Posted inଫୁରସତ

ବିଶ୍ୱର ସର୍ବକନିଷ୍ଠ ପ୍ରୋଗ୍ରାମର

ଅହମଦାବାଦ: ବୟସ ମାତ୍ର ୬ ବର୍ଷ। କିନ୍ତୁ ଏହି ବୟସରେ ସେ କମ୍ପ୍ୟୁଟରରେ ପାଇଥନ୍‌ ପ୍ରୋଗ୍ରାମିଂ ଲାଙ୍ଗୁଏଜ୍‌ ବି ସମାଧାନ କରି ପାରୁଛନ୍ତି। ଏତେ କମ୍‌ ବୟସରେ ଏଭଳି ଏକ କାମ କରି ସେ ସମସ୍ତଙ୍କୁ ଚମତ୍କୃତ କରି ଦେଇଛନ୍ତି। ସେଥିପାଇଁ ଏବେ ସେ ଗିନିଜ୍‌ ୱାର୍ଲଡ ରେକର୍ଡର ଅଧିକାରୀ। ନିଜ ପ୍ରତିଭା ବଳରେ ସାରା ବିଶ୍ୱରେ ଏଭଳି ଏକ ପରିଚୟ ସୃଷ୍ଟି କରି ପାରିଥିବା ଏହି ବିସ୍ମୟ ବାଳକ ଜଣକ ହେଉଛନ୍ତି ଅରହାମ୍‌ ଓମ୍‌ ତାଲ୍‌ସାନିଆ।
ଅହମ୍ମଦାବାଦର ବିସ୍ମୟ ବାଳକ ହେଉଛନ୍ତି ଅରହାମ୍‌ ଓମ୍‌ ତାଲ୍‌ସାନିଆ। ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ଏହି ବାଳକ ଜଣକ ମାଇକ୍ରୋସପ୍ଟ ସାର୍ଟିଫିକେସନ୍‌ ପରୀକ୍ଷା ବି ପାସ୍‌ କରିଛନ୍ତି। ଏବେ ସେ ବିଭିନ୍ନ ପ୍ରୋଗ୍ରାମିଂ କରି ସଫଳତାର ସହିତ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ସେଥିପାଇଁ ତ ବିଶ୍ୱର ସର୍ବକନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମରଭାବେ ବିଶ୍ୱ ରେକର୍ଡ କରି ପାରିଛନ୍ତି। ଅରହାମ୍‌ କହନ୍ତି, ମାତ୍ର ୨ ବର୍ଷ ବୟସରୁ ସେ କମ୍ପ୍ୟୁଟରରେ ତାଙ୍କ ବାପାଙ୍କଠାରୁ କୋଡିଂ ଶିଖି ପାରିଥିଲେ। ୩ ବର୍ଷ ବୟସ ବେଳକୁ ସେ ଆଇଓଏସ୍‌ ଏବଂ ୱିଣ୍ଡୋ ଚଳାଇ ପାରୁଥିଲେ। ତା’ପରେ ସେ ଯେତେବେଳେ ଜାଣିଥିଲେ କି ତାଙ୍କ ବାପା ପାଇଥନ୍‌ରେ କାମ କରୁଛନ୍ତି ସେତେବେଳେ ସେ ସେଥିରେ ମଧ୍ୟ ଛୋଟ ଛୋଟ ଗେମ୍‌ ଆରମ୍ଭ କରିଥିଲେ। ପରେ ସେ ପାଇଥନ୍‌ରେ ବି ଠିକ୍‌ଭାବେ କାମ କରି ବିଶ୍ୱ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ଏତେ କମ୍‌ ବୟସରୁ ଏଭଳି ସଫଳତା ହାସଲ କରିଥିବା ଅରହାମ୍‌ ଭବିଷ୍ୟତରେ ବିଭିନ୍ନ ପ୍ରକାରର ଆପ୍‌, ଗେମ୍‌ ଏବଂ ସିଷ୍ଟମ୍‌ କୋଡିଂ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଛୋଟ ବେଳରୁ ତାଙ୍କର ଭିଡିଓ ଗେମ୍‌ ଖେଳିବା ପ୍ରତି ସ୍ବତନ୍ତ୍ର ଆଗ୍ରହ ଥିଲା। ଆଉ ଏହି ଆଗ୍ରହ ଫଳରେ ସେ ନୂଆ ନୂଆ ଗେମ୍‌ ନିଜେ ତିଆରି କରିବା ଆରମ୍ଭ କରି ସଫଳତା ହାସଲ କରିଥିଲେ ବୋଲି କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?