ପଶ୍ଚିମ ଦ୍ୱାରରେ ପୁରୀବାସୀଙ୍କ ଦର୍ଶନ ପାଇଁ ହେବ ସ୍ବତନ୍ତ୍ର ବ୍ୟାରିକେଡ୍‌

ପୁରୀ,୩୧ା୩(ଅଜିତ୍‌ ମହାନ୍ତି)ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିୁଥିବା ଭକ୍ତମାନଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନର ଦୂରଦୃଷ୍ଟି ଅଭାବ କାରଣରୁ ସ୍ଥାନୀୟ ଭକ୍ତଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଶୁକ୍ରବାର ଛୁଟିଦିନ ଥିବାରୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀରେ ପ୍ରବଳ ଗହଳି ହୋଇଥିବାବେଳେ ଭକ୍ତମାନେ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ପଶ୍ଚିମ ଦ୍ୱାରଦେଇ କେବଳ ପୁରୀବାସୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ସେବାୟତମାନେ ସେମାନଙ୍କ ଜଜମାନ ଓ ଯାତ୍ରୀଙ୍କୁ ନେଇ ମଧ୍ୟ ଯାଉଛନ୍ତି। ଏହାଦେଖି ଅନ୍ୟ ଭକ୍ତମାନେ ମଧ୍ୟ ପଶ୍ଚିମ ଦ୍ୱାରଦେଇ ପ୍ରବେଶ କରିବାକୁ ଚାହିଁଥିଲେ। ଫଳରେ ଠେଲାପେଲା ପରିସ୍ଥିତି ଦେଖିବାକୁ ମିଳିଥିଲା। ଶନିବାର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଶହ ଶହ ଭକ୍ତ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଯାହାକୁ ନେଇ ସେବାୟତ ଓ ପୁରୀବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଭକ୍ତମାନଙ୍କ ଏପରି ଗହଳି କାରଣରୁ ପୁରୀବାସୀ ପଶ୍ଚିମଦ୍ୱାର ଦେଇ ପ୍ରବେଶ କରି ପାରୁନାହାନ୍ତି। ତେଣୁ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି। ଏନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତ ପୁରୀକୁ ଆସୁଛନ୍ତି। ଭକ୍ତମାନଙ୍କ ଦର୍ଶନ ସୁବିଧା ହିଁ ପ୍ରଶାସନର ପ୍ରଥମ ଉଦ୍ଦେଶ୍ୟ। ଭକ୍ତମାନଙ୍କଠାରୁ ଯାହାସବୁ ଫିଡ୍‌ବ୍ୟାକ ମିଳୁଛି ସେହି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ପଦକ୍ଷପ ଗ୍ରହଣ କରାଯିବ। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ସମ୍ପର୍କରେ ଆଲୋଚନା କରାଯିବା ପରେ ପରିଚାଳନା କମିଟିରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ କହି ନିଜ ଉପରୁ ଦୋଷ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ତେବେ ଏସମ୍ପର୍କରେ ଏସପ୍‌ି ପିନାକ ମିଶ୍ର କହିଛନ୍ତି, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ସମ୍ପର୍କରେ ଜିଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ମନ୍ଦିର କମିଟି ଏବଂ ସରକାର ଆଲୋଚନା କରି ନିଷ୍ପତ୍ତି ନେବେ। ଏସମ୍ପର୍କରେ ସେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ। ତେବେ ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ଭକ୍ତଙ୍କ ଗହଳି ହେଉଥିବା ନେଇ ଅଭିଯୋଗ ହେଉଛି। ରବିବାରଠାରୁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯିବ, ଭକ୍ତଙ୍କ ସୁବିଧା ପାଇଁ ଶେଡ୍‌ ନିର୍ମାଣ , ପାଣି ବ୍ୟବସ୍ଥା ସହ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଜିଲା ପ୍ରଶାସନକୁ କୁହାଯାଇଛି। ପୁରୀବାସିନ୍ଦା ଓ ସେବାୟତମାନେ ଯେପରି ପଶ୍ଚିମଦ୍ୱାର ଦେଇ ସୁବିଧାରେ ଯିବେ ଓ ଭକ୍ତମାନେ ଯେପରି ଗହଳି ନ କରିବେ ସେ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଉଊଛି ବୋଲି ଏସ୍‌ପି ମିଶ୍ର କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପୁରୀବାସୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବରେ ବ୍ୟାରିକେଡ କରାଯିବ। ଏଥିରେ ପୁରୀବାସୀ ନିଜର ପରିଚୟପତ୍ର ଦେଖ୍‌ାଇ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ଶ୍ରୀମନ୍ଦିରକୁ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?