ଅଜବ ନୀତିରେ ଚାଲିଛି ଶିକ୍ଷକଙ୍କ ବଦଳି, ଡେପୁଟେଶନ

ନବରଙ୍ଗପୁର,୧୬ା୪(ବି.ପ୍ର.): ନବରଙ୍ଗପୁର ଶିକ୍ଷା ବିଭାଗ ଏବେ ଅଜବ ନୀତିରେ ପରିଚାଳନା ହେଉଛି । କିଏ କେଉଁ ଭଳି କାର୍ଯ୍ୟ କରୁଛି ତାହା ଚିଠିକୁ ଦେଖିଲେ ସମସ୍ତେ ଠିକ ବୁଝିଯିବେ । ଯଦି କୌଣସି ସରକାରୀ ସ୍ତରରେ ଚିଠି ହେଉଛି ତା ହେଲେ ଅନ୍ତତଃ ପକ୍ଷେ ୩ଟି ସ୍ତରରେ ଦେଖା ଯାଏ । କିରାଣୀ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲା ଶିକ୍ଷା ଅଧିକାରୀ ମଧ୍ୟ ଜାଣି ପାରିଲେ ନାହିଁ । ଭୁଲ ପରେ ଭୁଲ କଲେ ଏହାକୁ ଜଗିବ କିଏ ବୋଲି ଜନସାଧାରଣ ପ୍ରଶ୍ନ କରୁଛନ୍ତି।
ଜିଲା ଶିକ୍ଷା ଅଧିକାରୀଙ୍କ ଅନୁମୋଦନ କ୍ରମେ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଶିକ୍ଷା ଅଧିକାରୀ ୧୨ ତାରିଖ ଦିନ ୯୪୨ ଓ ୯୪୩ ରେ ମୋତିଲାଲ ନାୟକ ବରିଷ୍ଠ ଶିକ୍ଷକ ବେଲଗାଁ ସରକାରୀ ୟୁପି ସ୍କୁଲରୁ ମୂର୍ଲା ବାଇ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରିଛନ୍ତି । ସେହିଭଳି ମୂର୍ଲା ବାଇ ପ୍ରାଥମିକ ବିଦ୍ୟାଳୟର ଲେବେଲ ୪ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ମିଶ୍ରଙ୍କୁ ଡେଙ୍ଗାତୋଟାଗୁଡାକୁ ଡେପୁଟେସନ କରାଯାଇଛି । ପ୍ରଧାନ ଶିକ୍ଷକ ଉମାକାନ୍ତ ମଣ୍ଡଳ ଚଳିତ ମାସ ୩୦ ଅବସର ନେବେ । ଏହା ପୂର୍ବରୁ ସୁଶୀଲ କୁମାରଙ୍କୁ ଏବେଠାରୁ ଅବସ୍ଥାପିତ କରିଦିଆଗଲାଣି ।
ତେବେ ନନ୍ଦାହାଣ୍ଡି ବ୍ଲକ ଶିକ୍ଷାଆଧିକାରୀ ଏହି ବଦଳି ଓ ଡେପୁଟେଶନ କରିଥିବା ବେଳେ । ଆଦେଶ ଚିଠି ଉପରେ ନବରଙ୍ଗପୁର ବ୍ଲକ ଶିକ୍ଷା ଅଧିକାରୀ ଲେଟର ପ୍ୟା ବ୍ୟବହାର କରିଛନ୍ତି । ଚିଠି ନମ୍ବର ୯୪୫ ଅନୁଯାଇ ଜିଲା ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଛନ୍ତି । ଏଠି ପ୍ରଶ୍ନ ଉଠୁଛି ଶିକ୍ଷକ ବଦଳ ଓ ଡେପୁଟେଶନ ପାଇଁ ଜିଲାପାଳଙ୍କ ସରକାରୀ ଅନୁମୋଦନ ଆବଶ୍ୟକ। ଏଠାରେ ତାହାର ବ୍ୟତିକ୍ରମ ଘଟିଛି । ଜିଲା ସ୍ତରରେ ଏମପି, ବିଧାୟକ, ଜିଲାପରିଷଦ ପକ୍ଷରୁ ଅନେକ ଶିକ୍ଷକଙ୍କ ବଦଳି ସୁପାରିଶ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ ଶୁଣାଣି ପରେ କିଛି ଶିକ୍ଷକଙ୍କ ବଦଳି ଓ ଡେପୁଟେଶନ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଶାତାଧିକ ଫାଇଲ ପଡି ରହିଛି। ସୁପାରିଶ ହୋଇ ପଡିରହିଥିବା ଶିକ୍ଷକଙ୍କ ବଦଳି କିମ୍ବା ଡେପୁଟେଶନ ହୋଇ ପାରୁନାହିଁ । ଏଭଳି ସ୍ଥଳେ ଭିତିରିଆ ଭାବେ ବ୍ଲକ ଓ ଜିଲା ଶିକ୍ଷା ଅଧିକାରୀ ଗୋଟିଏ ଗୋଟିଏ କରି ଶିକ୍ଷକଙ୍କ ବଦଳି ଓ ଡେପୁଟେଶନ କରୁଛନ୍ତି । ଏହାପଛରେ ବ୍ଲକ ଓ ଜିଲାଶିକ୍ଷା ଅଧିକାରୀଙ୍କ ବଦଳି ଉପରେ କିଭଳି ଉଦ୍ଦେଶ୍ୟ ରହିଛି ତାହା ସାଧାରଣରେ ଅନୁମେୟ । ନବରଙ୍ଗପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଲେଟର ପ୍ୟା ବ୍ୟବାହାର ହୋଇଥିବା ନେଇ ପଚାରିବାରୁ ବିଇଓ ରମେଶ ରାୟ ମୁ ଏବିଷୟରେ କିଛି ଜାଣି ନାହିଁ ବୋଲି କହିଛନ୍ତି । ନନ୍ଦାହାଣ୍ଡି ବ୍ଲକ ଶିକ୍ଷା ଅଧିକାରୀ ସୌମେନ୍ଦ୍ର ଭୌମିକଙ୍କୁ ପଚାରିବାରୁ ଜିଲା ଶିକ୍ଷା ଅଧିକାରୀଙ୍କ ଅନୁମୋଦନ ପରେ ବଦଳି ଓ ଡେପୁଟେଶନ କରାଯାଇଛି ବୋଲି କହିଛନ୍ତି। ନବରଙ୍ଗପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଲେଟର ପ୍ୟା ନନ୍ଦାହାଣ୍ଡି ବିଇଓ ବ୍ୟବହାର କରି ବଦଳି ଓ ଡେପୁଟେଶନ କରି ପାରିବେକି ବୋଲି ପ୍ରଶ୍ନ କରିବାରୁ ଏହାର ଉତ୍ତର ଦେଲେ ନାହିଁ । ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ସହ ଯୋଗାଯୋଗ ହୋଇ ପାରିଲା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?