Posted inଫୁରସତ

ବାହା ହେଲେ ୭୦ ବର୍ଷୀୟ ବୃଦ୍ଧ: ବରଯାତ୍ରୀରେ ସାମିଲ ହେଲେ ୮ ସନ୍ତାନ, ନାତିନାତୁଣୀ

ସାରା ଦେଶରେ ବର୍ତ୍ତମାନ ବିବାହ ଋତୁ ଚାଲିଛ। ଏହି ସମୟରେ ବିହାରର ଚାପ୍ରାଠାରେ ଭିନ୍ନ ଏକ ବିବାହକୁ ନେଇ ଜୋର୍‌ଦାର ଚର୍ଚ୍ଚା। ଜଣେ ୭୦ ବର୍ଷୀୟ ବୃଦ୍ଧ ବରବେଶରେ ଏକ ଶଗଡ଼ରେ ବସି କନ୍ୟା ଆଣିବାକୁ ଗଲେ ସହର ସାରା ସମସ୍ତେ ତାଙ୍କୁ ବୁଲି ବୁଲି ଚାହିଁଲେ। ତାଙ୍କର ୭ ଝିଅ ଏବଂ ଗୋଟିଏ ପୁଅ। ପିଲାମାନେ ମଧ୍ୟ ସମସ୍ତେ ବରଯାତ୍ରୀରେ ବାହାରିଥିଲେ। ବ୍ୟାଣ୍ଡ ବାଜାର ତାଳେ ତାଳେ ବାପାଙ୍କ ବର ରୋଷଣୀକୁ ଖୁବ୍‌ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଏପରି ଅନନ୍ୟ ବିବାହ ଦେଖିବାକୁ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ।

ସୂଚନାନୁଯାୟୀ, ଗୁରୁବାର ଚାପ୍ରାଠାରେ ଏକ ନିଆରା ଶୋଭାଯାତ୍ରା ହୋଇଥିଲା। ଜଣେ ୭୦ ବର୍ଷ ବୃଦ୍ଧଙ୍କ ବର ଶୋଭାଯାତ୍ରାରେ ସମଗ୍ର ଗାଁ ଲୋକ ସାମିଲ ହୋଇଥିଲେ। ଏକମାର ଆମଦାଡ଼ି ନିବାସୀ ରାଜକୁମାର ସିଂ ୪୨ବର୍ଷ ପୂର୍ବେ ମେ’ ୫ରେ ବିବାହ କରିଥିଲେ। ଡୋଙ୍ଗା ହେଉଛି ଏକ ରୀତିନୀତି ଯେଉଁଥିରେ ସ୍ତ୍ରୀଙ୍କୁ ଦ୍ୱିତୀୟ ଥର ପାଇଁ ତାଙ୍କ ବାପଘରୁ ସ୍ବାମୀଙ୍କ ଘରକୁ ଯିବାକୁ ପଡ଼ିବ। ରାଜକୁମାର ସିଂ ଏବଂ ତାଙ୍କ ପିଲାମାନେ ଏହି ରୀତିନୀତିକୁ ସ୍ମରଣୀୟ କରିଥିଲେ, ଯାହାକୁ କେହି ଭୁଲି ପାରିବେ ନାହିଁ।

ରାଜକୁମାର ସିଂ ତାଙ୍କ ଗାଁରେ ଏକ ଅଟାକଳ ଚଲାନ୍ତି। ବହୁ ସଂଘର୍ଷ ପରେ ସେ ତାଙ୍କର ୭ ଝିଅଙ୍କୁ ବିହାର ପୋଲିସ ଏବଂ ଆର୍ମିରେ ଚାକିରି କରାଇଥିଲେ। ଏହା ସହିତ ପୁଅକୁ ଜଣେ ଇଞ୍ଜିନିୟର ବି କରାଇଛନ୍ତି। ପିଲାମାନଙ୍କ ଜିଦ୍‌ ଆଗରେ ରାଜକୁମାରଙ୍କୁ ଦ୍ୱିତୀୟ ବିବାହ କରିବାକୁ ପଡ଼ିଲା। ତାଙ୍କ ବିବାହ ଆଜି ଚାରିଆଡ଼େ ଚର୍ଚ୍ଚା।


Enter your email to get our daily news in your inbox.

All Right Reserved By Dharitri.Com

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri