‘ବ୍ଲୁ ଫ୍ଲାଗ୍‌’ ଦୌଡ଼ରେ ଆଉ ୪ ବେଳାଭୂମି

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ):‘ବ୍ଲୁ ଫ୍ଲାଗ୍‌’ ଦୌଡ଼ରେ ସାମିଲ ହେବାକୁ ଯାଉଛି ଓଡ଼ିଶାର ଆଉ ୪ ବେଳାଭୂମି। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ବେଳାଭୂମି ପର୍ଯ୍ୟଟନର ଗୁରୁତ୍ୱ ବୃଦ୍ଧି କରିବାକୁ ରାଜ୍ୟ ସରକାର ଏଥିପାଇଁ ପଦକ୍ଷେପ ନେଇଛନ୍ତି। ପୁରୀର ୨ ଓ ଗଞ୍ଜାମର ୨ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇଁ ଉଦ୍ୟମ ଚାଲିଛି। ଏହି ବେଳାଭୂମିଗୁଡ଼ିକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ତଥା ପରିବେଶ ଅନୁକୂଳ ବେଳାଭୂମି ଭାବେ ବିକଶିତ କରିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାବାଦ୍‌ ୪୮୫ କି.ମି.ର ସୁଦୀର୍ଘ ବେଳାଭୂମିକୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ବିକଶିତ କରିବାକୁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି।
ପୁରୀର ଗୋଲ୍ଡେନ୍‌ ବିଚ୍‌କୁ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ମିଳିବା ପରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅନ୍ତର୍ଜାତୀୟସ୍ତରରେ ପୁରୀ ବେଳାଭୂମିକୁ ଏକ ନୂଆ ପରିଚୟ ମିଳିଛି। ଡେନ୍‌ମାର୍କସ୍ଥିତ ଫାଉଣ୍ଡେଶନ୍‌ ଫର୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଏଜୁକେଶନ୍‌(ଏଫ୍‌ଇଇ) ପକ୍ଷରୁ ପୁରୀ ବେଳାଭୂମିର ପରିବେଶ, ପାଣିର ସ୍ବଚ୍ଛତାର ମାନ, ପର୍ଯ୍ୟଟକଙ୍କୁ ଉନ୍ନତମାନର ସେବା ସହ ସୁରକ୍ଷା ସମେତ ୩୩ଟି ସର୍ତ୍ତାବଳୀକୁ ଦୃଷ୍ଟିରେ ରଖି ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ପ୍ରଦାନ କରାଯାଇଛି। ୨୦୧୮ରେ ଭାରତ ପ୍ରଥମଥର ପାଇଁ ବ୍ଲୁ ଫ୍ଲାଗ୍‌ ବିଚ୍‌ ଦୌଡ଼ରେ ସାମିଲ ହୋଇଥିବାବେଳେ ମାତ୍ର ୨ବର୍ଷରେ ଦେଶର ୮ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ମାନ୍ୟତା ମିଳିଛି। ତେବେ ରାଜ୍ୟର ଏକମାତ୍ର ପୁରୀ ବେଳାଭୂମି ଏହି ମାନ୍ୟତା ପାଇଛି। ବ୍ଲୁ ଫ୍ଲାଗ୍‌ ମାନ୍ୟତା ପାଇଁ ପରିବେଶ ଦୃଷ୍ଟିକୋଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ଗଞ୍ଜାମ ଗୋପାଳପସ୍ଥିତ ହରିପୁର ବିଚ୍‌ ଓ ସୋନପୁର ବେଳାଭୂମି ଏହି ସମସ୍ତ ମାନଦଣ୍ଡ ପୂରଣ କରୁଛି। ସେହିଭଳି ପୁରୀର ମୁହାଣ ବିଚ୍‌ ଓ ବାଙ୍କୀ ନିକଟ ବିଚ୍‌କୁ ବ୍ଲୁ ଫ୍ଲାଗ୍‌ ମାନ୍ୟତା ଦେବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜୋର୍‌ଦାର ଉଦ୍ୟମ ଚାଲିଛି। ୨୦୨୧ ସୁଦ୍ଧା ପୁରୀର ଗୋଲ୍ଡେନ୍‌ ବିଚ୍‌କୁ ମିଶାଇ ମୋଟ ୫ଟି ସମୁଦ୍ର ବେଳାଭୂମି ପାଇଁ ବ୍ଲୁ ଫ୍ଲାଗ୍‌ ମାନ୍ୟତା ଆଣିବାକୁ ଯୋଜନା ରହିଛି। ଏଥିଲାଗି ମନୋନୀତ ହୋଇଥିବା ବେଳାଭୂମିଗୁଡ଼ିକର ପ୍ରାୟ ୪୦୦ ମିଟର ଅଞ୍ଚଳକୁ ବ୍ଲୁ ଫ୍ଲାଗ୍‌ ବିଚ୍‌ଭାବେ ବିକଶିତ କରାଯିବ। ଏହି ଅଞ୍ଚଳରେ ସୋଲାର ଲାଇଟ୍‌, କାଠ ନିର୍ମିତ ଶୌଚାଳୟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ, ସୁରକ୍ଷିତ ବାଥିଂ ଜୋନ୍‌, ବିଚ୍‌ ସୌନ୍ଦର୍ଯ୍ୟକରଣ, ବୃକ୍ଷରୋପଣ ଭଳି ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯିବ। ନିକଟରେ ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପର ବିଶେଷଜ୍ଞ ଦଳ ହରିପୁର ଓ ସୋନପୁର ବେଳାଭୂମି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖୁବ୍‌ଶୀଘ୍ର ବିକାଶ କାର୍ଯ୍ୟ କରାଯିବା ନେଇ ସୂଚନା ମିଳିଛି। ଏହାବାଦ୍‌ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଗୁରୁତ୍ୱ ରଖୁଥିବା ରାଜ୍ୟର ଆହୁରି ୩ରୁ ୪ଟି ବିଚ୍‌କୁ ବ୍ଲୁ ଫ୍ଲାଗ୍‌ ଷ୍ଟାଣ୍ଡାର୍ଡ ଅନୁଯାୟୀ ବିକଶିତ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଯୋଜନା କରିଛି। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ବ୍ଲୁ ଫ୍ଲାଗ୍‌ ବିଚ୍‌ ସହାୟକ ହେଉଥିବାରୁ ଏହାଦ୍ୱାରା ରାଜ୍ୟରେ ବିଚ୍‌ ଟୁରିଜମ୍‌ର ଲୋକପ୍ରିୟତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ବାଲେଶ୍ୱରର ତାଳସାରୀ ବେଳାଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri