ବର୍ଷା ନାହିଁ,ଜଳିବାକୁ ବସିଲାଣି ଧାନ ଫସଲ

ଚିକିଟି,୧।୧୧(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ବ୍ଲକରେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ବିଳମ୍ବରେ ହେଲେ ମଧ୍ୟ ଦୁଇ ମାସ ତଳେ ହୋଇଥିବା ବର୍ଷାରେ ପ୍ରାୟ ଅଧିକାଂଶ ଜମିରେ ଧାନ ଚାଷ ହୋଇଥିଲା। କିନ୍ତୁ ବର୍ତ୍ତମାନ ବର୍ଷା ନ ହେବାରୁ ଜମି ଫାଟି ଆଁ କରିଥିବା ବେଳେ ଧାନଗଛ ଶୁଖି ମରିଯିବାକୁ ବସିଲାଣି। ଚାଷୀ ମଜୁରି ଦେଇ ଓ ସାର କିଣି ହତାଶ ହୋଇଥିବା ବେଳେ ଏବେ ପୁଣି ଧାର କରି କିରୋସିନ, ଡିଜେଲ ଓ ପାଣିପମ୍ପ ଟଙ୍କା ଦେଇ ଥକି ଗଲେଣି। ବର୍ତ୍ତମାନ ଧାନ ଗଛରୁ କେଣ୍ଡା ବାହାରୁଥିବା ବେଳେ ଜମିକୁ ପାଣି ମିଳୁନି। ମରୁଡି ପରିସ୍ଥିତିର ମୁକାବିଲା ପାଇଁ ଜିଲା କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଉ ନ ଥିବା ସୁନୁପୁର, ଗିରିସୋଲା, ଝାଟିପଦର, ଚାନ୍ଦପୁର, ନୂଆପଡା, ଡଭାର ଆଦି ଗ୍ରାମର ଚାଷୀମାନେ ଅଭିଯୋଗ କରିଛନ୍ତି। ଉକ୍ତ ବ୍ଲକର ମୋଟ ୯୭୬୦ ହେକ୍ଟର ଜମିରେ ଧାନ ଚାଷ ରହିଥିବା ବେଳେ ୮୧୩୭ ହେକ୍ଟର ଜମିରେ ଜଳସେଚନର ସୁବିଧା ରହିଛି। ଆଉ ବଳକା ୧୬୨୩ ହେକ୍ଟର ଜମିରେ ସମ୍ପୂର୍ଣ୍ଣ ରୂପେ ବର୍ଷା ଉପରେ ନିର୍ଭରଶୀଳ। ଦୀର୍ଘ ଦୁଇ ମାସ ଧରି ବର୍ଷା ନ ହେବାରୁ ଜମି ଶୁଖି ଯାଇଛି। ବାଘଲଟି କେନାଲ ଦ୍ୱାରା ଚାନ୍ଦପୁର ପଞ୍ଚାୟତର ଚାନ୍ଦପୁର, ଦେଉଳିଆପଡା, ବାତରଡା, ବାଦୁଆ, ବଳରାମପୁର, ସୁନ୍ଦରଡା, ବେଲପନ୍ତି, ବୈଦ୍ୟନାଳଶାସନ ଆଦି ଅଞ୍ଚଳ ଜଳସେଚନର ବ୍ୟବସ୍ଥା ରହିଛି। ଅପରପକ୍ଷରେ ଲାଲମେଣ୍ଟା, କୁଟିଲିଙ୍ଗ, ରାମଚନ୍ଦ୍ରପୁର, ପିତାତଳି, କଳବାଡ ଆଦି ଅଞ୍ଚଳ ବାହୁଦା କେନାଲ ଉପରେ ନିର୍ଭର କରୁଥିଲେ ହେଁ ଠିକ ଭାବେ ପାଣି ଛଡ଼ା ଯାଉ ନ ଥିବା ଚାଷୀ ଅଭିଯୋଗ କରିଛନ୍ତି। ଚଳିତବର୍ଷ ବିଳମ୍ବରେ ବର୍ଷା ହେବାରୁ ଡେରି ହେଉ ପଛେ ରୁଆ ବେଉଷଣ କରିଥିଲେ। ବର୍ତ୍ତମାନ ଦୁଇ ମାସ ହେଲା ବର୍ଷାର ନାଁ ଗନ୍ଧ ନାହିଁ। ଅମଳ ହେଲେ ପୁରୁଣା କରଜ ଶୁଝି ମୁକ୍ତି ପାଇବେ ବୋଲି ଆଶା କରିଥିଲେ । ବର୍ତ୍ତମାନ ଚାଷୀ ଏଭଳି ପରିସ୍ଥିତିକୁ କିପରି ସାମ୍ନା କରିବେ ଚିନ୍ତାରେ ପଡିଯାଇଛନ୍ତି। ତୁରନ୍ତ ପ୍ରଶାସନ
ଏଥିପ୍ରତି ଦୃଷ୍ଟି ଦେଇ ଚିକିଟି ବ୍ଲକକୁ ସମ୍ପୂଣ୍ଣ ମରୁଡି ଘୋଷଣା କରାଯାଉ ବୋଲି ଚାଷୀଙ୍କ ପକ୍ଷରୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri