Posted inଫୁରସତ

ନିଆରା ଘର: ବନ୍ୟା କି ବର୍ଷାରେ ହେବ ନାହିଁ ନଷ୍ଟ

ଦୁନିଆରେ ଏପରି ଅନେକ ଦେଶ ରହିଛି, ଯେଉଁଠାରେ ବନ୍ୟା ପରିସ୍ଥିତି ଏକ ବଡ଼ ସମସ୍ୟା ଅଟେ। ବର୍ଷା ଆସିବା ମାତ୍ରେ ଏହି ଦେଶର ସହରଗୁଡ଼ିକ ପାଣିରେ ବୁଡ଼ିଯାଇଥାନ୍ତି। ବିଶେଷକରି କେତେକ ଏସୀୟ ଦେଶରେ ଏହି ସମସ୍ୟା ଏକ ଭୟଙ୍କର ରୂପ ନେଇଥାଏ। ବନ୍ୟା ପ୍ରବଣ ଦେଶମାନଙ୍କ ମଧ୍ୟରୁ ଜାପାନର ଏକ ଘର ବିକାଶକାରୀ କମ୍ପାନୀ (ଇଚିଜୋ କୋମୁଟେନ) ଏହି ସମସ୍ୟାର ଏକ ଭଲ ସମାଧାନ ଖୋଜିପାଇଛି।

ଜାପାନର ହାଉସ ଡେଭଲପର୍‌ ଇଚିଜୋ କୋମୁଟେନ ଏକ ନିଆରା ଘର ଡିଜାଇନ କରିଛନ୍ତି, ଯାହା ଓ୍ବାଟର ପ୍ରୁଫ। ଅର୍ଥାତ୍‌ ବର୍ଷା ଓ ବନ୍ୟା ଆସିବା ମାତ୍ରେ ଘର ନଷ୍ଟ ନ ହୋଇ ଭାସିବ। ଯାହା ଏବେ ଚର୍ଚ୍ଚାରେ ରହିଛି।

ଜାପାନର ଏକ ଲୋକପ୍ରିୟ ଟିଭି ଶୋ’ରେ ଏହା ପ୍ରଦର୍ଶିତ ହୋଇଥିଲା। ଏହାକୁ ନେଇ ସାରା ଦେଶରେ ଅନେକ ଆଲୋଚନା କରାଯାଉଛି। ଏହାର ଡେମୋ ମଧ୍ୟ ପ୍ରଦର୍ଶିତ ହୋଇଛି। ଘରଟି ସାଧାରଣ ଘର ପରି ଦେଖାଯାଉଥିଲେ ମଧ୍ୟ ଏହାର ଚାରିପାଖରେ ପାଣି ପଶି ଯାଇଥିଲା। ଘର ଧିରେ ଧିରେ ଉପରକୁ ଉଠିବାକୁ ଲାଗିଲା।

ଇଚିଜୋ କୋମୁଟେନର ନୂତନ ଉଦ୍ଭାବନ ଅଧୀନରେ ନିର୍ମିତ ଏହି ଘରଟି ମୋଟା ଲୁହା ରଡ୍‌ ଦ୍ୱାରା ସଂଯୁକ୍ତ। ଏହା ମୋଟା କେବୁଲ ଦ୍ୱାରା ଭୂମି ସହିତ ସଂଯୁକ୍ତ, ଯାହା ବନ୍ୟା ଆସିବା ସମୟରେ ଘରକୁ ଉପରକୁ ଛାଡ଼ିଦିଏ ଏବଂ ବନ୍ୟା ଛାଡ଼ିଯିବା ଏହାକୁ ପୁନର୍ବାର ଭୂମିରେ ଲଗାଇଥାଏ। ପାଣି କମ୍‌ ହେବା ସହିତ ଘରଟି ପୂର୍ବ ଅବସ୍ଥାକୁ ଫେରି ଆସେ। ଘରେ ଏହି ପ୍ରକାରର ପ୍ଲମ୍ବିଂ ସ୍ବତନ୍ତ୍ର ଭାବରେ କରାଯାଇଛି। ଫଳରେ ଘରେ ପାଣି ପଶିପାରେ ନାହିଁ। ବୈଦ୍ୟୁତିକ ଜିନିଷଗୁଡ଼ିକ ଉପରେ ରହିଛି। ଯଦ୍ଦ୍ବାରା ସେଠାରେ ପାଣି ପହଞ୍ଚିପାରିବ ନାହିଁ। ଘରଟି ୫ ମିଟର ଉଚ୍ଚତାରେ ଭାସିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri