ହାଜତରେ ଯୁବକଙ୍କ ମୃତ୍ୟୁକୁ ନେଇ ବଢିଲା ଉତ୍ତେଜନା: ଥାନା ଆଗରେ ବସିଛନ୍ତି ପରିବାର ଲୋକେ, ଆଣିଲେ ସାଂଘାତିକ ଅଭିଯୋଗ

ନବରଙ୍ଗପୁର,୨୯।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ହାଜତ ଭିତରେ ଗିରଫ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଉତ୍ତେଜନା ଦେଖାଦେଇଛି। ମୃତ୍ୟୁ ଯୁବକଙ୍କ ପରିବାର ଲୋକେ ଥାନା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ନବରଙ୍ଗପୁରକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଛନ୍ତି । ଥାନା ଭିତରେ ଆମ ପୁଅକୁ ପୋଲିସ ମାରି ମାରି ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପରିବାର ଲୋକେ ଉତ୍ତେଜିତ ହୋଇ ରାସ୍ତା ରୋକୋ କରିବା ସହ ଥାନା ଆଗରେ ଭିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆମ ପୁଅକୁ ଆମକୁ ଦେଖାଇ ଦିଅ ବୋଲି କହିବା ସହ ଥାନା ଆଗରେ ବସିଛନ୍ତି ସମ୍ପର୍କୀୟ ଓ ପରିବାର ଲୋକେ। କୌଣସି ପ୍ରକାର ଅପ୍ରତିକର ପରିସ୍ଥିତିକୁ ସାମ୍‌ନା କରିବାପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଡାବୁଗାଁଥାନାରେ ନଅ ଜଣ ଥାନାଧିକାରୀଙ୍କ ସହ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବର୍ତ୍ତମାନ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଜିଲା ଚିକିତ୍ସାଳୟରେ ରହିଥିବାବେଳେ,ଶବ ପହଞ୍ଚିବା ପରେ ଉତ୍ତେଜନା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୫।୮ (କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri