Posted inଫୁରସତ

ଜାଣନ୍ତି ଏହି ସ୍ଥାନରେ ଗ୍ରୀଷ୍ମ ଦିନରେ ବି ହୋଇଥାଏ ପ୍ରବଳ ବର୍ଷା

ସମଗ୍ର ଦେଶରେ ମୌସୁମୀ ଏବଂ ପୂର୍ବ ମୌସୁମୀ ବର୍ଷା ପ୍ରତିଦିନ ହୋଇଥାଏ। ପାଣିପାଗ ବିଭାଗ ଦ୍ୱାରା ପ୍ରତିଦିନ ବର୍ଷା ସତର୍କ ସୂଚନା ଜାରି କରାଯାଉଛି। ବର୍ତ୍ତମାନ ଦେଶର ଅଧିକାଂଶ ଭାଗରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହୋଇଛି। କିନ୍ତୁ ଏହାର ଗତି ଉତ୍ତର ଅଞ୍ଚଳରେ ପହଞ୍ଚିବାରେ ମନ୍ଥର ହୋଇଯାଇଛି। ତେବେ ଉତ୍ତରପ୍ରଦେଶରେ ମଧ୍ୟ ମୌସୁମୀ ପୂର୍ବରୁ ବର୍ଷା ହେଉଛି। ନେପାଳ ଏବଂ ବିହାରରେ ପ୍ରବଳ ବର୍ଷା ହେତୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ଝାଡ଼ଖଣ୍ଡ, ବଙ୍ଗଳା ଏବଂ ପୂର୍ବ ଭାରତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ମୁମ୍ବାଇ ସମେତ ଦେଶରେ ଏପରି ଅନେକ ଅଞ୍ଚଳ ଅଛି, ଯେଉଁଠାରେ ଲଗାତର ପ୍ରବଳ ବର୍ଷା ହେବାରୁ ଏହା ଜୀବନ ଉପରେ ପ୍ରଭାବ ପକାଇଥାଏ। କିନ୍ତୁ ଦୁନିଆରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ବର୍ଷସାରା ଅଧିକ ବର୍ଷା ହୁଏ। ଏପରିକି ଗ୍ରୀଷ୍ମ ଋତୁରେ ମଧ୍ୟ ପ୍ରବଳ ବର୍ଷା ହୋଇଥାଏ। ଜାଣନ୍ତୁ ଏସବୁ ସ୍ଥାନ ବିଷୟରେ…

ମେଘାଳୟ: ।
ଭାରତର ମେଘାଳୟରେ ଅବସ୍ଥିତ ମାସିନରାମ ହେଉଛି ଏକ ଗାଁ ଯେଉଁଠି ବିଶ୍ୱରେ ସର୍ବାଧିକ ବର୍ଷା ହୋଇଥାଏ। ମାସିସରାମ ହେଉଛି ଏକ ପାହାଡ଼ିଆ ଅଞ୍ଚଳ। ଯେଉଁଠାରେ ହିମାଳୟ ଶିଖର ବଙ୍ଗୋପସାଗରରୁ ଆସୁଥିବା ମେଘକୁ ଅବରୋଧ କରିଥାଏ ଏବଂ ବର୍ଷା ହୋଇଥାଏ। ଏଠାରେ ହାରାହାରି ବାର୍ଷିକ ବୃଷ୍ଟିପାତ ୧୧,୮୭୧ ମିମି ବର୍ଷା ହୋଇଥାଏ।

ସେହିପରି ଚେରାପୁଞ୍ଜିରେ ମଧ୍ୟ ପ୍ରବଳ ବର୍ଷା ହୋଇଥାଏ। ଚେରାପୁଞ୍ଜି ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ। ଚେରାପୁଞ୍ଜି ବିଶ୍ୱରର ଦ୍ୱିତୀୟ ଆର୍ଦ୍ର ସ୍ଥାନ ଅଟେ ଏବଂ ବାର୍ଷିକ ପ୍ରାୟ ୧୧,୭୭୭ ମିଲିମିଟର ବର୍ଷା ହୁଏ। ଏପରିକି ଗ୍ରୀଷ୍ମ ଋତୁରେ ଏଠାରେ ତାପମାତ୍ରା ୨୩ ଡିଗ୍ରୀ ପର୍ଯ୍ୟନ୍ତ ଥାଏ। ମୌସୁମୀର ଆଗମନ ସହିତ ପ୍ରବଳ ବର୍ଷା ହେତୁ ପାଗ ଥଣ୍ଡା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?