ଭୟ ଦେଖାଇଲେ ପୁଟିନ୍‌

ମସ୍କୋ/କିଭ୍‌/ଲଣ୍ଡନ,୨୨ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବୁଧବାର ୩ ଲକ୍ଷ ରିଜର୍ଭ ସୈନ୍ୟଙ୍କୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ପାଇଁ ପଠାଇବାକୁ ଘୋଷଣା କରିଛନ୍ତି। ଏଥିସହ ୟୁକ୍ରେନ୍‌ର କେତେକ ଅଞ୍ଚଳକୁ ରୁଷିଆ ସହ ମିଶ୍ରଣ ଯୋଜନା ଉପରେ ମୋହର ମାରିଛନ୍ତି। ରୁଷିଆକୁ ସୁରକ୍ଷା ଦେବା ପାଇଁ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ପ୍ରସ୍ତୁତ ବୋଲି ପାଶ୍ଚାତ୍ୟକୁ ଧମକ ଦେଇଛନ୍ତି। ଏହା ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରୁଷିଆ ପକ୍ଷରୁ ଏହି ଧରଣର ପ୍ରଥମ ସୈନ୍ୟଠୁଳ। ରୁଷିଆ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ଙ୍କ ଏହି ଘୋଷଣା ପରେ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ମସ୍କୋର ଆକ୍ରମଣ ପରଠୁ ଦୁଇ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ମଧ୍ୟରେ ସର୍ବାଧିକ ଉତ୍ତେଜନା ସୃଷ୍ଟି ହୋଇଛି।
ୟୁକ୍ରେନୀୟ ସୈନ୍ୟ ଦେଶର ଉତ୍ତର-ପୂର୍ବାଞ୍ଚଳ ଯୁଦ୍ଧଭୂମିରୁ ରୁଷୀୟ ସଶସ୍ତ୍ର ବଳକୁ ଘଉଡ଼ାଇ ସମ୍ପୃକ୍ତ ଅଞ୍ଚଳକୁ ପୁନଃ ଦଖଲ କରିଥିଲେ। ଏହାକୁ ନେଇ କ୍ଷୁବ୍ଧ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମସ୍କୋରେ ବୁଧବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ସାମରିକ ରିଜର୍ଭ ବଳ ୟୁକ୍ରେନ୍‌ରେ ‘ସ୍ବତନ୍ତ୍ର ମିଲିଟାରି ଅପରେଶନ’ ପାଇଁ ପୁନଃ ସଙ୍ଗଠିତ ହେବେ। ଜବାବ ଦେବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ରହିଛି। ଏହା ଅତିରଞ୍ଜିତ ନୁହେଁ ବୋଲି ପୁଟିନ୍‌ ସ୍ପଷ୍ଟ କରିଥିବାବେଳେ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ କହିଛନ୍ତି, ଯୁଦ୍ଧ ଅଭିଜ୍ଞତାସମ୍ପନ୍ନ ୩ ଲକ୍ଷ ଅସ୍ଥାୟୀ ସୈନ୍ୟଙ୍କୁ ଲଢ଼େଇ କରିବା ପାଇଁ ଡକାଯାଇଛି। ରାଷ୍ଟ୍ରପତି ପୁଟିନ୍‌ ଓ ପ୍ରତିରକ୍ଷା ମନ୍ତ୍ରୀ ଶୋଇଗୁ ବୁଧବାର ସକାଳେ ରୁଷୀୟ ଟିଭି ଚ୍ୟାନେଲରେ ଭାଷଣ ଦେଉଥିବାବେଳେ ଏହି ସୈନ୍ୟଠୁଳକୁ ଆଂଶିକ ବୋଲି ଦର୍ଶାଇଥିଲେ। ରୁଷୀୟ ରାଷ୍ଟ୍ରପତୀୟ ପ୍ରେସ୍‌ ସର୍ଭିସ୍‌ ପକ୍ଷରୁ ଏହାର ଭିଡିଓ ଜାରି କରାଯାଇଛି। କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ପୁଟିନ୍‌ଙ୍କ ଅଭିଭାଷଣକୁ ‘ଉଦ୍ଧତ ଓ ଯୁଦ୍ଧଖୋର’ ବୋଲି ଅଭିହିତ କରିଛନ୍ତି।
ପ୍ରକାଶିତ ରିପୋର୍ଟ ଅନୁସାରେ ପୁଟିନ୍‌ ଆହୁରି କହିଥିଲେ, ଲୁହାନ୍‌ସ୍କ, ଡୋନେସ୍କ, ଖେରସୋନ ଓ ଜାପୋରିଝିଆକୁ ରୁଷୀୟ ମହାସଂଘରେ ସାମିଲ କରିବା ପାଇଁ ଏହି ସପ୍ତାହାନ୍ତରେ ହେବାକୁ ଥିବା ଗଣଭୋଟକୁ ମସ୍କୋ ସମ୍ପୂର୍ଣ୍ଣ ସମର୍ଥନ କରିବ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍‌ରେ ରୁଷିଆ ବିରୋଧରେ ୨୦୧୪ରୁ ଯୁଦ୍ଧ ଆରମ୍ଭ କରିଥିବା ପୁଟିନ୍‌ ଅଭିଯୋଗ ଆଣିଛନ୍ତି। ରୁଷୀୟ ନୀତି ବିରୋଧୀ ଆକ୍ରମଣାମତ୍କ ଆଭିମୁଖ୍ୟରେ ପାଶ୍ଚାତ୍ୟ ନିଜ ସବୁ ସୀମା ଲଂଘିସାରିଛି। କେବଳ ଏତିକି ନୁହେଁ, ରୁଷିଆକୁ ଧ୍ୱଂସ କରିବା ଓ ଆଣବିକ ଅସ୍ତ୍ର ଭୟ ଜରିଆରେ ବ୍ଲାକ୍‌ମେଲ୍‌ ଲାଗି ମଧ୍ୟ ପାଶ୍ଚାତ୍ୟ ଯୋଜନା କରୁଛି। କିନ୍ତୁ ଆମେ ରୁଷୀୟ ଭୂଖଣ୍ଡକୁ ସୁରକ୍ଷା ଦେବା ପାଇଁ ଉପଲବ୍ଧ ଥିବା ସବୁ ଉପାୟ ଆପଣାଇବୁ। ପ୍ରକାଶ ଯେ, ରୁଷିଆ ଦଖଲରେ ଥିବା ୪ ଅଞ୍ଚଳ ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆରେ ଆସନ୍ତା ଶୁକ୍ରବାରଠାରୁ ୫ ଦିନ ଧରି ଗଣଭୋଟ କରାଯିବ।

ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ଦେବ ନାହିଁ ବିଶ୍ୱ: ଜେଲେନ୍‌ସ୍କି

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ବିଶ୍ୱ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ଦେବା ବିଶ୍ୱାସ ହେଉନାହିଁ ବୋଲି ବୁଧବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ଏଥିସହ ରୁଷୀୟ ସୈନ୍ୟଙ୍କ କବଳରୁ ୟୁକ୍ରେନୀୟ ଭୂଖଣ୍ଡକୁ ମୁକ୍ତ କରିବା ପ୍ରକ୍ରିୟା ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି। ଜର୍ମାନୀର ବର୍ଲିନରେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ଜେଲେନ୍‌ସ୍କି କହିଛନ୍ତି, ପୁଟିନ୍‌ ଏଭଳି ଅସ୍ତ୍ର ବ୍ୟବହାର କରିବେ ବୋଲି ବିଶ୍ୱାସ ହେଉନାହିଁ। ବିଶ୍ୱ ସମୁଦାୟ ମଧ୍ୟ ତାଙ୍କୁ ଏପରି କରିବାକୁ ଦେବ ନାହିଁ। ଆସନ୍ତା ୨୩ରୁ ୨୭ ପର୍ଯ୍ୟନ୍ତ ୟୁକ୍ରେନୀୟ ଅଞ୍ଚଳଗୁଡ଼ିକୁ ରୁଷିଆରେ ମିଶ୍ରଣ ପାଇଁ କରାଯିବାକୁ ଥିବା ଗଣଭୋଟକୁ ଜେଲେନ୍‌ସ୍କି ପ୍ରହସନ ବୋଲି କହିଛନ୍ତି।

ଆଲୋଚନା ଜରିଆରେ ସମାଧାନ ହେଉ: ଚାଇନା

ସମସ୍ତ ପକ୍ଷ ଆଲୋଚନା ଜରିଆରେ ସମାଧାନର ବାଟ ବାହାର କରିବା ଆବଶ୍ୟକ ବୋଲି ପୁଟିନ୍‌ଙ୍କ ଧମକ ପରେ ଚାଇନା କହିଛି। ୟୁକ୍ରେନ୍‌ ପ୍ରସଙ୍ଗରେ ଚାଇନାର ଆଭିମୁଖ୍ୟ ସ୍ପଷ୍ଟ ଓ ଅପରିବର୍ତ୍ତିତ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌ ଏକ ବିବୃତିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଲିଙ୍ଗଗତ ଭେଦଭାବ, ଦେଶରେ ୫ ପ୍ରତିଶତରୁ କମ୍‌ ମହିଳା ଗଣମାଧ୍ୟମ ପ୍ରତିନିଧି…

ଇସଲାମାବାଦ, ୩୦।୮ : ପାକିସ୍ତାନରେ ମହିଳା କର୍ମଚାରୀଙ୍କ ପ୍ରତି ଅନ୍ୟାୟ ବଢ଼ିବାରେ ଲାଗିଛି। ଦେଶରେ ଲିଙ୍ଗ ଭିତ୍ତିକ ବେତନ ବ୍ୟବଧାନ, ଲିଙ୍ଗଗତ ପକ୍ଷପାତିତା ଏକ ସମସ୍ୟା...

ଏହି କବର ସ୍ଥାନରେ ମୃତଦେହକୁ କବର ଦିଆଯାଏ ନାହିଁ

କବର ସ୍ଥାନର କଥା ଶୁଣିଲେ ମନକୁ ଆପଣାଛାଏଁ ଆସେ କି ଯେଉଁଠି ମଣିଷଙ୍କ ମୃତଦେହକୁ କବର ଦିଆଯାଇଥାଏ। ହେଲେ ଏହି କବର ସ୍ଥାନ ସବୁଠାରୁ ନିଆରା।...

ସଂସଦକୁ ବିଭ୍ରାନ୍ତ କରିଥିଲି, ହେଲେ ଉଦ୍ଦେଶ୍ୟ ମନ୍ଦ ନ ଥିଲା: ବୋରିସ ଜନସନ…

ଲଣ୍ଡନ,୨୨।୩ : ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସ୍ବୀକାର କରିଛନ୍ତି ଯେ ସେ ’ପାର୍ଟିଗେଟ’ ମାମଲାରେ ସଂସଦକୁ ବିଭ୍ରାନ୍ତ କରିଛନ୍ତି। ତେବେ ଜନସନ ଏହା...

ଶାହବାଜଙ୍କ ତୁର୍କୀ ଗସ୍ତ ବାତିଲ, ମନାକଲେ ତୁର୍କୀ ସରକାର…

ଇସଲାମାବାଦ,୮।୨ : ଭୟଙ୍କର ଭୂକମ୍ପ ଯୋଗୁଁ ଘଟିଥିବା ବିନାଶର ମୁକାବିଲା କରୁଥିବାରୁ ତୁର୍କୀ ସରକାର ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ତୁର୍କୀ ଗସ୍ତକୁ ବାତିଲ କରିଦେଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ...

ଗେମ୍‌ ଖେଳୁଛି ପାକିସ୍ତାନ: ଆମେରିକା ସହ ସମ୍ପର୍କ ରଖି ଚାଇନାକୁ ବିବାହ କରୁଛି

ଇସଲାମାବାଦ,୨୦।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପ୍ରଥମ ଉଚ୍ଛସ୍ତରୀୟ ବୈଠକ ଲାଗି ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦେଖି ଏବେ ବିଶେଷଜ୍ଞମାନେ କହିଛନ୍ତି...

ପାକିସ୍ତାନ ବିରୋଧି ମନ୍ତବ୍ୟ ଦେଇ ଏହାକୁ ସଂଶୋଧନ କଲା ଆମେରିକା…

ଓ୍ବାଶିଂଟନ,୧୮।୧୦ : ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିବୃତ୍ତି ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ପରମାଣୁ ଅସ୍ତ୍ରଶସ୍ତ୍ର ସହିତ...

ଉତ୍ତର କୋରିଆରୁ ମିଳିଲା ବହୁ ପୁରୁଣା ବୋମା

ପ୍ୟୋଙ୍ଗୟାଙ୍ଗ,୧୦ା୩: ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗସ୍ଥିତ ଏକ ଆପାର୍ଟମେଣ୍ଟ ସାଇଟ୍‌ରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ୧୧୦ରୁ ଅଧିକ ବୋମା, ସେଲ୍‌, ଲ୍ୟାଣ୍ଡମାଇନ୍‌, ଗ୍ରେନେଡ୍‌ ଏବଂ ଅନ୍ୟାନ୍ୟ...

ହଜ୍‌ଯାତ୍ରା ଉପରେ ସଙ୍କଟ

ନୂଆଦିଲ୍ଲୀ/ମକ୍କା, ୬।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବା ଲାଗି ବହୁ ଦେଶରେ ଧାର୍ମିକସ୍ଥଳକୁ ବନ୍ଦ କରି ଦିଆଯାଇଛି। ଏପରିସ୍ଥଳେ ଚଳିତ...

Advertisement
Archives

Model This Week