ପ୍ରଚଣ୍ଡ ତାତି: ଡହଳବିକଳ ଜଙ୍ଗଲୀ ଜନ୍ତୁ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): କଲବଲ କରୁଛି ପ୍ରଚଣ୍ଡ ଗ୍ରୀଷ୍ମ। ଘରେ କି ବାହାରେ ନିସ୍ତାର ନାହିଁ। ମଣିଷ, ଜୀବଜନ୍ତୁ ସମସ୍ତେ ତାତିର ଜ୍ୱାଳାରେ ଛଟପଟ ହେଉଛନ୍ତି। ଜଙ୍ଗଲରେ ପାଣି ଅଭାବରୁ ଜୀବଜନ୍ତୁ କଲବଲ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବନ୍ୟପ୍ରାଣୀଙ୍କ ନିମନ୍ତେ ଜଙ୍ଗଲରେ ପାଣି ବ୍ୟବସ୍ଥା କରିବାକୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ଦେବୀଦତ୍ତ ବିଶ୍ୱାଳ ରାଜ୍ୟର ସମସ୍ତ ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ଖରା ଯୋଗୁ ଜଙ୍ଗଲରେ ଥିବା ଛୋଟ ବଡ଼ ଜଳାଶୟ ଶୁଖି ଯାଉଛି। ତେଣୁ ଏହି ଜଳାଶୟଗୁଡ଼ିକୁ ଗଭୀର କରିବା ସହ ଟ୍ୟାଙ୍କରରେ ଶୁଖିଲା ପୋଖରୀ, ଗଡ଼ିଆରେ ପାଣି ଭର୍ତ୍ତି କରିବାକୁ ପିସିସିଏଫ୍‌ ସମସ୍ତ ଡିଏଫ୍‌ଓଙ୍କୁ ଚିଠି ଲେଖିଛନ୍ତି। ଜଳାଶୟ ନିକଟରେ ଛାଇ ବ୍ୟବସ୍ଥା କରିବା ସହିତ ନିୟମିତ ଭାବେ ସ୍ଥିତି ଅନୁଧ୍ୟାନ କରିବାକୁ ମଧ୍ୟ କୁହାଯାଇଛି। ଜଙ୍ଗଲରେ ପାଣିର ଅଭାବ ହେଲେ ବନ୍ୟଜନ୍ତୁ ଜନବସତିକୁ ପଳାଇ ଆସିବା ଆଶଙ୍କା ରହିଛି। ଜଳାଶୟଗୁଡ଼ିକରେ ନିୟମିତ ପାଣି ଭରିବା ସହ ସ୍ଥିତି ପରଖିବା ପାଇଁ ଦୈନିକ ପାଟ୍ରୋଲିଂ କରିବାକୁ କୁହାଯାଇଛି। ଏହାସହ ଜଙ୍ଗଲ ନିକଟ ଗ୍ରାମରେ ଜନସଚେତନତା ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଏଥିସହିତ ଚିଡ଼ିଆଖାନା, ରେସ୍‌କ୍ୟୁ ସେଣ୍ଟର ଏବଂ ବନ୍ୟଜନ୍ତୁ ପାର୍କଗୁଡ଼ିକରେ ଜୀବଜନ୍ତୁଙ୍କୁ ଖରା ଓ ତାତିରୁ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ତେବେ ପାଣି ଅଭାବରୁ କଟକ ଜିଲା ଆଠଗଡ଼ ବନଖଣ୍ଡରେ ହାତୀଛୁଆର ମୃତ୍ୟୁ ଘଟିଥିବା ବିଷୟକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅସ୍ବୀକାର କରିଛି। ପିସିସିଏଫ୍‌ କହିଛନ୍ତି, ପାଣି ପାଇଁ ହାତୀଛୁଆର ମୃତ୍ୟୁ ହୋଇନାହିଁ। ସେହି ଅଞ୍ଚଳରେ ୩ଟି ପୋଖରୀରେ ପାଣି ଅଛି। ହାତୀଛୁଆର ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି।
ରାଜ୍ୟର ୨୪ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ବାରିପଦା ପୁଣି ଉତ୍ତପ୍ତ ହୋଇଛି। ଏଠାରେ ସୋମବାର ପାରଦ ୬.୧ ଡିଗ୍ରୀ ସେଲ୍‌ସିୟସ ଉପରକୁ ଉଠି ୪୪.୨ ଡିଗ୍ରୀରେ ପହଞ୍ଚିଛି। ଏଥିଯୋଗୁ ବାରିପଦା ଦେଶର ଦ୍ୱିତୀୟ ଓ ବିଶ୍ୱର ଚତୁର୍ଥ ଉତ୍ତପ୍ତ ସହର ହୋଇଛି। ‘ଏଲ୍‌ ଡୋରାଡୋ ଓ୍ବେଦର’ ନାମକ ପାଣିପାଗ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱର ସବୁଠୁ ଉତ୍ତପ୍ତ ସହର ବାଂଲାଦେଶର କୁମାରଖାଲି/କୁଷ୍ଟିଆ(୫୧.୨ ଡିଗ୍ରୀ ସେଲ୍‌ସିୟସ)ହୋଇଥିବାବେଳେ ଦକ୍ଷିଣ ଆଫ୍ରିକାର କୋମାତିଦ୍ରାଇ ଦ୍ୱିତୀୟ (୪୭.୯), ଭାରତର ଉତ୍ତରପ୍ରଦେଶର ଆଲ୍ଲାହାବାଦ/ଘୁରୁପୁର ତୃତୀୟ(୪୪.୬) ତତଲା ସହରରେ ପରିଣତ ହୋଇଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ନୂଆପଡ଼ା ଓ ବୌଦ୍ଧରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୩.୩, ତାଳଚେରରେ ୪୩.୨, ସମ୍ବଲପୁର ୪୩.୨, ଟିଟିଲାଗଡ଼ ୪୩.୧, ଅନୁଗୋଳ ୪୩.୧, ବଲାଙ୍ଗୀର ୪୩, ସୁନ୍ଦରଗଡ଼ ୪୨.୮, ଭବାନୀପାଟଣା ୪୨.୬, ରାଉରକେଲା ୪୨.୨, ସୋନପୁର ୪୧.୭, ହୀରାକୁଦ ୪୧.୬, କଟକ ୪୧.୬, ଢେଙ୍କାନାଳ ୪୧.୪, ପାରଳାଖେମୁଣ୍ଡି ୪୧.୧, ବରଗଡ଼ ୪୦.୮, ନୟାଗଡ଼ ୪୦.୫, କେନ୍ଦୁଝର ୪୦.୪, ଚାନ୍ଦବାଲି ୪୦.୨, ଜଗତ୍‌ସିଂହପୁର ୪୦, ଭଦ୍ରକ ୪୦ ଏବଂ ଦେବଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। ସେହିପରି ଭଦ୍ରକରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ୩୯.୬, ଦେବଗଡ଼ରେ ୩୯.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଆସନ୍ତା ୨୨ ତାରିଖ ଯାଏ ତାତିରୁ ନିସ୍ତାର ମିଳିବନାହିଁ। ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଥିବାରୁ ରାଜ୍ୟରେ ଉତ୍ତପ୍ତ ପରିବେଶ ଲାଗିରହିବ। ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିବା ନେଇ ଅନୁମାନ କରାଯାଇଛି। ତେବେ ଆସନ୍ତା ୨୨ରୁ ୨୫ ତାରିଖ ମଧ୍ୟରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଗୁରୁଚାପ ହେବା ଫଳରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀଜନିତ ଝଡ଼ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri