ରାଜ୍ୟରେ ୯୨ ହଜାର ପଞ୍ଜୀକୃତ କୃଷି ଶ୍ରମିକ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ରାଜ୍ୟରେ ୯୨ ହଜାର ୭୦୯ କୃଷି ଶ୍ରମିକ ଚିହ୍ନଟ ହୋଇ ପଞ୍ଜୀକୃତ ହୋଇଛନ୍ତି। ଅନୁଗୋଳ ଶ୍ରମ ଜିଲାରେ ୬୭୦ ଜଣ କୃଷି ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ବାଲେଶ୍ୱରରେ ୩୫୫୨, ଭଦ୍ରକରେ ୩୯୧୩, ବରଗଡ଼ରେ ୨୨୩୬ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ମାତ୍ର ବଲାଙ୍ଗୀର ଶ୍ରମ ଜିଲାରେ ଜଣେ ହେଲେ କୃଷି ଶ୍ରମିକ ପଞ୍ଜୀକୃତ ହୋଇ ନ ଥିବା ବେଳେ ଝାରସୁଗୁଡାରେ ମାତ୍ର ୫ ପଞ୍ଜୀକୃତ ହେଇଛନ୍ତି। ସେହିପରି ବୌଦ୍ଧ ଜିଲାରେ ୧୦୨୨୩ ପଞ୍ଜୀକୃତ ହୋଇଥିବା ବେଳେ ଛତ୍ରପୁର ୧୯୭୪, କଟକ ୨୯୯୩, ଦେବଗଡ ୬୭୦, ଢେଙ୍କାନାଳ ୮୨୧, ଗଜପତି ୮୮୬, ଗଞ୍ଜାମ ୪୬୪୨, ଜଗତ୍‌ସିଂହପୁର ୨୦୧୧, ଯାଜପୁର ୨୮୨୨, କଳାହାଣ୍ଡି ୯୧୮, କନ୍ଧମାଳ ୧୪୯୭, କେନ୍ଦ୍ରାପଡ଼ା ୧୫,୧୯୩, ଖୋର୍ଦ୍ଧା ୫୬୯, କେନ୍ଦୁଝର ୨୦୪୯, କୋରାପୁଟ ୩୧୪୭, ମାଲକାନଗିରି ୪୦୩୬, ମୟୂରଭଞ୍ଜ ୫୮୬, ନୟାଗଡ଼ ୪୬୧, ନବରଙ୍ଗପୁର ୯୮୨୦, ନୂଆପଡ଼ା ୭୪୫୫, ପୁରୀ ୧୭୬୫, ରାୟଗଡ଼ା ୩୬୫୨, ସମ୍ବଲପୁର ୧୬୬, ସୁବର୍ଣ୍ଣପୁର ୨୫୧୮, ସୁନ୍ଦରଗଡ଼ ୫୪୮ ଏବଂ ତାଳଚେରରେ ୯୧୧ ଜଣ କୃଷି ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ବିଜେଡି ସଭ୍ୟ ପ୍ରଶାନ୍ତ ବେହେରାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂ ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ କୃଷି ଶ୍ରମିକଙ୍କ କଲ୍ୟାଣ ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି। ଶ୍ରମିକଙ୍କର ମୃତ୍ୟୁ ହେଲେ ୧ ଲକ୍ଷ, ଦୁର୍ଘଟଣାରେ ମୃତ୍ୟୁ ହେଲେ ୨ ଲକ୍ଷ , ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଅକ୍ଷମ ହେଲେ ୧ଲକ୍ଷ ୫୦ ହଜାର, ଦୁଇଟି ଅଙ୍ଗ ହରାଇ ଆଂଶିକ ଅକ୍ଷମତା କ୍ଷେତ୍ରରେ ୮୦ ହଜାର ଏବଂ ଗୋଟିଏ ଅଙ୍ଗ ହରାଇଲେ ୪୦ ହଜାର ଟଙ୍କା ସହାୟତା ଦେବାର ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୂତୀ – ପୋଲିସ ଅଧିକାରୀ ମୁହାଁମୁହିଁ

ରସୁଲପୁର,୨୩।୯(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅଧୀନ  ଚକଗୋପାଳପୁର ଗାଁର ଚାନ୍ଦ ସାହିରେ ଖୁଦୁରୁକୁଣି ମେଢ଼ ଭସାଣିକୁ ନେଇ ବିବାଦ ସୃଷ୍ଟି ହୋଇଛି। କୋଭିଡ୍‌ ନିୟମ...

ଦୁର୍ନୀତିରେ ଉବୁଟୁବୁ ଖଦି ବୋର୍ଡ: ଖାଇଗଲେ ମହୁଚାଷୀଙ୍କ ଟଙ୍କା

ଭୁବନେଶ୍ୱର, ୨୧।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଦୁର୍ନୀତିରେ ଉବୁଟୁବୁ। ମହୁଚାଷୀଙ୍କୁ ତାଲିମ ଦେବା, ମହୁବାକ୍ସ କିଣିବାନେଇ କୋଟି କୋଟି ଟଙ୍କା ହଡ଼ପ...

ଦିଲ୍ଲୀରେ ପହଞ୍ଚିଲା ଯୁବ କଂଗ୍ରେସର ଆନ୍ଦୋଳନ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): କଳାହାଣ୍ଡି ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ...

ନୂଆ ବିପିଏଲ୍‌ ତାଲିକା ପ୍ରସ୍ତୁତିରେ ଅନିଶ୍ଚିତତା

କଟକ ସଦର, ୩।୬(ଡି.ଏନ.ଏ.): ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିପିଏଲ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଥିଲା।...

ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ ଅଫିସ/ହିନ୍ଦୋଳ,୬।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ବାଲିମି ଥାନା ଅନ୍ତର୍ଗତ ଅସରଡା ଜଙ୍ଗଲରେ ବୁଧବାର ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛିି। ବାର୍‌ହା ଶିକାର ପାଇଁ ବଛା...

୫-ଟି ରୂପାନ୍ତରଣ ହେବ ସବୁ ଡିଏଚ୍‌ଏଚ୍‌

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଓଡ଼ିଶାରେ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ରାଜ୍ୟ ସରକାର ହସ୍ପିଟାଲଗୁଡ଼ିକୁ ୫-ଟି ରୂପାନ୍ତରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ...

୪୫ ଦିନ ହେଲାଣି ମଣ୍ଡିରୁ ଉଠୁନି ଧାନ: ମାଲକାନଗିରି-ବାଲିମେଳା ରାସ୍ତା ଅବରୋଧ କଲେ ଚାଷୀ

କୋରୁକୋଣ୍ଡା,୬।୨(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ବାରମ୍ବାର ଚାଷୀ ମହଲରେ ଉତ୍ତେଜନା ଦେଖିବାକୁ ମିଳୁଛି। ବୁଧବାର ଜିଲାର ଗୋବିନ୍ଦପାଲିଠାରେ ମଣ୍ଡିରୁ ଧାନ ଉଠୁ ନ ଥିବା ହେତୁ ମାଲକାନଗିରି-ଜୟପୁର...

୩ ମହାନଗର ମେୟର ପଦବୀ ପାଇଁ ପ୍ରକାଶ ପାଇଲା ଚୂଡାନ୍ତ ତାଲିକା

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମେୟର ପଦବୀ ପାଇଁ ସଂରକ୍ଷଣ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି। ଏ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ...

Advertisement
Archives

Model This Week