ସରକାରୀ ତଥ୍ୟରେ ସମାନତା ନାହିଁ

ପାରାଦୀପ,୪।୯(ସ୍ବ.ପ୍ର.): ରାଜ୍ୟରେ ସ୍ବଚ୍ଛ ଶାସନ ସମ୍ପର୍କରେ ସରକାର ପ୍ରାୟତଃ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି। କିନ୍ତୁ ବାସ୍ତବରେ ଅନେକ ସ୍ଥାନରେ ସରକାରୀ ତଥ୍ୟରେ ସମାନତା ଦେଖିବାକୁ ମିଳୁନି। ଏହାର ଦୃଷ୍ଟାନ୍ତ ଜଗତସିଂହପୁର ଜିଲା ପାରାଦୀପ ପୌରାଞ୍ଚଳରେ ଦେଖିବାକୁ ମିଳିଛି।
ପାରାଦୀପ ପୌରାଞ୍ଚଳର ଅନେକ ସ୍ଥାନରେ ଆର ଆଣ୍ଡ ବି ଡିଭିଜନ(ପୂର୍ତ୍ତ ଓ ଗୃହ ନିିର୍ମାଣ ବିଭାଗ) ଜଗତସିଂହପୁର ପକ୍ଷରୁ ନୂତନ ପ୍ରକଳ୍ପ, ମରାମତି, ନବୀକରଣ, ରୂପାନ୍ତରିକରଣ ଆଦି କରାଯାଇଛି। ମାତ୍ର ସେ ସମ୍ପର୍କରେ ତଥ୍ୟ ମାଗିଲେ ତା’ର କୌଣସି ଉତ୍ତର ମିଳୁନାହିଁ। ପାରାଦୀପ ପୌରାଞ୍ଚଳରେ କୌଣସି କାମ କରାଯାଇନାହିଁ ବୋଲି ଲିଖିତ ଭାବେ ସୂଚନା ମିଳିଛି। ଅପରପକ୍ଷେ ମୋ ସ୍କୁଲ ପକ୍ଷରୁ ଲିଖିତ ଭାବେ କୁହାଯାଇଛି ଯେ, ସ୍କୁଲର ମରାମତି ଓ ରୂପାନ୍ତରିକରଣ କାମ ଆର ଆଣ୍ଡ ବି ଡିଭିଜନ ଓ ମୁନିସିପାଲିଟି କରିଛି। ଏଭଳି ଭିନ୍ନ ଉତ୍ତରରେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରୁନାହିଁ।
ପାରାଦୀପ ପୌରାଞ୍ଚଳର ୧୯ଟି ଯାକ ୱାର୍ଡ ସୀମା ମଧ୍ୟରେ ଆର ଆଣ୍ଡ ବି ଡିଭିଜନ ୨୦୧୮ ମାର୍ଚ୍ଚ ୩୧ରୁ ୨୦୨୨ ଏପ୍ରିଲ ୧ ତାରିଖ ମଧ୍ୟରେ କେଉଁ କେଉଁ ମରାମତି ନବୀକରଣ, ନୂତନ ପ୍ରକଳ୍ପ, ରୂପାନ୍ତରୀକରଣ ଆଦି କାମ କରିଛି ତାର ସବିଶେଷ ବିବରଣୀ ମଗାଯାଇଥିଲା। ସୂଚନା ଆଇନ ଜରିଆରେ ଜୁନ ୭ରେ ଏସବୁ ତଥ୍ୟ ମଗାଯାଇଥିଲା। ଏହାର ଜବାବ ଧାର୍ଯ୍ୟ ସମୟ ୩୦ ଦିନ ମଧ୍ୟରେ ମିଳିଲା ନାହିଁ। ଏନେଇ ପ୍ରଥମ ଅପିଲ ଜୁଲାଇ ୮ରେ କରାଯାଇଥିଲା। ଏହାର ମାସକ ପରେ ଅଗଷ୍ଟ ୧୬ରେ ସୁପରଣ୍ଟେଣ୍ଡିଙ୍ଗ ଇଞ୍ଜିନିୟର ଆର ଆଣ୍ଡ ବି ଡିଭିଜନ ଜଗତ୍‌ସିଂହପୁର ଅଫିସ ପକ୍ଷରୁ ଉତ୍ତର ମିଳିଛି। ଚିଠି ନଂ.୨୮୯୬ରେ ଜନସୂଚନା ଅଧିକାରୀ ଲିଖିତ ଭାବେ ଦର୍ଶାଇଛନ୍ତି ଯେ, ପାରାଦୀପ ପୌରାଞ୍ଚଳରେ ଥିବ କୌଣସି ଓ୍ବାର୍ଡରେ ବିଭାଗ ପକ୍ଷରୁ କାମ କରାଯାଇନାହିଁ।
ଅପରପକ୍ଷେ, ପାରାଦୀପର ୧୪ ନଂ ୱାର୍ଡ ନୂଆବଜାରରେ ଥିବା ସଞ୍ଜୟ ଗାନ୍ଧୀ ହାଇସ୍କୁଲର ମରାମତି ନବୀକରଣ ରୂପାନ୍ତରିକରଣ ସମ୍ପର୍କରେ ଗତ ଏପ୍ରିଲ ୨୮ ରେ ସୂଚନା ମଗାଯାଇଥିଲା। ଜବାବରେ ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ସବିତା କୁମାରୀ ପରିଡା ମେ’ ୨୭ ରେ ସୂଚନା (ଚିଠି ନଂ ୫୨/୨୦୨୨)ଦେଇଥିଲେ। ସେଥିରେ ସେ ଦର୍ଶାଇଛନ୍ତି, ସ୍କୁଲକୁ ୨୦୧୮ ରୁ ୨୦୨୨ ମଧ୍ୟରେ ଦୁଇଥର ମରାମତି କରାଯାଇଛି। ଆର ଆଣ୍ଡ ବି ଡିଭିଜନ ଓ ପୌରପାଳିକା କାର୍ଯ୍ୟ ନିିର୍ବାହୀ ଅଧିକାରୀଙ୍କୁ ଏନେଇ ୧୫ ଲକ୍ଷ ଟଙ୍କା ଏନଇଏଫ୍‌ଟିରେ ପଠାଯାଇଛି। ସେହିପରି ପାରାଦୀପ ପୌରପାଳିକାକୁ କିଛି ସୂଚନା ମଗାଯାଇଥିଲା। ଗତ ଜୁଲାଇ ୨ରେ ମିଳିଥିବା ସୂଚନା (ଚିଠି ନଂ ୨୫୮୯)ରେ ୮୫ ପୃଷ୍ଠାର ଉତ୍ତର ମିଳିଛି। ସେଥିରେ ଅନେକ ସ୍ଥାନରେ କାମର ସବିଶେଷ ସୂଚନା ଆର ଆଣ୍ଡ ବି ଡିଭିଜନକୁ ଦିଆଯାଇଛି ବୋଲି ଦର୍ଶାଯାଇଛି। କିନ୍ତୁ ସୂଚନା ମାଗିଲେ କୌଣସି ଉତ୍ତର ମିଳୁନାହିଁ।
ଏ ସମ୍ପର୍କରେ ଆର ଆଣ୍ଡ ବି ଯନ୍ତ୍ରୀ ନିମାଇଁ ଦାସଙ୍କୁ ପଚାରିଲେ କୁହନ୍ତି,ଆମ ବିଭାଗ ପକ୍ଷରୁ ୨୦୧୮ ରୁ ୨୦୨୨ ମଧ୍ୟରେ କିଛି ନୂଆ କାମ ହୋଇନାହିଁ। ମୋ ସ୍କୁଲ ଦେଇଥିବା ଚିଠିରେ ଏହି ବିଭାଗ ନାମ ରହିଥିବା କୁହାଯିବାରୁ ଦାସ କହିଥିଲେ ମୋ ପାଖକୁ ଉକ୍ତ ଚିଠି ପଠାନ୍ତୁ। ତାକୁ ଦେଖିବା ପରେ ମତ ରଖିବି।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri