୩୨ କେନ୍ଦ୍ରରେ ହେବ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର,୨୭ା୬(ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଗୋଟିଏ ବିଷୟରେ ଫେଲ୍‌ ହୋଇଥିବା ଛାତ୍ରୀଛାତ୍ରଙ୍କ ପାଇଁ ଜୁଲାଇ ୧୩ ଓ ୧୪ରେ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ୧୩ ତାରିଖ ପୂର୍ବାହ୍ନ ୧୦ଟାରୁ ୧ଟା ମଧ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଏବଂ ୧୪ରେ ସମସ୍ତ ବିଷୟର ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ଆଦି ପରୀକ୍ଷା କରାଯିବ। ଏଥିପାଇଁ ରାଜ୍ୟରେ ୩୨ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ମିଳିଛି।
ଇତିମଧ୍ୟରେ ଗତ ୧୯ ତାରିଖରୁ ଆବେଦନ ଆରମ୍ଭ ହୋଇ ସୋମବାର ଶେଷ ହୋଇଛି। ୨୭ ଓ ୨୮ ତାରିଖ ମଧ୍ୟରେ ନିର୍ଦ୍ଧାରିତ ଦେୟ ପୈଠ କରିବାକୁ ପଡ଼ିବ। ତେବେ ଧନ୍ଦାମୂଳକ ଟ୍ରେଡ୍‌ ପେପର ଓ ବାୟୋଲୋଜିକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ବିଷୟରେ ରେଗୁଲାର ତଥା ଏକ୍ସ ରେଗୁଲାର ଛାତ୍ରୀଛାତ୍ର ପରୀକ୍ଷାଦେବେ। ପୂର୍ବରୁ କେବଳ ଥିଓରିରେ ପାସ୍‌ କରି ପ୍ରାକ୍ଟିକାଲ ବା ପ୍ରୋଜେକ୍ଟରେ ଫେଲ୍‌ ହୋଇଥିଲେ ଉଭୟ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡ଼ିବ। ସେହିପରି ଥିଓରିରେ ଫେଲ୍‌ ହୋଇ ପ୍ରାକ୍ଟିକାଲ ବା ପ୍ରୋଜେକ୍ଟରେ ପାସ କରିଥିଲେ କେବଳ ଥିଓରୀ ପରୀକ୍ଷା ଦେବାକୁ ହେବ। ଉଭୟ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାରେ ଫେଲ୍‌ ଛାତ୍ରୀଛାତ୍ର ଉଭୟ ପରୀକ୍ଷା ଦେବାକୁ ପଡ଼ିବ।
ତେବେ ପରୀକ୍ଷା ହେବାକୁ ଥିବା କେନ୍ଦ୍ରଗୁଡ଼ିକ ମଧ୍ୟରେ ବାଲେଶ୍ୱରର ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏଚ୍‌ଏସ୍‌ଏସ୍‌), ଭଦ୍ରକ ଏଚ୍‌ଏସ୍‌ଏସ୍‌, ବଲାଙ୍ଗୀରର ରାଜେନ୍ଦ୍ର ଏଚ୍‌ଏସ୍‌ଏସ୍‌, ସୋନପୁର ଏଚ୍‌ଏସ୍‌ଏସ୍‌, କଟକର ଜେକେବିକେ ଏଚ୍‌ଏସ୍‌ଏସ୍‌, ଜଗତ୍‌ସିଂହପୁରର ଏସ୍‌ଭିଏମ୍‌ ଏଚ୍‌ଏସ୍‌ଏସ୍‌, ଯାଜପୁରର ଏନ୍‌ସି ଏଚ୍‌ଏସ୍‌ଏସ୍‌, କେନ୍ଦ୍ରାପଡ଼ା ଏଚ୍‌ଏସ୍‌ଏସ୍‌, ଅନୁଗୋଳ ସରକାରୀ ଏଚ୍‌ଏସ୍‌ଏସ୍‌, ଢେଙ୍କାନାଳ ସରକାରୀ ଏଚ୍‌ଏସ୍‌ଏସ୍‌, ବ୍ରହ୍ମପୁରର ଖଲ୍ଲିକୋଟ ଏଚ୍‌ଏସ୍‌ଏସ୍‌, ଭବାନୀପାଟଣା ସରକାରୀ ଏଚ୍‌ଏସ୍‌ଏସ୍‌, ନୂଆପଡ଼ା ଜାତୀୟ ଏଚ୍‌ଏସ୍‌ଏସ୍‌, ଜୟପୁରର ଭି. ଦେବ ଏଚ୍‌ଏସ୍‌ଏସ୍‌, ମାଲକାନଗିରି ସରକାରୀ ଏଚ୍‌ଏସ୍‌ଏସ୍‌, ନବରଙ୍ଗପୁର ଏଚ୍‌ଏସ୍‌ଏସ୍‌, ରାୟଗଡ଼ା ଏଚ୍‌ଏସ୍‌ଏସ୍‌, ବାରିପଦାର ଏମପିସି ଏଚ୍‌ଏସ୍‌ଏସ୍‌, ବୌଦ୍ଧ ପଞ୍ଚାୟତ ଏଚ୍‌ଏସ୍‌ଏସ୍‌, ଫୁଲବାଣୀ ସରକାରୀ ଏଚ୍‌ଏସ୍‌ଏସ୍‌, ଭୁବନେଶ୍ୱରର ବିଜେବି ଏଚ୍‌ଏସ୍‌ଏସ୍‌, ଖୋର୍ଦ୍ଧା ପ୍ରାଣନାଥ ଏଚ୍‌ଏସ୍‌ଏସ୍‌, ନୟାଗଡ଼ ଏଚ୍‌ଏସ୍‌ଏସ୍‌, ପୁରୀ ଏସ୍‌ସିଏସ୍‌ ଏଚ୍‌ଏସ୍‌ଏସ୍‌, ବରଗଡର ପଞ୍ଚାୟତ ଏଚ୍‌ଏସ୍‌ଏସ୍‌, ଦେବଗଡ଼ ଏଚ୍‌ଏସ୍‌ଏସ୍‌, ଝାରସୁଗୁଡ଼ାର ଆଇଏନ୍‌ ଏଚ୍‌ଏସ୍‌ଏସ୍‌, ସମ୍ବଲପୁରର ଜିଏମ୍‌ ଏଚ୍‌ଏସ୍‌ଏସ୍‌, ରାଉରକେଲା ସରକାରୀ ଏଚ୍‌ଏସ୍‌ଏସ୍‌ ଓ ସୁନ୍ଦରଗଡ଼ର ସରକାରୀ ଏଚ୍‌ଏସ୍‌ଏସ୍‌ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

ଦିଲ୍ଲୀ ଲଜ୍ଜା: ମନ୍ଦିର ନିକଟରେ ନାବାଳିକାଙ୍କୁ ଗଣବଳାତ୍କାର; ପୋଲିସ କର୍ମଚାରୀ ସାଜି ଆସିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀର କାଲକାଜୀ ମନ୍ଦିର ନିକଟରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ସହ ଗଣ-ବଳାତ୍କାରର ଏକ ଜଘନ୍ୟ ଘଟଣା ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କ…

ବାତିଲ ହେବ ଭାରତ-ଜାପାନ T20 ମ୍ୟାଚ? ପାଣିପାଗକୁ ନେଇ ବଢିଲା ଚିନ୍ତା

ନୂଆଦିଲ୍ଲୀ,୨୨।୯: ଭାରତ ଏବଂ ଜାପାନ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ ମଙ୍ଗଳବାର (ସେପ୍ଟେମ୍ବର ୨୨) ଦିନ ଜାପାନର ସାନୋ ସ୍ଥିତ ସାନୋ ଇଣ୍ଟରନେସନାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର…

ଓଡ଼ିଶାରେ SIR ପରେ ୨୦.୫୭ ଲକ୍ଷ ଭୋଟରଙ୍କ ନାଁ ବାଦ୍‌, ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଭୋଟରଙ୍କ…

ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର, ଦୁଇ ସ୍ୱାଧୀନ ଅଙ୍ଗ ଭାବେ ବିକଶିତ ହୋଇଛି ମଣିଷର ମସ୍ତିଷ୍କ!

ନୂଆଦିଲ୍ଲୀ,୨୨।୯(ପି.ଟି.): ମନୁଷ୍ୟ ମସ୍ତିଷ୍କକୁ ସାଧାରଣତଃ ଏକ ଏକକ ଅଙ୍ଗ ବୋଲି ବିବେଚନା କରାଯାଉଥିବା ବେଳେ ଏହା ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଦୁଇଟି ସ୍ବାଧୀନ ଅଙ୍ଗ ଭାବରେ…

Asian Games 2026: ପାକିସ୍ତାନକୁ ଦୁଇଥର ହରାଇବା ସହ ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରି ୪ ପଦକ ଜିତିଲା ଭାରତ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ତୃତୀୟ ଦିନ, ଅର୍ଥାତ ସୋମବାର (ସେପ୍ଟେମ୍ବର ୨୧), ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଫଳ ରହିଥିଲା ଏବଂ ଦଳ ମୋଟ ଚାରୋଟି…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଭୁବନେଶ୍ବର ଆସି ବଡ଼ ଘୋଷଣା କଲା CJP, ଓଡ଼ିଶା ସରକାରଙ୍କୁ….

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି କରାଯାଇଛି ତାହାର ଜବାବ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା…

ମମତାଙ୍କ ଟିଏମ୍‌ସିର ନୂଆ ଲୋଗୋ ଉନ୍ମୋଚିତ

କୋଲକାତା, ୨୨।୯: ନିର୍ବାଚନ ଆୟୋଗଙ୍କ ଦ୍ୱାରା ପୁରୁଣା ନାମ ଏବଂ ଘାସ-ଫୁଲ ପ୍ରତୀକ ଜବତ ହେବା ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀ ଏହାର ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?