ବର୍ଷା ନାହିଁ,ଜଳିବାକୁ ବସିଲାଣି ଧାନ ଫସଲ

ଚିକିଟି,୧।୧୧(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ବ୍ଲକରେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ବିଳମ୍ବରେ ହେଲେ ମଧ୍ୟ ଦୁଇ ମାସ ତଳେ ହୋଇଥିବା ବର୍ଷାରେ ପ୍ରାୟ ଅଧିକାଂଶ ଜମିରେ ଧାନ ଚାଷ ହୋଇଥିଲା। କିନ୍ତୁ ବର୍ତ୍ତମାନ ବର୍ଷା ନ ହେବାରୁ ଜମି ଫାଟି ଆଁ କରିଥିବା ବେଳେ ଧାନଗଛ ଶୁଖି ମରିଯିବାକୁ ବସିଲାଣି। ଚାଷୀ ମଜୁରି ଦେଇ ଓ ସାର କିଣି ହତାଶ ହୋଇଥିବା ବେଳେ ଏବେ ପୁଣି ଧାର କରି କିରୋସିନ, ଡିଜେଲ ଓ ପାଣିପମ୍ପ ଟଙ୍କା ଦେଇ ଥକି ଗଲେଣି। ବର୍ତ୍ତମାନ ଧାନ ଗଛରୁ କେଣ୍ଡା ବାହାରୁଥିବା ବେଳେ ଜମିକୁ ପାଣି ମିଳୁନି। ମରୁଡି ପରିସ୍ଥିତିର ମୁକାବିଲା ପାଇଁ ଜିଲା କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଉ ନ ଥିବା ସୁନୁପୁର, ଗିରିସୋଲା, ଝାଟିପଦର, ଚାନ୍ଦପୁର, ନୂଆପଡା, ଡଭାର ଆଦି ଗ୍ରାମର ଚାଷୀମାନେ ଅଭିଯୋଗ କରିଛନ୍ତି। ଉକ୍ତ ବ୍ଲକର ମୋଟ ୯୭୬୦ ହେକ୍ଟର ଜମିରେ ଧାନ ଚାଷ ରହିଥିବା ବେଳେ ୮୧୩୭ ହେକ୍ଟର ଜମିରେ ଜଳସେଚନର ସୁବିଧା ରହିଛି। ଆଉ ବଳକା ୧୬୨୩ ହେକ୍ଟର ଜମିରେ ସମ୍ପୂର୍ଣ୍ଣ ରୂପେ ବର୍ଷା ଉପରେ ନିର୍ଭରଶୀଳ। ଦୀର୍ଘ ଦୁଇ ମାସ ଧରି ବର୍ଷା ନ ହେବାରୁ ଜମି ଶୁଖି ଯାଇଛି। ବାଘଲଟି କେନାଲ ଦ୍ୱାରା ଚାନ୍ଦପୁର ପଞ୍ଚାୟତର ଚାନ୍ଦପୁର, ଦେଉଳିଆପଡା, ବାତରଡା, ବାଦୁଆ, ବଳରାମପୁର, ସୁନ୍ଦରଡା, ବେଲପନ୍ତି, ବୈଦ୍ୟନାଳଶାସନ ଆଦି ଅଞ୍ଚଳ ଜଳସେଚନର ବ୍ୟବସ୍ଥା ରହିଛି। ଅପରପକ୍ଷରେ ଲାଲମେଣ୍ଟା, କୁଟିଲିଙ୍ଗ, ରାମଚନ୍ଦ୍ରପୁର, ପିତାତଳି, କଳବାଡ ଆଦି ଅଞ୍ଚଳ ବାହୁଦା କେନାଲ ଉପରେ ନିର୍ଭର କରୁଥିଲେ ହେଁ ଠିକ ଭାବେ ପାଣି ଛଡ଼ା ଯାଉ ନ ଥିବା ଚାଷୀ ଅଭିଯୋଗ କରିଛନ୍ତି। ଚଳିତବର୍ଷ ବିଳମ୍ବରେ ବର୍ଷା ହେବାରୁ ଡେରି ହେଉ ପଛେ ରୁଆ ବେଉଷଣ କରିଥିଲେ। ବର୍ତ୍ତମାନ ଦୁଇ ମାସ ହେଲା ବର୍ଷାର ନାଁ ଗନ୍ଧ ନାହିଁ। ଅମଳ ହେଲେ ପୁରୁଣା କରଜ ଶୁଝି ମୁକ୍ତି ପାଇବେ ବୋଲି ଆଶା କରିଥିଲେ । ବର୍ତ୍ତମାନ ଚାଷୀ ଏଭଳି ପରିସ୍ଥିତିକୁ କିପରି ସାମ୍ନା କରିବେ ଚିନ୍ତାରେ ପଡିଯାଇଛନ୍ତି। ତୁରନ୍ତ ପ୍ରଶାସନ
ଏଥିପ୍ରତି ଦୃଷ୍ଟି ଦେଇ ଚିକିଟି ବ୍ଲକକୁ ସମ୍ପୂଣ୍ଣ ମରୁଡି ଘୋଷଣା କରାଯାଉ ବୋଲି ଚାଷୀଙ୍କ ପକ୍ଷରୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା...

ଭାଜପା,ବିଜେଡି କଳହପ୍ରିୟ: ଅଜୟ କୁମାର

କଟକ, ୨୮ା୪(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କଟକସ୍ଥିତ ଖ୍ରୀଷ୍ଟିଆନ୍‌ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri