ଏଇ ଭାରତରେ

ଦାରିଦ୍ର୍ୟ ଜୀବନ ବିତାଉଥିବା ଝାଡ଼ଖଣ୍ଡର ଶବର ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ପୂର୍ବତନ ଆଇଏଏସ୍‌ ଅଧିକାରୀ ସୁଚିତ୍ରା ସିହ୍ନା। ସେ ୩୦୦ ଶବର ପରିବାରକୁ ରୋଜଗାରକ୍ଷମ କରିପାରିଛନ୍ତି। ବାଉଁଶ ଓ କଞ୍ଜି ଘାସରେ ଟୋକେଇ, ପାଛିଆ, ପେନ୍‌ ଷ୍ଟାଣ୍ଡ ଓ ବହୁ ଘରକରଣା ସାମଗ୍ରୀ ଆଦି ତିଆରି କରିବାରେ ସେ ୨୫ଟି ଗାଁର ପରିବାରଗୁଡ଼ିକୁ ନିୟୋଜିତ କରିଛନ୍ତି। ଝାଡ଼ଖଣ୍ଡ ରାଜଧାନୀଠାରୁ ୬୦ କି.ମି. ଦୂରରେ ରହିଛି ଏହି ସବୁ ଗାଁ। ୨୦୧୯ରେ ସୁଚିତ୍ରା ଅବସର ନେବା ପରେ ‘ଅମ୍ବିକା’ ଏନ୍‌ଜିଓ ଗଠନ କରି ତା’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ବୁଣାଯାଉଥିବା ସାମଗ୍ରୀଗୁଡ଼ିକୁ ଆକର୍ଷଣୀୟ କରିବା ଲାଗି କିଛି ହସ୍ତକଳାକାରମାନଙ୍କୁ ନିୟୋଜିତ କରାଯାଇଛି। ଏ ସମ୍ପର୍କରେ ବି ଆଦିବାସୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ସର୍ବନିମ୍ନ ମୂଲ୍ୟ ୩୦୦ ଟଙ୍କା ରହିଥିବାବେଳେ ସବୁଠୁ ବେଶି ମୂଲ୍ୟ ରହିଛି ୩,୦୦୦ ଟଙ୍କା। ପ୍ରତ୍ୟେକ ପରିବାର ମାସକୁ ୭ରୁ ୮ ହଜାର ରୋଜଗାର କରୁଛନ୍ତି । ପ୍ରଶିକ୍ଷଣ ନେବା ପରେ ଏବେ ସେମାନେ ୧୦୪ ପ୍ରକାର ଜିନିଷ ତିଆରି କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହିସବୁ ସାମଗ୍ରୀ ଅନ୍‌ଲାଇନ ପ୍ଲାଟଫର୍ମରେ ପାଇବାର ବ୍ୟବସ୍ଥା କରିଛନ୍ତି ସୁଚିତ୍ରା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିଭିନ୍ନ ସ୍ଥାନରେ ଅଦରକାରୀ ଟାୟାର ଜମା ହୋଇ ପରିବେଶକୁ ପ୍ରଦୂଷଣ କରୁଥିବାବେଳେ ତାହାକୁ ଉପଯୋଗ କରି ଚପଲ ତିଆରି କରିବାରେ ସଫଳ ହୋଇଛନ୍ତି ପୁଣେର ପୂଜା...

ମହିଳାଙ୍କ ଅବୈତନିକ କାର୍ଯ୍ୟ

ଡା. ସବିିତା ମିଶ୍ର ଆମ ଭାରତୀୟ ସଂସ୍କୃତିରେ ମହିଳାମାନେ ସାଧାରଣତଃ ଗୃହ ଭିତରେ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ କରିଥାନ୍ତି। ସେମାନେ ଜଣେ ମା’, ସ୍ତ୍ରୀ,...

ଏଇ ଭାରତରେ

ପାଖରେ ଟଙ୍କା ନ ଥିଲା, କିନ୍ତୁ କେରଳରୁ କଶ୍ମୀର ଯାଏ ଚା’ ବିକି ବିକି ସାଇକେଲରେ ଚାଲିଗଲେ ନିଧିନ ଏମ୍‌.କେ.। ଯିବା ସମୟରେ ଗୁଗଲ୍‌ ମ୍ୟାପ୍‌...

ଏଇ ଭାରତରେ

ସମାଜରେ ଖୁବ୍‌ କମ୍‌ ଲୋକ ଅଛନ୍ତି ଯେଉଁମାନେ ଚାକିରି କରିବା ସହ ନିଜକୁ ସମାଜ ସେବାରେ ନିୟୋଜିତ କରିଥାନ୍ତି। ଏମାନଙ୍କ ମଧ୍ୟରୁ ରାଜସ୍ଥାନର କନଷ୍ଟେବଳ ଧର୍ମବୀର...

ପାଲା ସନ୍ଧ୍ୟା

ରମେଶ ନନ୍ଦ ରାମହରିପୁରରେ ବାର୍ଷିକ ମହୋତ୍ସବ। ଯଜ୍ଞାନୁଷ୍ଠାନ ଚାଲିଛି। ସନ୍ଧ୍ୟା ବେଳକୁ ବାଦୀ ପାଲା। ଆଜିର ପାଲା ସନ୍ଧ୍ୟାରେ ଓଡ଼ିଶାର ବିଶିଷ୍ଟ ଗାୟକ ଶାର୍ଦ୍ଦୁଳ କେଶରୀ...

ଆଭ୍ୟନ୍ତରୀଣ କନ୍ଦଳର କ୍ଷତ

ଆକାର ପଟେଲ ଗତ ୨୦ ବର୍ଷ ଭିତରେ ଆଭ୍ୟନ୍ତରୀଣ କନ୍ଦଳରେ ଭାରତରେ ଯେତିକି ସୈନିକ ମରିଛନ୍ତି, ତାହା ୧୯୬୨ ଚାଇନା ଯୁଦ୍ଧରେ ଶହୀଦ ହୋଇଥିବା ସୈନିକ...

ଦେବୀ ପୂଜା

ଇଂ. ସଚ୍ଚିଦାନନ୍ଦ ନନ୍ଦ ଭାରତରେ ବିଭିନ୍ନ ଅବସରରେ ମାତୃପୂଜା କରାଯାଇଥାଏ। ଦୁର୍ଗା, ଲକ୍ଷ୍ମୀ, ସରସ୍ବତୀ, ଭୁବନେଶ୍ୱରୀ, କାଳୀ, ଜଗଦ୍ଧାତ୍ରୀ, ଅମ୍ବିକା, ଗାୟତ୍ରୀ, ପାର୍ବତୀ ପ୍ରଭୃତିଙ୍କ ନାମରେ...

ସୀମା ଡେଇଁଲେ ବିପଦ

ଗତି ଆଣେ ପ୍ରଗତି। ମଣିଷ ଗାଡ଼ି ହେଉ ବା ଯନ୍ତ୍ର ତାହାକୁ ଉଦ୍ଭାବନ କରିଥିଲେ ମଧ୍ୟ ଚଳାଇଲା ବେଳେ ନିୟନ୍ତ୍ରଣ ଭିତରକୁ ଆଣି ନ ପାରିଲେ...

Advertisement
Archives

Model This Week