Posted inଜାତୀୟ

ଚାଇନାକୁ ହିମାଳୟ ଭୂମି ଛାଡ଼ି ଦେଇଛି ଭାରତ

ନୂଆଦିଲ୍ଲୀ,୨୨ା୯: ସୀମାରେ ଚାଇନା ସହ ବିବାଦ ପରେ ଭାରତ ସରକାର ହିମାଳୟ ନିକଟ ଭୂମିକୁ ବେଜିଂକୁ ଛାଡ଼ି ଦେଇଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଉଭୟ ପକ୍ଷ ସେନା ମଧ୍ୟରେ ବିବାଦୀୟ ସୀମାରୁ ସୈନ୍ୟ ପ୍ରତ୍ୟାହାର ଏବଂ ସେଠାରେ ବଫର ଜୋନ୍‌ କରିବା ପାଇଁ ବୁଝାମଣା ସମୟରେ ଭାରତ ସରକାର ପୂର୍ବରୁ ନୂଆଦିଲ୍ଲୀ ନିୟନ୍ତ୍ରଣରେ ଥିବା ଜାଗାକୁ ଚାଇନାକୁ ଟେକି ଦେଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।
ଜୁନ୍‌ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରଠାରୁ ସୀମାରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଥିଲା। ଚଳିତ ମାସରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ୍‌ରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ରାଜି ହୋଇଥିଲେ। ବିବାଦୀୟ ସ୍ଥାନରୁ ସୈନ୍ୟ ଫେରିବା ପରେ ବଫର ଜୋନ୍‌ ସୃଷ୍ଟି ହୋଇଥିବା ଏବଂ ସୀମାରେ ଭାରତର ପୂର୍ବ ସ୍ଥିତି ବଜାୟ ରହିଥିବା ଭାରତ ସରକାର କହିଥିଲେ। ହେଲେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଏବଂ ବାସିନ୍ଦାଙ୍କ କହିବା ଅନୁସାରେ, ସୈନ୍ୟ ପ୍ରତ୍ୟାହାର ପରେ ଭାରତ ସୀମା ଭିତରେ ଥିବା ଅଞ୍ଚଳରେ ବଫର ଜୋନ୍‌ କରାଯାଇଛି। ତାହା ପୂର୍ବରୁ ନୂଆଦିଲ୍ଲୀ ନିୟନ୍ତ୍ରଣରେ ଥିଲା। ଚାଇନା ଚାଲାକି କରି ଭାରତ ଦଖଲରେ ଥିବା ଭୂମିକୁ ପଶିଆସିଛି।

ଯେଉଁ ସ୍ଥାନ ଭାରତର ଥିଲା ସେଠାରୁ ଭାରତୀୟ ସୈନ୍ୟ ପଛକୁ ଫେରିଆସିଛନ୍ତି ବୋଲି ସ୍ଥାନୀୟ କାଉନସିଲର ଓନ୍‌ଚୋକ୍‌ ଷ୍ଟାଞ୍ଜିନ୍‌ କହିଛନ୍ତି। ଷ୍ଟାଞ୍ଜିନ୍‌ ଆହୁରି କହିଛନ୍ତି, ୨୦୨୧ରେ ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦ ନିକଟରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଓ ଚାଇନା ରାଜି ହୋଇଥିଲା। ସେତେବେଳେ ମଧ୍ୟ ଭାରତ ନିଜ ଅଞ୍ଚଳର ବଡ଼ ଭାଗ ଚାଇନାକୁ ଦେଇଥିଲା। ଚାଇନା ହାତକୁ କେତେକ ଅଞ୍ଚଳ ଚାଲିଯିବା ଦ୍ୱାରା ସେଠାକାର ବାସିନ୍ଦାଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି। ଚାରଣ ଭୂମି ଉପରେ ବେଜିଂ କବଜା କରିଛି। ଏହାକୁ ନେଇ ଅନେକ ଥର ସ୍ବର ଉଠାଇଥିଲେ ବି କିଛି ସୁଫଳ ମିଳିନି। ସରକାର ଖୁସି ଖୁସିରେ ଜମି ଦାନ କରିଚାଲିଛନ୍ତି। ଏହା ଜାରି ରହିଲେ ଆମେ ଆଗକୁ ଆହୁରି ଅଧିକ ଜମି ହରାଇବା ବୋଲି ଷ୍ଟାଞ୍ଜିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri