ଓଡ଼ିଶାରେ ନାହିଁ ଜମତାରା ଗ୍ୟାଙ୍ଗର ଲିଙ୍କ୍‌

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଡିଜିଟାଲ୍‌ ଯୁଗରେ ଡିଜିଟାଲ୍‌ ଲୁଟ୍‌ ସମଗ୍ର ବିଶ୍ୱ ପାଇଁ ଏକ ସମସ୍ୟା ଭାବେ ଉଭା ହୋଇଛି। ସାମାନ୍ୟ ସତର୍କ ନ ରହିଲେ ଠକେଇର ଶିକାର ହେବାକୁ ପଡିବ। ଜନସାଧାରଣଙ୍କୁ ଆହୁରି ଚାଲାକ ଓ ସେଚେତନ ହେବାକୁ ପଡିବ। ସାଧାରଣତଃ ଅସଚେତନ ଲୋକମାନେ ଯେ କୌଣସି କଲ୍‌ ଆସିଲେ କଥା ହୋଇ ସବିଶେଷ ତଥ୍ୟ ପ୍ରଦାନ କରିଥାନ୍ତି। ହେଲେ ଏହାଦ୍ୱାରା ସେମାନଙ୍କୁ ଠକାମିର ଶିକାର ହେବାକୁ ପଡିଥାଏ। ତେଣୁ ସାବଧାନ! ସତର୍କ ନ ରହିଲେ ଗୋଟିଏ ସେକେଣ୍ଡରେ ଉଡ଼ିଯିବ ନିଜସ୍ବ ଝାଳବୁହା ଧନ। ସାଇବର ଠକେଇ କରୁଥିବା ଜମତାରା ଗ୍ୟାଙ୍ଗକୁ ନେଇ ଆଲର୍ଟରେ ରହିଛି ଓଡ଼ିଶା ପୋଲିସ। ଯଦିଓ ଓଡ଼ିଶାରେ ଜମତାରା ଗ୍ୟାଙ୍ଗର ଲିଙ୍କ୍‌ ନାହିଁ, ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ। ସାଇବର ଠକେଇରୁ ନିଜକୁ ବଞ୍ଚାଇବା ପାଇଁ ସବୁବେଳେ ସତର୍କ ରହିବାକୁ ପଡ଼ିବ ବୋଲି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
ମଙ୍ଗଳବାର ପୋଲିସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ କମିଶନର ଡ. ଷଡ଼ଙ୍ଗୀ କହିଲେ, ଚଳିତ ବର୍ଷ ରାଜ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ସାଇବର ଠକେଇ ମାମଲା ହେଲାଣି। ଫୋନ୍‌ ପେ କଥା କହି ମଧ୍ୟ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ। ତେବେ ଭାରତରେ ୮୦ପ୍ରତିଶତ ଠକେଇ ଜମତାରା ଗ୍ୟାଙ୍ଗ କରୁଛି। ସବୁ ରାଜ୍ୟର ପୋଲିସ ଏବେ ସେମାନଙ୍କୁ ଖୋଜୁଛନ୍ତି। କିନ୍ତୁ ସେମାନେ ନୂଆ ନୂଆ ଉପାୟ ଅବଲମ୍ବନକରି ଠକିବାରେ ସଫଳ ହେଉଛନ୍ତି। ବରିଷ୍ଠ ନାଗରିକମାନେ ଏଥିପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ। ବ୍ୟାଙ୍କଗୁଡ଼ିକ ମଧ୍ୟ ଏନେଇ ପଦକ୍ଷେପ ନେଲେଣି। ତେଣୁ ଏବେ ଜମତାରା ଗ୍ୟାଙ୍ଗ ଶହେଥର ଚେଷ୍ଟା କଲା ପରେ ଥରେ ସଫଳ ହେଉଛି ବୋଲି ଷଡଙ୍ଗୀ ସୂଚନା ଦେଇଛନ୍ତି।
ଗ୍ୟାଙ୍ଗ୍‌ ସମ୍ପର୍କରେ…
ଝାଡ଼ଖଣ୍ଡର ଜମତାରା ଗ୍ୟାଙ୍ଗ୍‌ର ସଦସ୍ୟମାନେ ନିଜକୁ ଏସ୍‌ବିଆଇ ତଥା ବିଭିନ୍ନ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ ବୋଲି ପରିଚୟ ଦେଇ ଗ୍ରାହକଙ୍କୁ ପ୍ରଥମେ ଆକାଉଣ୍ଟ ବନ୍ଦ ହେବାର ଭୟ ଦେଖାଇଥାନ୍ତି। ସମସ୍ୟା ସମାଧାନ କଥା କହି କୌଶଳକ୍ରମେ ଏଟିଏମ୍‌ର ୧୬ଟିକିଆ ନମ୍ବର ମାଗିନେଇଥାନ୍ତି। ଏଟିଏମ୍‌ କାର୍ଡରେ ଲେଖାଥିବା ନମ୍ବର ନ ଦେଲେ ଉଭୟ କାର୍ଡ ଓ ଆକାଉଣ୍ଟକୁ ବନ୍ଦ କରି ଦିଆଯିବାର ଧମକ ଦେଇଥାନ୍ତି। ଠକମାନେ ଲୁଟିବା ଯୋଜନା କରୁଥିବାର ଏକ ଭିଡିଓ ଜାରି କରି ଲୋକଙ୍କୁ ସତର୍କ କରାଉଛି ପୋଲିସ। ଏଭଳି ଫୋନ୍‌ କଲ୍‌ଠାରୁ ଦୂରେଇ ରହିବାକୁ ପରମର୍ଶ ଦେଇଛନ୍ତି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri