ଲେଖାଚୋରି

ଡ. ବାସନ୍ତୀ ମହାନ୍ତି

ଏବେ ଲେଖାଚୋରି ସାରସ୍ବତ ଜଗତ ପାଇଁ ଅତ୍ୟନ୍ତ ଉଦ୍‌ବେଗଜନକ ପ୍ରସଙ୍ଗ ହୋଇପଡ଼ିଛି। ତା’ର ମଧ୍ୟ କାରଣ ରହିଛି। ବ୍ୟକ୍ତିଟିଏ କଳ ବଳ କୌଶଳ ପ୍ରୟୋଗ କରି ଅର୍ଥ, କ୍ଷମତା ଓ ପଦପଦବୀ ବଳରେ ଲକ୍ଷ୍ମୀଙ୍କର ବରପୁତ୍ର ହୋଇପାରେ, କିନ୍ତୁ ସରସ୍ବତୀଙ୍କର ବରପୁତ୍ର ହେବା ଏତେ ସହଜ ନୁହେଁ। ସବୁ କଳ ବଳ କୌଶଳ ଏଠି ଫିକା ପଡ଼ିଯାଏ। ଏଥିପାଇଁ ଲୋଡ଼ା ଏକନିଷ୍ଠ ସାଧନା ସହ ବିଭୁଦତ୍ତ ପ୍ରତିଭା। ବିଭୁକୃପା ନ ଥିଲେ କିଛି ସମ୍ଭବ ହୁଏ ନାହିଁ। ମଣିଷ ପାଖରେ ଯାହା ନ ଥାଏ, ତାହା ପାଇବା ପାଇଁ ସେ ବ୍ୟାକୁଳ ହୋଇପଡ଼େ। ଅଷ୍ଟଦୁର୍ଗ ରାଜା ସକଳ ଐଶ୍ୱର୍ଯ୍ୟପ୍ରାପ୍ତ ହୋଇଥିଲେ, କିନ୍ତୁ ତାଙ୍କ ପାଖରେ କବି ପ୍ରତିଭା ନ ଥିଲା। ପ୍ରଚୁର ପାରିତୋଷିକ ଦେଇ ସେ କବିସୂର୍ଯ୍ୟ ବଳଦେବଙ୍କୁ ତାଙ୍କ ନାମରେ କବିତା ଭଣିତା କରିବାକୁ କହିଥିଲେ। କିନ୍ତୁ ସେ ସତ୍ୟ ଲୁକ୍କାୟିତ ହୋଇ ରହିଲା ନାହିଁ। କାଳବକ୍ଷରେ ଊର୍ଜସ୍ବଳ ହୋଇ ରହିଲା କବିସୂର୍ଯ୍ୟଙ୍କ କାବ୍ୟକୃତି। ସେହିପରି କାବ୍ୟ-ସୂର୍ଯ୍ୟ ରୂପୀ ରାଧାନାଥ ରାୟ ମଧ୍ୟ ଲେଖାଚୋରି ଦୋଷରେ ଦୋଷଦୃଷ୍ଟ ଥିଲେ। ସେ ଯଦି ତାଙ୍କ କାବ୍ୟ କବିତାର ମୂଳ ଉତ୍ସ ସମ୍ପର୍କରେ ଗୋଟିଏ ଧାଡ଼ିମାତ୍ର ଲେଖିଦେଇ ଥାଆନ୍ତେ, ପରବର୍ତ୍ତୀ କାଳରେ ସେ ଏତେ ଅନୁତପ୍ତ ହୋଇ ନ ଥାଆନ୍ତେ। ଜୀବନର ଶେଷ ଅପରାହ୍ନରେ ସେ ଯେ ଅବସାଦଗ୍ରସ୍ତ ଥିଲେ ତାର ମୁଖ୍ୟ କାରଣଟି ଏଇଠି ଥିଲା।
ଏ ଲେଖାଚୋରି କେବଳ ଆମ ଓଡ଼ିଶାର କଥା ନୁହେଁ କି ଭାରତର କଥା ନୁହେଁ, ସମଗ୍ର ବିଶ୍ୱରେ ଏହା ବୁଦ୍ଧିଜୀବୀମାନଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଇଂଲିଶ୍‌ରେ ଏହାକୁ ଆଉ ଟିକେ ଭଦ୍ର ଭାଷା ପ୍ରୟୋଗ କରି କୁହାଯାଏ ପ୍ଲେଜ୍ୟାରିଜିମ୍‌। ପ୍ରବୃତ୍ତିଗତ ଦୃଷ୍ଟିରୁ ଏମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ଅଧମ ଓ ଅଧମା ଧମ। ଅଧମ ଲେଖକମାନେ ଚତୁରତା ସହ ଅନ୍ୟମାନଙ୍କ ଲେଖାକୁ ସାମାନ୍ୟ ଏପଟସେପଟ କରି ଅଥବା ଉପକ୍ରମ ଓ ଉପସଂହାର ଏବଂ ଶିରୋନାମାକୁ ବଦଳେଇ ପତ୍ର ପତ୍ରିକାକୁ ପଠେଇ ଦେଇଥା’ନ୍ତି। ଅଧମା ଧମ ମାନେ ବହୁଦିନର ଲେଖାକୁ ସାଇତି ରଖିଥା’ନ୍ତି ଓ ସେଗୁଡ଼ିକୁ ଯେମିିତିକୁ ସେମିତି ପଠେଇ ଦେଇଥା’ନ୍ତି ପତ୍ର ପତ୍ରିକାଗୁଡ଼ିକୁ। ଜଣେ ପ୍ରକାଶକ ସେଗୁଡ଼ିକୁ ତନଖି କରି ଜାଣିବା ସମ୍ଭବ ନୁହଁ। ପ୍ରକାଶକଟିଏ ଯେ ସମସ୍ତଙ୍କ ଲେଖା ପଢ଼ିଥିବେ, ସେପରି ଆଶା କରିବା ମଧ୍ୟ ବିଡ଼ମ୍ବନା। ସବୁଠାରୁ ବଡ଼କଥା ହେଲା, ଏମାନେ ଜାଣନ୍ତି ନାହିଁ ଯେ, ଲେଖାଚୋରି ଧର୍ତ୍ତବ୍ୟ ଅପରାଧ। ଏଥିପାଇଁ ଦଣ୍ଡବିଧାନ ମଧ୍ୟ ରହିଛି। ଦଣ୍ଡବିଧାନ କଥା ଦୂରେ ଥାଉ, ଜଣେ ସର୍ଜନଶୀଳ ଲେଖକ ଅନ୍ୟର ଲେଖା ଚୋରି କରିବା ବେଳେ ଯଦି ସେମାନଙ୍କ ସ୍ବାଭିମାନ ସେମାନଙ୍କୁ ବାଧା ଦେଉ ନାହିଁ, ତେବେ ସେମାନେ ଆଦୌ ଲେଖକ ନୁହନ୍ତି ବୋଲି ବିଚାରିବାକୁ ହେବ।
ଲେଖାଚୋରି ଓ ଜଣେ ମହିଳାଙ୍କ ପ୍ରସଙ୍ଗରେ ବିଶିଷ୍ଟ ଚିନ୍ତକ ମନୋଜ ଦାସଙ୍କର କୌଣସି ଏକ ପୁସ୍ତକରୁ ପଢ଼ିଥିବା ତଥ୍ୟଟିଏ ଉପସ୍ଥାପନ କରୁଛି। ଜଣେ ପ୍ରତିଷ୍ଠିତ ଲେଖକଙ୍କର ବହିର ମୂଳ ଓ ଶେଷ କେଇ ପୃଷ୍ଠା ଚିରି ମହିଳା ଜଣକ ଫେଙ୍ଗୁଇନ୍‌ ସିରିଜ୍‌କୁ ଦେଇଥିଲେ। ବହି ପ୍ରକାଶିତ ହେଲା। ବେଶ୍‌ ଆଦୃତ ମଧ୍ୟ ହେଲା। ମହିଳା ଜଣକ ସେଇ ଖଣ୍ଡେ ବହିରେ ସେଲିବ୍ରିଟି ପାଲଟିଗଲେ। ହଠାତ୍‌ ଦିନେ ପ୍ରକାଶକଙ୍କ ପାଖରୁ ଫୋନ୍‌ କଲ୍‌ ପାଇ ବେଶ୍‌ ଉତ୍ସାହିତ ହୋଇଗଲେ। ବୋଧହୁଏ ଆଉ ଖଣ୍ଡେ ବହି ପାଇଁ ପ୍ରକାଶକ ଅନୁରୋଧ କରିଛନ୍ତି। ଖୁସି ମନରେ ପ୍ରକାଶକଙ୍କୁ ଭେଟନ୍ତେ ପ୍ରକାଶକ ତାଙ୍କୁ ମୂଳ ଲେଖକଙ୍କ ବହିଟି ଦେଖାଇ ଦେଇଥିଲେ। ସେଠାରୁ ଫେରିଆସି ସେହିଦିନ ମହିଳା ଜଣକ ଆମତ୍ହତ୍ୟା କରିଦେଇଥିଲେ।
ଏବେ ଫେସ୍‌ବୁକ୍‌ରେ ଜଣେ ବହୁ ପ୍ରତିଷ୍ଠିତ ଲେଖକଙ୍କର ବକ୍ତବ୍ୟଟିଏ ଏ ଲେଖିକାର ଦୃଷ୍ଟିଗୋଚର ହେଲା। ୨୦୧୫ ଏକ ବହୁ ପ୍ରସାରିତ ଖବରକାଗଜରେ ପ୍ରକାଶିତ ସ୍ତମ୍ଭଟିକୁ ଆଉ ଜଣେ ବ୍ୟକ୍ତିଙ୍କ ନାମରେ ଅନ୍ୟ ଜଣେ ବହୁ ପ୍ରସାରିତ ଖବରକାଗଜରେ ପ୍ରକାଶିତ ହୋଇଛି। ମୂଳ ଲେଖକଙ୍କର ଏହି ଲେଖାଟି ତାଙ୍କ ଦ୍ୱାରା ସଂକଳିତ ପୁସ୍ତକଟିରେ ମଧ୍ୟ ରହିଛି ବୋଲି ପୁସ୍ତକଟିର ନାମ ଉଲ୍ଲେଖ କରି ସେ ସ୍ବୀକାର କରିଥିଲେ। ଯୋଗକୁ ପୁସ୍ତକଟି ଏ ଲେଖିକା ପାଖରେ ଥିଲା। କୌତୂହଳବଶତଃ ଦୁଇଟି ଲେଖା ତୁଳନା କଲାବେଳେ ଜଣାପଡ଼ିଲା, କେବଳ ପ୍ରଥମ ପାରାଗ୍ରାଫ୍‌ର କିଛି ଅଂଶ ଓ ଶେଷ ପାରାଗ୍ରାଫ୍‌ର କିଛି ଅଂଶ ଏବଂ ଶିରୋନାମାଟି ପରିବର୍ତ୍ତନ କରି ପ୍ରବନ୍ଧରେ ଯାହାଅଛି ସବୁ ଅବିକଳ ରହିଛି। ଏହା ଯେ ସୁପରିକଳ୍ପିତ ଭାବରେ କରାଯାଇଛି, ସନ୍ଦେହ ନାହିଁ।
ସମସ୍ତେ ଯେ ସାହିତ୍ୟ କର୍ମ କରିବେ, ସାରସ୍ବତ ସ୍ବୀକୃତି ବିନା ସମାଜରେ ସ୍ବୀକୃତି ମିଳିବ ନାହିଁ, ଯଶପ୍ରାପ୍ତି ପାଇ ତ ସାହିତ୍ୟ ସର୍ଜନା ଯେ ଏକମାତ୍ର ପନ୍ଥା ଏ ଭୁଲ୍‌ ଧାରଣା ଆମ ମାନସିକତାରେ ପରିବର୍ତ୍ତନ ହେଲେ ଆମର ଦୂରୀଭୂତ ହେଲେ ଏମିତି ଭୁଲହୁଅନ୍ତା ନାହିଁ। ଯଶ ଅର୍ଜନ ପାଇଁ, ସମାଜରେ ଦଶ ଜଣରେ ଜଣେ ବୋଲି ସ୍ବୀକୃତ ହେବା ପାଇଁ ଆମ ସମ୍ମୁଖରେ ଅନେକ ରାସ୍ତା ଅଛି। ନୀତିନିଷ୍ଠ ହୋଇ ସାଧନା କଲେ ସମାଜରେ ଆମେ ନିଶ୍ଚୟ ଆମର ପରିଚୟ ସୃଷ୍ଟି କରିପାରିବା। ସର୍ଜନ କର୍ମ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ସର୍ଜନଶୀଳ ପ୍ରତିଭା ନ ଥିଲେ ବ୍ୟକ୍ତି ପାଇଁ ଅପମାନଜନକ ନୁହେଁ, ବରଂ ସାହିତ୍ୟ କ୍ଷେତ୍ରରେ ନାମ କମାଇବାକୁ ଯାଇ ଅନ୍ୟ ଲେଖା ଚୋରି କରି ନିଜକୁ ଲେଖକ ବୋଲି ସାବ୍ୟସ୍ତ କରିବା ଅତ୍ୟନ୍ତ ଲଜ୍ଜାଜନକ ବ୍ୟାପାର, ଏକପ୍ରକାର ଦୟନୀୟ ମାନସିକତା। ଏ ପ୍ରକାର ସାରସ୍ବତ ଅସାଧୁତା କେବଳ ନିନ୍ଦନୀୟ ନୁହେଁ, ଏ ବୌଦ୍ଧିକ ଚୋରି ଆଇନ ପରିସରଭୁକ୍ତ।
ଓଡ଼ିଶାରେ ଏହି ଲେଖାଚୋରି ସଂକ୍ରାନ୍ତ ଅନେକ କେସ୍‌ କୋର୍ଟମାନଙ୍କରେ ଗଡୁଛି। କେହି କେହି ଦଣ୍ଡିତ ହୋଇ ସାରିଲେଣି ଓ ଆଉ କେହି ମୂଳ ଲେଖକଙ୍କ ପାଖରେ କ୍ଷମା ପ୍ରାର୍ଥନା କରି ମୁକ୍ତି ପାଇଛନ୍ତି। ଫେସ୍‌ବୁକ୍‌ରେ ଏହି ଲେଖାଚୋରି ପ୍ରସଙ୍ଗଟି ଗୋଟାଏ ପ୍ରହସନରେ ପରିଣତ ହୋଇଗଲାଣି। ବିଶେଷତଃ କବିତା କ୍ଷେତ୍ରରେ କୋଉଠି କବି ପିଠିର ନଁା ବଦଳେଇ ଦେଉଛନ୍ତି ତ କେତେବେଳେ ଏ କବିତାରୁ ଧାଡ଼ିଏ ସେ କବିତାରୁ ଧାଡ଼ିଏ ଚୋରି କରି ପୂରା କବିତାଟିଏ କରି ଥୋଇ ଦେଉଛନ୍ତି। ଗବେଷଣା ନିବନ୍ଧଗୁଡ଼ିକ ମଧ୍ୟ ଏ ଦୋଷରୁ ମୁକ୍ତ ନୁହନ୍ତି। ଅନ୍ୟର ଗବେଷଣା ସନ୍ଦର୍ଭରୁ ତଥ୍ୟ ନେବା ଦୋଷାବହ ନୁହେଁ, କିନ୍ତୁ ଯେଉଁଠାରୁ ତଥ୍ୟ ନିଆଗଲା ସେ ଲେଖକଙ୍କ ନାମ ସୂଚିତ କରିବା ନିହାତି ଆବଶ୍ୟକ। କିନ୍ତୁ ଏଥିପାଇଁ ସର୍ବନିମ୍ନ ସୌଜନ୍ୟ ଟିକକ ରକ୍ଷା କରାଯାଉ ନାହିଁ। ଏସବୁ ଗବେଷଣା କର୍ମ ପାଇଁ ଅତ୍ୟନ୍ତ ମାରାମତ୍କ।
ଜଣେ ଲେଖକ ତା’ର ଜ୍ଞାତ ସାରରେ ଅନ୍ୟ ଲେଖକଙ୍କର ଗୋଟାଏ ବାକ୍ୟ ଯଦି ନିଜସ୍ବ କରିବାର ଅପଚେଷ୍ଟା କରୁଛି, ତେବେ ସେ ଆଦୌ ସର୍ଜନଶୀଳ ପ୍ରତିଭା ନୁହେଁ ବୋଲି କହିବାକୁ ହେବ। କାରଣ ଜଣେ ପ୍ରତିଭାଧାରୀର ସ୍ବାଭିମାନ କୌଣସି ପରିସ୍ଥିତରେ ଏପରି ଚୌର୍ଯ୍ୟବୃତ୍ତିକୁ ଉତ୍ସାହିତ କରିବ ନାହିଁ। ଲେଖିବା ବେଳେ ଯଦି ଅନ୍ୟ ଜଣେ ଲେଖକଙ୍କର ଚିନ୍ତା କରିଦେଲେ ସ୍ବାଭିମାନ କ୍ଷୁଣ୍ଣ ହୋଇଯାଏ ନାହିଁ କିମ୍ବା ସାରସ୍ବତ ପ୍ରତିଭାର ଅବମାନନା ହୁଏ ନାହିଁ। କୁହାଯାଏ, ଗ୍ରେଟ୍‌ ପିପୁଲ୍‌ ଥିଙ୍କ ଏ ଲାଇକ୍‌। ବେଳେବେଳେ ବିଶ୍ୱର ଏ କୋଣରେ ଥିବା ବୌଦ୍ଧିକ ମଣିଷଟି ସେ କୋଣରେ ଥିବା ବୌଦ୍ଧିକ ମଣିଷଙ୍କ ଚିନ୍ତାର ସାମଞ୍ଜସ୍ୟ ଥାଏ। ତା’ର ଅର୍ଥ ନୁହେଁ ଯେ ଶବ୍ଦ ଓ ବାକ୍ୟ ମଧ୍ୟ ଦୁଇ ଜଣଙ୍କ ଏକ ହୋଇଯିବ।
ସମାଜର ଅନ୍ୟ କ୍ଷେତ୍ରଗୁଡ଼ିକରେ ଦୁର୍ନୀତି, ଚୋରି, ଡକାୟତି, ଲାଞ୍ଛମିଛ ଆଦି ସ୍ବାଭାବିକ ଭାବରେ ଚାଲିଛି। କିନ୍ତୁ ସାହିତ୍ୟ କ୍ଷେତ୍ରରେ ଏହିପରି ବୌଦ୍ଧିକ କଳଙ୍କ ଆଦୌ ସ୍ପୃହଣୀୟ ନୁହେଁ। କାରଣ ସାହିତି୍ୟକମାନେ ସମାଜର ଦିଗଦ୍ରଷ୍ଟା। ସମାଜକୁ ଉପଯୁକ୍ତ ମାର୍ଗଦର୍ଶନ କରୁଥିବା କ୍ରାନ୍ତଦର୍ଶୀମାନେ ଯଦି ଏପରି ଦୋଷଦୁଷ୍ଟ ହେବେ, ତେବେ ମାନବ ସମାଜ ବିପଥଗାମୀ ହେବ।
୨୧୩ ସି-ବ୍ଲକ୍‌, ଏମେରାଲ୍ଡ ଆପାର୍ଟମେଣ୍ଟ୍‌,
ଲକ୍ଷ୍ମୀସାଗର, ଭୁବନେଶ୍ୱର
ମୋ-୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?