ଛାତ୍ରୀ ପ୍ରବେଶ କରିବା ପରେ ଜେଇଇ ପରୀକ୍ଷା କେନ୍ଦ୍ରରେ ଖେଳିଗଲା ଆତଙ୍କ; କାହିଁକି ଜାଣନ୍ତୁ…

କୋଟା, ୧।୯: ରାଜସ୍ଥାନର ଶିକ୍ଷାର ସହର କୋଟାରେ ଜେଇଇ ମେନ୍‌-୨୦୨୦ ପରୀକ୍ଷାର ପ୍ରଥମ ଦିନରେ ମଙ୍ଗଳବାର ପରୀକ୍ଷା କେନ୍ଦ୍ରରେ ଆତଙ୍କ ଖେଳିଯାଇଛି। ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜେଇଇ ପରୀକ୍ଷା ଲାଗି କୋଟାରେ ୩ଟି ସେଣ୍ଟର ବ୍ୟବସ୍ଥା କରାଯାଇଛି। କୋଟା ଝାଲାବାଡ଼ ରୋଡ୍‌ସ୍ଥିତ ରଣପୁର ପରୀକ୍ଷା କେନ୍ଦ୍ରରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଜଣେ ଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ନିଜର ପରୀକ୍ଷାକୁ ଆଗାମୀ ଦିନରେ କରିବାକୁ ଅନୁରୋଧ କରିଥିଲେ। ଯେତବେଳେ ଛାତ୍ରୀଙ୍କୁ ଏହାର କାରଣ ପଚରା ଯାଇଥିଲା ସେ ନିଜକୁ କରୋନା ଭାଇରସ୍‌ ସଂକ୍ରମିତ ହୋଇଥିବା ଆଶଙ୍କା ପ୍ରକାଶ କରିଥିଲେ। ଛାତ୍ରୀଙ୍କଠାରୁ ଏହି କଥା ଶୁଣିବା ପରେ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଦେଖୁ ଦେଖୁ ଏହି ଖବର ପୁରା ପରୀକ୍ଷା ସେଣ୍ଟରରେ ଖେଳିଗଲା। ଏବଂ ସମସ୍ତେ କରୋନା ସଂକ୍ରମିତ ହେବା ଭୟରେ ଆତଙ୍କିତ ହୋଇଯାଇଥିଲେ। ତେବେ ପରେ ଜଣାପଡ଼ିଲା ଯେ, ଯୁତୀଜଣଙ୍କ ନୁହେଁ ବରଂ ତାଙ୍କ ବାପା କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାପରେ ଛାତ୍ରୀଜଣଙ୍କୁ ଗୋଟିଏ ପାର୍ଶ୍ୱରେ ରଖାଯାଇଥିଲା। ପରୀକ୍ଷା କେନ୍ଦ୍ରର ଅଧିକାରୀମାନେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ର ପ୍ରମୁଖ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଛାତ୍ରୀଜଣଙ୍କ ପରୀକ୍ଷା ବୁଧବାର କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଛାତ୍ରୀଙ୍କ ପରେ କରୋନା ଟେଷ୍ଟ ପାଇଁ ସେଣ୍ଟରକୁ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ୩ ଦିନ ଶଟ୍‌ଡାଉନ କୋହଳ: ୧୮ ସହରର ପ୍ରବେଶପଥ ସମ୍ପୂର୍ଣ୍ଣ ସିଲ୍‌

ଛତ୍ରପୁର, ୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବ୍ରହ୍ମପୁର, ଛତ୍ରପୁର ସମେତ ୧୮ ସହରର ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ସିଲ୍‌ କରାଯାଇଛି। କୌଣସି ବାହାର ଲୋକଙ୍କୁ ଜିଲା ଭିତରକୁ...

ଅଜବ ଅଣ୍ଡା ଦେଖି ଆଶ୍ଚର୍ଯ୍ୟ ହେଲେ ଦମ୍ପତି

ସାଧାରଣତଃ ପଶୁପକ୍ଷୀଙ୍କ ଅଣ୍ଡା ଦେଖିଥିବେ ମାତ୍ର ଫିନ୍‌ଲ୍ୟାଣ୍ଡ୍‌ ବୁଲିବାକୁ ଯାଇଥିବା ଦମ୍ପତି ସମୁଦ୍ରକୂଳରେ ଅଜବ ଅଣ୍ଡା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଅଣ୍ଡା କୌଣସି ପଶୁ...

ସ୍ବେଚ୍ଛାସେବୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଆସିକା,୩୧ା୩ (ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ଲାଗି ଆସିକା ଏନ୍‌ଏସିରେ ନିରାଶ୍ରୟଙ୍କୁ ଦୈନିକ ରନ୍ଧାଖାଦ୍ୟ ଦିଆଯାଉଛି। ମଙ୍ଗଳବାରଠାରୁ ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ନିରାଶ୍ରୟଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ...

ଏୟାର ଇଣ୍ଡିଆ ବିମାନରେ କରୋନା ବିସ୍ଫୋରଣ, ୧୦୦ ଯାତ୍ରୀ ପଜିଟିଭ୍‌…

ଚଣ୍ଡିଗଡ଼, ୬।୧ : ଏୟାର ଇଣ୍ଡିଆ ବିମାନରେ କରୋନା ବିସ୍ଫୋରଣ ଘଟିଛି। ପଞ୍ଜାବର ଅମୃତସର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାଞ୍ଚ୍‌ କରାଯାଇଥିବା ୧୮୨ ଯାତ୍ରୀଙ୍କ ନମୁନା...

ଆମେରିକାରେ ମାନବ ସୁରକ୍ଷା କର୍ମୀଙ୍କ ସ୍ଥାନ ନେବାରେ ଲାଗିଛି ରୋବୋ…

ଓ୍ବାଶିଂଟନ,୫।୩ : ଆମେରିକାରେ ମାନବ ସୁରକ୍ଷାକର୍ମୀଙ୍କ ବଦଳରେ ଏବେ ରୋବୋଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜନ କରିବାର ଧାରା ବଢ଼ିିବାରେ ଲାଗିଛି। ଘରୋଇ ଏବଂ ବ୍ୟବସାୟିକ କାର୍ଯ୍ୟରେ...

ସାମାଜିକ ବାସନ୍ଦ ନୁହେଁ, ସହଯୋଗ ଲୋଡ଼ା

ବିଶ୍ୱରେ କୁଷ୍ଠରୋଗ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୩୦ ଜାନୁୟାରୀରେ ବିଶ୍ୱ କୁଷ୍ଠ ନିବାରଣ ଦିବସ ପାଳନ କରାଯାଉଛି। । ଏହି ଦିବସରେ ଗାନ୍ଧିଜୀଙ୍କୁ...

ଫ୍ରାନ୍ସ୍‌-ବ୍ରିଟେନ୍‌ରେ କରୋନା ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ…

ପ୍ୟାରିସ୍‌/ଲଣ୍ଡନ, ୨୯।୧୨: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଫ୍ରାନ୍ସ ଏବଂ ବ୍ରିଟେନର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ...

ବିନା ଚାଳକରେ ରାସ୍ତାରେ ଗଡୁଛି ବାଇକ୍‌, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ...

Advertisement
Archives

Model This Week