ଗଞ୍ଜାମ ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ୧୩,୬୭୫ ପ୍ରାର୍ଥୀ

ଛତ୍ରପୁର,୨୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଜିଲାରେ ୫୦୩ ପଞ୍ଚାୟତ ପାଇଁ ସମୁଦାୟ ବିଭିନ୍ନ ପଦବୀ ନିମନ୍ତେ ୧୩ ହଜାର ୬୭୫ ପ୍ରାର୍ଥୀ ମୈଦାନରେ ରହିଛନ୍ତି। ସେଥି ମଧ୍ୟରୁ ୨୫୬ ଜିଲା ପରିଷଦ ପ୍ରାର୍ଥୀ, ସରପଞ୍ଚ ପାଇଁ ୧୫୬୩ ଜଣ, ସମିତି ସଭ୍ୟ ପାଇଁ ୧୩୪୮ ଜଣ ଏବଂ ଓ୍ବାର୍ଡମେମ୍ବର ପାଇଁ ୧୦,୫୦୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟର ନିର୍ଦ୍ଧାରଣ କରିବେ। ଜିଲାରେ ପୂର୍ବରୁ ବିଭିନ୍ନ ପଦ ପଦବୀ ନିମନ୍ତେ ୧୫ ହଜାର ୮୬୩ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ସେଥିମଧ୍ୟରୁ ୨୬୭ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚ ବେଳେ ନାକଚ ହୋଇଥିଲା। ୧୯୨୧ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରି ନେଇଥିଲେ। ଶେଷରେ ୧୩ ହଜାର ୬୭୫ ମୈଦାନରେ ରହିଛନ୍ତି। ଗଞ୍ଜାମରେ ଫେବୃୟାରୀ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଗଞ୍ଜାମ ଜିଲାର ୨୨ ବ୍ଲକରେ ୫୦୩ ପଞ୍ଚାୟତରେ ୫୦୩ ସରପଞ୍ଚ ଓ ୫୦୩ ସମିତିସଭ୍ୟ, ୭୦୯୯ ଓ୍ବାର୍ଡମେମ୍ବର, ୬୯ ଜିଲା ପରିଷଦ ଜୋନ୍‌ର ସଦସ୍ୟ ପାଇଁ ନିର୍ବାଚନ ହେବ। ୨୪ ଲକ୍ଷ ୪୩ ହଜାର ୬୧୬ ଜଣ ଭୋଟର ଭାଗ୍ୟ ନିର୍ଦ୍ଧାରଣ କରିବେ। ସେଥିରୁ ୧୨ ଲକ୍ଷ ୭୭ ହଜାର ୬୨୭ ପୁରୁଷ, ୧୧ ଲକ୍ଷ ୬୫ ହଜାର ୮୦୯ ମହିଳା ଏବଂ ୧୮୦ ଅନ୍ୟ ଭୋଟର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବିଷ୍ୟତ ଗଠନ ପାଇଁ ଏହା ଉଚିତ ସମୟ: ମନ୍ତ୍ରୀ

ସମ୍ବଲପୁର,୧୯।୧୧(ବ୍ୟୁରୋ): ଶିକ୍ଷିତ ସମାଜ ଗଠନ କରିବାରେ ଛାତ୍ରୀଛାତ୍ରଙ୍କ ଭୂମିକା ରହିଛି। ସମାଜ ଗଠନ ସହିତ ନିଜ ଭବିଷ୍ୟତ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି। ଛାତ୍ର...

ଆବାସ ଯୋଜନାରୁ ବଁଚିତ୍‌ ଦ୍ରୌପଦୀ

ପର୍ଲା, ୧୭।୧ (ଡି.ଏନ୍‌.ଏ)-  ମୁଇଁ ଘର ଖଁଡ଼େ ଲାଗି ବଡ଼ା ଗୁଲ୍‌ଗୁଲା ହେଉଛେଁ। ବରଷା ମାସ୍‌ ସାରା ନାଇଁ ଶୁଇ, ପାଏନ୍‌ ଛେଦେଇ ଛେଦେଇ ରାଏତ୍‌...

କେନ୍ଦ୍ରର ଜଳ ଜୀବନ ମିଶନକୁ ରାଜ୍ୟର ପ୍ରଶଂସା

ଭୁବନେଶ୍ୱର,୨୭।୮(ବ୍ୟୁରୋ): କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟକାରୀ କରିଥିବା ଜଳ ଜୀବନ ମିଶନ କାର୍ଯ୍ୟକ୍ରମକୁ ରାଜ୍ୟ...

ହାତ ଛାଡ଼ି ଶଙ୍ଖ ଧରିଲେ କୋରାପୁଟର ୩ ଟାଣୁଆ ନେତା

ଭୁବନେଶ୍ୱର,୧।୨(ବ୍ୟୁରୋ): କୋରାପୁଟ ଜିଲାର ୩ ଟାଣୁଆ ନେତା ବିଜୁ ଜନତା ଦଳ(ବିଜେଡି)ରେ ମିଶିଛନ୍ତି। ସେମାନେ କୋରାପୁଟ ଓ ମାଲକାନଗିରି ଜିଲା ବିଜେଡି ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା...

ଡ୍ରେନ୍‌ ଦୂଷିତ ଯୋଗୁ କରୋନା ବ୍ୟାପିବା ଆଶଙ୍କା: ମୁଖ୍ୟ ଯନ୍ତ୍ରୀଙ୍କୁ ହାଜର ପାଇଁ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୩(ବ୍ୟୁରୋ):ଡ୍ରେନ୍‌ ଦୂଷିତ ଯୋଗୁ କରୋନା ଭାଇରସ୍‌ ବ୍ୟାପିବାର ଆଶଙ୍କା କରାଯାଉଛି। ତେଣୁ ଡ୍ରେନ୍‌ ସଫେଇରେ ଅବ୍ୟବସ୍ଥା ନେଇ ପରିବେଶ ଦୂଷିତ ହେଉଥିବା ଅଭିଯୋଗରେ କଟକ ଡ୍ରେନେଜ୍‌...

ବିଭିନ୍ନ ସମସ୍ୟା ନେଇ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ବ୍ରହ୍ମପୁର ଅଫିସ୍‌,୨୧।୯: ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ତଥା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଉତ୍ତମ...

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ନେଇ ଏବିଭିପିର ଏତଲା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ସାରା ରାଜ୍ୟରେ ଚର୍ଚ୍ଚା...

ବାପା-ପୁଅ, ଦୁଇ ଭଉଣୀଙ୍କୁ ଭୋଟରଙ୍କ ପ୍ରତ୍ୟାଖ୍ୟାନ

ସୁନ୍ଦରଗଡ଼, ୨୫ା୫ (ଡି.ଏନ.ଏ.): ସରିଛି ୨୦୧୯ ସାଧାରଣ ନିର୍ବାଚନ। ଗୁରୁବାର ଫଳାଫଳ ପ୍ରକାଶ ପାଇବା ପରେ ସୁନ୍ଦରଗଡ଼ ଜିଲାର କେତେଜଣ ହେଭିଓ୍ବେଟ ନେତାଙ୍କ ପରାଜୟ ହୋଇଛି।...

Advertisement
Archives

Model This Week