ଗଞ୍ଜାମ ରାଜନୀତିରେ ଟାଇଗର ଆଉ ନାହାନ୍ତି

ବ୍ରହ୍ମପୁର/ଦିଗପହଣ୍ଡି, ୩ା୯(ନରସିଂହ ସାହୁ)/(ଅଶେଷନାଥ ମିଶ୍ର)ଗଞ୍ଜାମ ଜିଲାର ବିଶିଷ୍ଟ ରାଜନୀତିଜ୍ଞ ସୂର୍ଯ୍ୟନାରାୟଣ ପାତ୍ର ରାଜନୀତିରେ ଜଣେ ଦକ୍ଷ ଖେଳୁଆଡ଼ ହୋଇଥିବାରୁ ତାଙ୍କୁ ଗଞ୍ଜାମ ଟାଇଗର ନଂ-୨ କୁହାଯାଉଥିଲା। ରାଜନୈତିକ ଜୀବନରେ ସେ ଏକାଧିକଥର କ୍ୟାବିନେଟ ମନ୍ତ୍ରୀ ହୋଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ। ୨୦୧୯ ନିର୍ବାଚନରେ ଜିତିବା ପରେ ସାମ୍ବିଧାନିକ ପଦ ବିଧାନସଭାର ବାଚସ୍ପତି ପଦ ପାଇଥିଲେ। ଶନିବାର ତାଙ୍କ ପରଲୋକରେ ବ୍ରହ୍ମପୁର ସମେତ ଜିଲାରେ ଗଭୀର ଶୋକବ୍ୟକ୍ତ କରାଯାଇଛି।
ଛାତ୍ର ଜୀବନରୁ ଅଣକଂଗ୍ରେସ ରାଜନୀତି ଆରମ୍ଭ କରିଥିବା ସୂର୍ଯ୍ୟ ଅନେକ ସମୟରେ ବିଭିନ୍ନ ଦାବି ନେଇ ବ୍ରହ୍ମପୁରରେ ହୋଇଥିବା ଛାତ୍ର ଆନ୍ଦୋଳନରେ ସକ୍ରିୟ ଭୂମିକା ତୁଲାଇଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୬୦ଦଶକରେ ହୋଇଥିବା ଭୟଙ୍କର ଛାତ୍ର ଆନ୍ଦୋଳରେ ସାମିଲ ହୋଇଥିଲେ। ଖଲ୍ଲିକୋଟ କଲେଜ ଛାତ୍ର ସଂସଦର ମଧ୍ୟ କର୍ମକର୍ତ୍ତା ଥିଲେ। ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପରେ ସେ ସିନେଟ ଓ ସିଣ୍ଡକେଟ ସଦସ୍ୟ ହୋଇଥିଲେ। ବ୍ରହ୍ମପୁର ବାସିନ୍ଦା ସୂର୍ଯ୍ୟ ସହରରେ ଲୋକପ୍ରିୟ ଥିଲେ। ରାଜନୀତିରେ ପାଦ ଥାପି ପ୍ରଥମେ ପୌରପାଳିକା ସଂସ୍ଥାକୁ କାଉନସିଲର ଭାବେ ନିର୍ବାଚିତ ହୋଇ ସହରର ବିକାଶ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ୧୯୮୪ ଲୋକସଭା ନିର୍ବାଚନରେ ବ୍ରହ୍ମପୁର କ୍ଷେତ୍ରରୁ ତତ୍‌କାଳୀନ ଜନତା ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ପରବର୍ତ୍ତି ୧୯୮୯ ନିର୍ବାଚନରେ ମଧ୍ୟ ସେହି ଜନତା ପାର୍ଟିରୁ ଲଢ଼ି ପରାଜିତ ହୋଇଥିଲେ। ୧୯୯୦ ବିଧାନସଭା ନିର୍ବାଚନରେ ଜନତା ଦଳରୁ ମୋହନା ବିଧାନସଭା ଆସନରୁ ଜିତିଥିଲେ। ବିଧାୟକ ଥାଇ ବିଜୁ ବାବୁଙ୍କ ନିର୍ଦ୍ଦେଶରେ ୧୯୯୧ ଲୋକସଭା ନିର୍ବାଚନରେ ପୁଣି ତୃତୀୟ ଥର ବ୍ରହ୍ମପୁର କ୍ଷେତ୍ରରୁ ଲଢ଼ିଥିଲେ। ୧୯୯୨ରେ ବିଜୁୁ ବାବୁ ତାଙ୍କ ମନ୍ତ୍ରୀମଣ୍ଡଳରେ ସୂର୍ଯ୍ୟଙ୍କୁ ସାମିଲ କରିଥିଲେ। ସୂର୍ଯ୍ୟ ମୋହନାରୁ ଲଗାତର ୪ ଥର ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ୩ ଥର ଏପରି ମୋଟ ୭ ଥର ଅପରାଜିତ ଭାବେ ବିଧାୟକ ହୋଇଥିଲେ। ଗତବର୍ଷ ଜୁନ ମାସରେ ବାଚସ୍ପତି ପଦରୁ ଅଚାନକ ଇସ୍ତଫା ଦେଇ ଚର୍ଚ୍ଚାକୁ ଆସିଥିଲେ। ଅସୁସ୍ଥତା ଯୋଗୁ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ। ନିଜ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡିକୁ ମଧ୍ୟ ଆସୁ ନ ଥିଲେ। ଏହି ବରିଷ୍ଠ ରାଜନେତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ପୂର୍ବତନ ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତା ଚିନ୍ତାମଣି ଦ୍ୟାନ ସାମନ୍ତରା ସୂର୍ଯ୍ୟଙ୍କ ଅବର୍ତ୍ତମାନରେ ଶୋକବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ପରିବାରକୁ ସମବେଦନା ଜଣାଇଛନ୍ତି। ସହରର ଅନେକ ବିଜେଡି ନେତା ଓ କର୍ମୀ ଶୋକ ପ୍ରକାଶ କରିଛନ୍ତି। ସେହିପରି ଦିଗପହଣ୍ଡିରେ ମଧ୍ୟ ଶୋକ ପ୍ରକାଶ ପାଇଛି। ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ହୃଦୟ ରଞ୍ଜନ ମେକାପ, ଉଦୟ ନାଥ ସ୍ବାଇଁ, ଭି. ରବି ନାରାୟଣ ରାଜୁ, ବିଜେଡ଼ି ଗଞ୍ଜାମ ଜିଲା କମିଟି ଉପସଭାପତି ବି. କ୍ରିଷ୍ଣା ରାଓ ସୁବୁଦ୍ଧି, ଖେମୁଣ୍ଡି ଓକିଲ ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ପାଢ଼ୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?