ପୁରୂଣା ଯୋଜନାରେ ନୂଆ ଷ୍ଟିକର ଲାଗିବା ଚର୍ଚ୍ଚା

ଭୁବନେଶ୍ୱର,୬।୬(ଅନୁରାଧା ମହାରଣା)- ନୂତନ ସରକାର ଗଠନ ପରେ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଇଁ କାର୍ଯ୍ୟାରମ୍ଭ ହେବ ବୋଲି ରାଜ୍ୟବାସୀ ଅପେକ୍ଷା କରିରହିଛନ୍ତି। ମାତ୍ର ନିର୍ବାଚନୀ ପଳାଫଳର ଘୋଷଣା ପରେ ପରେ କେବଳ ବିଜେଡି ସରକାର ସମୟରେ କରାଯାଇଥିବା ବିଭିନ୍ନ ଯୋଜନା ପ୍ରଚଳନକୁ ନେଇ କେବଳ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ଲକ୍ଷ୍ମୀ ବସ୍‌ ଚଳାଚଳ ବନ୍ଦ ହୋଇଥିବାନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଥିବାବେଳେ ଅନେକ ଅଞ୍ଚଳରେ ଲକ୍ଷ୍ମୀବସରୁ ଲୋଗୋ ହଟାଯାଉଥିବା ଦେଖିବାକୁ ମିଳୁଛି। ନୂଆ ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିବେ କି କେବଳ ପୁରୂଣା ଯୋଜନାର ନୂଆ ନାମ ଦେବେ ସେନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଲକ୍ଷ୍ମୀବସଗୁଡ଼ିକରୁ ଷ୍ଟିକର ହଟାଯିବା ନେଇ ସ୍ଥାନୀୟ ଅଧିକାରୀଙ୍କ ଭିନ୍ନ ଭିନ୍ନ ମତ ରହୁଥିବାରୁ ସାଧାରଣରେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି ଲକ୍ଷ୍ମୀବସ୍‌ରେ ସ୍ବଳ୍ପ ଦେୟରେ ନିୟମିତ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ ନିରାଶ ଭାବ ଦେଖିବାକୁ ମିଳିଛି। ଗୁରୁବାର ସୁବର୍ଣ୍ଣପୁର, ମାଲକାନଗିରି, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ସହ ଅନ୍ୟାନ୍ୟ ଜିଲାରେ ବସରୁ ଲୋଗୋ ହଟାଯାଉଥିବା ନଜରକୁ ଆସିଛି।
ସୁବର୍ଣ୍ଣପୁର ଜିଲାରେ ଗୁରୁବାର ଲକ୍ଷ୍ମୀ ବସ୍‌ ଗୁଡିକରୁ ଷ୍ଟିକର ଖୋଲା ନେଇ ସୁବର୍ଣ୍ଣପୁର ଡିଏମ୍‌ ଓଏସ୍‌ଆରଟିସି ଜୟଶ୍ରୀ ମାନସି ଲକ୍ଷ୍ମୀ କହିଛନ୍ତି, ନିର୍ବାଚନ ଆଚରଣ ବିଧି କାରଣରୁ ଷ୍ଟିକରକୁ ଘୋଡାଇ ଦିଆଯାଇଥିଲା। କିଛି ଷ୍ଟିକର ଛିଣ୍ଡି ଯାଇଥିଲା। ବସ୍‌ ଯିବା ଆସିବା ସମୟରେ କିଛି ଯାତ୍ରୀ ଷ୍ଟିକର ଖୋଲି ଦେଇଥିଲେ। ଲକ୍ଷ୍ମୀ ବସ୍‌ ଯୋଜନା ବନ୍ଦ ହେବନି। ନୂଆ ବ୍ରାଣ୍ଡିଂ ଅର୍ଥାତ ରୂପରେଖ ବଦଳା ଯାଇ ଚାଲିବ ବୋଲି କହିଥିଲେ। ଜିଲାର ବୀରମହାରାଜପୁର ବ୍ଲକରେ ଲକ୍ଷ୍ମୀ ବସ୍‌ରୁ ଷ୍ଟିକର ହଟିବା ନେଇ ଓଏସ୍‌ଆରଟିସି ବସ୍‌ଷ୍ଟାଣ୍ଡ ଇନଚାର୍ଜ ଲିଲି ମହାନନ୍ଦଙ୍କୁ ପଚାରିବାରୁ ଆମ ଅଜାଣତରେ କିଏ ଖୋଲି ଦେଇଛି ବୋଲି ପ୍ରକାଶ କରିଛନ୍ତି। ଲକ୍ଷ୍ମୀ ବସ୍‌ ମେଣ୍ଟେନାନ୍ସ ଇନଚାର୍ଜ ମନରଞ୍ଜନ ବେହେରାଙ୍କୁ ପଚାରିବାରୁ ରାତିରେ କିଏ ଷ୍ଟିକର ଖୋଲି ଦେଇଛି। ଏନେଇ ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଛୁ ବୋଲି କହିଛନ୍ତି।
ସେହିପରି ମାଲକାନଗିରି ଜିଲାରେ ଲକ୍ଷ୍ମୀ ବସ୍‌ଗୁଡିକ ଜିଲା ଓ ବ୍ଲକ୍‌ ସଦର ମହକୁମାରୁ ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳକୁ ଗମନାଗମନ କରୁଥିବାବେଳେ ଛାତ୍ରୀଛାତ୍ର ଆଭ୍ୟନ୍ତରୀଣ ଅଞ୍ଚଳର ଲୋକମାନେ ଜିଲା ଓ ବ୍ଲକ ସଦର ମହକୁମାକୁ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଏହି ବସ୍‌ରେ ଯାତାୟାତ କରୁଥିଲେ। ଏ ସମ୍ପର୍କରେ ବସ୍‌ କର୍ମଚାରୀଙ୍କୁ ପଚାରିବାରୁ ବସ୍‌ ପରିଚାଳନା ଦାୟିତ୍ୱରେ ଥିବା ମ୍ୟାନେଜରମାନଙ୍କ ନିର୍ଦ୍ଦେଶକ୍ରମେ ଏସବୁ ଷ୍ଟିକରକୁ ଉଠାଇ ଦିଆଯାଇଛି। ତେବେ ବସରୁ ଲକ୍ଷ୍ମୀ ଲୋଗୋ ହଟିବା ପରେ କେଉଁ ଲୋଗୋ ଲଗାଯିବ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଯଦି ପୁରୁଣା ଯୋଜନାର ନୂଆ ନାମକରଣ କରାଯାଏ ତେବେ ଜନତାଙ୍କ ଅର୍ଥର ବ୍ୟର୍ଥ ବିନିଯୋଗ ହେବ ବୋଲି ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି।
ଅନ୍ୟପଟେ ପୁରୀ ଜିଲା ଅସ୍ତରଙ୍ଗ ଅସ୍ତରଙ୍ଗ ଅଞ୍ଚଳରେ ମଧ୍ୟ ଳକ୍ଷ୍ମୀ ଲୋଗୋ ହଟାଯିବା ନେଇ କାହା ପାଖରେ ଉତ୍ତର ନାହିଁ। ତେବେ ଏହି ଷ୍ଟିକର କିଏ କାଢିଲା ଏବଂ କାହା ନିର୍ଦ୍ଦେଶରେ କଢ଼ାଗଲା, ତାହା କାହା ପାଖରେ ଖବର ନାହିଁ। ଏ ବିଷୟରେ ବସ୍‌ କର୍ମଚାରୀ କିଛି ଜାଣି ନାହାନ୍ତି କହୁଥିବାବେଳେ ଆଉ କେତେଜଣ କର୍ମଚାରୀ ଭୁବନେଶ୍ୱରରୁ ଅଫିସର ଆସିଥିବା କହିଛନ୍ତି। ଆଗକୁ ଏହି ବସ୍‌ ଚାଲିବ କି ନାହିଁ ଚିନ୍ତାରେ ପଡ଼ିଛନ୍ତି।
ବସରୁ ଲକ୍ଷ୍ମୀ ଲୋଗୋ ହଟାଯିବା ପରେ ଲୋକେ ଲକ୍ଷ୍ମୀ ବସ କୁ କିପରି ଚିହ୍ନି ପାରିବେ ବୋଲି ମଧ୍ୟ ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ପରିବହନ ବିଭାଗର ଲକ୍ଷ୍ମୀ ବସର ଯୋଡା ବ୍ଲକ ସୁପର ଭାଇଜର ରଞ୍ଜନ ମହାନ୍ତ କହିଛନ୍ତି, ଅନ୍ୟ ବ୍ଲକ ରେ ଚାଲୁଥିବା ଲକ୍ଷ୍ମୀ ବସ ଗୁଡିକରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବସରୁ ଷ୍ଟିକର ଗୁଡ଼ିକ ହଟାଇ ଦିଆ ଯାଇଥିଲା। ଯୋଡା ବ୍ଲକରେ ରହି ଯାଇଥିଲା । ଏଣୁ ଏହାକୁ ହଟାଇ ଦିଆଯାଇଛି।
ସୁନ୍ଦରଗଡ ଜିଲା କୁତ୍ରା ବ୍ଲକରେ ନିଯୁକ୍ତ ହୋଇଥିବା ସଂଯୋଜକଙ୍କୁ ପଚାରିବାରୁ ସେମାନେ ଏହି ବିଷୟରେ ଜାଣି ନ ଥିବା କହିଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ବିଡିଓ ଯୁଗଳ କିଶୋର ବିଶ୍ୱାଳଙ୍କୁ ଏନେଇ ପଚାରିବାରୁ, ଶଙ୍ଖ ଚିହ୍ନ ଉଠାଯିବା ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ଏହି ବସ ଦାୟିତ୍ୱରେ ଥିବା ଉଚ୍ଚ ଅଧିକାରୀଙ୍କ ପକ୍ଷରୁ ତାଙ୍କ ପାଖକୁ ନିର୍ଦ୍ଦେଶ ଆସି ନ ଥିବା ସେ କହିଛନ୍ତି। କୌଣସି ନିର୍ଦ୍ଦେଶ ବିନା ଏକକାଳୀନ ଅଧିକାଂଶ ଜିଲାରୁ ଲୋଗୋ ହଟାଇବା ନେଇ କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି।
ରାୟଗଡ଼ା ଜିଲାରେ ଚାଲିଥିବା ୪୧ ବସ୍‌ରୁ ବର୍ତ୍ତମାନ ମିଶନ ଶକ୍ତି ଲୋଗୋ ହଟିଯାଇଛି। ନୂଆ ସରକାର ଗଠନ ପରେ ଲକ୍ଷ୍ମୀ ବସ୍‌ ଯୋଜନା ବଳବତ୍ତର ରହିବ, ନା ହଟିଯିବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗତ ମାର୍ଚ୍ଚରେ ଆସିଥିବା ୧୦ଟି ନୂତନ ବସ। ହେଲେ ସେଗୁଡିକ ଅଦ୍ୟାବଧି ପଞ୍ଜୀକରଣ ହୋଇନାହିଁ। ଏହା ପଞ୍ଜିକରଣ ହେବ, ନା ନାହିଁ ତାହାର ସୂଚନା ମଧ୍ୟ ନାହିଁ। ଏଣେ ମିଶନ ଶକ୍ତି ଲୋଗୋ କାହିଁକି ହଟାଗଲା ତାହା ଜଣାପଡ଼ିନାହିଁ। ଫଳରେ ଲକ୍ଷ୍ମୀ ବସ୍‌ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହେଉଥିବା ନେଇ ସାଧାରଣରେ ଆଲୋଚନା ଧରିଛି। ଏ ସମ୍ପର୍କରେ ଲକ୍ଷ୍ମୀ ବସ୍‌ ମ୍ୟାନେଜର ସୌମ୍ୟ ମିଶ୍ରଙ୍କୁ ପଚାରିବାରୁ କହିଛନ୍ତି ଯେ, ମିଶନ ଶକ୍ତି ଲୋଗୋ ହଟାଇବା ପାଇଁ ଅପରେଟରଙ୍କୁ ନିର୍ଦ୍ଦେଶ ମିଳିବା ପରେ ବାହାର କରାଗଲା।
ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଚାଲୁଥିବା ଲକ୍ଷ୍ମୀ ବସ ଚଳାଚଳ ଦାୟିତ୍ୱରେ ଥିବା ସୁପରଭାଇଜର ଲିପୁନ ନାଏକଙ୍କୁ ପଚାରିବାରୁ ଏପରି କିଏ କରିଛି ଜାଣିନଥିବା କହିଛନ୍ତି। ବସ କର୍ମଚାରୀ ମାନେ ଜଳଖିଆ ଖାଉଥିବା ସମୟରେ କିଛି ବ୍ୟକ୍ତି ଷ୍ଟିକର ଖୋଲିଥିବା କହିଛନ୍ତି। ସୂଚନା ଥାଉକି, ଲକ୍ଷ୍ମୀବସର ରୂପରେଖ ବଦଳିବା ନେଇ ବୁଧବାର ଓଡ଼ିଶା ରାଜ୍ୟ ପରିବହନ ବିଭାଗର ଅତିରିକ୍ତ ସଚିବଙ୍କ ଠାରୁ ସୂଚନା ମିଳିଥିଲା। ଯଦି ଏପରି ଯୋଜନା ରହିଛି ତେବେ ଏହାକୁ ସାର୍ବଜନୀନ କରିବାରେ ସମସ୍ୟା କେଉଁଠି ବୋଲି ପ୍ରଶ୍ନ ଉଠିଛି। ବିଭିନ୍ନ ଜିଲାର ଅଧିକାରୀଙ୍କ ପ୍ରତିକ୍ରିୟା ମେଳ ଖାଉନଥିବାରୁ ଲୋକ ଚିନ୍ତାରେ ପଡ଼ିଛନ୍ତି। ବ୍ୟୟବହୁଳ ଯୋଜନାର ମାତ୍ର କିଛି ମାସ ବିତିଥିବାବେଳେ ଏହାର ରୂପରେଖ ବଦଳାଇ ଅଯଥା ବ୍ୟୟ ବଢ଼ାଇବା ଯୋଜନାକୁ ସାଧାରଣରେ ନାପସନ୍ଦ କରାଯାଉଛି। ଆଉଯଦି ଲକ୍ଷ୍ମୀ ଚଳାଚଳ ବନ୍ଦ ହୁଏ ତେବେ ଏହା ରାଜ୍ୟବାସୀଙ୍କ ପାଇଁ ଶୁଭଙ୍କର ନୁହେଁ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?