Posted inଖେଳ

ଟୋକିଓରେ ଅଲିମ୍ପିକ ଜ୍ୟୋତି ପ୍ରଦର୍ଶନ ହେବ

ଟୋକିଓ, ୧ା୯(ଏପି): ମଙ୍ଗଳବାରଠାରୁ ଜାପାନ ଅଲିମ୍ପିକ ମ୍ୟୁଜିୟମରେ ଅତି କମ୍‌ରେ ଦୁଇ ମାସ ପର୍ଯ୍ୟନ୍ତ ଅଲିମ୍ପିକ ଜ୍ୟୋତି ପ୍ରଦର୍ଶନ କରାଯିବ। କୋଭିଡ୍‌-୧୯ ମହାମାରୀ ଆସି ନ ଥିଲେ ହୁଏତ ଏକ ମାସକ ପୂର୍ବେ ନବ ନିର୍ମିତ ନ୍ୟାଶନାଲ ଷ୍ଟାଡିୟମରେ ଶୋଭା ପାଇଥାନ୍ତା। ଅଲିମ୍ପିକ ଜ୍ୟୋତି ଗତ ମାର୍ଚ୍ଚ ମାସରେ ଗ୍ରୀସ୍‌ରୁ ଆସି ଜାପାନରେ ପହଞ୍ଚତ୍ଥିଲା। ମାତ୍ର କରୋନା ମହାମାରୀ ଯୋଗୁ ଅଲିମ୍ପିକ୍ସକୁ ଆସନ୍ତା ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବା ପରେ ଏହାକୁ ଗୋପନରେ ରଖାଯାଇଥିଲା। ସୋମବାର ଏକ ସଂକ୍ଷିପ୍ତ ଉତ୍ସବରେ ଅଲିମ୍ପିକ ଜ୍ୟୋତି ଉନ୍ମୋଚନ ହୋଇଛି। ଏହି ଅବସରରେ ଟୋକିଓ ଅଲିମ୍ପିକ ଆୟୋଜକ କମିଟି ସଭାପତି ୟୋଶିରୋ ମୋରି ଓ ଜାପାନିଜ୍‌ ଅଲିମ୍ପିକ କମିଟି ସଭାପତି ୟାସୁହିରୋ ୟାମାଶିତା ଉପସ୍ଥିତ ଥିଲେ। ନୂଆ ଷ୍ଟାଡିୟମର ନିକଟରେ ଜାପାନ ଅଲିମ୍ପିକ ମ୍ୟୁଜିୟମ ଅବସ୍ଥିତ। ପରିଦର୍ଶକମାନେ ମ୍ୟୁଜିୟମ ଭିତକରୁ ଯାଇ ଅଲିମ୍ପିକ ଜ୍ୟୋତିକୁ ଦେଖିପାରିବେ। ଜାପାନିଜ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ତାଙ୍କ ଅବସର ଘୋଷଣାର କିଛି ଦିନ ପରେ ଅଲିମ୍ପିକ ଜ୍ୟୋତିର ଉନ୍ମୋଚନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳକୁ ଲାଗିଲା ବଡ଼ ଝଟ୍‌କା: ହସ୍ପିଟାଲରେ ଏହି କ୍ରିକେଟର୍‌

ଲିଡ୍ସ,୨୯।୮: ଲିଡ୍ସ ଟେଷ୍ଟରେ ଟିମ ଇଣ୍ଡିଆକୁ ଗୋଟିଏ ଇନିଂସ ଏବଂ ୭୬ ରନ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଖେଳର ତୃତୀୟ ଦିନରେ ଭାରତ ୨ ଉଇକେଟ...

ଲାଥମଙ୍କ ଶତକ: ଦିନିକିଆ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ,୨୪।୩: ଅଧିନାୟକ ତଥା ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍‌ ଲାଥମଙ୍କ ପଞ୍ଚମ ଦିନିକିଆ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ବାଂଲାଦେଶକୁ ୫ ଉଇକେଟରେ ପରାସ୍ତ...

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ କ୍ରିକେଟ ଟ୍ରେନିଂ ଦେଉଛନ୍ତି ବୀରେନ୍ଦ୍ର ସେହ୍ବାଗ, ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୧୪।୨: ପୁଲଓ୍ବାମା ଆକ୍ରମଣକୁ ବର୍ଷେ ପୂରିଛି। ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର...

ଓଡ଼ିଶା ହକିର ଏକ ଗ୍ଲୋବାଲ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦ା୮ (ସ୍ପୋଟର୍‌ସ ବ୍ୟୁରୋ)-ଜାତୀୟ କ୍ରୀଡ଼ା ଦିବସ ଅବସରରେ ଶନିବାର ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ...

ଅଲିମ୍ପିକ୍‌ ଯୋଗ୍ୟତା ଲାଗି ସବୁ ପ୍ରକାର ସହଯୋଗ କରାଯିବ- କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ,୨୫।୬(ପିଟି)- ଅଲିମ୍ପିକ୍‌ ଯୋଗ୍ୟତା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ନୂଆ କ୍ରୀଡ଼ାମନ୍ତ୍ରୀ କିରନ ରିଜୁଜି ମଙ୍ଗଳବାର ଏଫ୍‌ଆଇଏଚ୍‌ ହକି...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ କୋହଲି ଅପରିବର୍ତ୍ତିତ

ଦୁବାଇ,୨୯।୭(ପି.ଟି.): ସଦ୍ୟ ପ୍ରକାଶିତ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ବୋଲିଂ ତାଲିକାର ତୃତୀୟ ସ୍ଥାନ ଅଧିକାର...

ଲକ୍‌ଡାଉନ ପରେ ବୋଲରମାନେ ଲୟକୁ ଫେରିବା କଷ୍ଟକର: ଲି

ମୁମ୍ବାଇ,୨୭।୫(ପି.ଟି.): ଲକ୍‌ଡାଉନ ଉଠିବା ପରେ ବୋଲରମାନେ ସେମାନଙ୍କ ଲୟ ଫେରିପାଇବା ପାଇଁ ସଂଘର୍ଷ କରିବେ ଓ ଏହା କଷ୍ଟକର ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର...

ଟୋକିଓ ଅଲିମ୍ପିକ୍ସରୁ ଓହରିଲେ ସେରେନା

ଲଣ୍ଡନ,୨୮।୬: ଆମେରିକୀୟ ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସ ଆସନ୍ତାମାସରେ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରୁ ଓହରିଯାଇଛନ୍ତି। ଅଲିମ୍ପିକ୍ସ ଅଂଶଗ୍ରହଣ କରିବେ ନାହିଁ...

Advertisement
Ten Cric Info


Archives

Model This Week