ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱରେ ପୋତିହୋଇ ରହିଛି ମୂର୍ତ୍ତି

କୋଣାର୍କ,୨୪ା୯(ଜ୍ୟୋତିରାଜ ମହାନ୍ତି): ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱରେ ବାଲି ତଳେ ବହୁ ପୁରାତନ ମୂର୍ତ୍ତି ପୋତି ହୋଇରହିଛି।  ଜାତୀୟ ଭୂ-ଭୌତିକୀୟ ଗବେଷଣା ସଂସ୍ଥା (ଏନ୍‌ଜିଆର୍‌ଆଇ) ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ମିଳିତ ଭାବେ ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର (ଜିପିଆର୍‌) ସର୍ଭେରୁ ଏହା ଜଣାପଡ଼ିଛି।

ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକଙ୍କ ତତ୍ତ୍ୱାବଧାନରେ ମନ୍ଦିର ସମ୍ମୁଖସ୍ଥ ଶହେ ଫୁଟ ମାଟି ତଳ ପର୍ଯ୍ୟନ୍ତ ଜିପିଆର ସର୍ଭେ କରାଯାଇଛି। ପ୍ରାୟ ୫ଘଣ୍ଟାରୁ ଅଧିକ ସମୟ ଧରି ୧୫ ମିଟର ଭୂତଳକୁ ସ୍କାନିଂ କରାଯାଇଥିଲା। ଏହି ସମୟରେ ଦୁଇଟି ଜାଗାରେ ବାଲି ତଳେ ମୂର୍ତ୍ତି ରହିଥିବା ଜଣାପଡ଼ିଛି। ସେହି ସ୍ଥାନକୁ ସଫା କରାଯାଉଛି। ଏହା ଦୁଇଦିନ ଧରି ଚାଲିବ। ଏହାପରେ ମାଟି ଖୋଳାଯାଇ ମୂର୍ତ୍ତି ବାହାର କରାଯିବ ବୋଲି ସୂଚନା ମିଳିଛି। ବାଲି ତଳେ କେତେ ପୁରାତନ କାରୁକାର୍ଯ୍ୟ ଓ ମୂର୍ତ୍ତି ସବୁ ରହିଛି ତାହା ଏହି ଜିପିଆର୍‌ ସର୍ଭେରେ ଜଣାପଡ଼ିବ। ଏବେ ଦୁଇଟି ଜାଗାରେ ମୂର୍ତ୍ତି ରହିଥିବା ଚିହ୍ନଟ ହୋଇଛି। ଖୁବଶୀଘ୍ର ସେଗୁଡ଼ିକୁ କଢାଯିବ ବୋଲି ଗଡ଼ନାୟକ କହିଛନ୍ତି। ସର୍ଭେ ସମୟରେ ଭୂତତ୍ତ୍ୱବିତ୍‌ ମାନସ ରଞ୍ଜନ ସ୍ବାଇଁ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାଶ, ଏନ୍‌ଜିଆର୍‌ଆଇର ଏ.କେ. ପାଣ୍ଡେ ଏବଂ ବିଭାଗୀୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ: ଗଛମୂଳରେ ପଡ଼ିଛି ଚପଲ-ବ୍ୟାଗ୍‌, ବଢୁଛି ସନ୍ଦେହ

ସୋନପୁର,୭l୫(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା-ସିଲାଟି ରାସ୍ତାରେ ଏକ ବରଗଛ ଡାଳରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତେବେ ଏହା ଆତ୍ମହତ୍ୟା ନା…

ଯୁଦ୍ଧବିରତି ମଧ୍ୟରେ ଇରାନ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା, ବଡ଼ ଧମକ ଦେଇ କହିଲା….

ଓ୍ବାଶିଂଟନ,୭।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟରେ, ବୁଧବାର ଦିନ ଆମେରିକୀୟ ସେନା ଏକ ଇରାନୀ ତୈଳ ଟ୍ୟାଙ୍କର୍…

ବାଧକ ସାଜିଛି ପଥରବନ୍ଧ: ଆଣ୍ଠୁଏ କାଦୁଅରେ ଘାଟ ପାର ହେଉଛନ୍ତି ଯାତ୍ରୀ, କୁମ୍ଭୀର ଭୟରେ…

ମହାକାଳପଡ଼ା,୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ଗୋବରୀନଦୀ ଘାଟକୁ ନେଇ ବଗଗହଣ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଥିବା…

ଅବୁଝା ଲୋକଙ୍କୁ ତ୍ରୁଟିପୂର୍ଣ୍ଣ ଟ୍ରାଫିକ ବ୍ୟବସ୍ଥା: ଭିଡ ଭିତରେ ଘଣ୍ଟା ଘଣ୍ଟା ଫସିରହିଲେ ଲୋକେ

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପୋଲିସ ନିୟୋଜିତ…

ଫୋକସରେ ଆଗାମୀ ପଞ୍ଚାୟତ ନିର୍ବାଚନ: ଏବେଠୁ ନିଜ ନିଜ ଦଳ ଛାଡ଼ି ଭାଜପାମୁହାଁ ନେତା-କର୍ମୀ

ଛତ୍ରପୁର,୬ା୫(ଦିଲ୍ଲୀପ ସାମଲ): ଦିନକୁ ଦିନ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ଶକ୍ତିଶାଳୀ ହେବାରେ ଲାଗିଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଜନମଙ୍ଗଳ କାର୍ଯ୍ୟରେ ଅନୁପ୍ରାଣିତ…

୨ ବରିଷ୍ଠ ଅଧିକାରୀଙ୍କ ଦାରିଙ୍ଗବାଡି ଗସ୍ତ: ପର୍ଯ୍ୟଟନ କ୍ଷେତ୍ରର ହେବ ବିକାଶ

ଦାରିଙ୍ଗବାଡି,୬।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏବେ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ବିଭାଗ…

ଅଧରାତିରେ ଗୁହାଳରୁ ୧୪ ଛେଳି ଗାଏବ: ମାଲିକ କହିଲେ…

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରୁ ୧୪ଟି ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି l ବୁଧବାର ବିଳମ୍ବିତ…

ଗମନାଗମନରେ ଘୋଡ଼ାଘାଟ ନଦୀ ସାଜିଛି ବାଧକ: ଲୋକେ ହନ୍ତସନ୍ତ

ନୂଆପଡ଼ା,୭ା୫ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଚୁଲାଭାଟ ପଞ୍ଚାୟତ ଭଇଷାଦାଦର ଗଁାର ବରପଦର ପଡ଼ାବାସୀଙ୍କ ଗମନାଗମନରେ ଘୋଡ଼ାଘାଟ ନଦୀ ବାଧକ ସାଜିଛି। ବରପଦର ପଡ଼ାରେ ୨୦ରୁ ଊର୍ଦ୍ଧ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri