Posted inଫୁରସତ

୧୪୦ ବର୍ଷ ପରେ ମିଳିଲା ଫେଜାଣ୍ଟ ପାରାର ସନ୍ଧାନ

ପୋର୍ଟ ମୋର୍ସବି: ଜୀବଜଗତରେ ଅନେକ ପଶୁ ଓ ପକ୍ଷୀ ଅଛନ୍ତି ଯେଉଁମାନେ ସହଜରେ ଦେଖା ଦିଅନ୍ତି ନାହିିଁ। ସେମାନେ ଜନବସତିଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ବର୍ତ୍ତମାନ ସମୟରେ ଜଙ୍ଗଲ କ୍ଷୟ ମୁଖ୍ୟ କାରଣ ପାଲଟିଛି, ଯାହାଫଳରେ ଗୋପନରେ ରହିବାକୁ ପସନ୍ଦ କରୁଥିବା ଜୀବ ଖାଦ୍ୟ ଅନ୍ବେଷଣ ପାଇଁ ବହାରକୁ ଆସୁଛନ୍ତି। ନିକଟରେ ବୈଜ୍ଞାନିକମାନେ ପାପୁଆ ନ୍ୟୁଗିନିଆରେ ବ୍ଲାକ୍‌ ନାପ୍ଡ ଫେଜାଣ୍ଟ ପାରାକୁ ଦେଖିଛନ୍ତି। ଶତାଧିକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କୁକୁଡ଼ା ଆକାରର ଏହି ଦୁର୍ଲଭ ପକ୍ଷୀର କୌଣସି ଖବର ନ ଥିଲା। ଫଳରେ ଏହାକୁ ବିଶ୍ୱର ୨୦ ବିଲୁପ୍ତ ପକ୍ଷୀଙ୍କ ସୂଚୀରେ ସାମିଲ କରାଯାଇଥିଲା। କିନ୍ତୁ ପାପୁଆ ନ୍ୟୁଗିନିଆର କିଲକେରାନ୍‌ ପର୍ବତରେ ଫେଜାଣ୍ଟ ପାରା ଦେଖାଯାଇଛି। ୧୮୮୨ରେ ପ୍ରଥମ ଥର ଏହାକୁ ଦେଖାଯାଇଥିବା ଲଷ୍ଟ ବାର୍ଡ ପ୍ରୋଗ୍ରାମର ନିର୍ଦ୍ଦେଶକ ଜନ୍‌ ମିଟରମେଇର କହିଛନ୍ତି।

ଫେଜାଣ୍ଟ ପାରା ସମ୍ବନ୍ଧରେ ତଥ୍ୟ ଖୋଜିବା ପାଇଁ ଏକ ବିଶେଷଜ୍ଞ ଟିମ୍‌ କ୍ୟାମେରା ଜରିଆରେ ଏହି ବିରଳ ପକ୍ଷୀର ଚିହ୍ନଟ କରିଥିଲେ। ଦଳ ଲୁକ୍କାୟିତ ଭାବେ ରହୁଥିବା ୧୫୦ ପକ୍ଷୀଙ୍କ ଚିହ୍ନଟ କରିଛନ୍ତି। ପାପୁଆ ନ୍ୟୁଗିନିଆ ନିକଟରେ ଥିବା ଫେରଗୁସୋନ୍‌ ଆଇଲାଣ୍ଡରେ ଫେଜାଣ୍ଟ ପାରାର ସନ୍ଧାନ ପାଇଁ ୨୦୧୯ରେ ବିଶେଷଜ୍ଞଙ୍କ ଏକ ଟିମ୍‌ ପ୍ରୟାସ କରିଥିଲେ। କିନ୍ତୁ ସେମାନଙ୍କୁ ସଫଳତା ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri