‘ବ୍ଲୁ ଫ୍ଲାଗ୍‌’ ଦୌଡ଼ରେ ଆଉ ୪ ବେଳାଭୂମି

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ):‘ବ୍ଲୁ ଫ୍ଲାଗ୍‌’ ଦୌଡ଼ରେ ସାମିଲ ହେବାକୁ ଯାଉଛି ଓଡ଼ିଶାର ଆଉ ୪ ବେଳାଭୂମି। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ବେଳାଭୂମି ପର୍ଯ୍ୟଟନର ଗୁରୁତ୍ୱ ବୃଦ୍ଧି କରିବାକୁ ରାଜ୍ୟ ସରକାର ଏଥିପାଇଁ ପଦକ୍ଷେପ ନେଇଛନ୍ତି। ପୁରୀର ୨ ଓ ଗଞ୍ଜାମର ୨ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇଁ ଉଦ୍ୟମ ଚାଲିଛି। ଏହି ବେଳାଭୂମିଗୁଡ଼ିକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ତଥା ପରିବେଶ ଅନୁକୂଳ ବେଳାଭୂମି ଭାବେ ବିକଶିତ କରିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାବାଦ୍‌ ୪୮୫ କି.ମି.ର ସୁଦୀର୍ଘ ବେଳାଭୂମିକୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ବିକଶିତ କରିବାକୁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି।
ପୁରୀର ଗୋଲ୍ଡେନ୍‌ ବିଚ୍‌କୁ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ମିଳିବା ପରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅନ୍ତର୍ଜାତୀୟସ୍ତରରେ ପୁରୀ ବେଳାଭୂମିକୁ ଏକ ନୂଆ ପରିଚୟ ମିଳିଛି। ଡେନ୍‌ମାର୍କସ୍ଥିତ ଫାଉଣ୍ଡେଶନ୍‌ ଫର୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଏଜୁକେଶନ୍‌(ଏଫ୍‌ଇଇ) ପକ୍ଷରୁ ପୁରୀ ବେଳାଭୂମିର ପରିବେଶ, ପାଣିର ସ୍ବଚ୍ଛତାର ମାନ, ପର୍ଯ୍ୟଟକଙ୍କୁ ଉନ୍ନତମାନର ସେବା ସହ ସୁରକ୍ଷା ସମେତ ୩୩ଟି ସର୍ତ୍ତାବଳୀକୁ ଦୃଷ୍ଟିରେ ରଖି ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ପ୍ରଦାନ କରାଯାଇଛି। ୨୦୧୮ରେ ଭାରତ ପ୍ରଥମଥର ପାଇଁ ବ୍ଲୁ ଫ୍ଲାଗ୍‌ ବିଚ୍‌ ଦୌଡ଼ରେ ସାମିଲ ହୋଇଥିବାବେଳେ ମାତ୍ର ୨ବର୍ଷରେ ଦେଶର ୮ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ମାନ୍ୟତା ମିଳିଛି। ତେବେ ରାଜ୍ୟର ଏକମାତ୍ର ପୁରୀ ବେଳାଭୂମି ଏହି ମାନ୍ୟତା ପାଇଛି। ବ୍ଲୁ ଫ୍ଲାଗ୍‌ ମାନ୍ୟତା ପାଇଁ ପରିବେଶ ଦୃଷ୍ଟିକୋଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ଗଞ୍ଜାମ ଗୋପାଳପସ୍ଥିତ ହରିପୁର ବିଚ୍‌ ଓ ସୋନପୁର ବେଳାଭୂମି ଏହି ସମସ୍ତ ମାନଦଣ୍ଡ ପୂରଣ କରୁଛି। ସେହିଭଳି ପୁରୀର ମୁହାଣ ବିଚ୍‌ ଓ ବାଙ୍କୀ ନିକଟ ବିଚ୍‌କୁ ବ୍ଲୁ ଫ୍ଲାଗ୍‌ ମାନ୍ୟତା ଦେବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜୋର୍‌ଦାର ଉଦ୍ୟମ ଚାଲିଛି। ୨୦୨୧ ସୁଦ୍ଧା ପୁରୀର ଗୋଲ୍ଡେନ୍‌ ବିଚ୍‌କୁ ମିଶାଇ ମୋଟ ୫ଟି ସମୁଦ୍ର ବେଳାଭୂମି ପାଇଁ ବ୍ଲୁ ଫ୍ଲାଗ୍‌ ମାନ୍ୟତା ଆଣିବାକୁ ଯୋଜନା ରହିଛି। ଏଥିଲାଗି ମନୋନୀତ ହୋଇଥିବା ବେଳାଭୂମିଗୁଡ଼ିକର ପ୍ରାୟ ୪୦୦ ମିଟର ଅଞ୍ଚଳକୁ ବ୍ଲୁ ଫ୍ଲାଗ୍‌ ବିଚ୍‌ଭାବେ ବିକଶିତ କରାଯିବ। ଏହି ଅଞ୍ଚଳରେ ସୋଲାର ଲାଇଟ୍‌, କାଠ ନିର୍ମିତ ଶୌଚାଳୟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ, ସୁରକ୍ଷିତ ବାଥିଂ ଜୋନ୍‌, ବିଚ୍‌ ସୌନ୍ଦର୍ଯ୍ୟକରଣ, ବୃକ୍ଷରୋପଣ ଭଳି ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯିବ। ନିକଟରେ ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପର ବିଶେଷଜ୍ଞ ଦଳ ହରିପୁର ଓ ସୋନପୁର ବେଳାଭୂମି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖୁବ୍‌ଶୀଘ୍ର ବିକାଶ କାର୍ଯ୍ୟ କରାଯିବା ନେଇ ସୂଚନା ମିଳିଛି। ଏହାବାଦ୍‌ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଗୁରୁତ୍ୱ ରଖୁଥିବା ରାଜ୍ୟର ଆହୁରି ୩ରୁ ୪ଟି ବିଚ୍‌କୁ ବ୍ଲୁ ଫ୍ଲାଗ୍‌ ଷ୍ଟାଣ୍ଡାର୍ଡ ଅନୁଯାୟୀ ବିକଶିତ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଯୋଜନା କରିଛି। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ବ୍ଲୁ ଫ୍ଲାଗ୍‌ ବିଚ୍‌ ସହାୟକ ହେଉଥିବାରୁ ଏହାଦ୍ୱାରା ରାଜ୍ୟରେ ବିଚ୍‌ ଟୁରିଜମ୍‌ର ଲୋକପ୍ରିୟତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ବାଲେଶ୍ୱରର ତାଳସାରୀ ବେଳାଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?