ଦାରିଙ୍ଗବାଡିରେ ଖାଦ୍ୟ ସୁରକ୍ଷା ନେଇ ବଢୁଛି ଚିନ୍ତା: ହୋଟେଲରେ ଦେଉଛନ୍ତି ବାସି ଖାଦ୍ୟ

ଦାରିଙ୍ଗବାଡି,୮।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ସମେତ ବିଭିନ୍ନ ବ୍ଲକ ଅଞ୍ଚଳରେ ଛତୁ ଫୁଟିଲା ଭଳି ହୋଟେଲ, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ, ମିଠା ଦୋକାନ ଆଦି ଖୋଲୁଛି। ଫଳରେ ଲୋକଙ୍କ ଖାଦ୍ୟ ସୁରକ୍ଷା ନେଇ ଚିନ୍ତା ବଢିବାରେ ଲାଗିଛି। କେଉଁଠି ନିମ୍ନମାନର ଖାଦ୍ୟ ପ୍ରସ୍ତୁତି କରାଯାଉଥିବା ବେଳେ ଅନେକ ହୋଟେଲରେ ଗ୍ରାହକଙ୍କୁ ବାସିଖାଦ୍ୟ ପରିବେଷଣ କରାଯାଉଛି। ଏପରି କି କେତେକ ହୋଟେଲରେ ୪ରୁ ୫ ଦିନ ଧରି ଫ୍ରିଜ୍‌ରେ ଖାଦ୍ୟ ପାଇଁ ପ୍ରସ୍ତୁତ ମସଲା, ମାଛ, ମାଂସ ଆଦି ରଖି ଗ୍ରାହକଙ୍କୁ ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉଥିବା ବେଳେ ଏଥିରେ କୌଣସି ପରିବର୍ତ୍ତନ ହେଉ ନାହିଁ। ଫଳରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ଅନ୍ୟପକ୍ଷେ ହୋଟେଲର ସ୍ବଚ୍ଛତା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ଜିଲାରେ ଖାଦ୍ୟ ନିରାପତ୍ତା ପାଇଁ ବିଭାଗୀୟ ଅଧିକାରୀ ରହିଥିଲେ ସୁଦ୍ଧା ତଦାରଖ ଦିଗରେ ଅବହେଳା ହେଉଥିବା ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କ.ନୂଆଗାଁ ବ୍ଲକ ଅଞ୍ଚଳରେ ଏକ ହୋଟେଲରେ ଅତି ନିମ୍ନମାନର ମିଠା ଜଣେ ଲୋକଙ୍କୁ ବିକ୍ରି ହେଉଥିବା ଭିଡିଓ ଏବେ ଭାଇରଲା ହୋଇଛି।

ପ୍ରକଶା ଯେ, ବର୍ତ୍ତମାନ କନ୍ଧମାଳ ଜିଲାକୁ ଦୈନିକ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ଫଳରେ ପର୍ଯ୍ୟଟକ ହୋଟେଲ, ରେଷ୍ଟୁରାଣ୍ଟ ଉପରେ ନିର୍ଭର କରୁଛନ୍ତି। ତେବେ ଗ୍ରାହକଙ୍କ ଭିଡ଼ର ଫାଇଦା ନେଇ କେତେକ ହୋଟେଲ ମାଲିକ ଲାଭଖୋର ନୀତିରେ ଖାଦ୍ୟର ମାନ୍‌ ଉପରେ ଗୁରୁତ୍ୱ ନ ଦେଇ ନିମ୍ନମାନର ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଜିଲା ପ୍ରଶାସନ ଏହି ଦିଗରେ ଗୁରୁତ୍ୱ ଦେଇ ଲୋକଙ୍କ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ଷେଣ୍ଢଙ୍କ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା ହେଲେ ସେ ଫୋନ୍‌ ରିସିଭ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟ ଶିକ୍ଷାନୁଷ୍ଠାନକୁ ଅନୁଦାନ ପ୍ରଦାନ ଦିଆଯାଉ, ଭଞ୍ଜନଗର ବିଧାୟକଙ୍କୁ ଦାବିପତ୍ର

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, ଭଞ୍ଜନଗର ବ୍ଲକ ତରଫରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଭଞ୍ଜନଗର ବିଧାୟକ…

ବନ୍ୟା କ୍ଷୟକ୍ଷତି ଆକଳନ କଲେ ମନ୍ତ୍ରୀ, ପ୍ରଭାବିତ ଅଞ୍ଚଳରେ ହେବ…

କେନ୍ଦୁଝର,୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ବୁଧବାର କେନ୍ଦୁଝର ସର୍କିଟ ହାଉସ୍‌ଠାରେ ବନ୍ୟା ଦ୍ୱାରା ହୋଇଥିବା…

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର…

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

ମୁମ୍ବାଇରେ ଶ୍ରମିକଙ୍କ ମୃତ୍ୟୁ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ, କାନ୍ଦବୋବାଳିରେ…

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର- ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ୨ୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ…

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍‌…

ପାଟଣା ରେଞ୍ଜର ସମୀକ୍ଷା କଲେ ଡିଏଫଓ, ବିଦ୍ୟୁତ ପ୍ରହରୀ…

ପାଟଣା,୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କାର୍ଯ୍ୟାଳୟରେ ବୁଧବାର ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁଝର ବନଖଣ୍ଡର ଡିଭିଜନାଲ ଫରେଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri