Posted inଜାତୀୟ

ନିର୍ଦ୍ଦିଷ୍ଟ ଅଭିଯୋଗ ନ ଥିଲେ ଏଡିଟର ଇନ୍‌ ଚିଫ୍‌ଙ୍କ ବିରୋଧରେ ମାନହାନି ହେବନି

ନୂଆଦିଲ୍ଲୀ, ୨।୧୧: ନିର୍ଦ୍ଦିିଷ୍ଟ ଏବଂ ପର୍ଯ୍ୟାପ୍ତ ଅଭିଯୋଗ ନ ଥିଲେ କୌଣସି ଗଣମାଧ୍ୟମ ସଂସ୍ଥାର ମୁଖ୍ୟ ସମ୍ପାଦକ(ଏଡିଟର ଇନ୍‌ ଚିଫ୍‌)ଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୨୦୦୭ରେ ଇଣ୍ଡିଆ ଟୁଡେ ମାଗାଜିନ୍‌ରେ ଏକ ଲେଖା ପ୍ରକାଶିତ ହୋଇଥିଲା। ଉକ୍ତ ଲେଖାକୁ ନେଇ ଇଣ୍ଡିଆ ଟୁଡେ ପ୍ରତିଷ୍ଠାତା ତଥା ଏଡିଟର ଇନ୍‌ ଚିଫ୍‌ ଅରୁଣ ପୁରୀଙ୍କ ବିରୋଧରେ ହୋଇଥିବା ଆପରାଧିକ ମାନହାନି (କ୍ରିମିନାଲ ଡିଫାମେଶନ) ମାମଲା ବିରୋଧରେ ଆଗତ ଆବଦେନର ଶୁଣାଣି କରି ପ୍ରଧାନବିଚାରପତି ୟୁ ୟୁ ଲଲିତ ଏବଂ ବିଚାରପତି ବେଲା ଏମ୍‌ ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି। ପୁରୀଙ୍କ ବିରୋଧରେ ହୋଇଥିବା ମାନହାନି ମାମଲାକୁ ଖାରଜ କରିବା ସମୟରେ ଖଣ୍ଡପୀଠ କହିଥିଲେ ଯେ, ଆବେଦନକାରୀଙ୍କ ବିରୋଧରେ କୋଣସି ନିର୍ଦ୍ଦିଷ୍ଟ ଏବଂ ପଯର୍ର୍‌ୟାପ୍ତ ଅଭିଯୋଗ ନାହିଁ। କୌଣସି ଲେଖକଙ୍କ ପାଇଁ ଏଡିଟର ଇନ୍‌ ଚିଫ୍‌ଙ୍କୁ ଉତ୍ତରଦାୟୀ କରାଯାଇପାରିବ ନାହିଁ। ପ୍ରେସ୍‌ ଆଣ୍ଡ ରେଜିଷ୍ଟ୍ରେଶନ ଅଫ୍‌ ବୁକ୍‌ ଆକ୍ଟ-୧୮୬୭ର ଦଫା ୭ ଅନୁସାରେ ସମ୍ଭାବନା ଦୃଷ୍ଟିକୋଣରୁ କୌଣସି ଏଡିଟର ଇନ୍‌ ଚିଫ୍‌ଙ୍କ ବିରୋଧରେ ଏଭଳି ମାମଲା ରୁଜୁ କରାଯାଇ ପାରିବ ନାହିଁ। ତେବେ ଯେଉଁ ସାମ୍ବାଦିକ ଉକ୍ତ ଲେଖା ଲେଖିତ୍ଥିଲେ ତାଙ୍କ ଉପରୁ ମାମଲା ପ୍ରତ୍ୟାହାର କରାଯାଇ ନ ଥିବା ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
ବ୍ରିଟେନ୍‌ସ୍ଥିତ ଭାରତୀୟ ଦୂତାବାସରେ ଅବସ୍ଥାପିତ ୩ଜଣ ଭାରତୀୟ ବୈଦେଶିକ ଅଧିକାରୀଙ୍କ ବିରୋଧରେ ଇଣ୍ଡିଆ ଟୁଡେ ପତ୍ରିକାରେ ‘ମିଶନ୍‌ ମିସ୍‌କଣ୍ଡକ୍ଟ’ ଶୀର୍ଷକ ଏକ ଲେଖା ପ୍ରକାଶ ପାଇଥିଲା। ଯେଉଁଥିରେ ଉକ୍ତ ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନା, ଭିଜା ପ୍ରଦାନରେ ଦୁର୍ନୀତି ଏବଂ ବେଆଇନ ଆପ୍ରବାସନକାରୀଙ୍କୁ ଭାରତୀୟ ପାସ୍‌ପୋର୍ଟ ପ୍ରଦାନ କରିବା ଅଭିଯୋଗରେ ସେମାନଙ୍କୁ ଦେଶକୁ ତୁରନ୍ତ ଫେରାଇ ଅଣାଯାଇଥିବା ସମ୍ପର୍କରେ ଉଲ୍ଲେଖ ରହିଥିଲା। ବିଶେଷକରି ଉକ୍ତ ଲେଖାରେ ୩ ଅଧିକାରୀଙ୍କ ମଧ୍ୟରୁ ଓ. ପି. ଭୋଲାଙ୍କ ନାମ ଉଲ୍ଲେଖ ହୋଇଥିଲା। ତେଣୁ ଭୋଲା ମାନହାନି ମାମଲା ରୁଜୁ କରିଥିଲେ। ଉକ୍ତ ମାନହାନି ମାମଲା ଅରୁଣ ପୁରୀଙ୍କ ସମେତ ଉକ୍ତ ଲେଖାର ଲେଖକ ସୌରଭ ଶୁକ୍ଳାଙ୍କ ବିରୋଧରେ ଆଇପିସି ଦଫା ୩୪, ୧୨୦(ବି), ୪୦୫, ୪୬୮, ୪୭୦, ୪୭୧, ୪୯୯, ୫୦୧ ଏବଂ ୫୦୨ରେ ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri