ଟ୍ୟାଗ୍‌ ଅଛି, ଧାନ ଉଠୁନି: ମଣ୍ଡିରେ ପଡିଛି ୧୬ ଲକ୍ଷ ୩ ହଜାର ପ୍ୟାକେଟ ଧାନ

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ମଣ୍ଡି ଖୋଲିବାର ୨ ମାସ ବିତିଥିଲେ ମଧ୍ୟ ସମସ୍ତ ଚାଷୀଙ୍କ ପାଖରେ ଟୋକନ ପହଞ୍ଚତ୍ ପାରିନାହିଁ। ଯେଉଁ ଚାଷୀଙ୍କ ପାଖରେ ଟୋକନ ଅଛି ସେମାନେ ମଣ୍ଡିରେ ଧାନ ପକାଇଛନ୍ତି। ଏହାସତ୍ତ୍ୱେ ମଣ୍ଡିରୁ ଠିକ୍‌ ଭାବେ ଧାନ ଉଠୁ ନ ଥିବା ଅଭିଯୋଗ ହୋଇଛି।
ପଦ୍ମପୁର ବ୍ଲକ ଉପାନ୍ତ ଦହିତା, ଦହିଗାଁ, ବୁଡେନ, ଜମଲା, କନସିଂହା ସମେତ ପାଇକମାଲ, ଝାରବନ୍ଧ, ଗାଇସିଲେଟ ଅଞ୍ଚଳର ୯୨ଟି ମଣ୍ଡିରେ ଧାନ କିଣାବିକାରେ ଅଚଲାବସ୍ଥା ଦେଖାଯାଇଛି। ଶୁକ୍ରବାର ସୁଦ୍ଧା ଉପଖଣ୍ଡ ଅଧୀନ ୯୨ ମଣ୍ଡିରେ ୧୬ ଲକ୍ଷ ୩ ହଜାର ୧୮୦ ପ୍ୟାକେଟ ଧାନ ପଡି ରହିଥିବା ନିମନ୍ତ୍ରିତ ବଜାର କମିଟି ସମ୍ପାଦକ ରବି ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ପାଇକମାଳ ବ୍ଲକ ଝିଟିକି ମଣ୍ଡିରେ ୬୦ହଜାର, ପାଇକମାଳରେ ୫୨ ହଜାର, ଧାରୋଲରେ ୩୭ ହଜାର, ଝାରବନ୍ଧ ବ୍ଲକ ଅମଠି, ଭଏସାଦର୍ହା, ଲୌଡିଦର୍ହଆ ସମେତ ଅନେକ ଉପାନ୍ତ ମଣ୍ଡିରେ ୩୦ହଜାର ପ୍ୟାକେଟ ଉପରେ ଧାନ ପଡି ରହିଛି। ଆଜି ପର୍ଯ୍ୟନ୍ତ ସମସ୍ତ ଚାଷୀଙ୍କ ଟୋକନ ଆସିନାହିଁ। ଯେଉଁ ଚାଷୀମାନଙ୍କ ଟୋକନ ଆସିଛି ସେମାନଙ୍କ ଧାର୍ଯ୍ୟ ଜମି ପରିମାଣରୁ ବହୁତ କମ୍‌ ଆସିଛି।
ଅନ୍ୟପକ୍ଷେ ମିଲର୍ସ ମନଇଚ୍ଛା କଟନି କରି ଧାନ ଉଠାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଚାଷୀ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗୋଟିଏ ପଟେ କଟନି ଛଟନି ପାଇଁ ଚାଷୀ ଅସନ୍ତୁଷ୍ଟ ରହୁଥିବା ବେଳେ ଅନେକ ଚାଷୀ ସେମାନଙ୍କ ଟୋକନ ତାରିଖ କେବେ ଆସିବ ଓ ସେମାନେ ମଣ୍ଡିକୁ କେବେ ଧାନ ନେବେ ସେହି ଅପେକ୍ଷାରେ ଶୀତ କାକରରେ ନିଜର ଅମଳ ଧାନକୁ ଧରି ଜଗି ବସିଛନ୍ତି। ଅଧିକାଂଶ ଚାଷୀଙ୍କ ଟୋକନ ତାରିଖ ଅତିକ୍ରମ କରିଗଲାଣି। ସେହିପରି କିଛି ଚାଷୀଙ୍କ ଟୋକନ ଲାପ୍ସ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ସେହିପରି କେଉଁ ମଣ୍ଡିରେ କେତେ କୁଇଣ୍ଟାଲ ଧାନ କିଣାଯିବ ତାହା ଯୋଗାଣ ବିଭାଗ ସ୍ଥିର କରୁଛି। ଗୋଟିଏ ମଣ୍ଡିକୁ ଦିନକୁ ମାତ୍ର ୧୫୦ରୁ ୨୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆଯାଉଛି। ଏହା ଧାନ ବିକ୍ରିକୁ ମନ୍ଥର କରି ଦେବା ସହିତ କଟନି ଛଟନିକୁ ପ୍ରୋତ୍ସାହିତ କରୁଛି। ଏ ସମ୍ପର୍କରେ ଉପଖଣ୍ଡ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପଧାନଙ୍କୁ ପଚାରିବାରୁ ସେ କହିଲେ, ଧାନ ଉଠାଇବା ପାଇଁ ମିଲର୍ସଙ୍କୁ ପର୍ଯ୍ୟାପ୍ତ ଟ୍ୟାଗ୍‌ ଦିଆଯାଇଛି। ମାତ୍ର ମିଲର୍ସ ଧାନ ଉଠାଉ ନାହାନ୍ତି। ସେଥିପାଇଁ ଚାଷୀମାନଙ୍କ ଧାନ ଖୋଲା ଆକାଶ ତଳେ ପଡିରହିଛି ବୋଲି ପଧାନ କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

ଉପନିର୍ବାଚନ ପୂର୍ବରୁ ମମତାଙ୍କୁ ମିଳିଲା ଧୋକା! ସଙ୍ଗେ ସଙ୍ଗେ ବାଜି ପଲଟାଇଦେଲେ ଦିଦି

କୋଲକାତା,୧୮।୯: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ନିଷ୍ପତ୍ତି ଉପରେ ତୀବ୍ର…

ଶିକ୍ଷାବିତ୍‌ ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

କୋଲକାତା,୧୮।୯: ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ…

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?