ରାଜ୍ୟରେ ୯୨ ହଜାର ପଞ୍ଜୀକୃତ କୃଷି ଶ୍ରମିକ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ରାଜ୍ୟରେ ୯୨ ହଜାର ୭୦୯ କୃଷି ଶ୍ରମିକ ଚିହ୍ନଟ ହୋଇ ପଞ୍ଜୀକୃତ ହୋଇଛନ୍ତି। ଅନୁଗୋଳ ଶ୍ରମ ଜିଲାରେ ୬୭୦ ଜଣ କୃଷି ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ବାଲେଶ୍ୱରରେ ୩୫୫୨, ଭଦ୍ରକରେ ୩୯୧୩, ବରଗଡ଼ରେ ୨୨୩୬ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ମାତ୍ର ବଲାଙ୍ଗୀର ଶ୍ରମ ଜିଲାରେ ଜଣେ ହେଲେ କୃଷି ଶ୍ରମିକ ପଞ୍ଜୀକୃତ ହୋଇ ନ ଥିବା ବେଳେ ଝାରସୁଗୁଡାରେ ମାତ୍ର ୫ ପଞ୍ଜୀକୃତ ହେଇଛନ୍ତି। ସେହିପରି ବୌଦ୍ଧ ଜିଲାରେ ୧୦୨୨୩ ପଞ୍ଜୀକୃତ ହୋଇଥିବା ବେଳେ ଛତ୍ରପୁର ୧୯୭୪, କଟକ ୨୯୯୩, ଦେବଗଡ ୬୭୦, ଢେଙ୍କାନାଳ ୮୨୧, ଗଜପତି ୮୮୬, ଗଞ୍ଜାମ ୪୬୪୨, ଜଗତ୍‌ସିଂହପୁର ୨୦୧୧, ଯାଜପୁର ୨୮୨୨, କଳାହାଣ୍ଡି ୯୧୮, କନ୍ଧମାଳ ୧୪୯୭, କେନ୍ଦ୍ରାପଡ଼ା ୧୫,୧୯୩, ଖୋର୍ଦ୍ଧା ୫୬୯, କେନ୍ଦୁଝର ୨୦୪୯, କୋରାପୁଟ ୩୧୪୭, ମାଲକାନଗିରି ୪୦୩୬, ମୟୂରଭଞ୍ଜ ୫୮୬, ନୟାଗଡ଼ ୪୬୧, ନବରଙ୍ଗପୁର ୯୮୨୦, ନୂଆପଡ଼ା ୭୪୫୫, ପୁରୀ ୧୭୬୫, ରାୟଗଡ଼ା ୩୬୫୨, ସମ୍ବଲପୁର ୧୬୬, ସୁବର୍ଣ୍ଣପୁର ୨୫୧୮, ସୁନ୍ଦରଗଡ଼ ୫୪୮ ଏବଂ ତାଳଚେରରେ ୯୧୧ ଜଣ କୃଷି ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ବିଜେଡି ସଭ୍ୟ ପ୍ରଶାନ୍ତ ବେହେରାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂ ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ କୃଷି ଶ୍ରମିକଙ୍କ କଲ୍ୟାଣ ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି। ଶ୍ରମିକଙ୍କର ମୃତ୍ୟୁ ହେଲେ ୧ ଲକ୍ଷ, ଦୁର୍ଘଟଣାରେ ମୃତ୍ୟୁ ହେଲେ ୨ ଲକ୍ଷ , ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଅକ୍ଷମ ହେଲେ ୧ଲକ୍ଷ ୫୦ ହଜାର, ଦୁଇଟି ଅଙ୍ଗ ହରାଇ ଆଂଶିକ ଅକ୍ଷମତା କ୍ଷେତ୍ରରେ ୮୦ ହଜାର ଏବଂ ଗୋଟିଏ ଅଙ୍ଗ ହରାଇଲେ ୪୦ ହଜାର ଟଙ୍କା ସହାୟତା ଦେବାର ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?