ରାଜ୍ୟରେ ୩,୧୩୬ ଏମ୍‌ଏସ୍‌ଏମ୍‌ଇ ବନ୍ଦ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):କୋଭିଡ୍‌-୧୯ ବ୍ୟବସାୟିକ ବାଣିଜ୍ୟକୁ ବିଶେଷଭାବେ ପ୍ରଭାବିତ କରିଛି। ଏହି ମହାମାରୀ ଯୋଗୁ ଷ୍ଟାର୍ଟଅପ୍‌ଗୁଡ଼ିକ ସର୍ବାଧିକ କ୍ଷତି ସହିଛନ୍ତି। ଦୀର୍ଘ ୬ମାସ ଧରି ବ୍ୟବସାୟ ବନ୍ଦ ଯୋଗୁ ବହୁ ଷ୍ଟାର୍ଟଅପ୍‌ ଏବେ ବନ୍ଦ ହେବା ପରିସ୍ଥିତିକୁ ଚାଲି ଆସିଛନ୍ତି। ଟିଆଇଇ ଦିଲ୍ଲୀ-ଏନ୍‌ସିଆର୍‌ ଏବଂ ଜିନଭ୍‌ର ରିପୋର୍ଟ ଅନୁଯାୟୀ, କୋଭିଡ୍‌-୧୯ ଯୋଗୁ ଲକ୍‌ଡାଉନ୍‌ ସମୟରେ ଭାରତର ଷ୍ଟାର୍ଟଅପ୍‌ ଇକୋସିଷ୍ଟମ୍‌ ବିଶେଷ ପ୍ରଭାବିତ ହୋଇଛି। ୧୫% ଭାରତୀୟ ଷ୍ଟାର୍ଟଅପ୍‌ ଆର୍ଥିକ କ୍ଷତି ସହି ନ ପାରି ନିଜର ଅପରେସନ୍ସ ବା କାର୍ଯ୍ୟ ବନ୍ଦ କରିଛନ୍ତି। କେବଳ ଏତିକି ନୁହେଁ, ୪୧% ଷ୍ଟାର୍ଟଅପ୍‌ ଉପରେ କୋଭିଡ୍‌-୧୯ର ନକାରାତ୍ମକ ପ୍ରଭାବ ପଡ଼ିଥିବାବେଳେ ୫୨% ଷ୍ଟାର୍ଟଅପ୍‌ ବ୍ୟବସାୟ ପାଇଁ ଅର୍ଥ ଯୋଗାଡ଼ କରିବାକୁ ସଂଘର୍ଷ କରୁଛନ୍ତି। ୪୪% ଷ୍ଟାର୍ଟଅପ୍‌ ନିକଟରେ ଆବଶ୍ୟକ କ୍ୟାଶ୍‌ ରନ୍‌ଓ୍ବେ(୬ମାସ ପର୍ଯ୍ୟନ୍ତ ଖର୍ଚ୍ଚ କରିବାର ପାଣ୍ଠି) ନ ଥିବାରୁ ଲକ୍‌ଡାଉନ୍‌ ସେମାନଙ୍କୁ ଅଧିକ କ୍ଷତି ପହଞ୍ଚାଇଛି।
ଓଡ଼ିଶାରେ କରୋନା ମହାମାରୀ ସମୟରେ ଅର୍ଥାତ ଗତ ମାର୍ଚ୍ଚଠାରୁ ଏବେସୁଦ୍ଧା ପ୍ରାୟ ୩,୧୩୬ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ସାମୟିକଭାବେ ବନ୍ଦ ହୋଇଛି। ରାଜ୍ୟ ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସୂଚନା ଅନୁଯାୟୀ ପାଣ୍ଠି ଅଭାବ, ନିବେଶକାରୀଙ୍କ ଅନାଗ୍ରହ ଏବଂ ଦୀର୍ଘଦିନ ଧରି ବ୍ୟବସାୟ ବନ୍ଦ ରହିବା ଯୋଗୁ ଏହି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ବନ୍ଦ ହୋଇଯାଇଛି। ତେବେ ଏହି କର୍ମସଂସ୍ଥାଗୁଡ଼ିକରେ କାମ କରୁଥିବା କେତେ କର୍ମଚାରୀ ଏବଂ ଶ୍ରମିକ ନିଯୁକ୍ତି ହରାଇଛନ୍ତି ତାହାର ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ଉପଲବ୍ଧ ନାହିଁ। ହେଲେ ବ୍ୟବସାୟରେ କ୍ଷତି ସହି ସାମୟିକଭାବେ ବନ୍ଦ ଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ସେପ୍ଟେମ୍ବର ୨୫ ସୁଦ୍ଧା କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ୧.୬୧ଲକ୍ଷ ଏମ୍‌ଏସ୍‌ଏମ୍‌ଇକୁ ୨,୮୦୦ କୋଟି ଟଙ୍କାର ଋଣ ମଞ୍ଜୁର ଦିଆଯାଇଛି। ଏହାଦ୍ୱାରା ସେମାନେ ବ୍ୟବସାୟର ପୁନଃଆରମ୍ଭ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ତେବେ ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଓଡ଼ିଶା ଏକ ‘ଅର୍ଲି ଷ୍ଟେଜ୍‌ ଇକୋସିଷ୍ଟମ୍‌’ ରାଜ୍ୟ ହୋଇଥିବାରୁ ପରିସ୍ଥିତି ସୁଧୁରିବା ପରେ ଏହି ସଂସ୍ଥାଗୁଡ଼ିକର ପୁନରୁଦ୍ଧାର କରାଯାଇପାରିବ ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ସେକ୍ଟର ଅନୁସାରେ ଷ୍ଟାର୍ଟଅପ୍‌ଗୁଡ଼ିକ ଉପରେ କୋଭିଡ୍‌-୧୯ ମହାମାରୀର ପ୍ରଭାବ ଅନୁଭୂତ ହୋଇଛି। ଟୁରିଜମ୍‌, ହସ୍ପିଟାଲିଟି ଏବଂ ଟ୍ରାନ୍ସପୋର୍ଟ ବା ପରିବହନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ମଧ୍ୟ ସେମାନେ ଅଣ୍ଟା ସଳଖି ପାରିନାହାନ୍ତି। ଅପରପକ୍ଷରେ ରାଜ୍ୟର ଇ-କମର୍ସ, ଅନ୍‌ଲାଇନ୍‌ ଶିକ୍ଷା ଏବଂ ଆଇଟି ସେକ୍ଟର ଷ୍ଟାର୍ଟଅପ୍‌ଗୁଡ଼ିକ ଏବେ ପ୍ରାୟତଃ ପୂର୍ବସ୍ଥିତିକୁ ଫେରିଛନ୍ତି।
ଅନ୍ୟପକ୍ଷରେ ଟିଆଇଇ ରିପୋର୍ଟ ମୁତାବକ, ଏପ୍ରିଲରୁ ଜୁନ୍‌ ମାସ ମଧ୍ୟରେ ଦେଶରେ ପୁଞ୍ଜି ବିନିଯୋଗର ପରିମାଣ କମିଥିବାବେଳେ ଉଭୟ ଫଣ୍ଡିଂ ଓ ବିଜ୍‌ନେସ୍‌ ଡିଲ୍‌ କୋଭିଡ୍‌-୧୯ ପାଇଁ ପ୍ରଭାବିତ ହୋଇଥିଲା। ମାତ୍ର ୫୦%ରୁ କମ୍‌ ସଂଖ୍ୟକ ଷ୍ଟାର୍ଟଅପ୍‌ ସେମାନଙ୍କ ପ୍ରଥମ ପର୍ଯ୍ୟାୟ ଫଣ୍ଡ୍‌ କଷ୍ଟେମଷ୍ଟେ ଯୋଗାଡ଼ କରିପାରିଥିଲେ। ତେବେ ବିଟୁସି(ବିଜ୍‌ନେସ୍‌ ଟୁ କଞ୍ଜୁମର୍‌) ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକ ପାଇଁ ଲକ୍‌ଡାଉନ ପରେ ପାଣ୍ଠି ଯୋଗାଡ଼ କରିବା ସହଜ ନ ଥିଲା। ୨୦୨୦ ପ୍ରଥମ ତ୍ରୈମାସିକ ଅପେକ୍ଷା ଦ୍ୱିତୀୟ ତ୍ରୈମାସିକରେ ୫୦% କମ୍‌ ପୁଞ୍ଜି ବିନିଯୋଗ ଦେଖିବାକୁ ମିଳିଥିଲା। ନିବେଶକାରୀମାନେ ବଡ଼ ବଡ଼ ଷ୍ଟାର୍ଟଅପ୍‌ରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ଦେଖାଉଥିବାରୁ ଛୋଟ ବା ନୂଆକରି ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍‌ର ପାଣ୍ଠି ୩୦% କମିଥିବା ଏହି ରିପୋର୍ଟରେ କୁହାଯାଇଛି। ଏଣ୍ଟରପ୍ରାଇଜ୍‌ ଟେକ୍‌, ବିଏଫ୍‌ଏସ୍‌ଆଇ, ହେଲ୍‌ଥକେୟାର ଏବଂ ଏଡ୍‌ଟେକ୍‌ରେ ଦ୍ୱିତୀୟ ତ୍ରୈମାସିକରେ ମାତ୍ର ୬୦-୬୫% ଫଣ୍ଡିଂ ଯୋଗାଡ଼ କରିଥିଲେ। ଏବେ ପରିସ୍ଥିତି ସୁଧୁରୁଥିବାରୁ ଚଳିତ ଆର୍ଥିକବର୍ଷରେ ୮ଟି ବଡ଼ ଷ୍ଟାର୍ଟଅପ୍‌ ସଂସ୍ଥା ଭାରତରେ ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି। ସେହିଭଳି ୨୦୨୫ ସୁଦ୍ଧା ଭାରତରେ ୧୦୦ଟି ୟୁନିକର୍ନ ବା ବଡ଼ ଷ୍ଟାର୍ଟଅପ୍‌ ଏବଂ ୬୦ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ଷମ ଷ୍ଟାର୍ଟଅପ୍‌ର ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ବରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଲ ବସ୍‌ ଧକ୍କାରେ ୧୦୮ ଚାଲିଗଲା ଆମ୍ବୁଲାନ୍ସ ଚାଳକଙ୍କ ଜୀବନ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି-ଅମ୍ବାଭୋନା ରାସ୍ତା ତରାଜୁଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ବସ୍ ଧକ୍କାରେ…

ରେଳମନ୍ତ୍ରୀଙ୍କୁ ଭେଟିଲେ MP ପ୍ରଦୀପ ପୁରୋହିତ: ବରଗଡ଼-ଝାରସୁଗୁଡ଼ା ପାଇଁ ୪ ନୂତନ ଟ୍ରେନ୍ ଚଳାଚଳ ପାଇଁ ଦେଲେ ପ୍ରସ୍ତାବ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବରଗଡ଼ ଓ ଝାରସୁଗୁଡ଼ା ଜିଲାରେ ରେଳସେବାର ବ୍ୟାପକ ବିକାଶ, ଯାତ୍ରୀ ସୁବିଧା ବୃଦ୍ଧି ଏବଂ ନୂତନ ଟ୍ରେନ୍ ସେବା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ଅସହାୟଙ୍କ ପାଇଁ ସାହା ହେଲା ବିନ୍ଦୁମିନା ସେବା ଫାଉଣ୍ଡେଶନ: ବର୍ଷା ବିପନ୍ନଙ୍କୁ ମାଗଣା ରାଶନ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଭବାନୀପାଟଣା/ଗୋଲାମୁଣ୍ଡା,୩୦।୭(ଉତ୍ତମ କୁମାର ଦାଶ/ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯାହାକି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି, ସେହି ସମୟରେ ବିପନ୍ନଙ୍କ ପାଇଁ ଦେବଦୂତ…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଛାଡ଼ି ଯାଇଛି ବନ୍ୟା, କମିନି ଦୁର୍ଦ୍ଦଶା: ୩୧ ହଜାରରୁ ଅଧିକ ଲୋକ ପ୍ରଭାବିତ; ଭାଙ୍ଗିଛି ଘର, ଚିନ୍ତାରେ…

ହାଟଡିହୀ/ଛେନାପଦୀ,୩୦।୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀରେ ଆସିଥିବା ବନ୍ୟା ପାଣି କମିଯାଇଥିଲେ ମଧ୍ୟ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କମିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri