ମହାନଦୀର ସୁବଳୟାରେ ହେବ ବ୍ୟାରେଜ

ନୟାଗଡ଼,୨୦।୧୧(ଲୋକନାଥ ମିଶ୍ର): କଟକ ଜିଲାର ସୁବଳୟା ଓ ନୟାଗଡ଼ ଜିଲା ଗଣିଆ ବ୍ଲକର ରାଉତପଡାକୁ ସଂଯୋଗ କରି ମହାନଦୀରେ ହେବ ରାଉତପଡା ବ୍ୟାରେଜ । ଏଥିପାଇଁ ୧୫୭୨ କୋଟି ଟଙ୍କା ମଞ୍ଜୁର କରିବାକୁ ରାଜ୍ୟ ସରକାରଙ୍କୁ ନୟାଗଡ଼ ଜିଲା ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ନୟାଗଡ଼ ଜିଲାର ପାନୀୟ ଜଳ ସମସ୍ୟାକୁ ଏଡାଇବା ପାଇଁ ଏହି ବ୍ୟାରେଜ ନିର୍ମାଣ କରିବାକୁ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି। ଛତିଶଗଡ ସରକାର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିଥ୍‌ତ୍ବାରୁ ମହାନଦୀରେ ଜଳ ଗତିପଥ ପରିବର୍ତ୍ତନ ହେଉଛି । ପୁଣି ଗ୍ରୀଷ୍ମ ଋତୁରେ ମହାନଦୀ ଶୁଖିଲା ପଡୁଛି । ନୟାଗଡ଼ ସହରରେ ଗତ ବର୍ଷ ପାନୀୟ ଜଳ ସମସ୍ୟା ଦେଖା ଦେଇଥିଲା । ଅନ୍ୟପକ୍ଷେ ଜଳସେଚନ ପାଇଁ ସେପରି କିଛି ବ୍ୟବସ୍ଥା ହୋଇନି । ପରେ ଏହା କରାଯାଇ ପାରେ ଅଥବା ନ କରାଯାଇ ପାରେ। ଜିଲା ପରିଷଦର ସ୍ବତନ୍ତ୍ର ବୈଠକରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ବ୍ୟାରେଜ ନିର୍ମାଣ ନେଇ ତଥ୍ୟ ରଖିଥିଲେ । ଜଳସମ୍ପଦ ଅଧିକାରୀ ପ୍ରୀତମ ପୋଥାଲ ମଧ୍ୟ ଏନେଇ ସୂଚନା ଦେଇଥିଲେ । ଜିଲା ପରିଷଦ ସଭ୍ୟ ମାନେ ବ୍ୟାରେଜ ନିର୍ମାଣ ନେଇ ଅଧିକ ଆଲୋଚନା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏପରି କି ଜଳସେଚନରେ କାହିଁକି ଏହାର ଜଳ ବ୍ୟବହାର କରାଯାଇ ପାରିବନି ପଚାରିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ଚର୍ଚ୍ଚା ହେବ କୁହାଯାଇଥିଲା । କୃଷି ପାଇଁ ବ୍ୟବହାର କରାଗଲେ ଅସୁବିଧା ଅଛି କୁହାଯାଇଥିଲା । ଅନ୍ୟପକ୍ଷେ ମହାନଦୀର ପଦ୍ମାବତୀଠାରେ ବ୍ୟାରେଜ କରିବାକୁ ସରକାରଙ୍କର ପୂର୍ବରୁ ପ୍ରସ୍ତାବ ଥିଲା । କାହିଁକି କରାଗଲାନି ଜଣାପଡୁନି। ଏଠାରେ ବ୍ୟାରେଜ କରିବାକୁ ପ୍ରସ୍ତାବ ଦେବାକୁ ସଭ୍ୟ ରାମେଶ୍ୱର ଶତପଥୀ ମତ ରଖିଥିଲେ ।
ମେଗା ଲିଫ୍ଟ ଇରିଗେଶନ ପାଇଁ ପ୍ରସ୍ତାବ: ନୟାଗଡ଼ ଜିଲାର ଗଣିଆ, ଖଣ୍ଡପଡ଼ା ଓ ଭାପୁର ବ୍ଳକ ଦେଇ ମହାନଦୀ ପ୍ରବାହିତ ହୋଇଛି । ନଦୀ ପାଣି ନଦୀରେ ବହି ଯାଉଛି । ଏହାର ସୁଫଳ ଚାଷୀ ନେଇ ପାରୁନି । ଏଭଳିସ୍ଥଳେ ଜିଲାରେ ଜଳସେଚନ ୫୦ ପ୍ରତିଶତ ବି ହୋଇ ପାରୁନି । ମହାନଦୀରେ ମେଗା ଲିଫ୍ଟ ଇରିଗେଶନ କରିବା ପାଇଁ ସଭ୍ୟ ରାମଶ୍ୱେର ଶତପଥୀ ପ୍ରସ୍ତାବ ଦେଇଥିଲେ । ପଶ୍ଚିମାଞ୍ଚଳରେ ମେଗା ଲିଫ୍ଟ ଇରିଗେଶନ ପ୍ରକଳ୍ପ କରାଯାଇଛି । ନୟାଗଡ଼ ଜିଲାରେ କରିବାର ଅସୁବିଧା ନାହିଁ । ୮ ବର୍ଷ ତଳେ ଜଳସେଚନ ବିଭାଗର ଚିଫ୍‌ ଇଞ୍ଜିନିୟରଙ୍କୁ ଭେଟି ଦାବି ରଖିଥିଲେ । ଏବେ ପୁଣି ବର୍ତ୍ତମାନର ଜଳସେଚନ ବିଭାଗର ଚିଫ୍‌ ଇଞ୍ଜିନିୟରଙ୍କ ଚିନ୍ମୟ ରାଉତଙ୍କୁ ଭେଟି ଦାବି ରଖିଛନ୍ତି। ଏନେଇ ଗୃହରେ ଆଲୋଚନା ପରେ ଏହାର ରିଜୋଲେଶନ କରି ୱାଟର ରିସୋର୍ସ ଡିପାର୍ଟମେଣ୍ଟକୁ ପଠାଇବାକୁ ନୟାଗଡ଼ ବିଧାୟକ ଜିଲାପାଳ, ଜିଲା ପରିଷଦର ସଭାପତିଙ୍କୁ ପ୍ରସ୍ତାବ ଦେଇଥିଲେ । ଜିଲା ପରିଷଦରେ ଏନେଇ ପ୍ରସ୍ତାବ ରବିବାର ଗୃହୀତ ହୋଇଛି ।
ପୋତି ହେଉଛି ନଦୀ ଶଯ୍ୟା, ବଦଳୁଛି ଗତିପଥ: ନୟାଗଡ଼ ଜିଲାର ବିଭିନ୍ନ ନଦୀ ଶଯ୍ୟା ବିଭିନ୍ନ କାରଣରୁ ପୋତି ହେଉଛି । ଏପରି କି ନଦୀ ଶଯ୍ୟାରେ ଗଛ ଉଠି ନଦୀର ଗତିପଥ ପରିବର୍ତ୍ତନ ହେଉଛି । ଦଶପଲ୍ଲାର ଦୁର୍ଗାବଜାର, ମହିପୁର ଅଞ୍ଚଳକୁ ଉଦାହରଣ ନିଆଯାଇ ପାରେ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଜିଲା ପରିଷଦର ସ୍ବତନ୍ତ୍ର ବୈଠକରେ ଅଲୋଚନା କରି ନଦୀଶଯ୍ୟାକୁ ଖନନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏପରିକି ଫାର୍ମ ଲ୍ୟାଣ୍ଡ ବ୍ରିଜ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଡ୍ରେନେଜ ବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଏନେଇ ସ୍ବତନ୍ତ୍ର ଭାବେ ଆଲୋଚନା କରିବାକୁ ପ୍ରସ୍ତାବ ରଖିଥିଲେ ।
ଛୁଟି ଦିବସରେ ବୈଠକ: ଜିଲା ପରିଷଦର ସ୍ବତନ୍ତ୍ର ବୈଠକ ରବିବାର ହୋଇଥିଲା । ପୁଣି ବିଶ୍ୱ କପ୍‌ କ୍ରିକେଟର ମ୍ୟାଚ୍‌ ବି ଥିଲା । ସରକାରୀ ଅଧିକାରୀ ଓ ଜିଲା ପରିଷଦ ସଭ୍ୟ ରବିବାର ବୈଠକ କରିବାକୁ ରାଜି ନ ଥିଲେ । ତେବେ ଜିଲା ପରିଷଦ ସଭାପତିଙ୍କ ରବିବାର ବୈଠକ କରବାକୁ ଆଗ୍ରହୀ ହୋଇଥିଲେ। ରବିବାର ବୈଠକରେ ଭାରତ ବିଶ୍ୱ କପ୍‌ ଜିତୁ ବୋଲି ସର୍ବସମ୍ମତି କ୍ରମେ ଆଲୋଚନା କରାଯାଇଥିଲା । ତେବେ ବୈଠକ ପରେ ସରକାରୀ ଅଧିକାରୀ ଓ କେତେଜଣ ରାଜନେତା କହିଥିଲେ ଛୁଟି ଦିବସରେ ବୈଠକ ହେଲା । ହେଲେ ଆଲୋଚନା ପାଇଁ ସମୟ ଅଭାବ ରହିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?