Posted inଜାତୀୟ

ଏଲ୍‌ଏସିରେ ହେବ ୪୭ ଆଉଟ୍‌ପୋଷ୍ଟ

ନୂଆଦିଲ୍ଲୀ, ୨୫ା୧୦: ଏଲ୍‌ଏସିକୁ ନେଇ ଭାରତ ଓ ଚାଇନା ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। କୂଟନୈତିକ ଆଲୋଚନା ପରେ ଆଲୋଚନା ହେଉଥିଲେ ହେଁ କୌଣସି ସୁଫଳ ମିଳୁନି। ଏଭଳି ସ୍ଥିତିରେ ଦୁଇଦେଶ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ବିଶେଷକରି ଗଲ୍‌ଓ୍ବାନରେ ଦୁଇଦେଶର ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଏବେକାର ସ୍ଥିତି ଜଟିଳ ରୂପ ଧାରଣ କରିଛି। ଉଭୟ ଦେଶ ସୀମାରେ ଅସ୍ତ୍ରଶସ୍ତ୍ର ଓ ସୈନ୍ୟ ଠୁଳ କରିବାରେ ଲାଗିଛନ୍ତି। ଭାରତ ମଧ୍ୟ ପ୍ରସ୍ତୁତିପର୍ବକୁ ଜୋର୍‌ଦାର କରିଛି। ସୀମାରେ ୪୭ ଆଉଟ୍‌ ପୋଷ୍ଟ ନିର୍ମାଣ ଲାଗି ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି। ସୀମାରେ କଡ଼ା ନଜର ରଖିବା ଲାଗି ଏହି ଆଉଟ୍‌ପୋଷ୍ଟର ଭୂମିକା ରହିବ।
ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ ଶନିବାର ଆଇଟିବିପିର ୫୯ତମ ରେଜିଂ ଡେ’ ପରେଡ୍‌ ଅବସରରେ ଏଭଳି ଘୋଷଣା କରିଛନ୍ତି। ଆଇଟିବିପି ପକ୍ଷରୁ ଭାରତ-ଚାଇନା ୩,୪୮୮ କି.ମି. ସୀମାଞ୍ଚଳ ଉପରେ ନଜର ରଖାଯାଇଥାଏ। ଆଇଟିବିପିକୁ ଏଥିସହ ୨୮ ପ୍ରକାର ନୂଆ ଗାଡ଼ି ଯୋଗାଇ ଦିଆଯିବ ବୋଲି ସରକାର କହିଛନ୍ତି। ରେଡ୍ଡୀ ଅଭିଭାଷଣରେ କହିଥିଲେ ଯେ, ଆମେ ବସୁଧୈବକୁଟୁମ୍ବକମ୍‌ରେ ବିଶ୍ୱାସ କରୁ। ହେଲେ ନିଜକୁ ସଶକ୍ତ କରିବାରେ ଓ ବିଶ୍ୱଶାନ୍ତି ଲାଗି ମାର୍ଗ ପ୍ରସ୍ତୁତ କରିବାରେ କିଛି ଅସୁବିଧା ନାହିଁ। ସୀମାରେ ଆଇଟିବିପି ଯବାନଙ୍କ ମନୋବଳ ଦୃଢ଼ ରହିଥିବା ସେ ପ୍ରକାଶ କରିଥିଲେ। ଦେଶ ମାତୃକାର ସେବାରେ ସେମାନଙ୍କର ବଳିଷ୍ଠ ଭୂମିକା ରହିଆସିଛି। ସୀମା ଭିତ୍ତିଭୂମି ବିକାଶ ଉପରେ ସରକାର ଗୁରୁତ୍ୱ ଦେବା ସହ ବିସ୍ତାରବାଦୀ ଶକ୍ତିକୁ ରୋକିବା ଲାଗି ସମସ୍ତ ପ୍ରୟାସ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?