Posted inଫୁରସତ

ଚିକିତ୍ସା ସମୟରେ ଦୁଇ ରୋଗୀଙ୍କ ମଧ୍ୟରେ ହେଲା ପ୍ରେମ; ଆଉ ତା’ପରେ…

ଚଣ୍ଡିଗଡ,୮।୮:କୁହାଯାଏ ପ୍ରେମ ଏମିତି ଶବ୍ଦ, ତାହା କେତେବେଳେ କାହାକୁ ହୋଇଯାଏ ତାହା ଜଣାପଡେ ନାହିଁ। ହିମାଚଳ ପ୍ରଦେଶରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ହିମାଚଳର ଉନା ଜିଲାର ନଙ୍ଗଲ ଖୁର୍ଦର ଶଶି ପାଲ ଏବଂ ବିହାରର ସୋନମଙ୍କ ବିବାହ ବିଷୟରେ ଆଲୋଚନା ସମଗ୍ର ଅଞ୍ଚଳରେ ଚାଲିଛି। ପ୍ରାୟ ୭ ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ଶଶି ପାଲଙ୍କର ମେରୁଦଣ୍ଡରେ ଆଘାତ ଲାଗିଥିଲା ଏବଂ ସେ ଆଜୀବନ ଅକ୍ଷମ ହୋଇ ଯାଇଥିଲେ। ଦୀର୍ଘ ଦିନର ଚିକିତ୍ସା ପରେ ଶଶି ପାଲ ଏବେ ନିଜ ଜୀବନ ଏକ ହ୍ବିଲ୍‌ ଚେୟାରରେ ବସି କାଟୁଛନ୍ତି। ଠିକ୍‌ ବିହାରର ମୁଙ୍ଗେର ଜିଲାର ଛୋଟି ଗୋବିନ୍ଦ ପୁର ଫୁଲକା ନିବାସୀ ସୋନମଙ୍କ ସହ ସମାନ ଘଟଣା ଘଟିଛି। ଯିଏ ତାଙ୍କ ଘରର ଛାତରୁ ଖସିଯିବା କାରଣରୁ ମେରୁଦଣ୍ଡରେ ଆଘାତ ପାଇଥିଲେ ଏବଂ ସେ ଆଜୀବନ ଅକ୍ଷମ ମଧ୍ୟ ହୋଇଥିଲେ। ଚିକିତ୍ସା ସମୟରେ ପିଜିଆଇ ଚଣ୍ଡିଗଡ଼ର ଡାକ୍ତରଖାନାରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ଯଦିଓ ଉଭୟ ଶାରୀରିକ ଅକ୍ଷମ କିନ୍ତୁ ମାନସିକ ସ୍ତରରେ ସେମାନେ ପରସ୍ପରର ନିକଟତର ହୋଇଗଲେ ଏବଂ ଉଭୟ ପରସ୍ପରକୁ ଜୀବନ ସାଥୀ ଭାବରେ ବାଛିଲେ। ଉଭୟଙ୍କ ଯୋଡି ଦେଖି ସମସ୍ତେ କହୁଛନ୍ତି ଯେ ତେରୀ ରବ ନେ ବନା ଦି ଯୋଡି। ଶଶି ଏବଂ ସୋନମ ଅଗଷ୍ଟ ୩ ରେ ଉନା କୋର୍ଟରେ ବିବାହ କରିଥିଲେ।
ଶଶି ମଡେଲିଂକୁ ଭଲ ପାଆନ୍ତି। ସେ ଦିଲ୍ଲୀର ଏକ ଟିଭି ଚ୍ୟାନେଲ ପାଇଁ ମଡେଲିଂ ମଧ୍ୟ କରିଛନ୍ତି ଏବଂ ୨୪ ଅଗଷ୍ଟ ୨୦୨୧ରେ ଶଶିଙ୍କୁ ମଡେଲିଂ ପାଇଁ ଗୋଆ ଯିବାକୁ ପଡିବ। ସୋନମ ସଙ୍ଗୀତକୁ ଭଲ ପାଆନ୍ତି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଗୀତ ଗାଇବାକୁ କୌଣସି ପ୍ଲାଟଫର୍ମ ମିଳିନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri