ନାହାନ୍ତି ୧୧ ଡାକ୍ତର, ନାହିଁ ମହାପ୍ରୟାଣ ଗାଡ଼ି

ଛତ୍ରପୁର,୨୩।୫(ଡି.ଏନ.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହର ହୋଇ ମଧ୍ୟ ବ୍ରହ୍ମପୁର ସହରରେ ମୁଖ୍ୟ ହସ୍ପିଟାଲ( ସିଟି ହସ୍ପିଟାଲ) ରହିଛି। ଦୀର୍ଘବର୍ଷ ଧରି ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ହେଡ୍‌କ୍ୱାର୍ଟର ମାନ୍ୟତା ଦେବା ଲାଗି ଦାବି ହୋଇଆସୁଛି ା ମାତ୍ର ଏହାଉପରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ବେଳେ ଏହି ହସ୍ପିଟାଲ ସମସ୍ୟା ଦ୍ୱିଗୁଣିତ ହୋଇଛି ା
ଛତ୍ରପୁର ହସ୍ପିଟାଲରେ ୨୨ ଡାକ୍ତରଙ୍କ ମଧ୍ୟରୁ ମେଡିସିନ୍‌, ସର୍ଜରି ସମେତ ୧୧ ଡାକ୍ତର ପଦବୀ ଖାଲି ରହିଛି। ଏଥିଯୋଗୁ ରୋଗୀ ଆଡମିଶନ ହେଉନାହାନ୍ତି। କେବଳ ସାମାନ୍ୟ ରୋଗ ପାଇଁ ଇନଡୋର ଆଡମିଶନ ହେଉଛି ା ଅପରପକ୍ଷରେ ଛତ୍ରପୁର ହସ୍ପିଟାଲରେ ପ୍ରସୂତି ବିଭାଗରେ ସର୍ବଦା ରୋଗୀଙ୍କ ଶଯ୍ୟା ଭର୍ତ୍ତି ରହୁଛି ା ଏଠାରେ ପ୍ରସୂତି ବିଭାଗର ଅପରେଶନ ଥିଏଟର କାର୍ଯ୍ୟକାରୀ ହେଉଥିବାରୁ ଏହା ଉପରେ ଲୋକଙ୍କ ନିର୍ଭର ବଢୁଛି ା ଏପରିକି ଏଠାରେ ନିଶ୍ଚେତକ ବିଶେଷଜ୍ଞ ମଧ୍ୟ ଚଳିତ ମାସ ଶେଷରେ ଏଠାରୁ ବଦଳି ହେବେ। ଫଳରେ ପ୍ରସୂତି ବିଭାଗରେ ମଧ୍ୟ ଅପରେଶନ ବନ୍ଦ ହୋଇଯିବ। ଛତ୍ରପୁର ଦେଇ ଜାତୀୟ ରାଜପଥ ଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବାରୁ ଉକ୍ତ ହସ୍ପିଟାଲକୁ ଖଲ୍ଲିକୋଟଠାରୁ ଆରମ୍ଭ କରି ଚମାଖଣ୍ଡି ଅଞ୍ଚଳ ପର୍ଯ୍ୟନ୍ତ ଆହତମାନେ ଆସିଥାନ୍ତି ା ଏଥିସହ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ, ଖଲ୍ଲିକୋଟ, ଗଞ୍ଜାମ ଓ ଛତ୍ରପୁର ଅଞ୍ଚଳର ଲୋକେ ଏହି ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି ା ଛତ୍ରପୁର ଗଞ୍ଜାମ ଜିଲାର ସଦରମହକୁମା ହେବା ସହ ଉପଖଣ୍ଡ ହସ୍ପିଟାଲରେ ମହାପ୍ରୟାଣ ଗାଡି ନାହିଁ ା ଏଠାରେ କାହାର ମୃତ୍ୟୁ ହେଲେ ତାଙ୍କ ମୃତଦେହକୁ ଘରକୁ ନେବା ଲାଗି ଚଢ଼ା ଦରରେ ଭଡା କରି ଗାଡି ଦ୍ୱାରା ନେବାକୁ ଲୋକେ ବାଧ୍ୟ ହେଉଛନ୍ତି ା ମହାପ୍ରୟାଣ ଗାଡି ପାଇଁ ସ୍ଥାନୀୟ ବିଧାୟକ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ ହେଁ ଏହି ବ୍ୟବସ୍ଥା ହୋଇନି ା ଡାକ୍ତରଙ୍କ ପାଇଁ କ୍ୱାର୍ଟର୍ସର ଯଥେଷ୍ଟ ଅଭାବ ରହିଛି ା ନୂଆ କ୍ୱାର୍ଟର୍ସ ନିର୍ମାଣ ପ୍ରସ୍ତାବରେ ଅଟକିଛି ା ରୋଗୀ କଲ୍ୟାଣ ସମିତି ବୈଠକରେ ବାରମ୍ବାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେଉଥିଲେ ହେଁ କୌଣସି ସୁଫଳ ମିଳୁନି ା ଏଠାରେ ଥିବା ସ୍ବତନ୍ତ୍ର କ୍ୟାବିନ୍‌ର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅହେତୁକ ବିଳମ୍ବ ଘଟିଛି ା ଏଠାକୁ ଅଲଟ୍ରାସାଉଣ୍ଡ ମେଶିନ୍‌ ଆସିବା ପ୍ରସ୍ତାବରେ ଅଟକିଛି ା
ଉକ୍ତ ହସ୍ପିଟାଲର ଭିତ୍ତିଭୂମି ସୁଦୃଢ ସହ ସଫେଇ ଆଦି ଲାଗି ରାଜ୍ୟ ଓ କେନ୍ଦ୍ରସ୍ତରରେ ପ୍ରତିବର୍ଷ ପୁରସ୍କାର ମିଳୁଛି। ମାତ୍ର ରୋଗୀ ସେବା ଆବଶ୍ୟକତା ଅନୁସାରେ ହୋଇପାରୁନି। ଏଠାରେ ଡାକ୍ତର ଅଭାବ, ସର୍ଜରି ହେଉ ନ ଥିବାରୁ ଏହି ହସ୍ପିଟାଲର ଲକ୍ଷ୍ୟ ସାଧିତ ହେଉନି କିମ୍ବା ରୋଗୀ ସେବା ଠିକ୍‌ ଭାବେ ମିଳୁନି। କେବଳ ଉକ୍ତ ହସ୍ପିଟାଲରେ ଆଶୁ ଚିକିତ୍ସା କରାଯାଇ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି ା ଏଥିସହ ଆବଶ୍ୟକ ଓ ଠିକ୍‌ ସମୟରେ ଚିକିତ୍ସା ନ ପାଇ ରୋଗୀ ଗୁରୁତର ଏବଂ ଶେଷରେ ତାଙ୍କର ଜୀବନ ମଧ୍ୟ ଯାଉଥିବା ନଜିର ରହିଛି ା ଅପରପକ୍ଷରେ ଛତ୍ରପୁର ହସ୍ପିଟାଲରେ ଆଶୁ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଅଛି ା ତେବେ ଡାକ୍ତର ଅଭାବ, ଉନ୍ନତମାନର ଓ ସମସ୍ତ ସରଞ୍ଜାମ ଥିବା ଅପରେଶନ ଥିଏଟର ଥାଇ ମଧ୍ୟ ବିଶେଷଜ୍ଞ ନ ଥିବାରୁ ସର୍ଜରି ହୋଇପାରୁନି ା ଭେଷଜ ବିଶେଷଜ୍ଞ ନ ଥିବାରୁ କୌଣସି ରୋଗୀଙ୍କ ଡାଇଗ୍ନୋସିସ୍‌ ହୋଇପାରୁନି ା ଏ ସମ୍ପର୍କରେ ଛତ୍ରପୁର ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟ ିଆକର୍ଷଣ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?