ଏଇ ଭାରତରେ

ଦାରିଦ୍ର୍ୟ ଜୀବନ ବିତାଉଥିବା ଝାଡ଼ଖଣ୍ଡର ଶବର ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ପୂର୍ବତନ ଆଇଏଏସ୍‌ ଅଧିକାରୀ ସୁଚିତ୍ରା ସିହ୍ନା। ସେ ୩୦୦ ଶବର ପରିବାରକୁ ରୋଜଗାରକ୍ଷମ କରିପାରିଛନ୍ତି। ବାଉଁଶ ଓ କଞ୍ଜି ଘାସରେ ଟୋକେଇ, ପାଛିଆ, ପେନ୍‌ ଷ୍ଟାଣ୍ଡ ଓ ବହୁ ଘରକରଣା ସାମଗ୍ରୀ ଆଦି ତିଆରି କରିବାରେ ସେ ୨୫ଟି ଗାଁର ପରିବାରଗୁଡ଼ିକୁ ନିୟୋଜିତ କରିଛନ୍ତି। ଝାଡ଼ଖଣ୍ଡ ରାଜଧାନୀଠାରୁ ୬୦ କି.ମି. ଦୂରରେ ରହିଛି ଏହି ସବୁ ଗାଁ। ୨୦୧୯ରେ ସୁଚିତ୍ରା ଅବସର ନେବା ପରେ ‘ଅମ୍ବିକା’ ଏନ୍‌ଜିଓ ଗଠନ କରି ତା’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ବୁଣାଯାଉଥିବା ସାମଗ୍ରୀଗୁଡ଼ିକୁ ଆକର୍ଷଣୀୟ କରିବା ଲାଗି କିଛି ହସ୍ତକଳାକାରମାନଙ୍କୁ ନିୟୋଜିତ କରାଯାଇଛି। ଏ ସମ୍ପର୍କରେ ବି ଆଦିବାସୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ସର୍ବନିମ୍ନ ମୂଲ୍ୟ ୩୦୦ ଟଙ୍କା ରହିଥିବାବେଳେ ସବୁଠୁ ବେଶି ମୂଲ୍ୟ ରହିଛି ୩,୦୦୦ ଟଙ୍କା। ପ୍ରତ୍ୟେକ ପରିବାର ମାସକୁ ୭ରୁ ୮ ହଜାର ରୋଜଗାର କରୁଛନ୍ତି । ପ୍ରଶିକ୍ଷଣ ନେବା ପରେ ଏବେ ସେମାନେ ୧୦୪ ପ୍ରକାର ଜିନିଷ ତିଆରି କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହିସବୁ ସାମଗ୍ରୀ ଅନ୍‌ଲାଇନ ପ୍ଲାଟଫର୍ମରେ ପାଇବାର ବ୍ୟବସ୍ଥା କରିଛନ୍ତି ସୁଚିତ୍ରା।


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri