ଚମ୍ପୁଆ ସେକ୍ସନରେ ୧୭ ହାତୀ

ଚମ୍ପୁଆ, ୬।୫(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳକୁ ପୁଣି ଲେଉଟିଲେ ହାତୀ ପଲ। ୨ ଦିନ ହେବ ଏହି ହାତୀ ପଲ ଚମ୍ପୁଆ ଓ ଉଖୁଣ୍ଡା ସେକ୍ସନ ଅଞ୍ଚଳରେ ଘୁରିବୁଲୁଥିବା ବେଳେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଛି। ବର୍ତ୍ତମାନ ଚମ୍ପୁଆ ସେକ୍ସନରେ ୧୭ ଗୋଟି ହାତୀ ରହିଥିବା ବେଳେ ଏହି ପଲରେ କେତୋଟି ଛୁଆ ରହିଥିବା ବନବିଭାଗ ସୂଚନା ଦେଇଛି। ଗତ ମଙ୍ଗଳବାର ରାତିରେ ଏହି ହାତୀ ପଲ ଉଖୁଣ୍ଡା ସେକ୍ସନକୁ ଫେରିଯାଇଥିବା ବେଳେ ସକାଳୁ ପୁଣି ଚମ୍ପୁଆ ସେକ୍ସନକୁ ଫେରି ସରେଇ ନିକଟ ଟୁଣୁଟୁଣା ଆମ୍ବ ବାଗାନରେ ରହିଥିବା ଦେଖିବାକୁ ମିଳିଛି। ବନ ବିଭାଗର ହାତୀସ୍କ୍ବାଡ ହାତୀ ମାନଙ୍କ ଉପରେ ତିକ୍ଷ୍ଣ ନଜର ରଖିଥିବା ରେଞ୍ଜର ସଞ୍ଜୀବ କୁମାର ରାଉତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀ ଜୟନ୍ତୀରେ ପ୍ଲାଷ୍ଟିକ ବିରୋଧୀ ସଚେତନତା ବାର୍ତ୍ତା

ଆନନ୍ଦପୁର,୨।୧୦(ସ୍ବ.ପ୍ର.): ପ୍ଲାଷ୍ଟିକ୍‌ ଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହିତ ଜୀବଜଗତ ପ୍ରତି ବିପଦ ଦେଖାଦେଇଛି। ତେଣୁ ସରକାରୀସ୍ତରରେ ପ୍ଲାଷ୍ଟିକ୍‌ ବ୍ୟବହାର ପ୍ରତି ରୋକ ଲଗାଯାଇଛି। ଏହିକ୍ରମରେ...

ଯୋଡ଼ାରେ ୩ ଜଣଙ୍କ ସ୍ବାବ୍‌ ସଂଗ୍ରହ

ଯୋଡ଼ା, ୨୭।୪ (ଡି.ଏନ.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବାହାରୁ ଆସିିଥିବା ଲୋକମାନଙ୍କ ସ୍ବାବ ସଂଗ୍ରହ ପାଇଁ କେନ୍ଦୁଝର ଜିଲା ମୁଖ୍ୟ...

ଅବହେଳିତ କାଣ୍ଡେ ସାହି: ୪୦ରୁ ଊର୍ଦ୍ଧ୍ୱ ପିଲାଙ୍କ ପାଠପଢାରେ ଡୋରି

ତେଲକୋଇ, ୩୧।୧(ଡି.ଏନ.ଏ.)-ତେଲକୋଇ ଆଦିବାସୀ ବହୁଳ ବହୁ ଅଞ୍ଚଳରେ ଯୋଜନା କରାଯାଉଛି। ତେବେ ଛାମୁଣ୍ଡା ପଞ୍ଚାୟତର ସିରିଆବାହାଳ ଗ୍ରାମ ସଂଲଗ୍ନ ୬ନଂ ୱାର୍ଡ କାଣ୍ଡେ ସାହି ଅବହେଳିତ...

ପାନୀୟଜଳ ଦାବିରେ ରାସ୍ତାରୋକୋ

ଯୋଡ଼ା, ୧୩।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଜୁରୁଡିସ୍ଥିତ କ୍ରେଚ ହଟିଂ ଅଞ୍ଚଳବାସୀ ବିଦ୍ୟୁତକାଟ୍‌ ଯୋଗୁ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବାରୁ ରାସ୍ତା ଅବରୋଧ କରିଥିଲେ।...

ବେଆଇନ୍‌ ବାଲି ଚାଲାଣ: ୨ ଟ୍ରାକ୍ଟର ଜବତ

ଆନନ୍ଦପୁର,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ପକ୍ଷରୁ ଆନନ୍ଦପୁର ଥାନା ଶାଳବଣି ଗ୍ରାମରେ ଶୁକ୍ରବାର ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟର...

ମନ କିଣେ ବାବୁଲିଙ୍କ ଦହିବରା

କେନ୍ଦୁଝର, ୨୬ା୭(ଡି.ଏନ.ଏ.)-ଆଳୁଦମ ଦହିବରା ନାଁ ଶୁଣିଲେ ପାଟିରୁ ଲାଳ ଗଡ଼ିଆସେ। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ବେଶ ଭଲ ପାଆନ୍ତି। ଗୋଟିଏ...

ବିଦ୍ୟାଳୟରେ ତାଲା ପକାଇବା ଘଟଣା: ବିଇଓ ଏବଂ ସ୍କୁଲ ପରିଚାଳନା କମିଟିର ଆଲୋଚନା; ୨୬ ଓ ୨୭ରେ ହେବ ବିଧିବଦ୍ଧ ତଦନ୍ତ

ଆନନ୍ଦପୁର,୨୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ କୋଚିଆନେଣ୍ଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କମିଟି ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ପଟ୍ଟନାୟକଙ୍କ ବିରୋଧରେ ଗତ ଶନିବାର...

ଅସ୍ୱାସ୍ଥ୍ୟକର ପରିବେଶରେ ଜିଲା ମୁଖ୍ୟ ଡାକ୍ତରଖାନା

କେନ୍ଦୁଝର, ୨୦ା୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସର ଉପଯୁକ୍ତ ସଫେଇ ହେଉନାହିଁ କିମ୍ବା ଏହାର ତଦାରଖ ହେଉ ନ ଥିବାରୁ ପରିସରରେ ସ୍ବାସ୍ଥ୍ୟ ଓ ପରିମଳ...

Advertisement
Archives

Model This Week