ଭୟ ଦେଖାଇଲେ ପୁଟିନ୍‌

ମସ୍କୋ/କିଭ୍‌/ଲଣ୍ଡନ,୨୨ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବୁଧବାର ୩ ଲକ୍ଷ ରିଜର୍ଭ ସୈନ୍ୟଙ୍କୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ପାଇଁ ପଠାଇବାକୁ ଘୋଷଣା କରିଛନ୍ତି। ଏଥିସହ ୟୁକ୍ରେନ୍‌ର କେତେକ ଅଞ୍ଚଳକୁ ରୁଷିଆ ସହ ମିଶ୍ରଣ ଯୋଜନା ଉପରେ ମୋହର ମାରିଛନ୍ତି। ରୁଷିଆକୁ ସୁରକ୍ଷା ଦେବା ପାଇଁ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ପ୍ରସ୍ତୁତ ବୋଲି ପାଶ୍ଚାତ୍ୟକୁ ଧମକ ଦେଇଛନ୍ତି। ଏହା ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରୁଷିଆ ପକ୍ଷରୁ ଏହି ଧରଣର ପ୍ରଥମ ସୈନ୍ୟଠୁଳ। ରୁଷିଆ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ଙ୍କ ଏହି ଘୋଷଣା ପରେ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ମସ୍କୋର ଆକ୍ରମଣ ପରଠୁ ଦୁଇ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ମଧ୍ୟରେ ସର୍ବାଧିକ ଉତ୍ତେଜନା ସୃଷ୍ଟି ହୋଇଛି।
ୟୁକ୍ରେନୀୟ ସୈନ୍ୟ ଦେଶର ଉତ୍ତର-ପୂର୍ବାଞ୍ଚଳ ଯୁଦ୍ଧଭୂମିରୁ ରୁଷୀୟ ସଶସ୍ତ୍ର ବଳକୁ ଘଉଡ଼ାଇ ସମ୍ପୃକ୍ତ ଅଞ୍ଚଳକୁ ପୁନଃ ଦଖଲ କରିଥିଲେ। ଏହାକୁ ନେଇ କ୍ଷୁବ୍ଧ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମସ୍କୋରେ ବୁଧବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ସାମରିକ ରିଜର୍ଭ ବଳ ୟୁକ୍ରେନ୍‌ରେ ‘ସ୍ବତନ୍ତ୍ର ମିଲିଟାରି ଅପରେଶନ’ ପାଇଁ ପୁନଃ ସଙ୍ଗଠିତ ହେବେ। ଜବାବ ଦେବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ରହିଛି। ଏହା ଅତିରଞ୍ଜିତ ନୁହେଁ ବୋଲି ପୁଟିନ୍‌ ସ୍ପଷ୍ଟ କରିଥିବାବେଳେ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ କହିଛନ୍ତି, ଯୁଦ୍ଧ ଅଭିଜ୍ଞତାସମ୍ପନ୍ନ ୩ ଲକ୍ଷ ଅସ୍ଥାୟୀ ସୈନ୍ୟଙ୍କୁ ଲଢ଼େଇ କରିବା ପାଇଁ ଡକାଯାଇଛି। ରାଷ୍ଟ୍ରପତି ପୁଟିନ୍‌ ଓ ପ୍ରତିରକ୍ଷା ମନ୍ତ୍ରୀ ଶୋଇଗୁ ବୁଧବାର ସକାଳେ ରୁଷୀୟ ଟିଭି ଚ୍ୟାନେଲରେ ଭାଷଣ ଦେଉଥିବାବେଳେ ଏହି ସୈନ୍ୟଠୁଳକୁ ଆଂଶିକ ବୋଲି ଦର୍ଶାଇଥିଲେ। ରୁଷୀୟ ରାଷ୍ଟ୍ରପତୀୟ ପ୍ରେସ୍‌ ସର୍ଭିସ୍‌ ପକ୍ଷରୁ ଏହାର ଭିଡିଓ ଜାରି କରାଯାଇଛି। କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ପୁଟିନ୍‌ଙ୍କ ଅଭିଭାଷଣକୁ ‘ଉଦ୍ଧତ ଓ ଯୁଦ୍ଧଖୋର’ ବୋଲି ଅଭିହିତ କରିଛନ୍ତି।
ପ୍ରକାଶିତ ରିପୋର୍ଟ ଅନୁସାରେ ପୁଟିନ୍‌ ଆହୁରି କହିଥିଲେ, ଲୁହାନ୍‌ସ୍କ, ଡୋନେସ୍କ, ଖେରସୋନ ଓ ଜାପୋରିଝିଆକୁ ରୁଷୀୟ ମହାସଂଘରେ ସାମିଲ କରିବା ପାଇଁ ଏହି ସପ୍ତାହାନ୍ତରେ ହେବାକୁ ଥିବା ଗଣଭୋଟକୁ ମସ୍କୋ ସମ୍ପୂର୍ଣ୍ଣ ସମର୍ଥନ କରିବ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍‌ରେ ରୁଷିଆ ବିରୋଧରେ ୨୦୧୪ରୁ ଯୁଦ୍ଧ ଆରମ୍ଭ କରିଥିବା ପୁଟିନ୍‌ ଅଭିଯୋଗ ଆଣିଛନ୍ତି। ରୁଷୀୟ ନୀତି ବିରୋଧୀ ଆକ୍ରମଣାମତ୍କ ଆଭିମୁଖ୍ୟରେ ପାଶ୍ଚାତ୍ୟ ନିଜ ସବୁ ସୀମା ଲଂଘିସାରିଛି। କେବଳ ଏତିକି ନୁହେଁ, ରୁଷିଆକୁ ଧ୍ୱଂସ କରିବା ଓ ଆଣବିକ ଅସ୍ତ୍ର ଭୟ ଜରିଆରେ ବ୍ଲାକ୍‌ମେଲ୍‌ ଲାଗି ମଧ୍ୟ ପାଶ୍ଚାତ୍ୟ ଯୋଜନା କରୁଛି। କିନ୍ତୁ ଆମେ ରୁଷୀୟ ଭୂଖଣ୍ଡକୁ ସୁରକ୍ଷା ଦେବା ପାଇଁ ଉପଲବ୍ଧ ଥିବା ସବୁ ଉପାୟ ଆପଣାଇବୁ। ପ୍ରକାଶ ଯେ, ରୁଷିଆ ଦଖଲରେ ଥିବା ୪ ଅଞ୍ଚଳ ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆରେ ଆସନ୍ତା ଶୁକ୍ରବାରଠାରୁ ୫ ଦିନ ଧରି ଗଣଭୋଟ କରାଯିବ।

ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ଦେବ ନାହିଁ ବିଶ୍ୱ: ଜେଲେନ୍‌ସ୍କି

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ବିଶ୍ୱ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ଦେବା ବିଶ୍ୱାସ ହେଉନାହିଁ ବୋଲି ବୁଧବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ଏଥିସହ ରୁଷୀୟ ସୈନ୍ୟଙ୍କ କବଳରୁ ୟୁକ୍ରେନୀୟ ଭୂଖଣ୍ଡକୁ ମୁକ୍ତ କରିବା ପ୍ରକ୍ରିୟା ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି। ଜର୍ମାନୀର ବର୍ଲିନରେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ଜେଲେନ୍‌ସ୍କି କହିଛନ୍ତି, ପୁଟିନ୍‌ ଏଭଳି ଅସ୍ତ୍ର ବ୍ୟବହାର କରିବେ ବୋଲି ବିଶ୍ୱାସ ହେଉନାହିଁ। ବିଶ୍ୱ ସମୁଦାୟ ମଧ୍ୟ ତାଙ୍କୁ ଏପରି କରିବାକୁ ଦେବ ନାହିଁ। ଆସନ୍ତା ୨୩ରୁ ୨୭ ପର୍ଯ୍ୟନ୍ତ ୟୁକ୍ରେନୀୟ ଅଞ୍ଚଳଗୁଡ଼ିକୁ ରୁଷିଆରେ ମିଶ୍ରଣ ପାଇଁ କରାଯିବାକୁ ଥିବା ଗଣଭୋଟକୁ ଜେଲେନ୍‌ସ୍କି ପ୍ରହସନ ବୋଲି କହିଛନ୍ତି।

ଆଲୋଚନା ଜରିଆରେ ସମାଧାନ ହେଉ: ଚାଇନା

ସମସ୍ତ ପକ୍ଷ ଆଲୋଚନା ଜରିଆରେ ସମାଧାନର ବାଟ ବାହାର କରିବା ଆବଶ୍ୟକ ବୋଲି ପୁଟିନ୍‌ଙ୍କ ଧମକ ପରେ ଚାଇନା କହିଛି। ୟୁକ୍ରେନ୍‌ ପ୍ରସଙ୍ଗରେ ଚାଇନାର ଆଭିମୁଖ୍ୟ ସ୍ପଷ୍ଟ ଓ ଅପରିବର୍ତ୍ତିତ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌ ଏକ ବିବୃତିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?