ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା ଏବଂ ପ୍ରତିରୋଧ ପାଇଁ ଗୁରୁତ୍ୱ ଦିଆଯାଇଛି। ଏ ଦିଗରେ ଓଡ଼ିଶା ଆଖିଦୃଶିଆ କାର୍ଯ୍ୟକ୍ରମ କରି ଯକ୍ଷ୍ମାର ସକ୍ରିୟତାକୁ ହ୍ରାସ କରିପାରିଛି। ତେବେ ୨୦୨୩ ଫେବୃଆରୀ ପରଠାରୁ ଭାରତ ସରକାରଙ୍କ କେନ୍ଦ୍ରୀୟ ଟିବି ଡିଭିଜନରୁ ଓଡ଼ିଶାକୁ ପର୍ଯ୍ୟାପ୍ତ ଆଣ୍ଟି ଟିବି ଔଷଧ ଯୋଗାଣ ହୋଇନାହିଁ। ଫଳରେ ରାଜ୍ୟରେ ଏହି ଔଷଧର ଘୋର ଅଭାବ ଦେଖାଦେଇଛି। ଟିଭି ଚିକିତ୍ସା ଉପରେ ଏହାର ସିଧାସଳଖ ପ୍ରଭାବ ପଡୁଛି। ଆଣ୍ଟି ଟିବି ଔଷଧ ବଜାରରେ ଉପଲବ୍ଧ ହେଉନାହିଁ। ଏହି ଘଟଣାର ଅନୁଧ୍ୟାନ କରିବା ସହ ରାଜ୍ୟକୁ ଯକ୍ଷ୍ମା ଔଷଧ ଯୋଗାଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ମନସୁଖ ମାଣ୍ଡବ୍ୟଙ୍କୁ ଚିଠି ଲେଖିଛନ୍ତି।
ଭାବରେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ସହ ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ସୁବିଧା କରୁଛନ୍ତି। ହେଲେ ଯକ୍ଷ୍ମା ଭଳି ସଂକ୍ରାମକ ରୋଗ ପାଇଁ ଅନେକ ଜିଲାର କୌଣସି ସ୍ବାସ୍ଥ୍ୟକେନ୍ଦ୍ରରେ ଔଷଧ ଉପଲବ୍ଧ ନ ଥିବା ଜଣାପଡ଼ିଛି। ଅନେକ ସମୟରେ ମେଡିକାଲରେ ଛୋଟ ପିଲାଙ୍କ ପାଇଁ ଟିବି ଔଷଧ ଉପଲବ୍ଧ ହେଉନାହିଁ। କେବଳ ବଡ଼ମାନଙ୍କ ପାଇଁ ଔଷଧ ଥିବା କହି ଫେରାଇ ଦେଉଥିବା ଅଭିଯୋଗ ହେଉଛି।
୨୦୨୫ ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତକୁ ଯକ୍ଷ୍ମାମୁକ୍ତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ନିରନ୍ତର ବିକାଶ ଲକ୍ଷ୍ୟର ଏକ ଅଂଶବିଶେଷ ଯକ୍ଷ୍ମାମୁକ୍ତ ଓଡ଼ିଶା। ୧୦ ବର୍ଷରେ ସାରା ଦେଶରେ ଓଡ଼ିଶା ୧୨ଟି ର଼୍ୟାଙ୍କ ଉପରକୁ ଉଠି ଏବେ ୨ ନମ୍ବରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?