ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଡିଜିଟାଲ୍ ଯୁଗରେ ଡିଜିଟାଲ୍ ଲୁଟ୍ ସମଗ୍ର ବିଶ୍ୱ ପାଇଁ ଏକ ସମସ୍ୟା ଭାବେ ଉଭା ହୋଇଛି। ସାମାନ୍ୟ ସତର୍କ ନ ରହିଲେ ଠକେଇର ଶିକାର ହେବାକୁ ପଡିବ। ଜନସାଧାରଣଙ୍କୁ ଆହୁରି ଚାଲାକ ଓ ସେଚେତନ ହେବାକୁ ପଡିବ। ସାଧାରଣତଃ ଅସଚେତନ ଲୋକମାନେ ଯେ କୌଣସି କଲ୍ ଆସିଲେ କଥା ହୋଇ ସବିଶେଷ ତଥ୍ୟ ପ୍ରଦାନ କରିଥାନ୍ତି। ହେଲେ ଏହାଦ୍ୱାରା ସେମାନଙ୍କୁ ଠକାମିର ଶିକାର ହେବାକୁ ପଡିଥାଏ। ତେଣୁ ସାବଧାନ! ସତର୍କ ନ ରହିଲେ ଗୋଟିଏ ସେକେଣ୍ଡରେ ଉଡ଼ିଯିବ ନିଜସ୍ବ ଝାଳବୁହା ଧନ। ସାଇବର ଠକେଇ କରୁଥିବା ଜମତାରା ଗ୍ୟାଙ୍ଗକୁ ନେଇ ଆଲର୍ଟରେ ରହିଛି ଓଡ଼ିଶା ପୋଲିସ। ଯଦିଓ ଓଡ଼ିଶାରେ ଜମତାରା ଗ୍ୟାଙ୍ଗର ଲିଙ୍କ୍ ନାହିଁ, ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ। ସାଇବର ଠକେଇରୁ ନିଜକୁ ବଞ୍ଚାଇବା ପାଇଁ ସବୁବେଳେ ସତର୍କ ରହିବାକୁ ପଡ଼ିବ ବୋଲି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
ମଙ୍ଗଳବାର ପୋଲିସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ କମିଶନର ଡ. ଷଡ଼ଙ୍ଗୀ କହିଲେ, ଚଳିତ ବର୍ଷ ରାଜ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ସାଇବର ଠକେଇ ମାମଲା ହେଲାଣି। ଫୋନ୍ ପେ କଥା କହି ମଧ୍ୟ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ। ତେବେ ଭାରତରେ ୮୦ପ୍ରତିଶତ ଠକେଇ ଜମତାରା ଗ୍ୟାଙ୍ଗ କରୁଛି। ସବୁ ରାଜ୍ୟର ପୋଲିସ ଏବେ ସେମାନଙ୍କୁ ଖୋଜୁଛନ୍ତି। କିନ୍ତୁ ସେମାନେ ନୂଆ ନୂଆ ଉପାୟ ଅବଲମ୍ବନକରି ଠକିବାରେ ସଫଳ ହେଉଛନ୍ତି। ବରିଷ୍ଠ ନାଗରିକମାନେ ଏଥିପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ। ବ୍ୟାଙ୍କଗୁଡ଼ିକ ମଧ୍ୟ ଏନେଇ ପଦକ୍ଷେପ ନେଲେଣି। ତେଣୁ ଏବେ ଜମତାରା ଗ୍ୟାଙ୍ଗ ଶହେଥର ଚେଷ୍ଟା କଲା ପରେ ଥରେ ସଫଳ ହେଉଛି ବୋଲି ଷଡଙ୍ଗୀ ସୂଚନା ଦେଇଛନ୍ତି।
ଗ୍ୟାଙ୍ଗ୍ ସମ୍ପର୍କରେ…
ଝାଡ଼ଖଣ୍ଡର ଜମତାରା ଗ୍ୟାଙ୍ଗ୍ର ସଦସ୍ୟମାନେ ନିଜକୁ ଏସ୍ବିଆଇ ତଥା ବିଭିନ୍ନ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ ବୋଲି ପରିଚୟ ଦେଇ ଗ୍ରାହକଙ୍କୁ ପ୍ରଥମେ ଆକାଉଣ୍ଟ ବନ୍ଦ ହେବାର ଭୟ ଦେଖାଇଥାନ୍ତି। ସମସ୍ୟା ସମାଧାନ କଥା କହି କୌଶଳକ୍ରମେ ଏଟିଏମ୍ର ୧୬ଟିକିଆ ନମ୍ବର ମାଗିନେଇଥାନ୍ତି। ଏଟିଏମ୍ କାର୍ଡରେ ଲେଖାଥିବା ନମ୍ବର ନ ଦେଲେ ଉଭୟ କାର୍ଡ ଓ ଆକାଉଣ୍ଟକୁ ବନ୍ଦ କରି ଦିଆଯିବାର ଧମକ ଦେଇଥାନ୍ତି। ଠକମାନେ ଲୁଟିବା ଯୋଜନା କରୁଥିବାର ଏକ ଭିଡିଓ ଜାରି କରି ଲୋକଙ୍କୁ ସତର୍କ କରାଉଛି ପୋଲିସ। ଏଭଳି ଫୋନ୍ କଲ୍ଠାରୁ ଦୂରେଇ ରହିବାକୁ ପରମର୍ଶ ଦେଇଛନ୍ତି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ।
ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ
ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…
କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….
ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି
ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…
ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…
ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,
ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…
ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ
ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…
‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା
ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସ୍ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…
ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…
ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

