ସ୍କ୍ରବ୍‌ ଟାଇଫସ୍‌କୁ ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର, ୧୩।୯(ଅସମାପିକା ସାହୁ): ରାଜ୍ୟରେ ଏବେ ହୁହୁ ହୋଇ ଡେଙ୍ଗୁ ବ୍ୟାପୁଥିବାବେଳେ ଆଉଏକ ରୋଗ ‘ସ୍କ୍ରବ ଟାଇଫସ୍‌’କୁ ନେଇ ଚିନ୍ତା ବଢ଼ିଛି। ବୁର୍ଲା ଭିମ୍‌ସାରରେ ୨୨ଜଣଙ୍କଠାରେ ସ୍କ୍ରବ ଟାଇଫସ୍‌ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଏଥିପାଇଁ ଭୟଭୀତ ହେବାର ଆବଶ୍ୟକ ନାହିଁ। ଏହାର ପରୀକ୍ଷା ଓ ଚିକିତ୍ସା ବ୍ୟବସ୍ଥା ସମସ୍ତ ଜିଲା ହସ୍ପିଟାଲରେ ଉପଲବ୍ଧ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି। ସେ କହିଛନ୍ତି, ଏହା ଚିଗର ନାମକ କୀଟ କାମୁଡ଼ିଲେ ହେଉଛି। ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି। ଏହି ରୋଗର ଲକ୍ଷଣ ହେଉଛି ଜ୍ୱର ଲାଗି ରହିବା, ମୁଣ୍ଡ ବିନ୍ଧା ହେବା। ଏଥିସହ ରୋଗୀର ମୃତ୍ୟୁ ଘଟିବାର ମଧ୍ୟ ସମ୍ଭାବନା ରହିଛି। ଶରୀରର ଯେଉଁ ସ୍ଥାନକୁ ଏହି କୀଟଟି କାମୁଡ଼େ ସେଠାରେ ସ୍କିନ ଡେଡ୍‌ ହୋଇଯାଏ। ଏହାର ପରୀକ୍ଷା ସବୁ ଜିଲା ହସ୍ପିଟାଲର ଡିଷ୍ଟ୍ରିକ୍ଟ ପବ୍ଲିକ ହେଲ୍‌ଥ ଲାବରୋଟୋରୀ(ଡିପିଏଚ୍‌ଏଲ୍‌)ରେ ଏଲିଶା ପଦ୍ଧତିରେ କରାଯାଉଛି। ଚିହ୍ନଟ ହେଲେ ଚିକିତ୍ସା ସହଜ। ସାଧାରଣ ଆଣ୍ଟିବାୟୋଟିକ କାମ ଦେବ। ଜ୍ୱର ନ କମିଲେ ପରୀକ୍ଷା କରିନେବାକୁ ସେ ପରାମର୍ଶ ଦେଇଛନ୍ତି। କେନ୍ଦୁଝର, ବରଗଡ଼, ନବରଙ୍ଗପୁର, ଓ ସୁନ୍ଦରଗଡ଼ରୁ ଏହି କେସ୍‌ଗୁଡ଼ିକ ଆସୁଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ସେପଟେ ରାଜ୍ୟରେ ଏବେ ପ୍ରତିଦିନ ୨୦୦ ରୁ ୨୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ଡ. ମିଶ୍ର ସୂଚନା ଦେଇଛନ୍ତି। ଡେଙ୍ଗୁ ବଂଶ ବିସ୍ତାର ପାଇଁ ବର୍ତ୍ତମାନ ପାଣିପାଗ ଅନୁକୂଳ ରହିଛି। ବର୍ଷା ନ ଛାଡ଼ିବା ଯାଏ ରୋଗ କମିବ ନାହିଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮,୬୧୦ ଜଣଙ୍କ ଡେଙ୍ଗୁ ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୫,୯୭ ଜଣ ପଜିଟିଭ ବାହାରିଛନ୍ତି। ଜୁଲାଇରୁ ଅକ୍ଟୋବରରେ ଡେଙ୍ଗୁର ପିକ୍‌ ପିରିୟଡ। ଏଣୁ ସଚେତନ ହିଁ ଏକମାତ୍ର ମାଧ୍ୟମ। ସାମାନ୍ୟ ଚିକିତ୍ସାରେ ୯୮% ଲୋକ ଡେଙ୍ଗୁରୁ ଭଲ ହୋଇପାରିବେ। ତେଣୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ପ୍ଲେଟଲେଟ କମିବା ନେଇ ଅଧିକ ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ଲେଟଲେଟ କାଉଣ୍ଟ ୨୦ ହଜାର ପର୍ଯ୍ୟନ୍ତ କମିଲେ ବି ବ୍ୟସ୍ତ ନ ହୋଇ ଡାକ୍ତରଙ୍କ ପରାମର୍ଶ କରନ୍ତୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

ବରଗଡ଼:
ବରଗଡ଼ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ଏବେ ଆତଙ୍କ ଖେଳାଇଛି। ଏହି ରୋଗରେ ଆକ୍ରାନ୍ତ ହୋଇ ଗତ ୨ସପ୍ତାହ ମଧ୍ୟରେ ୫ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅତାବିରା ବ୍ଲକ ଲସ୍ତଲା, ଭେଡେନ ବ୍ଲକ ସାହ୍ଲେପାଲି, ସୋହେଲା ବ୍ଲକ ପେଟୁପାଲି, ବେହେରାପାଲି ଏବଂ ବରପାଲି ବ୍ଲକ ଖଇରପାଲିର ଜଣେ ଲେଖାଏଁ ରହିଛନ୍ତି। ସେହିପରି ଅନେକ ଆକ୍ରାନ୍ତ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ୧୭୮ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଛି ଏବଂ ୩ ଜଣଙ୍କ ପଜିଟିଭ୍‌ ଆସିଥିବା ସିଡିଏମ୍‌ଓ ଡା. ଜିତେନ୍ଦ୍ର ମୋହନ ବେବର୍ତ୍ତା ସୂଚନା ଦେଇଛନ୍ତି। ଏକ କୀଟ କାମୁଡିବା ଯୋଗୁ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି। ବରଗଡ଼ ଜିଲାର ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରୁଥିବା ବେଳେ ଚାଷଜମିକୁ ସେମାନଙ୍କ ଯିବାଆସିବା ଲାଗି ରହିଥାଏ। ଏଭଳି ସମୟରେ ସ୍କ୍ରବ୍‌ ଟାଇଫସ୍‌ କୀଟ ଚାଷୀଙ୍କ ଚିନ୍ତା ବଢାଇଦେଇଛି। ଉକ୍ତ କୀଟ ଏହି ରୋଗର କାରଣ ହେଉଥିବାବେଳେ ଲୋକେ ସଚେତନତା ଅଭାବରୁ ମୃତ୍ୟୁମୁଖରେ ପଡୁଛନ୍ତି। ତେବେ ଏହି ରୋଗର ଚିକିତ୍ସା ବ୍ୟବସ୍ଥା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?