ମହାନଦୀର ସୁବଳୟାରେ ହେବ ବ୍ୟାରେଜ

ନୟାଗଡ଼,୨୦।୧୧(ଲୋକନାଥ ମିଶ୍ର): କଟକ ଜିଲାର ସୁବଳୟା ଓ ନୟାଗଡ଼ ଜିଲା ଗଣିଆ ବ୍ଲକର ରାଉତପଡାକୁ ସଂଯୋଗ କରି ମହାନଦୀରେ ହେବ ରାଉତପଡା ବ୍ୟାରେଜ । ଏଥିପାଇଁ ୧୫୭୨ କୋଟି ଟଙ୍କା ମଞ୍ଜୁର କରିବାକୁ ରାଜ୍ୟ ସରକାରଙ୍କୁ ନୟାଗଡ଼ ଜିଲା ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ନୟାଗଡ଼ ଜିଲାର ପାନୀୟ ଜଳ ସମସ୍ୟାକୁ ଏଡାଇବା ପାଇଁ ଏହି ବ୍ୟାରେଜ ନିର୍ମାଣ କରିବାକୁ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି। ଛତିଶଗଡ ସରକାର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିଥ୍‌ତ୍ବାରୁ ମହାନଦୀରେ ଜଳ ଗତିପଥ ପରିବର୍ତ୍ତନ ହେଉଛି । ପୁଣି ଗ୍ରୀଷ୍ମ ଋତୁରେ ମହାନଦୀ ଶୁଖିଲା ପଡୁଛି । ନୟାଗଡ଼ ସହରରେ ଗତ ବର୍ଷ ପାନୀୟ ଜଳ ସମସ୍ୟା ଦେଖା ଦେଇଥିଲା । ଅନ୍ୟପକ୍ଷେ ଜଳସେଚନ ପାଇଁ ସେପରି କିଛି ବ୍ୟବସ୍ଥା ହୋଇନି । ପରେ ଏହା କରାଯାଇ ପାରେ ଅଥବା ନ କରାଯାଇ ପାରେ। ଜିଲା ପରିଷଦର ସ୍ବତନ୍ତ୍ର ବୈଠକରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ବ୍ୟାରେଜ ନିର୍ମାଣ ନେଇ ତଥ୍ୟ ରଖିଥିଲେ । ଜଳସମ୍ପଦ ଅଧିକାରୀ ପ୍ରୀତମ ପୋଥାଲ ମଧ୍ୟ ଏନେଇ ସୂଚନା ଦେଇଥିଲେ । ଜିଲା ପରିଷଦ ସଭ୍ୟ ମାନେ ବ୍ୟାରେଜ ନିର୍ମାଣ ନେଇ ଅଧିକ ଆଲୋଚନା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏପରି କି ଜଳସେଚନରେ କାହିଁକି ଏହାର ଜଳ ବ୍ୟବହାର କରାଯାଇ ପାରିବନି ପଚାରିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ଚର୍ଚ୍ଚା ହେବ କୁହାଯାଇଥିଲା । କୃଷି ପାଇଁ ବ୍ୟବହାର କରାଗଲେ ଅସୁବିଧା ଅଛି କୁହାଯାଇଥିଲା । ଅନ୍ୟପକ୍ଷେ ମହାନଦୀର ପଦ୍ମାବତୀଠାରେ ବ୍ୟାରେଜ କରିବାକୁ ସରକାରଙ୍କର ପୂର୍ବରୁ ପ୍ରସ୍ତାବ ଥିଲା । କାହିଁକି କରାଗଲାନି ଜଣାପଡୁନି। ଏଠାରେ ବ୍ୟାରେଜ କରିବାକୁ ପ୍ରସ୍ତାବ ଦେବାକୁ ସଭ୍ୟ ରାମେଶ୍ୱର ଶତପଥୀ ମତ ରଖିଥିଲେ ।
ମେଗା ଲିଫ୍ଟ ଇରିଗେଶନ ପାଇଁ ପ୍ରସ୍ତାବ: ନୟାଗଡ଼ ଜିଲାର ଗଣିଆ, ଖଣ୍ଡପଡ଼ା ଓ ଭାପୁର ବ୍ଳକ ଦେଇ ମହାନଦୀ ପ୍ରବାହିତ ହୋଇଛି । ନଦୀ ପାଣି ନଦୀରେ ବହି ଯାଉଛି । ଏହାର ସୁଫଳ ଚାଷୀ ନେଇ ପାରୁନି । ଏଭଳିସ୍ଥଳେ ଜିଲାରେ ଜଳସେଚନ ୫୦ ପ୍ରତିଶତ ବି ହୋଇ ପାରୁନି । ମହାନଦୀରେ ମେଗା ଲିଫ୍ଟ ଇରିଗେଶନ କରିବା ପାଇଁ ସଭ୍ୟ ରାମଶ୍ୱେର ଶତପଥୀ ପ୍ରସ୍ତାବ ଦେଇଥିଲେ । ପଶ୍ଚିମାଞ୍ଚଳରେ ମେଗା ଲିଫ୍ଟ ଇରିଗେଶନ ପ୍ରକଳ୍ପ କରାଯାଇଛି । ନୟାଗଡ଼ ଜିଲାରେ କରିବାର ଅସୁବିଧା ନାହିଁ । ୮ ବର୍ଷ ତଳେ ଜଳସେଚନ ବିଭାଗର ଚିଫ୍‌ ଇଞ୍ଜିନିୟରଙ୍କୁ ଭେଟି ଦାବି ରଖିଥିଲେ । ଏବେ ପୁଣି ବର୍ତ୍ତମାନର ଜଳସେଚନ ବିଭାଗର ଚିଫ୍‌ ଇଞ୍ଜିନିୟରଙ୍କ ଚିନ୍ମୟ ରାଉତଙ୍କୁ ଭେଟି ଦାବି ରଖିଛନ୍ତି। ଏନେଇ ଗୃହରେ ଆଲୋଚନା ପରେ ଏହାର ରିଜୋଲେଶନ କରି ୱାଟର ରିସୋର୍ସ ଡିପାର୍ଟମେଣ୍ଟକୁ ପଠାଇବାକୁ ନୟାଗଡ଼ ବିଧାୟକ ଜିଲାପାଳ, ଜିଲା ପରିଷଦର ସଭାପତିଙ୍କୁ ପ୍ରସ୍ତାବ ଦେଇଥିଲେ । ଜିଲା ପରିଷଦରେ ଏନେଇ ପ୍ରସ୍ତାବ ରବିବାର ଗୃହୀତ ହୋଇଛି ।
ପୋତି ହେଉଛି ନଦୀ ଶଯ୍ୟା, ବଦଳୁଛି ଗତିପଥ: ନୟାଗଡ଼ ଜିଲାର ବିଭିନ୍ନ ନଦୀ ଶଯ୍ୟା ବିଭିନ୍ନ କାରଣରୁ ପୋତି ହେଉଛି । ଏପରି କି ନଦୀ ଶଯ୍ୟାରେ ଗଛ ଉଠି ନଦୀର ଗତିପଥ ପରିବର୍ତ୍ତନ ହେଉଛି । ଦଶପଲ୍ଲାର ଦୁର୍ଗାବଜାର, ମହିପୁର ଅଞ୍ଚଳକୁ ଉଦାହରଣ ନିଆଯାଇ ପାରେ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଜିଲା ପରିଷଦର ସ୍ବତନ୍ତ୍ର ବୈଠକରେ ଅଲୋଚନା କରି ନଦୀଶଯ୍ୟାକୁ ଖନନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏପରିକି ଫାର୍ମ ଲ୍ୟାଣ୍ଡ ବ୍ରିଜ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଡ୍ରେନେଜ ବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଏନେଇ ସ୍ବତନ୍ତ୍ର ଭାବେ ଆଲୋଚନା କରିବାକୁ ପ୍ରସ୍ତାବ ରଖିଥିଲେ ।
ଛୁଟି ଦିବସରେ ବୈଠକ: ଜିଲା ପରିଷଦର ସ୍ବତନ୍ତ୍ର ବୈଠକ ରବିବାର ହୋଇଥିଲା । ପୁଣି ବିଶ୍ୱ କପ୍‌ କ୍ରିକେଟର ମ୍ୟାଚ୍‌ ବି ଥିଲା । ସରକାରୀ ଅଧିକାରୀ ଓ ଜିଲା ପରିଷଦ ସଭ୍ୟ ରବିବାର ବୈଠକ କରିବାକୁ ରାଜି ନ ଥିଲେ । ତେବେ ଜିଲା ପରିଷଦ ସଭାପତିଙ୍କ ରବିବାର ବୈଠକ କରବାକୁ ଆଗ୍ରହୀ ହୋଇଥିଲେ। ରବିବାର ବୈଠକରେ ଭାରତ ବିଶ୍ୱ କପ୍‌ ଜିତୁ ବୋଲି ସର୍ବସମ୍ମତି କ୍ରମେ ଆଲୋଚନା କରାଯାଇଥିଲା । ତେବେ ବୈଠକ ପରେ ସରକାରୀ ଅଧିକାରୀ ଓ କେତେଜଣ ରାଜନେତା କହିଥିଲେ ଛୁଟି ଦିବସରେ ବୈଠକ ହେଲା । ହେଲେ ଆଲୋଚନା ପାଇଁ ସମୟ ଅଭାବ ରହିଲା ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri