ଅମାପ ଶକ୍ତିର ଅଧିକାରୀ ଯୁବପିଢ଼ି

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨।୮: ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି ସମାଜର ପ୍ରମୁଖ ଅଙ୍ଗ। ଯୁବସମାଜ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ପ୍ରତି ସଚେତନ ହେଲେ ଗଣତନ୍ତ୍ର ସୁଦୃଢ ରହିବ। ଯୁବସମାଜ ନିଜ ଉର୍ଜା ବଳରେ ଦେଶକୁ ଆଲୋକ, ପ୍ରଗତି ପଥରେ ଆଗେଇ ନେବେ। ଏକ ଗଠନମୂଳକ ସମାଜ ଦିଗରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି ମଙ୍ଗଳବାର ଧରିତ୍ରୀର ୫୦ବର୍ଷ ପାଳନ ଅବସରରେ ସ୍ଥାନୀୟ ପ୍ରାଣନାଥ ସ୍ବୟଂଶାସିତ ମହବିଦ୍ୟାଳୟରେ ଗଣମାମଧ୍ୟମ, ଗଣତନ୍ତ୍ର ଓ ଯୁବପିଢି ଶୀର୍ଷକ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ କଲେଜ ଅଧ୍ୟକ୍ଷା ଡ.ଅଜନ୍ତା ଶତପଥୀ କହିଛନ୍ତି। ମୁଖ୍ୟଅତିଥି ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଯୋଗଦେଇ ଏକ ବିକଶିତ ରାଷ୍ଟ୍ରରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ଗଣମାଧ୍ୟମ ଶୃଙ୍ଖଳିତ, ଦାୟିତ୍ୱସମ୍ପନ୍ନ ହେଲେ ଗଣତନ୍ତ୍ର ସୁରକ୍ଷିତ ରହିବ। ଯୁବପିଢି ଦେଶର ଭବିଷ୍ୟତ। ୧୯୯୯ ବାତ୍ୟା ସମୟରେ ଶହଶହ ମୃତଦେହ ସତ୍କାର ଲାଗି ଯୁବକମାନେ ଆଗେଇ ଆସିଥିଲେ। ଯୁବକଙ୍କ ନିକଟରେ ଅସୀମ ଶକ୍ତି ରହିଛି। ଯୁବଶକ୍ତି ରାଷ୍ଟ୍ରର କଲ୍ୟାଣ ପାଇଁ କାର୍ଯ୍ୟ କରିଲେ ଭାରତ ସମୃଦ୍ଧ, ସଶକ୍ତ ହୋଇପାରିବ ବୋଲି ମହାନ୍ତି କହିଥିଲେ।
ବକ୍ତୃତା ପ୍ରତିଯୋଗିତାରେ ବିଚାରକ ଭାବେ ଯୋଗଦେଇ ପ୍ରାଧ୍ୟାପକ ସୁନୀଲ ରଞ୍ଜନ କର କହିଲେ ଯେ, ଧରିତ୍ରୀ ପକ୍ଷରୁ କରାଯାଇଥିବା ଏହି ପ୍ରୟାସ ପିଲାଙ୍କ ମଧ୍ୟରେ ସମାଜ ପ୍ରତି ଦାୟିତ୍ୱବୋଧ ଓ କର୍ତ୍ତବ୍ୟପରାୟଣ ପ୍ରତି ସଚେତନ କରିପାରିବ। ଗଣତନ୍ତ୍ର ସୁରକ୍ଷା ଗଣମାଧ୍ୟମର ପ୍ରତିବଦ୍ଧତା ଉପରେ ନିର୍ଭର କରେ। ଗଣମାଧ୍ୟମ ତାର ଦାୟିିତ୍ୱରୁ ବିଚ୍ୟୁତ ହେଲେ ଗଣତନ୍ତ୍ର ପ୍ରତି ବିପଦ। ଅନ୍ୟତମ ବିଚାରକ ପ୍ରାଧ୍ୟାପକ ସୌମେନ୍ଦ୍ର ମିଶ୍ର କହିଲେ ଯେ, ଧରିତ୍ରୀ ସହ ଦୀର୍ଘ ଦିନର ସମ୍ପର୍କ। ଧରିତ୍ରୀ ଏବେ ୫୦ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ସତ୍ୟ ଆଧାରିତ ଖବର, ନିର୍ଭୀକତା କ୍ଷେତ୍ରରେ ଧରିତ୍ରୀ ନିଜର ସ୍ବତନ୍ତ୍ର ବଜାୟ ରଖିଛି। ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢି ଆଜିର ଯୁବସମାଜ ପାଇଁ ଏକ ବଡ ଆହ୍ବାନ। ତେଣୁ ଧୈର୍ଯ୍ୟ ନ ହରାଇ ଆଗକୁ ବଢିଲେ, ସଫଳତା ନିଶ୍ଚିତ ମିଳିବ ବୋଲି ପିଲାଙ୍କ ଉଦ୍ଦେଶ୍ୟରେ ମିଶ୍ର କହିଥିଲେ। ଅନ୍ୟତମ ବିଚାରକ ଭାବେ କଟକ ଶୈଳବାଳା କଲେଜ ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ରମାସୁନ୍ଦରୀ ଦେବୀ ଯୋଗ ଦେଇ ଯୁବସମାଜ ମଧ୍ୟରେ ନବୀନ ଉତ୍ସାହ ରହିଛି। ଲକ୍ଷ୍ୟପଥ ସ୍ଥିର କରି ଆଗେଇ ଚାଲ। ଭାରତବର୍ଷ ଯୁବପିଢିଙ୍କ ଠାରୁ ବହୁତ କିଛି ଆଶା ରଖିଛି। ନିଜ ଶକ୍ତିକୁ ବ୍ୟର୍ଥ ହେବାକୁ ଦିଅ ନାହିଁ। ନିଷ୍ଠା, ଏକାଗ୍ରତା ସହ ପାଠପଢା ସହିତ ସମାଜ ପ୍ରତି ରହିଥିବା ଦାୟିତ୍ୱବୋଧକୁ ପାଳନ କରିବାକୁ ସେ କହିଥିଲେ। ସେହିପରି ବିଚାରକ ତଥା ଆମର ସତ୍ୟ ସମ୍ପାଦକ ତଥା ବେଗୁନିଆ କଲେଜ ପୂର୍ବତନ ଅଧ୍ୟକ୍ଷ ଡ. ପ୍ରମୋଦ ଦାଶ କହିଲେ ଯେ, ଗଣ ଓ ତନ୍ତ୍ର ମଧ୍ୟରେ ସଂଯୋଗର ସେତୁ ହେଉଛି ଗଣମାଧ୍ୟମ। ଏଣୁ ଗଣମାଧ୍ୟମ ଦୁର୍ବଳ ହେଲେ ଗଣତନ୍ତ୍ର ଭୁଶୁଡିପଡିବ। ସ୍ବାଧୀନତା ସଂଗ୍ରାମରେ ଯୁବକମାନଙ୍କ ପ୍ରମୁଖ ଭୂମିକା ରହିଥିଲା। ନିଜ ଶକ୍ତି ସାମର୍ଥ୍ୟ ଅନୁସାରେ ଆଗକୁ ବଢିଲେ, ସଫଳତା ପାଇବ। ଗଣମାଧ୍ୟମ ଓ ଯୁବପିଢି ସଚେତନ ହେଲେ ଦେଶ ସୁଦୃଢ଼ ହେବ ବୋଲି ଦାଶ କହିଥିଲେ। ସେହିପରି ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ସୁଭେନ୍ଦୁ ମହାନ୍ତି କହିଥିଲେ ଯେ, ଯୁବ ସମାଜ ଆଗାମୀ ଯୁଗର ଦ୍ରଷ୍ଟା ଓ ସ୍ରଷ୍ଟା। ଦେଶର ଭବିଷ୍ୟତ ଯୁବ ସମାଜର ବଳିଷ୍ଠ ସ୍ମନ୍ଧ ଉପରେ ଆଧାରିତ। ଗଣତନ୍ତ୍ରର ସଫଳତା ଯୁବ ସମାଜ ଉପରେ ନିର୍ଭରଶୀଳ। ଯୁବସମାଜ ଗଣମାଧ୍ୟମର ପ୍ରମୁଖ ଭୂମିକା ଗ୍ରହଣ କରି ଗଣତନ୍ତ୍ରର ସୁରକ୍ଷା ନିମନ୍ତେ ଚେଷ୍ଟିତ ହେବା ଉଚିତ ବୋଲି କହିବା ସହ ବକ୍ତୃତା ପ୍ରତିଯୋଗିତାକୁ ସଞ୍ଚାଳନ କରିଥିଲେ।
ବକ୍ତୃତା ପ୍ରତିଯୋଗିତାରେ ୧୦ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଆଶୁତୋଷ ପ୍ରହରାଜ ପ୍ରଥମ, ସୁଧାକାର ଦାସ ଦ୍ୱିତୀୟ ଓ ଅମତୁଲ ମୋଜିବ୍‌ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରୀଛାତ୍ରମାନେ ବିଷୟବସ୍ତୁ ଉପରେ ବହୁ ଉପାଦେୟ ମତାମତ ରଖିଥିଲେ। ଧରିତ୍ରୀର ଉପବାର୍ତ୍ତା ସମ୍ପାଦକ ଲାଲା ସୁନୀଲ କୁମାର ରଥ ପ୍ରତିଯୋଗିତାର ଆଭିମୁଖ୍ୟ ଓ ମଞ୍ଚ ସଂଯୋଜନା କରିଥିଲେ। ଧରିତ୍ରୀର ଜିଲା ପ୍ରତିନିଧି ପ୍ରଭାତ କୁମାର ପାଣିଗ୍ରାହୀ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଧରିତ୍ରୀ ସହ ସମ୍ପାଦକ ଅଜିତ ମହାନ୍ତି, ଜଟଣୀ ପ୍ରତିନିଧି ରବୀନ୍ଦ୍ର ମହାକୁଡ, ନିରାକାରପୁର ପ୍ରତିନିଧି ମାନସ ରଞ୍ଜନ ପଟ୍ଟନାୟକ, ପ୍ରସାରଣ ବିଭାଗର ଅରବିନ୍ଦ ପାଢୀ ପ୍ରମୁଖ ସହଯୋଗ କରିଥିଲେ। କଲେଜ ଉପାଧ୍ୟକ୍ଷା ଡ.ବିନୋଦିନୀ ମିଶ୍ର, ଡ.ପ୍ରଣବ କିଶୋର ମହାନ୍ତି, ଡ, ପ୍ରତାପ ଚନ୍ଦ୍ର ପଟ୍ଟନାୟକ, ଡ.ପୂର୍ଣ୍ଣଚନ୍ଦ୍ର ବୈଶାଖ, ଡ.ଲଡୁକେଶ ପ୍ରସାଦ ମିଶ୍ର, ସମରେଶ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

 

 

ଧରିିତ୍ରୀକୁ ଧନ୍ୟବାଦ ଜଣାଉଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କହିବାକୁ ସୁଯୋଗ ମିଳିଛି। ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢି ସମାଜର ପ୍ରମୁଖ ଅଙ୍ଗ। କୌଣସି ଗୋଟିଏ ଦୁର୍ବଳ ହେଲେ ଦେଶର ବିକାଶରେ ବାଧକ ସାଜିବ। ଗଣତନ୍ତ୍ରକୁ ସୁଦଢ଼ ରଖିବାରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ଯୁବପିଢି ଦେଶର ଏକ ପ୍ରମୁଖ ଶକ୍ତି। ଯୁବପିଢି ଗଣମାଧ୍ୟମକୁ ପାଥେୟ କରି ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବ। ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଜରୁରୀ।
– ଆଶୁତୋଷ ପ୍ରହରାଜ, ପ୍ରଥମ ସ୍ଥାନ

 

ଭାରତ ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣତନ୍ତ୍ରରେ ଗଣ ଓ ତନ୍ତ୍ର ମଧ୍ୟରେ ସୁସମ୍ପର୍କ ରହିବା ଜରୁରୀ। ଉଭୟ ମଧ୍ୟରେ ଗଣମାଧ୍ୟମ ସମ୍ପର୍କକୁ ଯୋଡ଼ିଥାଏ। ଗଣତନ୍ତ୍ର ଓ ଗଣମାଧ୍ୟମ ଏକ ଶରୀର ହେଲେ ଯୁବପିଢି ଏହାର ମେରୁଦଣ୍ଡ। ଏହା ସଳଖ ରହିଲେ, ଗଣତନ୍ତ୍ର ସୁଦୃଢ଼ ରହିବ। ଯୁବପିଢି ପଥଭ୍ରଷ୍ଟ ନ ହୋଇ ନିଜ ଦାୟିତ୍ୱ ପ୍ରତି ସଚେତନ ହେଲେ ସମାଜ ଶୃଙ୍ଖଳିତ ହେବ।
– ସୁଧାକାର ଦାସ, ଦ୍ୱିତୀୟ ସ୍ଥାନ

 

ପ୍ରତିଯୋଗିତା ମାଧ୍ୟମରେ ଧରିତ୍ରୀ ଯୁବସମାଜ ମଧ୍ୟରେ ଏକ ଜାଗରଣ ସୃଷ୍ଟି କରିପାରିଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୋତେ କହିବାକୁ ସୁଯୋଗ ମିଳିବ ଭାବି ନ ଥିଲି। ଗଣମାଧ୍ୟମ ଓ ଗଣତନ୍ତ୍ରକୁ ଯୁବପିଢ଼ି ନିୟନ୍ତ୍ରଣ କରିପାରିବେ। ଅଥଚ ଆଜିର ଯୁବପିଢି ପଥଭ୍ରଷ୍ଟ। ଯୁବକମାନଙ୍କ ହାତରେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ନିର୍ଭର କରେ। ଏଣୁ ଯୁବସମାଜ ଶୃଙ୍ଖଳିତ, ନିଜ ଦାୟିତ୍ୱ ପ୍ରତି ଯତ୍ନବାନ ହେବା ଉଚିତ।
– ଅମତୁଲ ମୋଜିବ୍‌, ତୃତୀୟ ସ୍ଥାନ


Enter your email to get our daily news in your inbox.

All Right Reserved By Dharitri.Com

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତଙ୍କ ଉଦ୍ୟମରେ ମେଗା ରକ୍ତଦାନ ଶିବିର: ୪୦ ୟୁନିଟ୍ ରକ୍ତ ସଂଗ୍ରହ

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri