ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୨ ଲାଗି ଭୂମିପୂଜା

ଭୁବନେଶ୍ବର,୨ା୧୧(ବ୍ୟୁରୋ): ଆସନ୍ତା ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ମେକଇନ୍‌ ଓଡିଶା କନକ୍ଲେଭ-୨୦୨୨ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଜନତା ମଇଦାନରେ ଭୂମି ପୂଜା ଉତ୍ସବ ଅନୁଷ୍ଠିତ ହୋଇଛି। ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଇଡ୍‌କୋ ଏବଂ ଇପିକଲର ଅଧ୍ୟକ୍ଷ ହେମନ୍ତ କୁମାର ଶର୍ମାଙ୍କ ଉପସ୍ଥିତିରେ ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ ଏହି ଭୂମି ପୂଜନ କାର୍ଯ୍ୟକୁ ସମାହିତ କରିଛନ୍ତି। ଏହି ଅବସରରେ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି, ୨୦୧୬ରେ ପ୍ରଥମ ଓ ୨୦୧୮ରେ ୨ୟ ସଂସ୍କରଣ ଆୟୋଜନ ପରେ ଏହା ହେଉଛି ମେକ୍‌ ଇନ୍‌ ଓଡ଼ିଶା କନକ୍ଳେଭର ୩ୟ ସଂସ୍କରଣ। ସୋମବାର ମୁଖ୍ୟମନ୍ତ୍ରୀ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ୱେବ୍‌ସାଇଟ୍‌ ଏବଂ ମୋବାଇଲ ଆପ୍‌ର ଶୁଭାରମ୍ଭ କରିଛନ୍ତି। ଏହି ଉପଲକ୍ଷେ ପାଭିଲିୟନ୍‌ ନିର୍ମାଣ ପାଇଁ ଭୂମି ପୂଜନ କରାଯାଇଛି। ମେକ୍‌ ଇନ୍‌ ଓଡ଼ିଶାରେ ଯେଉଁମାନେ ଅଂଶଗ୍ରହଣ କରିବେ ସେମାନଙ୍କ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ସମସ୍ତ ପ୍ରସ୍ତୁତି ପାଇଁ ପ୍ରାୟ ୨୦ରୁ ୨୫ ଦିନ ଲାଗିବ। ଆୟୋଜିତ ଏହି ୫ ଦିନିଆ କନ୍‌କ୍ଳେଭକୁ ମୁଖ୍ୟମନ୍ତ୍ରୀ ନଭେମ୍ବର ୩୦ରେ ଉଦ୍‌ଘାଟନ କରିବେ। ଡିସେମ୍ବର ୧ରେ ପ୍ଲିନାରୀ ସେସନ୍‌ ଅନୁଷ୍ଠିତ ହେବ। ଓଡ଼ିଶାରେ ରସାୟନିକ, ଧାତବ, ଦକ୍ଷତା ବିକାଶ, ଷ୍ଟାର୍ଟଅପ୍‌, ସାର, ପରିବହନ, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ପୋଷାକ ଡିଜାଇନିଂ ପ୍ରସ୍ତୁତି, ବ୍ୟବସାୟିକ-କୃଷି ଆଦି କ୍ଷେତ୍ର ଭଳି ଉପଯୋଗୀ ଥିବା ବିଭିନ୍ନ କ୍ଷେତ୍ରରେ ଶିଳ୍ପପତିଙ୍କ ରହିଥିବା ଅଭିଜ୍ଞତା ଏବଂ ଓଡ଼ିଶାରେ ଥିବା ନୂଆ ନୂଆ ବ୍ୟବସାୟିକ ସମ୍ଭାବନାର ସୁଯୋଗ କିପରି ସେମାନେ ନେଇପାରିବେ ସେନେଇ ଆଲୋଚନା କରିବେ। ଡିସେମ୍ବର ୨ ଓ ୩ରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ଶିଳ୍ପ ନୀତି ସଂସ୍କରଣ ପ୍ରକାଶ ପାଇବ। ପାରାଦୀପ, ଧାମରା ଗୋପାଳପୁର ଓ ଆଗାମୀ ଦିନରେ ହେବାକୁ ଯାଉଥିବା ସୁବର୍ଣ୍ଣରେଖା ବନ୍ଦର, ଯେଉଁଠାରେ ଶିଳ୍ପପତିମାନେ ରପ୍ତାନିଭିତ୍ତିକ ବ୍ୟବସାୟ କରିବାକୁ ଚାହିଁବେ ସେମାନଙ୍କ ପାଇଁ ଏହି ସଂସ୍କରଣରେ ଗୁରୁତ୍ୱ ଦିଆଯିବ। କାର୍ଯ୍ୟକ୍ରମସ୍ଥଳର ୩ ପାର୍ଶ୍ୱରେ ପ୍ରଦର୍ଶନୀ ମଣ୍ଡପ, ମଝିରେ ପାଖାପାଖି ୨୦୦୦ ବ୍ୟକ୍ତିଙ୍କ ବସିବା ସୁବିଧା ସହିତ ବିଭିନ୍ନ ପର୍ଯ୍ୟାୟରେ ପ୍ରତ୍ୟହ ୨୦ ରୁ ୨୫ ହଜାର ଦର୍ଶକ ଏହାକୁ ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଉଛି। ଏଥି ସହିତ ବ୍ୟବସାୟିକ ଆଲୋଚନା ପାଇଁ ପ୍ଲିନାରୀ ହଲ, ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ଲାଉଞ୍ଜ, ସାଂସ୍କୃତିକ କାର୍ଯ୍ୟ ପରିବେଷଣ ପାଇଁ ପାଭିଲିୟନ ଆଦିର ବ୍ୟବସ୍ଥା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?