୨୫ ୱାର୍ଡରେ ନାହାନ୍ତି କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର,୧୩।୩(ବ୍ୟୁରୋ):ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ। ଚଳିତ ବର୍ଷ ପ୍ରଥମଥର ପାଇଁ ଭୋଟରମାନେ ମେୟରଙ୍କୁ ସିଧାସଳଖ ବାଛିବେ। ତେଣୁ ମେୟର ପଦ ଏବେ ସବୁଦଳ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଉପରେ ଏବେ ସମସ୍ତଙ୍କ ନଜର ରହିଛି। ମେୟର ପଦ ପାଇଁ ୧୨ ଦଳ ପ୍ରାର୍ଥୀ ଦେଇଥିବାବେଳେ କିଏ ଭୁବନେଶ୍ୱର ମେୟର ପଦ ହାତେଇବ ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବିଶେଷକରି ମେୟର ଭୋଟ ଦଳୀୟ ପ୍ରସ୍ତୁତି ଓ କର୍ପୋରେଟରଙ୍କ ଉପରେ ଅଧିକ ନିର୍ଭରଶୀଳ। ଭାଜପା ଓ ବିଜେଡି ସମସ୍ତ ୬୭ ଓ୍ବାର୍ଡରେ କର୍ପୋରେଟର ପ୍ରାର୍ଥୀ ଦେଇ ମେୟର ପଦବୀ ପାଇଁ ଆଶା ରଖିଥିବାବେଳେ କଂଗ୍ରେସ ମାତ୍ର ୪୨ ଓ୍ବାର୍ଡରେ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଛି। ଆହୁରି ୨୫ ଓ୍ବାର୍ଡରେ ପ୍ରାର୍ଥୀ ନ ଥିବାରୁ କଂଗ୍ରେସର ମେୟର ପଦ ଆଶା କ୍ଷୀଣ ବୋଲି ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି।
ଗତ ୪ ତାରିଖରେ କଂଗ୍ରେସ ପ୍ରଥମ ଦଳ ଭାବେ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ସେହିଦିନ ଅପରାହ୍ନରେ ୩୦ ୱାର୍ଡ ପାଇଁ ପ୍ରଥମ ପର୍ଯ୍ୟାୟ ଚୂଡାନ୍ତ କର୍ପୋରେଟର ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ୭ ତାରିଖ ସୋମବାର ନାମାଙ୍କନପତ୍ର ଦାଖଲର ଶେଷ ସୁଦ୍ଧା କଂଗ୍ରେସ ଆଉ ୧୩ ୱାର୍ଡ଼ ପାଇଁ ପ୍ରାର୍ଥୀ ଦେଇଥିଲା। ପୂର୍ବତନ କର୍ପୋରେଟର ଦମ୍ପତି ପ୍ରତାପ ରାଉତରାୟ ଓ ତାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନାମୟୀ ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେବା ସହ ଜ୍ୟୋତ୍ସ୍ନାମୟୀ ୧୯ନଂ. ୱାର୍ଡ ପାଇଁ ନାମାଙ୍କନ ଦାଖଲ କରିଥିଲେ। ହେଲେ ଶୁକ୍ରବାର ସେ ତାଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିଥିବାରୁ ବର୍ତ୍ତମାନ କଂଗ୍ରେସର କର୍ପୋରେଟର ପ୍ରାର୍ଥୀଙ୍କ ସଂଖ୍ୟା ୪୨କୁ ଖସି ଆସିଛି।
ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ୭୬୫ ଜିଲା ପରିଷଦ ଆସନ ହାତେଇ ଥିବା ଶାସକ ବିଜେଡି ମେୟର ପଦ ଅକ୍ତିଆର କରିବା ପାଇଁ ଦମ୍ଭ ଦେଖାଇଛି। ବିଜେଡିର ବହୁ ଅସନ୍ତୁଷ୍ଟ ନେତା ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବାରୁ ଫାଇଦା ନେବାକୁ ଚାହିଁ ବସିଛି ଭାଜପା। ସେହିପରି ଯେଉଁ ଓ୍ବାର୍ଡରେ କଂଗ୍ରେସ ପ୍ରାର୍ଥୀ ଦେଇନାହିଁ, ସେଠାରୁ କଂଗ୍ରେସ ଭୋଟ ପାଇବାକୁ ସବୁ ପ୍ରାର୍ଥୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି।
କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ କହିଛନ୍ତି, ମେୟର ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ ଓ ଭୋଟର ନିଜ ଇଚ୍ଛା ଅନୁସାରେ ଭୋଟ ଦେବେ। ଯେଉଁ ୱାର୍ଡରେ ଦଳ ପ୍ରାର୍ଥୀ ଦେଇ ନାହିଁ, ଆବଶ୍ୟକ ପଡିଲେ ସେଠାରେ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ଆଗେଇ ଆସିଥିବା ସ୍ବାଧୀନ କର୍ପୋରେଟର ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ ଜଣାଇବ ବୋଲି ମଧୁସ୍ମିତା କହିଛନ୍ତି। ଏଥିରୁ ଦଳୀୟ ଭୋଟ ସହ ସ୍ବାଧୀନ ପ୍ରାର୍ଥୀଙ୍କଠାରୁ ମେୟର ଭୋଟ ପାଇବାକୁ କଂଗ୍ରେସ ଆଶା ରଖିଥିବା ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ ବନ୍ଦୀରେ କେନ୍ଦୁଝର ସହର

କେନ୍ଦୁଝର, ୭ା୨ (ସ୍ବ.ପ୍ର.)-ବହୁ ସଂଖ୍ୟାରେ ଏବଂ ଅନିୟନ୍ତ୍ରିତ ଲୁହାପଥର ବୋଝେଇ ଟ୍ରକ ଚଳାଚଳ ଯୋଗୁ କେନ୍ଦୁଝର ସହରରେ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡିଛି। କଟକଣା ଅଭାବରୁ...

ରାସ୍ତାରେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୦।୪(ବ୍ୟୁରୋ): ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ତେଜିବା ପରେ ରାଜ୍ୟ ସରକାର ମୁଣ୍ଡ ନୁଆଁଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ୍‌ ବନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ...

କିସ୍ତି ଟଙ୍କା ନ ବାନ୍ଧିବାରୁ ଯୁବକଙ୍କୁ ହତ୍ୟା

ଜୟପୁର,୧୪ା୮(ପବନ ପାଣିଗ୍ରାହୀ):ଫାଇନାନ୍ସ ଟଙ୍କା କିସ୍ତି ନ ବାନ୍ଧିବାରୁ କୋରାପୁଟ ଜିଲା ଜୟପୁରରେ ଜଣେ ଯୁବକଙ୍କୁ ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି। ଚିକିତ୍ସାଧୀନ ଅବସ୍ଥାରେ ଯୁବଙ୍କ...

ମନ ମୋହୁଛି ମନୋଜଙ୍କ ନିଆରା କଳାକୃତି

କଟକ ଅଫିସ, ୪ା୧୦: ସେ ପାଠ ପଢ଼ିବା ପାଇଁ କଟକ ଆସିଥିଲେ। ଟ୍ୟୁଶନ କରି ପାଠ ପଢ଼ୁଥିଲେ। ହଠାତ କୋଭିଡ୍‌ ସ୍ଥିତି ଯୋଗୁ ଲକ୍‌ଡାଉନ୍‌ ଘୋଷଣା...

ସପ୍ତାହରେ ଦିନଟିଏ ଖଦି

ଭୁବନେଶ୍ୱର,୨୯।୨(ବ୍ୟୁରୋ): ଯୁବପିଢିଙ୍କୁ ଖଦି ପ୍ରତି ଆକର୍ଷିତ କରିବାକୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ। ସପ୍ତାହରେ ଅନ୍ତତଃ ଗୋଟିଏ...

ଶ୍ରୀମନ୍ଦିର କଳାହାଟ ଦ୍ୱାର ଲାଗି ଆସିଲା ୫୦୦ କେଜି ରୁପା ଚାଦର

ପୁରୀ ଅଫିସ,୨୫।୬: ଶ୍ରୀମନ୍ଦିରର କଳାହାଟ ଦ୍ୱାରକୁ ରୁପା ଛାଉଁଣି କରାଯିବ। ଏଥିଲାଗି ଶନିବାର ୫୦୦ କେଜି ରୁପା ଚାଦର ଅଣାଯାଇ ନିଳାଦ୍ରୀ ଭକ୍ତନିବାସରେ ରଖାଯାଇଛି। ଶ୍ରୀଗୁଣ୍ଡିଚା...

ଗାଁ ଲୋକଙ୍କୁ ଚୁଆ ପାଣି ଭରସା

କପ୍ତିପଦା, ୩।୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତର ଗଜାପଥର ଓ ଶରତ ପଞ୍ଚାୟତର ଅଶ୍ୱକୂଟୀ ଛକ ସାହି ଗ୍ରାମ ଏବେ ବି ପ୍ରଶାସନର...

ଓଡ଼ିଶାରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରଚାର

ପାତ୍ରପୁର,୧୨ା୨: ଆନ୍ଧ୍ରପ୍ରଦେଶରେ ଆସନ୍ତା ୧୩ ତାରିଖରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଗୁରୁବାର ଥିଲା ପ୍ରଚାରର ଶେଷ ଦିନ। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର...

Advertisement
Archives

Model This Week