ପୃଥିବୀର ଏହି ଅଞ୍ଚଳରେ ଏବେ ବି ନାହିଁ ଜୀବନ…

ଓ୍ବାଶିଂଟନ,୭।୯: ପୃଥିବୀର ସମସ୍ତ ଅଞ୍ଚଳରେ ଜୀବନ ରହିଛି। ଏକ ମୁଠା ମାଟିକୁ ପରୀକ୍ଷା କଲେ ଏଥିରେ କୋଟି କୋଟି ସୂକ୍ଷ୍ମ ଜୀବ ରହିଥିବାର ଜଣାପଡ଼ିଥାଏ। ମାତ୍ର ପୃଥିବୀର ଏଭଳି କିଛି ଅଞ୍ଚଳରେ ଏବେ ମଧ୍ୟ ଜୀବନ ସର୍ତ୍ତା ପହଞ୍ଚି ପାରିନି। ଅଣ୍ଟାର୍କଟିକାର ଟ୍ରାନ୍ସ୍‌ ଆଣ୍ଟାର୍କଟିକ ପାହାଡ଼ ମଧ୍ୟରେ କୌଣସି ଜୀବନ ସର୍ତ୍ତା ନାହିଁ ବୋଲି ଗବେଷକ ପ୍ରକାଶ କରିଛନ୍ତି।

ପ୍ରୋଭୋ ଅଟାହର ବ୍ରିଘମ୍‌ ୟଙ୍ଗ୍‌ ୟୁନିଭରସିଟି ଏବଂ ଆମେରିକା କଲୋରାଡୋ ୟୁନିଭରସିଟି ପକ୍ଷରୁ ଏକ ମିଳିତ ଗବେଷକ ଦଳ ଟ୍ରାନ୍ସ୍‌ ଆଣ୍ଟାର୍କଟିକ ପାହାଡ଼ ଅଞ୍ଚଳର ମାଟିକୁ ପରୀକ୍ଷା କରିଥିଲେ। ଜଣା ପଡ଼ିଥିଲା ମାଟିରେ ଗୋଟିଏ ମଧ୍ୟ ସୂକ୍ଷ୍ମ ଜୀବ ନାହିଁ। ସ୍ଥାନୀୟ ଅଞ୍ଚଳର ୨୦୪ ମାଟି ନମୁନା ପରୀକ୍ଷା ହୋଇଥିଲା। ଏହି ଅଞ୍ଚଳ ସାଉଥ୍‌ ପୋଲ୍‌ ଠାରୁ ୩୦୦ କିଲୋମିଟର ଦୂରରେ ଥିବା ଶେକଲଟନ ଗ୍ଲାସିୟର ନିକଟବର୍ତ୍ତୀ ଅଞ୍ଚଳରୁ ମାଟି ସଂଗ୍ରହ କରାଯାଇଥିଲା।

ମାଟି ନମୁନା ମଧ୍ୟରୁ ୨୦ ପ୍ରତିଶତ ମାଟିରେ ସୂକ୍ଷ୍ମ ଜୀବର ଡିଏନ୍‌ଏ ନ ଥିବା ଜଣାପଡ଼ିଥିଲା। ଏସବୁ ମାଟି ଥିବା ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଜୀବନ ପହଞ୍ଚି ନ ଥିବା ସ୍ପଷ୍ଟ ହୋଇଥିବା ଗବେଷକ ଦଳର ମୁଖ୍ୟ ବାୟରନ୍‌ ଏଡମ୍ସ୍‌ ପ୍ରକାଶ କରିଛନ୍ତି। ଏହି ଗବେଷଣା ରିପୋର୍ଟ ଜିଫିଜିକାଲ ରିସର୍ଚ୍ଚ ପତ୍ରିକା ବାୟୋ ଜିଓସାଇନ୍ସରେ ପ୍ରକାଶିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ହେବ ସବୁଠୁ କ୍ଷୀପ୍ର ଗତିରେ ଚାଲୁଥିବା କାର୍‌

ସବୁଠୁ କ୍ଷୀପ୍ର ଗତିରେ ଚାଲୁଥିବା କାର୍‌ ବିକ୍ରି ହେବା ପାଇଁ ପ୍ରସ୍ତୁତି ହୋଇରହିଛି। ଏହି କାର୍‌ର ନାମ ବ୍ଲଡହାଉଣ୍ଡ ସୁପରସୋନିକ୍‌ କାର୍‌। ଏହା ୨୦୧୯ ମସିହାରେ...

ବିଶ୍ୱ ପର୍ଯ୍ୟଟନ ୩୨୦ ବିଲିୟନ ଡଲାର ହରାଇଛି

ଜାତିସଂଘ, ୨୬।୮: କରୋନା ମହାମାରୀ ବିଶ୍ୱ ପର୍ଯ୍ୟଟନ ଶିଳ୍ପରେ ବିପର୍ଯ୍ୟୟ ଆଣିଛି। ଚଳିତ ବର୍ଷର ପ୍ରଥମ ୫ ମାସରେ ଏହି ଶିଳ୍ପ ୩୨୦ ବିଲିୟନ ଡଲାର...

ଆମେରିକା କଟକଣାକୁ ଅଣଦେଖା: ରୁଷିଆରୁ ଆସିବ ଏସ୍‌-୪୦୦ କ୍ଷେପଣାସ୍ତ୍ର

ଓ୍ବାଶିଂଟନ, ୩ା୧୦: ଭାରତ ରୁଷିଆନିର୍ମିତ ଭୂପୃଷ୍ଠରୁ ଆକାଶମାର୍ଗକୁ ଭେଦ କରିପାରୁଥିବା ଏସ୍‌-୪୦୦ ଟ୍ରୁମ୍ଫ କ୍ଷେପଣାସ୍ତ୍ର କ୍ରୟ କରିବ। ଏହା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ବେଶ୍‌ ସହାୟକ।...

କାବୁଲରୁ ୧୬୦ ଅଷ୍ଟ୍ରେଲୀୟ-ଆଫଗାନିସ୍ତାନ ନାଗରିକଙ୍କୁ ସ୍ଥାନାନ୍ତର

କାନବେରା,୨୦ା୮: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା ପରଠାରୁ ଅନ୍ୟ ଦେଶଗୁଡ଼ିକ ସେମାନଙ୍କର ନାଗରିକ ଏବଂ ଦୂତାବାସର ଅଧିକାରୀମାନଙ୍କୁ ସେଠାରୁ ସ୍ଥାନାନ୍ତର କରିବା ଆରମ୍ଭ କରି ଦେଇଛନ୍ତି। ତୃତୀୟ...

ଝଡ଼ ପ୍ରଭାବିତ ସହରର ନାଁ ଭୁଲିଗଲେ ରାଷ୍ଟ୍ରପତି

ଓ୍ବାଶିଂଟନ,୨ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମିସିସିପିର ‘ରୋଲିଂ ଫର୍କ ସହରକୁ ଯିବାବେଳେ ଏକ ବଡ଼ ଭୁଲ୍‌ କରିଛନ୍ତି। ଯେତେବେଳେ ସେ ଝଡ଼ ପ୍ରଭାବିତ ଅଞ୍ଚଳର...

ରୋଗ ପ୍ରତିରୋଧକ ଶକ୍ତିକୁ ଦ୍ୱନ୍ଦ୍ୱରେ ପକାଉଛି ଫାଷ୍ଟ ଫୁଡ୍‌

ଲଣ୍ଡନ, ୧୧ା୧:ଜୀବାଣୁ, ଭୂତାଣୁ ସହ ଲଢ଼ି ଆମକୁ ସୁସ୍ଥ ରଖିବାରେ ଇମ୍ୟୁନୋ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି କାମ କରିଥାଏ। ଆମେ ପ୍ରତିଦିନ କୋଟି...

ପ୍ରସବର ୫ ଦିନ ପରେ ପୁଣି ଆଉ ଦୁଇ ସନ୍ତାନ ଜନ୍ମଦେଲେ ମହିଳା

ସାଧାରଣତଃ ଏକାସାଙ୍ଗରେ ମହିଳା ୬ ସନ୍ତାନ ଜନ୍ମ ଦେଇଥିବା ଆଗରୁ ଅନେକ ଖବର ଶୁଣିବାକୁ ମିଳିଛି। ମାତ୍ର ଏବେ ଜଣେ ମହିଳା ଗୋଟିଏ ସନ୍ତାନ ଜନ୍ମ...

ମାଲିକଙ୍କୁ ଏମିତି ଶିକ୍ଷା ଦେଲା କୁକୁର, ଡରିକି ଦୌଡ଼ିଲେ ….

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week