ଅପମିଶ୍ରିତ ଖାଦ୍ୟ ବିକ୍ରି ଉପରେ କଟକଣା ନାହିଁ

ନୟାଗଡ଼,୭ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ବିଭିନ୍ନ ହୋଟେଲ, ଢ଼ାବା, ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନରେ ସୁଆଦିଆ ଖାଦ୍ୟ ନଁାରେ ବାସି, ଅପମିଶ୍ରିତ ଓ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି। ଗ୍ରାହକ ଆହାର ବଦଳରେ ଜହର ଖାଇ ରୋଗ କିଣିଛନ୍ତି। ପ୍ରଶାସନର ଧରପଗଡ଼, ନମୁନା ସଂଗ୍ରହ ହେଉ ନ ଥିବାରୁ ଅସାଧୁ ତଥା ଲାଭଖୋର ବ୍ୟବସାୟୀମାନେ ଗ୍ରାହକଙ୍କୁ ଏପରି ନିମ୍ନମାନର ଖାଦ୍ୟ ବିକ୍ରି କରୁଛନ୍ତି।
ଜିଲାରେ ପ୍ରତିଦିନ ନୂଆ ହୋଟେଲ, ଢ଼ାବା, ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନ ଖୋଲୁଛି ଓ ବନ୍ଦ ହେଉଛି। ସେଥି ମଧ୍ୟରୁ କିଏ ସ୍ବିକୃତୀପ୍ରାପ୍ତ ଓ କିଏ ଅଣସ୍ବିକୃତୀପ୍ରାପ୍ତ ଗ୍ରାହକ ଜାଣି ପାରୁନାହାନ୍ତି। ଜିଲାର ରଣପୁର, ରାଜସୁନଖଳା, ଦର୍ପନାରାୟଣପୁର, ଚାନ୍ଦପୁର, ଡମସାହି, ଖଣ୍ଡପଡ଼ା, ଖଳିସାହି, କଣ୍ଟିଲୋ, ଓଡ଼ଗଁା, ଶରଣକୁଳ, ଗୋଡିପଡ଼ା, କଜଳାଇପଲୀ, ମଗରବନ୍ଧ, ନୂଆଗଁା, ବାହାଡ଼ାଝୋଲା, ମହୀପୁର, ଦଶପଲ୍ଲା, ବାଣିଗୋଛା, ଗଣିଆ, ଛାମୁଣ୍ଡିଆ, ନୟାଗଡ଼, ଇଟାମାଟି, ପଣ୍ଡୁସର, ବାଲୁଗଁା, ଭାପୁର, ଫତେଗଡ଼, ବାଇଗୁଣିଆ, ବାହାଡ଼ା ଅଞ୍ଚଳରେ ରହିଥିବା ଅଧିକାଂଶ ହୋଟେଲ, ଢ଼ାବା ଓ ଜଳଖିଆ ଦୋକାନରେ ଅପମିଶ୍ରିତ ଓ କମ୍‌ ଦାମର ତେଲ, ଘିଅରେ ପ୍ରସ୍ତୁତ ଜଳଖିଆ ଏବଂ ଖାଦ୍ୟପଦାର୍ଥ ବିକ୍ରି ଚାଲିଛି। ସେହିପରି ଫାଷ୍ଟଫୁଡ୍‌ ଦୋକାନରେ ମଧ୍ୟ ଦୂଷିତ ଓ ଅପମିଶ୍ରିତ ଖାଦ୍ୟ ବିକ୍ରି ହେଉଛି। ନୟାଗଡ଼ ସହରରେ ୭ ବଡ଼ ହୋଟେଲ, ୬ ମଧ୍ୟମ ଧରଣର ହୋଟେଲ, ୯ରୁ ଊର୍ଦ୍ଧ୍ୱ ଛୋଟ ହୋଟେଲ, ୧୦ ରେଷ୍ଟୁରାଣ୍ଟ, ୧୬ରୁ ଊର୍ଦ୍ଧ୍ୱ ଫାଷ୍ଟଫୁଡ ଦୋକାନ ରହିଛି। ରାଜ୍ୟର ପ୍ରତ୍ୟେକ ଜିଲାରେ ନିଯୁକ୍ତ ଫୁଡ୍‌ ସେଫ୍ଟି ଅଫିସର ସେମାନଙ୍କ ଅଞ୍ଚଳରେ ବିକ୍ରି ହେଉଥିବା ଖାଦ୍ୟର ପ୍ରକୃତମାନ ନିରୂପଣ ପାଇଁ ଏହାକୁ ପରୀକ୍ଷାଗାରକୁ ପଠାଇବା ପରେ ୪୦ଦିନ ମଧ୍ୟରେ ରିପୋର୍ଟ ମିଳିବାର ନିୟମ ରହିଛି। ଯଦି କୌଣସି ଜରିଆରେ ଅପମିଶ୍ରଣ ଅଥବା ଦୂଷିତ ଖାଦ୍ୟ ବିକ୍ରି ହେଉଥିବା ପ୍ରମାଣଯୋଗ୍ୟ ରିପୋର୍ଟ ମିଳେ ତେବେ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି। କିନ୍ତୁ ଜିଲାରେ ଏହି ଆଇନ ଫାଇଲ ଭିତରେ ରହିଯାଇଛି। ଅନେକସ୍ଥାନରେ ଦୂଷିତ ଜଳ ପିଇବାକୁ ଦିଆଯାଉଥିବା ଲକ୍ଷ୍ୟ କରାଯାଉଛି। ବୁଲା ବିକାଳୀମାନେ ଦହିବରା, ଗୁପଚୁପ ଆଦି ନିମ୍ନମାନର ଖାଦ୍ୟପଦାର୍ଥ ଗଁା ଓ ସହରର ବିଭିନ୍ନ ୱାର୍ଡରେ ବିକ୍ରି କରୁଛନ୍ତି। କାର୍ଯ୍ୟାନୁଷ୍ଠାନ ନ ଥିବାରୁ ବଢ଼ି ଚାଲିଛି ଏପରି ଖାଦ୍ୟ ସାମଗ୍ରୀ ବିକ୍ରି।
ଏନେଇ ନୟାଗଡ଼ର ଗ୍ରାହକ ସଦାଶିବ ସାହୁ, ଭାପୁରର ଗୋଲାପ ଦଳେଇ, ନୂଆଗଁାର ସୀତା ପ୍ରଧାନ କୁହନ୍ତି, ବିଭିନ୍ନ କାମ ନେଇ ଲୋକମାନେ ଜିଲା ସଦର ମହକୁମା, ବ୍ଳକ ସଦର ମହକୁମା, ଏନଏସି, ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସହ ବିଭିନ୍ନ ଅଫିସକୁ ଆସୁଛନ୍ତି। ସେହି ଲୋକମାନେ ଖାଉଥିବା ଖାଦ୍ୟ କେତେ ନିରାପଦ ତାହା ଜାଣିବାକୁ ଚେଷ୍ଟା କରି ନ ଥାନ୍ତି। ପୁଣି ରୋଷେଇ ହେଉଥିବା ସ୍ଥାନକୁ ଯିବାକୁ ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। ରୋଷେଇ ଘରକୁ ହୋଟେଲ, ଢ଼ାବା, ଜଳଖିଆ ଦୋକାନୀ ଛାଡି ନ ଥାନ୍ତି। ଏଭଳି ସ୍ଥଳେ ଫୁଡ୍‌ ସେପ୍ଟି ଅଫିସର ଅଚାନକ ପରିଦର୍ଶନ, ଚଢ଼ାଉ ଜାରି ରଖିଲେ ବ୍ୟବସାୟୀମାନେ ଭୟଭୀତ ହୁଅନ୍ତେ। ତେବେ ସେପରି କିଛି ନ ଥିବାରୁ ଅପମିଶ୍ରଣ, ନିମ୍ନମାନର ଓ ବାସି ଖାଦ୍ୟ ଖାଇଲେ କିଛି କରି ହେଉନି। ଖାଦ୍ୟର ମାନ ସମ୍ପର୍କରେ ପାଟିତୁଣ୍ଡ କଲେ ସୁଫଳ ମିଳୁନି। ବରଂ ଗଣ୍ଡଗୋଳ ଓ ଉତ୍ତେଜନା ସୃଷ୍ଟି ହେଉଛି। ଗ୍ରାହକ ଖାଦ୍ୟର ମାନ ଭଲ ନୁହେଁ ଅଭିଯୋଗ କଲାବେଳକୁ ତାଙ୍କର ଅଭିଯୋଗ ଶୁଣିବାକୁ କେହି ନାହାନ୍ତି। କେଉଁଠି ସେ ଅଭିଯୋଗ କରିବ ସେ ଜାଣି ନ ଥାଆନ୍ତି। ଫୁଡ ସେଫ୍ଟି ଅଫିସର ନବ ସାହୁ କୁହନ୍ତି, ଧରପଗଡ଼ ନମୁନା ସଂଗ୍ରହ ଜାରି ରହିଛି। ଏକାଧିକ ହୋଟେଲ ବିରୋଧରେ ମକଦ୍ଦମା କରାଯାଇଛି। ଆଗାମୀ ଦିନରେ ଚଢ଼ାଉକୁ ତ୍ୱରାନ୍ବିତ କରାଯିବ ବୋଲି କହିଛନ୍ତି। ଜିଲା ଜନ ସ୍ବାସ୍ଥ୍ୟ ଅଧିକାରୀ ପୁଷ୍ପା ନୀଳିମା ଲାକ୍ରା କୁହନ୍ତି ବାସି, ଅପମିଶ୍ରିତ ଓ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବାର ଅଭିଯୋଗ ଆସୁଥିବାରୁ ଖୁବ ଶୀଘ୍ର ଚଢ଼ାଉ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?