ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବତୀ ଏକ ଛେଳି ସହ ସେଲଫି ଉଠାଉ ଥିଲାବେଳେ ଛେଳିଟି ତାଙ୍କୁ ପଛ ପଟୁ ଆକ୍ରମଣ କରୁଛି। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ଛେଳିଟିକୁ ବନ୍ଧା ଯାଇଛି। ଏହି ସମୟରେ ଜଣେ ଯୁବତୀ ଉକ୍ତ ଛେଳି ନିକଟକୁ ଆସି ସେଲଫି ନେବା ପାଇଁ ଉଦ୍ୟମ କରୁଛନ୍ତି। ପରେ ଛେଳିଟି ହଠାତ୍ ତାର ମୁଣ୍ଡରେ ଯୁବତୀଙ୍କୁ ପଛରୁ ଆକ୍ରମଣ କରୁଥିବା ଦେଖାଯାଇଛି। ଏହି ଭିଡିଓକୁ When Animal Attack ପକ୍ଷରୁ ଟୁଇଟ କରାଯାଇଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
Goat selfie. pic.twitter.com/0PnMeYsZbN
— When Animals Attack (@Animalsandfools) November 27, 2020