ମିଳୁନି ପାଣି, ମଣିଷକୁ କୁମ୍ଭୀର ନେଉଛି ଟାଣି

କେନ୍ଦ୍ରାପଡ଼ା, ୨୯ା୭ (ଜଗନ୍ନାଥ ଧଳ): ଜାତୀୟଉଦ୍ୟାନ ଭିତରକନିକାର କୁମ୍ଭୀର ସଂଖ୍ୟା ବୃଦ୍ଧି କେନ୍ଦ୍ରାପଡ଼ା ଜିଲା ପାଇଁ ଆତଙ୍କ ହୋଇଛି। ୨ ମାସରେ କେବଳ ବ୍ରାହ୍ମଣୀ ନଦୀ ଓ ନାଳ ସଂଲଗ୍ନ ଅଞ୍ଚଳରୁ ୪ ଜଣଙ୍କ ଜୀବନ ଅକାଳରେ ନଷ୍ଟ ହୋଇଛି। ଉପାନ୍ତ ଅଞ୍ଚଳର ଏହି କୁମ୍ଭୀର ଆତଙ୍କ ଏବେ ବାହାର ଜିଲାରେ ଦେଖିବାକୁ ମିଳିଲାଣି। ଜାତୀୟ ଉଦ୍ୟାନର ସଂରକ୍ଷିତ ଅଞ୍ଚଳରୁ ବାହାରି ପଡୋଶୀ ଭଦ୍ରକ, ଯାଜପୁର ଓ ଜଗତ୍‌ସିଂହପୁର ଜିଲାର ନଦୀ ନାଳରେ କୁମ୍ଭୀର ଦେଖାଦେଲେଣି। ସ୍ନାନ, ଶୌଚ ଅଥବା ପାନୀୟ ଜଳ ଆଣିବା ସମୟରେ ଏହି ଭୟଙ୍କର ଜନ୍ତୁଙ୍କ ଆକ୍ରମଣର ଶିକାର ଲୋକ ଓ ପଶୁପକ୍ଷୀ ହେଉଛନ୍ତି। ଅପରପକ୍ଷରେ କେନ୍ଦ୍ରାପଡ଼ା ଜିଲାରେ ପାନୀୟ ଜଳ ପ୍ରକଳ୍ପ କାଗଜପତ୍ରରେ ସୀମିତ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଘରକୁ ନଳ ମାଧ୍ୟମରେ ଜଳ ଯୋଗାଣ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇନାହିଁ। ପ୍ରକଳ୍ପଗୁଡ଼ିକ ତୁରନ୍ତ କାର୍ଯ୍ୟକ୍ଷମ ହେଲେ କୁମ୍ଭୀର ଆତଙ୍କରୁ କିଛି ଆଶ୍ୱସ୍ତି ମିଳି ପାରନ୍ତା ବୋଲି ଦାବି କରାଯାଇଛି।
ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇର ଡା. ପି. ଏନ. ଗୌରାଙ୍ଗ କହିଛନ୍ତି, ଗତ ୨ ମାସରେ ୪ ଜଣଙ୍କ ଜୀବନ କୁମ୍ଭୀର ଆକ୍ରମଣରେ ଯାଇଛି। ସେହିପରି ଗୋଟିଏ ୧୩ ଫୁଟର କୁମ୍ଭୀରକୁ ଏଠାରୁ ଉଦ୍ଧାର କରାଯାଇ ରାଜନଗର ବ୍ଲକ ଭିତରକନିକାସ୍ଥିତ ବାଉଁଶଗଡି ନଦୀରେ ଛଡ଼ା ଯାଇଛି। ନଦୀ ଅଥବା ନାଳକୁ ଶୌଚ ଅଥବା ବାସନ ମାଜିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ହେଉଛି। ବନ ବିଭାଗ ପକ୍ଷରୁ ନଦୀରେ ସୁରକ୍ଷିତ ବାଡ଼ ବ୍ୟବସ୍ଥା କରାଯାଉ ଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ହେଉନାହିଁ। ପ୍ରତ୍ୟେକ ଲୋକଙ୍କ ଘରେ ନଳ ଯୋଗେ ପାଣି ବ୍ୟବସ୍ଥା ହୋଇଥିଲେ ଏହି ଦୁର୍ଘଟଣା ପରିମାଣ ନିଶ୍ଚିତ ଭାବେ କମ ହୋଇଥାନ୍ତା। ରମାକାନ୍ତ ଦଳାଇ କହିଛନ୍ତି, ଭିତରକନିକା ସଂରକ୍ଷିତ ଜଳାଶୟ ଅଞ୍ଚଳରେ ଏବେ କୁମ୍ଭୀର ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇଛି। ଜଳାଶୟ ଅଞ୍ଚଳର ଆବଶ୍ୟକତାଠାରୁ ଅଧିକ କୁମ୍ଭୀର ହୋଇଥିବାରୁ ବିଭିନ୍ନ ନଦୀ ନାଳକୁ ଖାଦ୍ୟ ଆଶାରେ ପହଞ୍ଚତ୍ ଯାଉଛନ୍ତି। ବନ ବିଭାଗ ପକ୍ଷରୁ ହେଉଥିବା ଗଣନାରେ ଏହାକୁ ଦର୍ଶାଯାଉନାହିଁ। ଅଞ୍ଚଳବାସୀଙ୍କ ଜୀବନଜୀବିକା ପାଇଁ ପାଣିର ଆବଶ୍ୟକତା ଅଛି। ତେବେ ରାଜ୍ୟ ସରକାର ଅଥବା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ନଦୀ ନାଳ ପାଣି ଉପଯୋଗ ସମୟରେ ଅକାଳରେ ଲୋକଙ୍କ ଜୀବନ ଯାଉଛି। ମିଲନ କୁମାର ଧଳ କହିଛନ୍ତି, ବସୁଧା ଯୋଜନାରେ ପ୍ରତ୍ୟେକ ଘରକୁ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ଅନୁଦାନ ମଞ୍ଜୁର କରିଛନ୍ତି। ଜିଲାରେ ୮ଟି ମେଗା ପାନୀୟ ଜଳ ପ୍ରକଳ୍ପ ସବୁଠି ଆରମ୍ଭ ହୋଇଥିଲେ ମଧ୍ୟ କୌଣସିଠାରେ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ଜଳ ଜୀବନ ମିଶନରେ ଅଦ୍ୟାବଧି ୧୩୫ ପଞ୍ଚାୟତରେ ଜଳ ଯୋଗାଣ ନ ଥିବା ଦର୍ଶାଯାଇଛି। ତେବେ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ଗୋଟିଏ ପଞ୍ଚାୟତକୁ ଛାଡ଼ି ଦେଲେ ଜିଲାର ଅବଶିଷ୍ଟ ୨୩୮ ପଞ୍ଚାୟତରେ ଅଧାପନ୍ତରିଆ ଅବସ୍ଥାରେ ଅଛି। ଏ ସମ୍ପର୍କରେ ରେଞ୍ଜର ମାନସ କୁମାର ଦାଶଙ୍କୁ ପଚାରିବାରେ ଏବେ କୁମ୍ଭୀରଙ୍କ ପ୍ରଜନନ ସମୟ। ଏହି ସମୟରେ ସେମାନଙ୍କ ଉପଦ୍ରବ ବଢ଼ୁଥିବାରୁ ଜନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଜଳ ଯୋଗଣ ବିଭାଗ ସହକାରୀ ଯନ୍ତ୍ରୀ ବିଶ୍ୱଜିତ ମିଶ୍ରଙ୍କୁ ପଚାରିବାରେ ଚଳିତ ବର୍ଷ ଶେଷ ଅଥବା ୨୦୨୪ ଆରମ୍ଭରେ ଉପାନ୍ତ ଅଞ୍ଚଳର ପାନୀୟ ଜଳ ପ୍ରକଳ୍ପ ଶେଷ ହେବ, ଯାହାଫଳରେ ସ୍ଥାନୀୟ ଲୋକଙ୍କ ନଦୀ ନାଳ ଉପରେ ନିର୍ଭର କମ ରହିବ। ଏହାଦ୍ୱାରା କୁମ୍ଭୀର ଆକ୍ରମଣ ସଂଖ୍ୟା ହ୍ରାସ ପାଇବା ଆଶା କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri