କରୋନା ଛଡ଼ାଇ ନେଇଛି ଜୀବିକା

ଖୋର୍ଦ୍ଧା ଅଫିସ,୧୬ା୧୨: ରାଜ୍ୟରେ କୋଭିଡ୍‌-୧୯ ସ୍ଥିତି ସୁଧୁରିଥିବା ବେଳେ ଏବେ ବି ଦିନ ମଜୁରିଆ, ମିସ୍ତ୍ରି କାମ ନ ପାଇ ଘରେ ବସି ରହିଛନ୍ତି। କରୋନା ଛଡ଼ାଇ ନେଇଛି ସେମାନଙ୍କ ଜୀବିକା। ଫଳରେ ଅଭାବ ଅନାଟନ ମଧ୍ୟରେ ଏମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଖୋର୍ଦ୍ଧା ସହରରେ ପ୍ରତିଦିନ ୫୦ରୁ ୬୦ ରିକ୍ସାଚାଳକ ପରିବା ମଣ୍ଡି, ଗ୍ରସେରୀ ସାମଗ୍ରୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ରୋଜଗାର କରିଥାନ୍ତି। ଗତ ମାର୍ଚ୍ଚ ମାସଠାରୁ କାମ ନ ପାଇ ହାତବାନ୍ଧି ବସିଛନ୍ତି। ଏବେ ସ୍ଥିତି ସୁଧୁରିଲେ ମଧ୍ୟ ଆଗଭଳି କାମ ମିଳୁନାହିଁ। କୋଅପରେଟିଭ ଛକ ନିକଟରେ ଧାଡିବାନ୍ଧି ରିକା୍ସ ଧରି ଅପେକ୍ଷା କରି ରହୁଛନ୍ତି। ଗୋଟିଏ ଦିନରେ ଦୁଇ ଶହ ଟଙ୍କା ରୋଜଗାର ହେଉ ନ ଥିବା ଗୋପୀନାଥ ନାୟକ କହିଛନ୍ତି। ୮ମାସ ହେବ ରୋଜଗାର ନାହିଁ। ଏପରି ଆଉ କିଛିଦିନ ଜାରି ରହିଲେ, ପରିବାର ଚଳାଇବା କଷ୍ଟକର ହୋଇପଡ଼ିବ ବୋଲି ସୁଜିତ ନାୟକ କହିଛନ୍ତି। ଫୁଟପାଥ୍‌ରେ କଦଳୀ ବ୍ୟବସାୟ କରୁଥିବା ନାରାୟଣ ବେହେରା କୁହନ୍ତି, ବ୍ୟବସାୟୀଙ୍କଠାରୁ କଦଳୀ ଆଣି ବିକ୍ରି କରୁଛି। ଡଜନ ପିଛା ୧୫ରୁ ୨୦ଟଙ୍କାରେ ବିକ୍ରି କଲେ ମଧ୍ୟ ବେପାର ହେଉନାହିଁ। ଗତ ତିନି ମାସ ହେଲାଣି ଦିନକୁ ୧୫୦ଟଙ୍କା ବିକ୍ରି ହେବା କଷ୍ଟକର ହୋଇପଡୁଛି। ସେହିପରି ରଞ୍ଜନ ସାହୁ କୁହନ୍ତି, କରୋନାକୁ ନେଇ ଏବେ ବି କଟକଣା ରହିଛି। ଆଗଭଳି ବେପାର ନାହିଁ। ପରିବାର କିପରି ଚଳିବ ଆଶଙ୍କା ରହିଛି। ଗତ କିଛି ମାସ ହେବ ଧାରକରଜରେ ଚାଲିଛି। ରାସ୍ତାକଡ଼ରେ ପନିପରିବା ଆଣି ବିକ୍ରି କରୁଥିବା ସୁଜିତ ସାହୁ କୁହନ୍ତି, ଫାଇଲିନ ଦୁଃଖ ସରି ନ ଥିବା ବେଳେ ଏବେ କରୋନା ଦୁଃଖ ବଳିଗଲାଣି। ଆଗଭଳି ପନିପରିବା ବଜାରକୁ ଆସୁନାହିଁ। ଯାହା ବି ଆସୁଛି, ବହୁତ କମ୍‌। ଦିନକୁ ଦିନ ବେପାର ମାନ୍ଦା ରହୁଛି। ବିକ୍ରି ନ ହେଲେ ଧାରକରଜ ଶୁଝିବି କିପରି ଚିନ୍ତା ଘାରିଲାଣି। ଏସବିଆଇ ଛକ ନିକଟରେ ଖୋର୍ଦ୍ଧା ଅଞ୍ଚଳରୁ ଶତାଧିକ ମିସ୍ତ୍ରି, ମଜୁରିଆ କାର୍ଯ୍ୟ ଲାଗି ଛିଡ଼ା ହୋଇଥାନ୍ତି। କାମକୁ ଗଲେ ଠିକାଦାରମାନେ ମାସ୍କ ପିନ୍ଧିବାକୁ ବାଧ୍ୟ କରୁଛନ୍ତି। ଆମେ ଗରିବ ଲୋକ, ପ୍ରତିଦିନ ମାସ୍କ କେଉଁଠୁ ଆଣିବୁ। କରୋନା ଜୀବନ ଜୀବିକାକୁ ବଦଳାଇ ଦେଇଛି ବୋଲି କେତେଜଣ ମିସ୍ତ୍ରି କହିଛନ୍ତି। ରିକ୍ସାଚାଳକ ରାଜୁ ନାୟକ କୁହନ୍ତି, ମନ୍ଦିର ବନ୍ଦ, ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ ମନା। ଲୋକେ ଆଗଭଳି ଆସୁନାହାନ୍ତି। ଦିନସାରା ବଜାରରେ ବୁଲିଲେ ମଧ୍ୟ ଗ୍ରାହକ ମିଳୁନାହାନ୍ତି। ବହୁ ସମୟରେ କୌଣସି କାମ ନ ପାଇ ଘରକୁ ଘରକୁ ଫେରିଯାଉଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri