Posted inଫୁରସତ

୧୪୦ ବର୍ଷ ପରେ ମିଳିଲା ଫେଜାଣ୍ଟ ପାରାର ସନ୍ଧାନ

ପୋର୍ଟ ମୋର୍ସବି: ଜୀବଜଗତରେ ଅନେକ ପଶୁ ଓ ପକ୍ଷୀ ଅଛନ୍ତି ଯେଉଁମାନେ ସହଜରେ ଦେଖା ଦିଅନ୍ତି ନାହିିଁ। ସେମାନେ ଜନବସତିଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ବର୍ତ୍ତମାନ ସମୟରେ ଜଙ୍ଗଲ କ୍ଷୟ ମୁଖ୍ୟ କାରଣ ପାଲଟିଛି, ଯାହାଫଳରେ ଗୋପନରେ ରହିବାକୁ ପସନ୍ଦ କରୁଥିବା ଜୀବ ଖାଦ୍ୟ ଅନ୍ବେଷଣ ପାଇଁ ବହାରକୁ ଆସୁଛନ୍ତି। ନିକଟରେ ବୈଜ୍ଞାନିକମାନେ ପାପୁଆ ନ୍ୟୁଗିନିଆରେ ବ୍ଲାକ୍‌ ନାପ୍ଡ ଫେଜାଣ୍ଟ ପାରାକୁ ଦେଖିଛନ୍ତି। ଶତାଧିକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କୁକୁଡ଼ା ଆକାରର ଏହି ଦୁର୍ଲଭ ପକ୍ଷୀର କୌଣସି ଖବର ନ ଥିଲା। ଫଳରେ ଏହାକୁ ବିଶ୍ୱର ୨୦ ବିଲୁପ୍ତ ପକ୍ଷୀଙ୍କ ସୂଚୀରେ ସାମିଲ କରାଯାଇଥିଲା। କିନ୍ତୁ ପାପୁଆ ନ୍ୟୁଗିନିଆର କିଲକେରାନ୍‌ ପର୍ବତରେ ଫେଜାଣ୍ଟ ପାରା ଦେଖାଯାଇଛି। ୧୮୮୨ରେ ପ୍ରଥମ ଥର ଏହାକୁ ଦେଖାଯାଇଥିବା ଲଷ୍ଟ ବାର୍ଡ ପ୍ରୋଗ୍ରାମର ନିର୍ଦ୍ଦେଶକ ଜନ୍‌ ମିଟରମେଇର କହିଛନ୍ତି।

ଫେଜାଣ୍ଟ ପାରା ସମ୍ବନ୍ଧରେ ତଥ୍ୟ ଖୋଜିବା ପାଇଁ ଏକ ବିଶେଷଜ୍ଞ ଟିମ୍‌ କ୍ୟାମେରା ଜରିଆରେ ଏହି ବିରଳ ପକ୍ଷୀର ଚିହ୍ନଟ କରିଥିଲେ। ଦଳ ଲୁକ୍କାୟିତ ଭାବେ ରହୁଥିବା ୧୫୦ ପକ୍ଷୀଙ୍କ ଚିହ୍ନଟ କରିଛନ୍ତି। ପାପୁଆ ନ୍ୟୁଗିନିଆ ନିକଟରେ ଥିବା ଫେରଗୁସୋନ୍‌ ଆଇଲାଣ୍ଡରେ ଫେଜାଣ୍ଟ ପାରାର ସନ୍ଧାନ ପାଇଁ ୨୦୧୯ରେ ବିଶେଷଜ୍ଞଙ୍କ ଏକ ଟିମ୍‌ ପ୍ରୟାସ କରିଥିଲେ। କିନ୍ତୁ ସେମାନଙ୍କୁ ସଫଳତା ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri