Posted inଫୁରସତ

ସୃଷ୍ଟି ହୁଏ ୨୭ ପ୍ରକାର ପ୍ରେମ ଆବେଗ

ନୂଆଦିଲ୍ଲୀ,୨୫ା୯ (ପି.ଟି.): ମାନବ ଶରୀରର ବିଭିନ୍ନ ସ୍ଥାନରେ ୨୭ ପ୍ରକାର ପ୍ରେମର ଅନୁଭୂତି ଓ ଏହାର ଆବେଗତା ଅନୁଭୂତ ହୋଇଥାଏ। ଗବେଷକମାନେ ଏକ ନୂତନ ଅଧ୍ୟୟନରୁ ଆବେଗ ସୃଷ୍ଟି ହେଉଥିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଚିହ୍ନଟ କରିଛନ୍ତି। ଏହି ମ୍ୟାପ୍‌ ପ୍ରସ୍ତୁତି ଲାଗି ଫିନ୍‌ଲାଣ୍ଡର ଆଲ୍‌ଟୋ ୟୁନିଭର୍ସିଟିର ଗବେଷକମାନେ ଶହ ଶହ ଅଂଶଗ୍ରହଣକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଫିଲୋସଫିକାଲ୍‌ ସାଇକୋଲୋଜି ପତ୍ରିକାରେ ପ୍ରକାଶିତ ଏହି ଗବେଷଣାରେ କୁହାଯାଇଛି, ବିଭିନ୍ନ ପ୍ରକାର ପ୍ରେମ କ୍ରମାଗତ ଭାବେ କ୍ଷୀଣରୁ ବଳିଷ୍ଠ ହୋଇଥାଏ। ପ୍ରେମର ସବୁଠୁ ବଳିଷ୍ଠ ରୂପ ସାରା ଶରୀରରେ ଅନୁଭୂତ ହୋଇଥାଏ। ବିଶେଷକରି ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଯୁବତୀମାନେ ଏଭଳି ମତ ଦେଇଥିଲେ।
ଘନିଷ୍ଠ ସମ୍ପର୍କ ସହ ଜଡ଼ିତ ବିଭିନ୍ନ ପ୍ରକାର ପ୍ରେମ ଶରୀରରେ ସମାନ ଓ ବଳିଷ୍ଠ ଅନୁଭୂତି ଛାଡ଼ିଥାଏ ବୋଲି ଗବେଷକ ପାର୍ଟିଲି ରିନେ କହିଛନ୍ତି। ତାଙ୍କ ମତରେ ଲୋକଙ୍କ ମଧ୍ୟରେ ପ୍ରେମ ସାଧାରଣତଃ ଯୌନ ଏବଂ ଅଣଯୌନ ଦୁଇଭାଗରେ ବିଭକ୍ତ। ପରସ୍ପରକୁ ମୁଖ୍ୟତଃ ଘନିଷ୍ଠ କରୁଥିବା ପ୍ରେମର ଯୌନ କିମ୍ବା ରୋମାଣ୍ଟିକ୍‌ ଦିଗ ରହିଥାଏ। ସବୁ ପ୍ରକାର ପ୍ରେମ ମସ୍ତିଷ୍କରେ ଦୃଢ଼ ଭାବେ ଅନୁଭୂତ ହେଉଥିବାବେଳେ ତାହାର ତୀବ୍ରତା ଶରୀରର ଅବଶିଷ୍ଟ ଅଙ୍ଗର ଭିନ୍ନ ଭିନ୍ନ ସ୍ଥାନରେ ଅନୁଭବ କରାଯାଇଥାଏ। କେତେକ କେବଳ ଛାତିକୁ ଯାଇଥାଏ ତ ଆଉ କେତେକ ସାରା ଶରୀରରେ ଅନୁଭୂତ ହୋଇଥାଏ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି। ରୋମାଣ୍ଟିକ୍‌ ଲଭ୍‌, ସେକ୍ସୁଆଲ ଲଭ୍‌, ମାଆବାପାଙ୍କୁ ଭଲପାଇବା, ବନ୍ଧୁ, ଅପରିଚିତ ବ୍ୟକ୍ତି, ପ୍ରକୃତି, ଭଗବାନଙ୍କୁ କିମ୍ବା ନିଜକୁ କରୁଥିବା ପ୍ରେମ ଆଦି ୨୭ ପ୍ରକାର ବିଭିନ୍ନ ପ୍ରେମର ଅନୁଭୂତି ସମ୍ପର୍କରେ ଅଂଶଗ୍ରହଣକାରୀଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ସେମାନେ ବିଭିନ୍ନ ପ୍ରକାର ପ୍ରେମକୁ ସେମାନଙ୍କ ଶରୀରରେ କେଉଁଠି ଅନୁଭବ କରୁଛନ୍ତି ଏବଂ ଶାରୀରିକ ଓ ମାନସିକ ଭାବେ ଏହାର ଆବେଗତାକୁ କିପରି ଅନୁଭବ କରନ୍ତି ବୋଲି ଗବେଷକମାନେ ପ୍ରଶ୍ନ କରିଥିଲେ।
ପ୍ରତ୍ୟେକ ପ୍ରକାର ପ୍ରେମକୁ ସେମାନେ ଶାରୀରିକ ଏବଂ ମାନସିକ ଭାବେ କେଉଁ ସ୍ଥାନରେ ଅନୁଭବ କରୁଛନ୍ତି, ତାହାକୁ ଏକ ଛାୟାଚିତ୍ରରେ ରଙ୍ଗ ଦେଇ ଦର୍ଶାଇବାକୁ ଅଧ୍ୟୟନରେ ଭାଗନେଇଥିବା ଲୋକମାନଙ୍କୁ କୁହାଯାଇଥିଲା। ଶେଷରେ ସେମାନଙ୍କ ବିଭିନ୍ନ ପ୍ରେମର ଘନିଷ୍ଠତାକୁ ମୂଲ୍ୟାୟନ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହି ସମସ୍ତ ତଥ୍ୟକୁ ଆଧାର କରି ଗବେଷକମାନେ ଉପରୋକ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକରେ ଗୁରୁତ୍ବପୂର୍ଣ୍ଣ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ, କର୍ଡନ ପାସକୁ ନେଇ କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର,୬।୭: ପାଖେଇ ଆସୁଛି ରଥଯାତ୍ରା । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରଥଯାତ୍ରା ସମୀକ୍ଷା ବୈଠକ କରିଛନ୍ତି ।  କର୍ଡନ ପାସ୍ ଉପରେ…

ପ୍ରଥମେ ଝଗଡ଼ା, ଆଉ ଏବେ ଟ୍ରମ୍ପ ମେଲୋନି ନିଜକୁ ପ୍ରଶଂସା କରୁଥିବାର ଏକ ଫଟୋ ଶେୟାର କରିଛନ୍ତି, ଇଟାଲୀୟ ପ୍ରଧାନମନ୍ତ୍ରୀ କ୍ୟାପସନ ଦେଖିଲେ…

ଓ୍ବାଶିଂଟନ,୬।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନିଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ ସୋସିଆଲରେ…

NATO ସମିଟ୍ ପୂର୍ବରୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୮ ମୃତ

ମସ୍କୋ,୬।୭: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ପରେ ଉପସାଗରୀୟ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାରି…

କେଉଁଠି ଲୁଚିଛନ୍ତି ମୋଜତାବା ଖାମେନେଇ? ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ; ପୂର୍ବତନ ସର୍ବୋଚ୍ଚ ନେତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ଅନ୍ୟ ତିନି ପୁଅ

ତେହରାନ,୬।୭: ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ଇରାନରେ ଚାଲିଛି। ତାଙ୍କୁ ଜୁଲାଇ ୯ରେ କବର ଦିଆଯିବାର କାର୍ଯ୍ୟକ୍ରମ ରହିଛି, ତାଙ୍କ ଅସ୍ଥିକୁ ସାଧାରଣ…

ରାଇକିଆ ବ୍ଲକରେ ଲଗାଣ ବର୍ଷା; ପାଞ୍ଚ ଦିନ ହେଲା ଶିକ୍ଷାଦାନ ବନ୍ଦ, ବିଦ୍ୟୁତ-ମୋବାଇଲ୍ ସେବା ବାଧାପ୍ରାପ୍ତ

ରାଇକିଆ,୬ା୭(ପ୍ରଦୀପ ବେହେରା): ଗତ ପାଞ୍ଚ ଦିନ ହେଲା କନ୍ଧମାଳ ଜିଲାରେ ଅବିଶ୍ରାନ୍ତ ବର୍ଷା ବେହାଲ କରିଛି । ଏହାର ପ୍ରଭାବ ରାଇକିଆ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି…

ସାର ପକାଇବାବେଳେ ଜମିରେ ହଠାତ୍‌ ହୋଇଗଲା ୧୦ ଫୁଟର ଦୁଇଟି ଗାତ, ଭୟରେ ଅଞ୍ଚଳବାସୀ

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ ଆମ୍ବଦଳା କୋଡ୍ରିଗୁଡ଼ା ଗାଁରେ ରବିବାର ଲୋକେ ଚାଷ ଜମିରେ ସାର ପକାଉଥିବା ବେଳେ ହଠାତ୍‌ ଶବ୍ଦ କରି ମାଟି ଧସିବା ସହ…

ଖାମେନେଇଙ୍କ ପାଇଁ ପ୍ରାର୍ଥନାରେ ଯୋଗଦେଲେ ଇରାନର ସବୁ ଶୀର୍ଷ ଅଧିକାରୀ

ତେହରାନ,୬ା୭: ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ପ୍ରାର୍ଥନା ରବିବାର ରାଜଧାନୀ ତେହରାନ୍‌ରେ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଦେଶର ସମସ୍ତ ଶୀର୍ଷ ଅଧିକାରୀ…

ଶ୍ରୀକ୍ଷେତ୍ରପୁରୀ-ଶାବର ଶ୍ରୀକ୍ଷେତ୍ର ସ୍ପେଶାଲ ଟ୍ରେନ ଚଳାଚଳ ଆଜି, ଉଦଘାଟନ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା, ୬।୭,( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ରପୁରୀରୁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ ନ .୦୮୪୦୯ ଟ୍ରେନକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri