ମଣିଷଠୁ ୨.୫ ନିୟୁତ ଗୁଣ ଅଧିକ ପିମ୍ପୁଡ଼ି ସଂଖ୍ୟା

ହଂକଂ,୨୨।୯: ଜୀବଜଗତର ପରିଶ୍ରମୀ କୀଟ କହିଲେ ପିମ୍ପୁଡିକୁ ବୁଝାଏ। ଘର, ଗଛ, ମାଟିତଳ ହେଉ ଅବା ଗାତ ପ୍ରତ୍ୟେକ ସ୍ଥାନରେ ଏମାନେ ଦେଖାଯାଆନ୍ତି। ବିଶେଷ କରି ସ୍ଥଳ ଭାଗ ଏମାନଙ୍କ ପାଇଁ ବାସୋପଯୋଗୀ। ପିମ୍ପୁଡ଼ିଙ୍କ ପରିମାଣ ଅନ୍ୟ କୀଟପତଙ୍ଗ ତୁଳନାରେ କାହିଁ କେତେଗୁଣରେ ଅଧିକ। ବିଶ୍ୱରେ ପାଖାପାଖି ୧୨ ନିୟୁତ ଟନ୍‌ ଓଜନର ପିମ୍ପୁଡ଼ି ରହିଥିବା ବିଶେଷଜ୍ଞମାନେ କହିଛନ୍ତି। ସେହିପରି ପିମ୍ପୁଡ଼ିଙ୍କ ସଂଖ୍ୟା ମଣିଷ ସଂଖ୍ୟାର ୨.୫ ନିୟୁତ ଗୁଣ ଅଧିକ। ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ହଂକଂର ଗବେଷକମାନେ ପିମ୍ପୁଡ଼ିଙ୍କ ଉପରେ ଅଧ୍ୟୟନ କରୁଥିବାବେଳେ ପୃଥିବୀରେ ୨୦,୦୦୦,୦୦୦,୦୦୦,୦୦୦,୦୦୦ ତଥା ୨୦ କ୍ୱାଡ୍ରିଲିୟନ୍‌ ପିମ୍ପୁଡ଼ି ଥିବା କହିଛନ୍ତି। ପିମ୍ପୁଡ଼ିଙ୍କ ଗଣନା ପାଇଁ ଗବେଷକଙ୍କ ଦ୍ୱାରା ମୋଟ ୪୮୯ଟି ଷ୍ଟଡି କରାଯାଇଥିବା କୁହାଯାଇଛି। ପିମ୍ପୁଡ଼ିଙ୍କ ଅବସ୍ଥିତିକୁ ନେଇ ଏକ ରିପୋର୍ଟ ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସରେ ପ୍ରକାଶ ପାଇଛି। ପୃଥିବୀର ପ୍ରତ୍ୟେକ ସ୍ଥାନରେ ପିମ୍ପୁଡ଼ିମାନେ ବାଣ୍ଟି ହୋଇ ରହିଛନ୍ତି। ପକ୍ଷୀ, ପଶୁ ଓ ମନୁଷ୍ୟଙ୍କୁ ଏକତ୍ର ଓଜନ କରାଗଲେ ସେମାନଙ୍କ ଓଜନ ୨ ମିଲିୟନ ଅର୍ଥାତ୍‌ ୨୦ ଲକ୍ଷ ଟନ୍‌ ହେବ। ମାଟି ଖୋଳୁଥିବା ପିମ୍ପୁଡ଼ିର ପରିମାଣ ଅନ୍ୟ ପିମ୍ପୁଡ଼ି ପ୍ରଜାତି ତୁଳନାରେ ବହୁଗୁଣା । ଜୈବ ବିବିଧତାରେ ପିମ୍ପୁଡ଼ିମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ହଂକଂର ବାୟୋଲୋଜିକାଲ ସାଇନ୍ସ ୟୁନିଭର୍ସିଟି ବିଶେଷଜ୍ଞ ମାର୍କ ଓ୍ବଙ୍ଗ୍‌ କହିଛନ୍ତି।
୧୦୦ ମିଲିୟନ୍‌ ବର୍ଷ ପୂର୍ବରୁ ପିମ୍ପୁଡ଼ିମାନେ ପୃଥିବୀରେ ରହିଆସୁଛନ୍ତି। ବିଶ୍ୱରେ ମୋଟ ୧୨ ହଜାର ପ୍ରଜାତିର ପିମ୍ପୁଡ଼ି ରହିଥିବା ବିଶେଷଜ୍ଞ କହିଛନ୍ତି। ହାରଭାର୍ଡ ଫରେଷ୍ଟ ମୁତାବକ ମାଟିରେ ଜଳବାୟୁ ପରିମାଣରେ ସାମଞ୍ଜସ୍ୟ ରକ୍ଷା କରିବା ପାଇଁ ପିମ୍ପୁଡ଼ିମାନେ ବଡ଼ ମାଧ୍ୟମ। ଏହାଦ୍ୱାରା ମାଟିରେ ଥିବା ପାଣି ଓ ଅମ୍ଳଜାନ ଚେର ଦେଇ ଗଛକୁ ଯାଇଥାଏ। ମାଟିତଳେ ରହୁଥିବା ପିମ୍ପୁଡ଼ିମାନେ ବିଭିନ୍ନ ପ୍ରକାର ଫଳ ବା ମଞ୍ଜିକୁ ନେଇ ମାଟି ତଳେ ରଖିବା ଦ୍ୱାରା ମଞ୍ଜିରୁ ଗଜା ବାହାରିବା ପ୍ରକ୍ରିୟା ସହଜ ହୋଇଥାଏ। ପିମ୍ପୁଡ଼ିମାନେ ବହୁ ପ୍ରକାରର ଖାଦ୍ୟ ଖାଇବା ଫଳରେ ଏହା ଅନ୍ୟ ଜୀବଙ୍କୁ ମଧ୍ୟ ଖାଦ୍ୟ ଯୋଗାଇବାରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପରାଜୟ ପରେ ବି ହ୍ବାଇଟ୍‌ ହାଉସ୍‌ ଛାଡି ନ ଥିଲେ ଆମେରିକାର ଏହି ରାଷ୍ଟ୍ରପତି

ଚାରି ଦିନର ସଂଘର୍ଷ ପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟର ରାସ୍ତା ସ୍ପଷ୍ଟ ହୋଇଯାଇଛି। ଡେମୋକ୍ରାଟିକ ପାର୍ଟିର ବାଇଡେନ ଏହି ନିର୍ବାଚନରେ ଜିତିଛନ୍ତି...

ରୁଷିଆରେ ଯୁଦ୍ଧ ବିରୋଧୀ ଆନ୍ଦୋଳନ ପାଇଁ ୧,୧୦୦ ଅଟକ

ମସ୍କୋ,୬।୩: ୟୁକ୍ରେନ ଉପରେ ସାମରିକ ଆକ୍ରମଣର ବିରୋଧରେ ରୁଷିଆରେ ତେଜିବାରେ ଲାଗିଛି ଆନ୍ଦୋଳନ। ବିଭିନ୍ନ ସହରରେ ରବିବାର ଯୁଦ୍ଧ ବିରୋଧୀ ବିକ୍ଷୋଭରେ ଜଡ଼ିତ ୧,୧୦୦ ଲୋକଙ୍କୁ...

ସମଲିଙ୍ଗୀ ଦମ୍ପତିଙ୍କ ପିଲାଙ୍କ ଜନ୍ମ ପଞ୍ଜୀକରଣରେ ନିଷେଧାଦେଶ

ରୋମ୍‌,୧୯ା୩: ୟୁରୋପୀୟ ଦେଶ ଇଟାଲୀରେ ସମଲିଙ୍ଗୀ ଦମ୍ପତିଙ୍କ ଉପରେ ହୋଇଥିବା ନିଷ୍ପତ୍ତିକୁ ନେଇ ସରକାରଙ୍କୁ ଦୃଢ଼ ବିରୋଧ କରାଯାଉଛି। ସମଲିଙ୍ଗୀ ଦମ୍ପତିଙ୍କ ପିଲାମାନଙ୍କର ଜନ୍ମ ପଞ୍ଜୀକରଣକୁ...

କ୍ଷମା ମାଗିଲେ ମୋରିସନ୍‌

କାନ୍‌ବେରା, ୮ା୨:  ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ ଜଣେ ପୂର୍ବତନ ମହିଳା କର୍ମଚାରୀଙ୍କୁ ବଳାତ୍କାର ମାମଲାରେ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ମଙ୍ଗଳବାର ତାଙ୍କୁ କ୍ଷମା ମାଗିଛନ୍ତି। ପାର୍ଲାମେଣ୍ଟର ପ୍ରତିରକ୍ଷା...

ଆଫଗାନିସ୍ତାନ ସହିତ ବ୍ୟବସାୟିକ କାରବାର କଲେ ମଧ୍ୟ ତାଲିବାନକୁ ମାନ୍ୟତା ଦେବାକୁ ଅମଙ୍ଗ ରୁଷିଆ…

ଓ୍ବାଶିଂଟନ,୫।୧୧ : ବିଶ୍ୱର ବିକାଶଶୀଳ ଭୌଗୋଳିକ ପରିସ୍ଥିତି ମଧ୍ୟରେ ଆଫଗାନିସ୍ତାନ ପ୍ରତି ରୁଷିଆର ବ୍ୟବସାୟିକ ଆଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପାଶ୍ଚାତ୍ୟ ଦେଶଗୁଡିକ ଏହି...

ନିଜକୁ ହିନ୍ଦୁ କହିଲେ ମୀନା ହାରିସ୍‌

ଓ୍ବାଶିଂଟନ୍‌, ୮ା୨: ଦିଲ୍ଲୀରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ଚର୍ଚ୍ଚାରେ ଥିବା ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଝିଆରୀ ମୀନା ହାରିସ୍‌ ଟ୍ରୋଲ୍‌ର ଶିକାର ହୋଇଛନ୍ତି।...

ଆର୍ଥିକ ସ୍ଥିତି ଖରାପ ଯୋଗୁ ଗଣତନ୍ତ୍ର ଉପରେ ସଙ୍କଟ: ଶ୍ରୀଲଙ୍କା ନିର୍ବାଚନ ଘୁଞ୍ଚୁଛି…

କଲମ୍ବୋ,୧।୩ : ଶ୍ରୀଲଙ୍କା ସରକାର ଦେଶର ଖରାପ ଆର୍ଥିକ ସ୍ଥିତି ଯୋଗୁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୂରେଇ ରଖିବାକୁ ଚିନ୍ତା କରୁଛନ୍ତି। ଏବେ ଦେଶରେ ନିର୍ବାଚନକୁ ସ୍ଥଗିତ...

ମଙ୍ଗଳରେ ଅମ୍ଳଜାନ

ଓ୍ବାଶିଂଟନ: ଲାଲ୍‌ ଗ୍ରହ ମଙ୍ଗଳରେ ଅମ୍ଳଜାନ ଅଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଏପରି ଦାବି କରିଛି। ମଙ୍ଗଳରେ ଜୀବନ ଖୋଜୁଥିବା ନାସାର ରୋଭର...

Advertisement
Archives

Model This Week