା ଆସିବା ମାତ୍ରେ ଘର ନଷ୍ଟ ନ ହୋଇ ଭାସିବ। ଯାହା ଏବେ ଚର୍ଚ୍ଚାରେ ରହିଛି।

ଜାପାନର ଏକ ଲୋକପ୍ରିୟ ଟିଭି ଶୋ’ରେ ଏହା ପ୍ରଦର୍ଶିତ ହୋଇଥିଲା। ଏହାକୁ ନେଇ ସାରା ଦେଶରେ ଅନେକ ଆଲୋଚନା କରାଯାଉଛି। ଏହାର ଡେମୋ ମଧ୍ୟ ପ୍ରଦର୍ଶିତ ହୋଇଛି। ଘରଟି ସାଧାରଣ ଘର ପରି ଦେଖାଯାଉଥିଲେ ମଧ୍ୟ ଏହାର ଚାରିପାଖରେ ପାଣି ପଶି ଯାଇଥିଲା। ଘର ଧିରେ ଧିରେ ଉପରକୁ ଉଠିବାକୁ ଲାଗିଲା।

ଇଚିଜୋ କୋମୁଟେନର ନୂତନ ଉଦ୍ଭାବନ ଅଧୀନରେ ନିର୍ମିତ ଏହି ଘରଟି ମୋଟା ଲୁହା ରଡ୍‌ ଦ୍ୱାରା ସଂଯୁକ୍ତ। ଏହା ମୋଟା କେବୁଲ ଦ୍ୱାରା ଭୂମି ସହିତ ସଂଯୁକ୍ତ, ଯାହା ବନ୍ୟା ଆସିବା ସମୟରେ ଘରକୁ ଉପରକୁ ଛାଡ଼ିଦିଏ ଏବଂ ବନ୍ୟା ଛାଡ଼ିଯିବା ଏହାକୁ ପୁନର୍ବାର ଭୂମିରେ ଲଗାଇଥାଏ। ପାଣି କମ୍‌ ହେବା ସହିତ ଘରଟି ପୂର୍ବ ଅବସ୍ଥାକୁ ଫେରି ଆସେ। ଘରେ ଏହି ପ୍ରକାରର ପ୍ଲମ୍ବିଂ ସ୍ବତନ୍ତ୍ର ଭାବରେ କରାଯାଇଛି। ଫଳରେ ଘରେ ପାଣି ପଶିପାରେ ନାହିଁ। ବୈଦ୍ୟୁତିକ ଜିନିଷଗୁଡ଼ିକ ଉପରେ ରହିଛି। ଯଦ୍ଦ୍ବାରା ସେଠାରେ ପାଣି ପହଞ୍ଚିପାରିବ ନାହିଁ। ଘରଟି ୫ ମିଟର ଉଚ୍ଚତାରେ ଭାସିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?