ସରକାରୀ ତଥ୍ୟରେ ସମାନତା ନାହିଁ

ପାରାଦୀପ,୪।୯(ସ୍ବ.ପ୍ର.): ରାଜ୍ୟରେ ସ୍ବଚ୍ଛ ଶାସନ ସମ୍ପର୍କରେ ସରକାର ପ୍ରାୟତଃ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି। କିନ୍ତୁ ବାସ୍ତବରେ ଅନେକ ସ୍ଥାନରେ ସରକାରୀ ତଥ୍ୟରେ ସମାନତା ଦେଖିବାକୁ ମିଳୁନି। ଏହାର ଦୃଷ୍ଟାନ୍ତ ଜଗତସିଂହପୁର ଜିଲା ପାରାଦୀପ ପୌରାଞ୍ଚଳରେ ଦେଖିବାକୁ ମିଳିଛି।
ପାରାଦୀପ ପୌରାଞ୍ଚଳର ଅନେକ ସ୍ଥାନରେ ଆର ଆଣ୍ଡ ବି ଡିଭିଜନ(ପୂର୍ତ୍ତ ଓ ଗୃହ ନିିର୍ମାଣ ବିଭାଗ) ଜଗତସିଂହପୁର ପକ୍ଷରୁ ନୂତନ ପ୍ରକଳ୍ପ, ମରାମତି, ନବୀକରଣ, ରୂପାନ୍ତରିକରଣ ଆଦି କରାଯାଇଛି। ମାତ୍ର ସେ ସମ୍ପର୍କରେ ତଥ୍ୟ ମାଗିଲେ ତା’ର କୌଣସି ଉତ୍ତର ମିଳୁନାହିଁ। ପାରାଦୀପ ପୌରାଞ୍ଚଳରେ କୌଣସି କାମ କରାଯାଇନାହିଁ ବୋଲି ଲିଖିତ ଭାବେ ସୂଚନା ମିଳିଛି। ଅପରପକ୍ଷେ ମୋ ସ୍କୁଲ ପକ୍ଷରୁ ଲିଖିତ ଭାବେ କୁହାଯାଇଛି ଯେ, ସ୍କୁଲର ମରାମତି ଓ ରୂପାନ୍ତରିକରଣ କାମ ଆର ଆଣ୍ଡ ବି ଡିଭିଜନ ଓ ମୁନିସିପାଲିଟି କରିଛି। ଏଭଳି ଭିନ୍ନ ଉତ୍ତରରେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରୁନାହିଁ।
ପାରାଦୀପ ପୌରାଞ୍ଚଳର ୧୯ଟି ଯାକ ୱାର୍ଡ ସୀମା ମଧ୍ୟରେ ଆର ଆଣ୍ଡ ବି ଡିଭିଜନ ୨୦୧୮ ମାର୍ଚ୍ଚ ୩୧ରୁ ୨୦୨୨ ଏପ୍ରିଲ ୧ ତାରିଖ ମଧ୍ୟରେ କେଉଁ କେଉଁ ମରାମତି ନବୀକରଣ, ନୂତନ ପ୍ରକଳ୍ପ, ରୂପାନ୍ତରୀକରଣ ଆଦି କାମ କରିଛି ତାର ସବିଶେଷ ବିବରଣୀ ମଗାଯାଇଥିଲା। ସୂଚନା ଆଇନ ଜରିଆରେ ଜୁନ ୭ରେ ଏସବୁ ତଥ୍ୟ ମଗାଯାଇଥିଲା। ଏହାର ଜବାବ ଧାର୍ଯ୍ୟ ସମୟ ୩୦ ଦିନ ମଧ୍ୟରେ ମିଳିଲା ନାହିଁ। ଏନେଇ ପ୍ରଥମ ଅପିଲ ଜୁଲାଇ ୮ରେ କରାଯାଇଥିଲା। ଏହାର ମାସକ ପରେ ଅଗଷ୍ଟ ୧୬ରେ ସୁପରଣ୍ଟେଣ୍ଡିଙ୍ଗ ଇଞ୍ଜିନିୟର ଆର ଆଣ୍ଡ ବି ଡିଭିଜନ ଜଗତ୍‌ସିଂହପୁର ଅଫିସ ପକ୍ଷରୁ ଉତ୍ତର ମିଳିଛି। ଚିଠି ନଂ.୨୮୯୬ରେ ଜନସୂଚନା ଅଧିକାରୀ ଲିଖିତ ଭାବେ ଦର୍ଶାଇଛନ୍ତି ଯେ, ପାରାଦୀପ ପୌରାଞ୍ଚଳରେ ଥିବ କୌଣସି ଓ୍ବାର୍ଡରେ ବିଭାଗ ପକ୍ଷରୁ କାମ କରାଯାଇନାହିଁ।
ଅପରପକ୍ଷେ, ପାରାଦୀପର ୧୪ ନଂ ୱାର୍ଡ ନୂଆବଜାରରେ ଥିବା ସଞ୍ଜୟ ଗାନ୍ଧୀ ହାଇସ୍କୁଲର ମରାମତି ନବୀକରଣ ରୂପାନ୍ତରିକରଣ ସମ୍ପର୍କରେ ଗତ ଏପ୍ରିଲ ୨୮ ରେ ସୂଚନା ମଗାଯାଇଥିଲା। ଜବାବରେ ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ସବିତା କୁମାରୀ ପରିଡା ମେ’ ୨୭ ରେ ସୂଚନା (ଚିଠି ନଂ ୫୨/୨୦୨୨)ଦେଇଥିଲେ। ସେଥିରେ ସେ ଦର୍ଶାଇଛନ୍ତି, ସ୍କୁଲକୁ ୨୦୧୮ ରୁ ୨୦୨୨ ମଧ୍ୟରେ ଦୁଇଥର ମରାମତି କରାଯାଇଛି। ଆର ଆଣ୍ଡ ବି ଡିଭିଜନ ଓ ପୌରପାଳିକା କାର୍ଯ୍ୟ ନିିର୍ବାହୀ ଅଧିକାରୀଙ୍କୁ ଏନେଇ ୧୫ ଲକ୍ଷ ଟଙ୍କା ଏନଇଏଫ୍‌ଟିରେ ପଠାଯାଇଛି। ସେହିପରି ପାରାଦୀପ ପୌରପାଳିକାକୁ କିଛି ସୂଚନା ମଗାଯାଇଥିଲା। ଗତ ଜୁଲାଇ ୨ରେ ମିଳିଥିବା ସୂଚନା (ଚିଠି ନଂ ୨୫୮୯)ରେ ୮୫ ପୃଷ୍ଠାର ଉତ୍ତର ମିଳିଛି। ସେଥିରେ ଅନେକ ସ୍ଥାନରେ କାମର ସବିଶେଷ ସୂଚନା ଆର ଆଣ୍ଡ ବି ଡିଭିଜନକୁ ଦିଆଯାଇଛି ବୋଲି ଦର୍ଶାଯାଇଛି। କିନ୍ତୁ ସୂଚନା ମାଗିଲେ କୌଣସି ଉତ୍ତର ମିଳୁନାହିଁ।
ଏ ସମ୍ପର୍କରେ ଆର ଆଣ୍ଡ ବି ଯନ୍ତ୍ରୀ ନିମାଇଁ ଦାସଙ୍କୁ ପଚାରିଲେ କୁହନ୍ତି,ଆମ ବିଭାଗ ପକ୍ଷରୁ ୨୦୧୮ ରୁ ୨୦୨୨ ମଧ୍ୟରେ କିଛି ନୂଆ କାମ ହୋଇନାହିଁ। ମୋ ସ୍କୁଲ ଦେଇଥିବା ଚିଠିରେ ଏହି ବିଭାଗ ନାମ ରହିଥିବା କୁହାଯିବାରୁ ଦାସ କହିଥିଲେ ମୋ ପାଖକୁ ଉକ୍ତ ଚିଠି ପଠାନ୍ତୁ। ତାକୁ ଦେଖିବା ପରେ ମତ ରଖିବି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri