ଥମୁନି ଫଳକ ବିବାଦ, ଜୋଲାପୁଟରେ ପୁଣି ଆନ୍ଧ୍ର ଅଧିକାରୀ

ନନ୍ଦପୁର, ୨।୮୨୦୨୩(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ଜଲାପୁଟ ରିଜର୍ଭରରେ ଥମୁନି ଫଳକ ବିବାଦ। ମଙ୍ଗଳବାର ପୁୁଣି ଆନ୍ଧ୍ର ମୁଚିମପୁଟ ରାଜସ୍ବ ଓ ପୋଲିସ ଅଧିକାରୀ ପହଞ୍ଚତ୍ ଡ୍ୟାମ ନିକଟରେ ସ୍ଥାପିତ କୋରାପୁଟ ଜିଲା ପ୍ରଶାସନର ଫଳକ ଉପାଡିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସେମାନଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡିଛି।
ଆନ୍ଧ୍ର ଅଧିକାରୀମାନେ ଆସିଥିବା ଖବର ପାଇ ବିଲାପୁଟ ସରପଞ୍ଚ ରାଜେଶ ଲେନ୍ଦ୍ରୁ, ସମିତିସଭ୍ୟ ଯୋଗେଶ୍ୱର ଖେମୁଣ୍ଡୁ, ଜଲାପୁଟ ଫାଣ୍ଡି ଅଧିକାରୀ ଓ ଜଲାପୁଟ ପ୍ରକଳ୍ପର ସିଭିଲ ଡିଭିଜନ ନିର୍ବାହୀଯନ୍ତ୍ରୀ ଆଦିତ୍ୟ ସାମନ୍ତରାୟ, ସହକାରୀ ଯନ୍ତ୍ରୀ ସନ୍ତୋଷ ପଣ୍ଡା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚତ୍ ଆନ୍ଧ୍ର ଅଧିକାରୀ ଓ ପୋଲିସକୁ ଦୃଢ ବିରୋଧ କରିଥିଲେ। ଅପରପକ୍ଷରେ ଜଲାପୁଟ ପ୍ରକଳ୍ପ ଆନ୍ଧ୍ର ଓ ଓଡ଼ିଶା ଦୁଇରାଜ୍ୟର। ପ୍ରକଳ୍ପ ନିକଟରେ କାହିଁକି କେବଳ କୋରାପୁଟ ଜିଲାପାଳଙ୍କ ନିର୍ଦ୍ଦେଶନାମା ଥିବା ସୂଚନାଫଳକ ରହିବ। ଉକ୍ତ ଫଳକକୁ ହଟାଯାଉ ନଚେତ୍‌ ଆନ୍ଧ୍ର ଜିଲାପାଳଙ୍କ ନିର୍ଦ୍ଦେଶନାମା ଥିବା ସୂଚନା ଫଳକ ମଧ୍ୟ ଏଠାରେ ସ୍ଥାପନ କରାଯାଉ ବୋଲି ଆନ୍ଧ୍ରର ଅଧିକାରୀମାନେ ଦାବି କରିଥିଲେ। ଏହାକୁ ଉପସ୍ଥିତ ଓଡ଼ିଶା ଜନ ପ୍ରତିନିଧି ଓ ଜଲାପୁଟ ପ୍ରକଳ୍ପ ଅଧିକାରୀ ବିରୋଧ କରି ପ୍ରତିବାଦ କରିଥିଲେ। ପ୍ରକଳ୍ପ କର୍ତ୍ତୃପକ୍ଷ କହିଥିଲେ, ପ୍ରକଳ୍ପ ଅଞ୍ଚଳର ନିୟମ ବହୁ ପୂର୍ବରୁ ନିର୍ଦ୍ଧରିତ। ସେଥିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। ଏଥିପାଇଁ ଦୁଇ ରାଜ୍ୟର ସମ୍ପୃକ୍ତ ଜିଲାପାଳ ଏବଂ ଦୁଇ ରାଜ୍ୟ ପାଇଁ ପ୍ରତିନିଧିତ୍ତ୍ୱ କରୁଥିବା ପ୍ରକଳ୍ପ ଅଧିକାରୀଙ୍କ ସହ ଆଲୋଚନା ଆବଶ୍ୟକ। ଏନେଇ ପ୍ରଥମେ ଆନ୍ଧ୍ର ନିଜ ଜିଲାପାଳଙ୍କୁ ଅବଗତ କରାନ୍ତୁ। ଆଲୋଚନା ପାଇଁ ଦିନ ଓ ତାରିଖ ଧାର୍ଯ୍ୟ କରନ୍ତୁ। ଓଡ଼ିଶା ପକ୍ଷରୁ କୋରାପୁଟ ଜିଲାପାଳ ବୈଠକରେ ଉପସ୍ଥିତ ରହିବେ। ବୈଠକରେ ଯାହା ନିଷ୍ପତ୍ତି ହେବ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ଆନ୍ଧ୍ର ଅଧିକାରୀ ମାନଙ୍କୁ କୁହାଯାଇଥିଲା। ଫଳରେ ଶେଷରେ ସେମାନେ ନିରାଶ ହୋଇ ଫେରିଯାଇଥିଲେ। ସୂଚନାଯୋଗ୍ୟ, ନିକଟରେ ପାଡୁଆ ଗେଷ୍ଟ ହାଉସରେ ସୀମା ଚିହ୍ନଟ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ବସିଥିଲା। ସବୁ ପ୍ରମାଣପତ୍ର ସହ ମ୍ୟାପ ଧରି ଆସିବାକୁ ଆନ୍ଧ୍ରକୁ କୁହାଯାଇଥିଲେ ମଧ୍ୟ ସେମାନେ ମ୍ୟାପ ନ ଆଣି ଅଳ୍ପ କିଛି କାଗଜପତ୍ର ଧରି ଆସିଥିଲେ। ଫଳରେ ଉକ୍ତ ବୈଠକରେ ବିଶେଷ ଆଲୋଚନା ହୋଇ ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri