ଟୋକନ୍‌ ଅଛି, ଧାନ କିଣା ହେଉନି

ପୁରୀ ଅଫିସ,୧୨।୨: ଟୋକନ୍‌ ମିଳିସାରିଛି, ମାତ୍ର ଧାନ ବିକ୍ରି ହୋଇ ପାରୁନାହିଁ। ଏ ନେଇ ଗୁରୁବାର ଗୋପ ବ୍ଲକ୍‌ର ଛଇତନା ଓ ଇତିଭୂଆଁ ଗ୍ରାମପଞ୍ଚାୟତର ଚାଷୀମାନେ ଜିଲାପାଳ ସମର୍ଥ ବର୍ମାଙ୍କୁ ଅଭିଯୋଗପତ୍ର ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଛଇତନା ସମବାୟ ସମିତି ମଣ୍ଡିରେ ମୋଟ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ୪୮୭। ଏମାନଙ୍କ ମଧ୍ୟରୁ ୧୮୭ ଜଣଙ୍କ ଧାନ ଉଠିସାରିଛି। ଅବଶିଷ୍ଟ ଚାଷୀଙ୍କ ପାଖରେ ଟୋକନ୍‌ ଥିଲେ ମଧ୍ୟ ଧାନ ଉଠିପାରୁନାହିଁ। ସେବା ସମବାୟ ସମିତି ମଣ୍ଡିରେ ମୋଟ୍‌ ୧୨ହଜାର କୁଇଣ୍ଟାଲ୍‌ ଧାନ ବିକ୍ରି ନେଇ ଟୋକନ୍‌ ଜାରି ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୫ହଜାର କୁଇଣ୍ଟାଲ ଧାନ ବିକ୍ରି ସରିଛି। ବଳକା ଧାନ ନେଇ ଚାଷୀଙ୍କ ପାଖରେ ଟୋକନ୍‌ ଥିବା ସତ୍ତ୍ବେ ବିକ୍ରି କରିପାରୁନାହାନ୍ତି। ଅନ୍ୟପକ୍ଷରେ ଏ ନେଇ ଚାଷୀମାନେ ସମବାୟ ସମ୍ପାଦକମାନଙ୍କୁ ପ୍ରଶ୍ନ କରିବାରୁ ସେମାନେ ସ୍ପଷ୍ଟ ଉତ୍ତର ରଖିନାହାନ୍ତି। ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ନେଇ ଦ୍ୱନ୍ଦ୍ୱ ଥିବା ସମ୍ପାଦକମାନେ କହିଛନ୍ତି। ଜିଲା ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚାଷୀମାନେ ଦାବି କରିଛନ୍ତି। ସମସ୍ୟାର ସମାଧାନ ହୋଇ ନ ପାରିଲେ ଚାଷୀମାନେ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ ଓ ଗୋପ-ବାଲିଘାଇ ରାସ୍ତାକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସମ୍ପୃୃକ୍ତ ଚାଷୀମାନେ ଯୋଗାଣ ମନ୍ତ୍ରୀ, ଜିଲା ଯୋଗାଣ ଅଧିକାରୀ, ଜିଲା ଆରକ୍ଷୀ ଅଧିକାରୀ ଏବଂ ଉପଜିଲାପାଳଙ୍କୁ ଅଭିଯୋଗପତ୍ର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫୮ କିଲୋ ଗଞ୍ଜେଇ ଜବତ

ମାଲକାନଗିରି, ୩।୭(ଡି.ଏନ୍‌.ଏ.): ମାଲକାନଗିରିର ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ରାତିରେ ପୋଲିସ ୨୫୮ କିଲୋ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଏଥିସହ...

ପୂରଣ ହେବ ୧୧,୦୦୬ ନର୍ସିଂ ଅଫିସର ପଦବୀ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ୧୧,୦୦୬ ନୂତନ ନର୍ସିଂ ଅଫିସର...

ଅନିଶ୍ଚିତତାରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର,୮ା୪(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ରହିଲା ଆଉ ୧୨ଦିନ। ସେଥିପାଇଁ ମହାଖଳାରେ ଜୋରସୋରରେ ଚାଲିଛି ରଥ ଚକ ନିର୍ମାଣ। ଗୁରୁବାର ଚକ ସରିବାପରେ...

କରୋନା ଡ୍ୟୁଟିକୁ ମନା କଲେ ଜେଲ

ଛତ୍ରପୁର,୨ା୬(ଡି.ଏନ.ଏ.)-କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ପ୍ରତିହତ କରାଯିବ। ଜୁନ ମାସରେ କଟକଣା ବଳବତ୍ତର ରହିବ। ବିନା ମାସ୍କରେ ବାହାରେ ବୁଲିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ । ସବୁ ଦୋକାନୀ...

ପୂର୍ତ୍ତବିଭାଗ ଅତିଥି ଭବନ ଅସମ୍ପୂର୍ଣ୍ଣ

ଖଇରା,୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡସ୍ଥିତ ପୂର୍ତ୍ତବିଭାଗର ନୂତନ ଅତିଥି ଭବନ ୪ବର୍ଷ ହେଲା ଅଧାପନ୍ତରିଆ ଅବସ୍ଥାରେ ରହିଛି। ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ କରିବାକୁ...

ହାତୀ ମୃତ୍ୟୁ ଘଟଣା: ଠିକାସଂସ୍ଥାର ସୁପରଭାଇଜର ନିଲମ୍ବିତ

କେନ୍ଦୁଝର,୩୧ା୮(ସ୍ବ.ପ୍ର.): କେନ୍ଦୁଝରର ଜୁଡ଼ିଆ ଘାଟି ନିକଟରେ ଥିବା ଓୟୁଏଟି ପରିସରରେ ଗତ ୨୫ ତାରିଖରେ ବିଦ୍ୟୁତ୍‌ ଆଘାତରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି...

ଏମ୍ସର ଅବାନ୍ତର ନିଷ୍ପତ୍ତି

ଭୁବନେଶ୍ୱର, ୨୧।୨(ବ୍ୟୁରୋ):ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ସମସ୍ତ କର୍ମଚାରୀ ଓ ଫାକଲ୍ଟି ଏଣିକି ହିନ୍ଦୀ ଭାଷାରେ କାଗଜପତ୍ରରେ ଦସ୍ତଖତ କରିବା ସହ ବିଭିନ୍ନ ରେକର୍ଡ...

କବଚ ସିଷ୍ଟମ କ’ଣ? ବାଲେଶ୍ୱର ଦୁର୍ଘଟଣାରେ ଏହାକୁ ନେଇ ହେଉଛି ଆଲୋଚନା…

ନୂଆଦିଲ୍ଲୀ,୩।୬:ଓଡିଶା ବାଲେଶ୍ୱର ବାହାନଗାରେ ହୋଇଥିବା ଛାତିଥରା ଟ୍ରେନ ଦୁର୍ଘଟଣା ନେଇ ଅନେକ ପ୍ରଶ୍ନ ଉଠିଛି। ଦୁର୍ଘଟଣା କିପରି ଏବଂ କେମିତି ହେଲା ଏନେଇ ଆଲୋଚନା ଏବଂ...

Advertisement
Archives

Model This Week