କରୋନା ଛଡ଼ାଇ ନେଇଛି ଜୀବିକା

ଖୋର୍ଦ୍ଧା ଅଫିସ,୧୬ା୧୨: ରାଜ୍ୟରେ କୋଭିଡ୍‌-୧୯ ସ୍ଥିତି ସୁଧୁରିଥିବା ବେଳେ ଏବେ ବି ଦିନ ମଜୁରିଆ, ମିସ୍ତ୍ରି କାମ ନ ପାଇ ଘରେ ବସି ରହିଛନ୍ତି। କରୋନା ଛଡ଼ାଇ ନେଇଛି ସେମାନଙ୍କ ଜୀବିକା। ଫଳରେ ଅଭାବ ଅନାଟନ ମଧ୍ୟରେ ଏମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଖୋର୍ଦ୍ଧା ସହରରେ ପ୍ରତିଦିନ ୫୦ରୁ ୬୦ ରିକ୍ସାଚାଳକ ପରିବା ମଣ୍ଡି, ଗ୍ରସେରୀ ସାମଗ୍ରୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ରୋଜଗାର କରିଥାନ୍ତି। ଗତ ମାର୍ଚ୍ଚ ମାସଠାରୁ କାମ ନ ପାଇ ହାତବାନ୍ଧି ବସିଛନ୍ତି। ଏବେ ସ୍ଥିତି ସୁଧୁରିଲେ ମଧ୍ୟ ଆଗଭଳି କାମ ମିଳୁନାହିଁ। କୋଅପରେଟିଭ ଛକ ନିକଟରେ ଧାଡିବାନ୍ଧି ରିକା୍ସ ଧରି ଅପେକ୍ଷା କରି ରହୁଛନ୍ତି। ଗୋଟିଏ ଦିନରେ ଦୁଇ ଶହ ଟଙ୍କା ରୋଜଗାର ହେଉ ନ ଥିବା ଗୋପୀନାଥ ନାୟକ କହିଛନ୍ତି। ୮ମାସ ହେବ ରୋଜଗାର ନାହିଁ। ଏପରି ଆଉ କିଛିଦିନ ଜାରି ରହିଲେ, ପରିବାର ଚଳାଇବା କଷ୍ଟକର ହୋଇପଡ଼ିବ ବୋଲି ସୁଜିତ ନାୟକ କହିଛନ୍ତି। ଫୁଟପାଥ୍‌ରେ କଦଳୀ ବ୍ୟବସାୟ କରୁଥିବା ନାରାୟଣ ବେହେରା କୁହନ୍ତି, ବ୍ୟବସାୟୀଙ୍କଠାରୁ କଦଳୀ ଆଣି ବିକ୍ରି କରୁଛି। ଡଜନ ପିଛା ୧୫ରୁ ୨୦ଟଙ୍କାରେ ବିକ୍ରି କଲେ ମଧ୍ୟ ବେପାର ହେଉନାହିଁ। ଗତ ତିନି ମାସ ହେଲାଣି ଦିନକୁ ୧୫୦ଟଙ୍କା ବିକ୍ରି ହେବା କଷ୍ଟକର ହୋଇପଡୁଛି। ସେହିପରି ରଞ୍ଜନ ସାହୁ କୁହନ୍ତି, କରୋନାକୁ ନେଇ ଏବେ ବି କଟକଣା ରହିଛି। ଆଗଭଳି ବେପାର ନାହିଁ। ପରିବାର କିପରି ଚଳିବ ଆଶଙ୍କା ରହିଛି। ଗତ କିଛି ମାସ ହେବ ଧାରକରଜରେ ଚାଲିଛି। ରାସ୍ତାକଡ଼ରେ ପନିପରିବା ଆଣି ବିକ୍ରି କରୁଥିବା ସୁଜିତ ସାହୁ କୁହନ୍ତି, ଫାଇଲିନ ଦୁଃଖ ସରି ନ ଥିବା ବେଳେ ଏବେ କରୋନା ଦୁଃଖ ବଳିଗଲାଣି। ଆଗଭଳି ପନିପରିବା ବଜାରକୁ ଆସୁନାହିଁ। ଯାହା ବି ଆସୁଛି, ବହୁତ କମ୍‌। ଦିନକୁ ଦିନ ବେପାର ମାନ୍ଦା ରହୁଛି। ବିକ୍ରି ନ ହେଲେ ଧାରକରଜ ଶୁଝିବି କିପରି ଚିନ୍ତା ଘାରିଲାଣି। ଏସବିଆଇ ଛକ ନିକଟରେ ଖୋର୍ଦ୍ଧା ଅଞ୍ଚଳରୁ ଶତାଧିକ ମିସ୍ତ୍ରି, ମଜୁରିଆ କାର୍ଯ୍ୟ ଲାଗି ଛିଡ଼ା ହୋଇଥାନ୍ତି। କାମକୁ ଗଲେ ଠିକାଦାରମାନେ ମାସ୍କ ପିନ୍ଧିବାକୁ ବାଧ୍ୟ କରୁଛନ୍ତି। ଆମେ ଗରିବ ଲୋକ, ପ୍ରତିଦିନ ମାସ୍କ କେଉଁଠୁ ଆଣିବୁ। କରୋନା ଜୀବନ ଜୀବିକାକୁ ବଦଳାଇ ଦେଇଛି ବୋଲି କେତେଜଣ ମିସ୍ତ୍ରି କହିଛନ୍ତି। ରିକ୍ସାଚାଳକ ରାଜୁ ନାୟକ କୁହନ୍ତି, ମନ୍ଦିର ବନ୍ଦ, ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ ମନା। ଲୋକେ ଆଗଭଳି ଆସୁନାହାନ୍ତି। ଦିନସାରା ବଜାରରେ ବୁଲିଲେ ମଧ୍ୟ ଗ୍ରାହକ ମିଳୁନାହାନ୍ତି। ବହୁ ସମୟରେ କୌଣସି କାମ ନ ପାଇ ଘରକୁ ଘରକୁ ଫେରିଯାଉଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri